ସାକ୍ଷାତକାର

 କେନ୍ଦ୍ରସରକାରଙ୍କ ଏହି ପଦକ୍ଷେପ ବିଷୟରେ ଏମାନେ କୁହନ୍ତି ଯେ:-



ବର୍ତମାନ ସରକାରଙ୍କର ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧ କୁ ବୃଦ୍ଧି ବହୁତ ଆବଶ୍ୟକୀୟ ପଦକ୍ଷେପ । ଝିଅମାନଙ୍କର ଠିକ୍ ଭୁଲ ବିଚାର ବୁଦ୍ଧିର ପରିପକ୍ୱତା ୨୧ ବର୍ଷରେ ଭଲଭାବରେ ହୋଇଥାଏ । ଏଣୁ ଝିଅମାନେ  ବିବାହ ସମ୍ବନ୍ଧରେ ସମୁଚିତ ପଦକ୍ଷେପ ଆଗପଛ ବିଚାର ଶକ୍ତି ଆଧାରରେ ନେଇ ପାରିବେ । ବାପାମ-ମାଆ ମାନେ ୨୧ ବର୍ଷ ପର୍ଯ୍ୟନ୍ତ ଝିଅକୁ ପଠାଇବାର ସୁଯୋଗ ପାଇବେ । ଝିଅମାନେ ନିଜ ଗୋଡରେ ନିଜେ ଠିଆ ହେବାର ଅବସର ପାଇବେ । ସର୍ବୋପରି ଏହା ଏକ ସଂସ୍କାର ମୂଳକ ଓ ସମୟର ଆବଶ୍ୟକତା ଅନୁରୂପ ଉଚିତ ପଦକ୍ଷେପ । ଏଣୁ ମାନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଅନେକ ଅନେକ ଧନ୍ୟବାଦ । 

ମିନତୀ ଦାଶ

ସମାଜସେବୀ, କୁଞ୍ଜବିହାରପୁର, ଯାଜପୁର




ସାଧାରଣତଃ ସବୁ ମଣିଷ ମନରେ କିଛି ନା କିଛି ସ୍ୱପ୍ନ ରହିଛି । ସ୍ୱପ୍ନକୁ ନେଇ ସାକାର କରିବା ପାଇଁ ସମୟର ଆବଶ୍ୟକତା ରହିଛି ।  ତେଣୁ କନ୍ୟାଙ୍କ ପାଇଁ ବିବାହ ବୟସ ସୀମା୨୧ ବର୍ଷ ସମୟ ଦିଆଗଲେ ଏହା କନ୍ୟା ସନ୍ତାନ ମାନଙ୍କ ପ୍ରତି କିଛି ସମୟ ମିଳିପାରିବ ନିଜ ଗୋଡରେ ସ୍ୱାବଲମ୍ବନ ହେବାକୁ । ଏହା କେବେଠାରୁ ହେବାର ଥିଲା । ତାହା ହେବାରେ ଡେରି ହୋଇଯାଇଛି । ଏହା ସମୟର ଆବଶ୍ୟକ ପଦକ୍ଷେପ । ଏଥିପାଇଁ ମୋଦି ସରାକରଙ୍କକୁ ମୁଁ ଧନ୍ୟବାଦ ଦେବି ।  

                                                                            କବିତା ପଟ୍ଟନାୟକ

                                                                                ଗୃହିଣୀ  

                                                                 ଯଶପଡା କିଶୋର ନଗର କଟକ ।




କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏହି ଯୁଗାନ୍ତକାରୀ ପଦକ୍ଷେପ ଝିଅମାନଙ୍କୁ ଅଧିକ ଶସକ୍ତ କରିବ । ୧୮ ବର୍ଷୟ ପର୍ଯ୍ୟନ୍ତ ଝିଅଟି ଯେତିକି  ଶିକ୍ଷା ଗ୍ରହଣ କରୁଥିଲା ତାହା ପାଇଁ ଶିକ୍ଷା ବହୁତ କମ୍ ହୋଇ ଯାଉଥିଲା । ୨୧ ବର୍ଷରେ ବିବାହ କଲେ ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ  ତା ନିକଟରେ ପର୍ଯ୍ୟାପ୍ତ ସମୟ ରହିବ । ନିଜକୁ ସ୍ୱାବଲମ୍ବୀ କରି ଗଢି ତୋଳିବା ପାଇଁ କଣ କଣ କରାଯାଇ ପାରବ ସେ ନିଷ୍ପତି ନିଜେ ମଧ୍ୟ ନେଇ ପାରିବ । ଯେହେତୁ ନିଜେ ଉଚ୍ଚ ଶିକ୍ଷିତ ହୋଇଥିବା ହେତୁ ଭବ୍ୟଷ୍ୟତ ପୀଢିଙ୍କୁ ସଠିକ୍ ଦିଗ୍ ଦର୍ଶନ ଦେଇ ପାରିବ । 

                                                                          ସସ୍ମିତାରାଣୀ ରାଉତ

                                                                                   ଶିକ୍ଷତ୍ରୀ, 

                                                    ପୁରୁଷୋତମପୁର, ଭାୟା-ବଳଦେବଜୀଉ, କେନ୍ଦ୍ରାପଡା


Comments