12-8-2020

 ଗୋ-ମାତା ପାଇଁ ଦିନଟିଏ: ଗୋ -ମା ପୂର୍ଣ୍ଣିମା


ଡକ୍ଟର ଶ୍ରୀହରି ପଣ୍ଡା ଗୌଡଗାାଁ, କପ୍ତିପଦା,ମୟୂରଭଞ୍ଜ, ମୋ-୯୮୫୩୯୪୮୪୫୮


ଭାରତୀୟ ଜୀବନଧାରାରେ ଧର୍ମଭାବର ପ୍ରଭାବ ଅତ୍ୟନ୍ତ ଗଭୀର ଓ ବ୍ୟାପକ । ଯୁଗଯୁଗ ଧରି ଏ ଦେଶରେ ରାକନୈତିକ ଓ ସାମାଜିକ ଜୀବନପ୍ରବାହରେ ବହୁ ଝଡଝଞ୍ଜା ପ୍ରବାହିତ ହୋଇ ଆସୁଥିଲେ ହେଁ ଏ ଜାତି ଓ ବ୍ୟକ୍ତିର ଆଭିମୁଖ୍ୟରେ ଧର୍ମଭାବ ତା’ର ଅମଳିନ ଦୀପ୍ତି କେବେ ହରାଇ ଦେଇଥିବାର ପରିଲକ୍ଷିତ ହୁଏନାହିଁ । ଧର୍ମଭାବ ହିଁ ଭାରତୀୟ ଜୀବନବୋଧର ସାର୍ଥକ ପରିଚୟ ପ୍ରଦାନ କରିଥାଏ । ଜାତି, ସମାଜ ଅଥବା ବ୍ୟକ୍ତିର ଜୀବନଧାରାରେ ଅନୁଷ୍ଠିତ ଓ ପ୍ରତିପାଳିତ ବିଭିନ୍ନ ଯାନିଯାତ୍ରା, ଉତ୍ସବ, ପର୍ବପର୍ବାଣି ଅଥବା ବ୍ରତ ଉପବାସ ଅନୁଧ୍ୟାନ କଲେ ଗଣଜୀବନ ଉପରେ ଧର୍ମଭାବର ସୁଦୂରପ୍ରସାରୀ ପ୍ରଭାବ ଆମେ ସ୍ପଷ୍ଟ ଅନୁଭବ କରିପାରିବୁ । ଜାତିର ଏହି ପାରମ୍ପରିକ ଜୀବନ- ଧାରା- ଧର୍ମ- ବୋଧର ସୁଦୃଢ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ସମଗ୍ର ଜାତି ଓ ସମାଜକୁ ଅଧିକ ବଳିଷ୍ଠ, ଅଧିକ ପ୍ରାଣବନ୍ତ ଓ ଅଧିକ ସୌନ୍ଦର୍ଯ୍ୟ ସମନ୍ୱିତ କରି ତୋଳିବାରେ ସମର୍ଥ ହୋଇଛି କହିଲେ ଚଳେ । ଓଡିଶାରେ ବାରମାସରେ ତେର ପର୍ବ ପାଳିତ ହେଉଥିବାର ବିଧି ପ୍ରଚଳିତ ଥିଲେ ମଧ୍ୟ ଅନ୍ୟାନ୍ୟ ବହୁ ଗୌଣ ପର୍ବପର୍ବାଣି ଜନଜୀବନକୁ ପ୍ରଭାବିତ କରିଆସୁଛି । ଗହ୍ମା ପର୍ବ ସେହିପରି ଗୋଟିଏ ବହୁଳ ଲୋକପ୍ରିୟ ପର୍ବ । ଏହା ଗୋ-ମା(ଗୋ-ମାତା)ର ଅପଭ୍ରଂଶ ହୋଇ ଗହ୍ମାରେ ପରିଣତ ହୋଇଥାଇପାରେ । ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ସପ୍ତମାତୃକା ଭା ନାମ ମଧ୍ୟରେ ଗୋ-ମାତା ଅନ୍ୟତମ । “ଅଦୌ ମାତା, ଗୁରୁ- ପତ୍ନୀ, ବ୍ରାହ୍ମଣୀ ରାଜପତ୍ନୀକା ଧେନୁର୍ଧାତ୍ରୀ ତଥା ପୃଥ୍ୱୀ ସପ୍ତୈତେ ମାତରଃ ସ୍ମୃତାଃ ।”- ଅର୍ଥାତ ଜନ୍ମଦାତ୍ରୀ ମା, ଗୁରୁପତ୍ନୀ, ବ୍ରାହ୍ମଣୀ, ରାଜପତ୍ନୀ, ଗୋ- ମାତା, ଧାତ୍ରୀ ଏବଂ ପୃଥିବୀ ଏହି ସାତଜଣ ହିନ୍ଦୁର ମାତା ରୂପେ କଳ୍ପିତା । ଗୋ-ଜାତି ଭାରତୀୟ ଜୀବନର ପ୍ରାଣକେନ୍ଦ୍ର । ସେଇଥିପାଇଁ ତ ପ୍ରାଚୀନ ବେଦ ଓ ଉପନିଷଦରେ ମଧ୍ୟ ଗୋ-ଜାତିର ମହତ୍ତ୍ୱ ଶତମୁଖରେ କୀର୍ତ୍ତିତ । ପ୍ରତ୍ୟେକ ଶୁଭକାର୍ଯ୍ୟ ଓ ସାମାଜିକ ଅନୁଷ୍ଠାନ ବିଧିରେ ଉଚ୍ଚାରିତ ହେଉଥିବା ଶାନ୍ତି ମନ୍ତ୍ରରେ ଏହି ଗୋ-ଜାତିର ମଙ୍ଗଳ ବାର୍ତ୍ତା ଘୋଷିତ । ଯଥା - ଗୋ ବ୍ରାହ୍ମଣେଭ୍ୟଃ ଶୁଭମସ୍ତୁ ନିତ୍ୟଂ । ଅର୍ଥାତ୍ ଗୋ ବ୍ରାହ୍ମଣଙ୍କର ମଙ୍ଗଳ ସହ ଜନସାଧାରଣଙ୍କର ସୁଖମୟ ଜୀବନରେ ଶାନ୍ତିର ପରିକଳ୍ପନା କରାଯାଇଛିା ସେହିପରି ଋକ୍ ବେଦରେ ଗୋ-ଦଗ୍ଧରେ କିପରି ଅପାର ଶକ୍ତି ତାର ବର୍ଣ୍ଣନା ଅଛି । ଯଥା -ମାଧ୍ୱୀଗାବୋ ଭବନ୍ତୁନଃ ଅର୍ଥାତ୍ ଗାଇମାନେ ମଧୁର ଦୁଗ୍ଧ ଦିଅନ୍ତୁ । ଗୋ-ମାତାର ବର୍ଣ୍ଣନା ଓ ଉପକାରିତା ସମ୍ପର୍କରେ ରାମାୟଣ, ମହାଭାରତରେ ବର୍ଣ୍ଣନା ଦେଖିବାକୁ ମିଳେ । ଅଭୀଷ୍ଟ ଫଳପ୍ରଦା ସମୁଦ୍ର ମନ୍ଥନରୁ ଉଦ୍ଭବ କାମଧେନୁ ସମ୍ପର୍କରେ ଅଧିକାଂଶଙ୍କୁ ଜଣା । ମହର୍ଷି ବଶିଷ୍ଠଙ୍କ ଉକ୍ତି ଅନୁସାରେ “ସମସ୍ତ ଦେବଦେବୀ ଆରାଧନା, ସମସ୍ତ ଗ୍ରହନକ୍ଷତ୍ର ପୂଜା ଓ ସମସ୍ତ ତୀର୍ଥାଦି ପର୍ଯ୍ୟଟନରେ ଯେଉଁ ଫଳ ହୁଏ ଏକମାତ୍ର ଗୋ-ସେବାରେ ତତୋଽଧିକ ଫଳ ଲାଭ ହୋଇଥାଏ ।”ଯେଉଁ ଗୃହ ଗାଭୀଶୂନ୍ୟ, ଯେଉଁଠାରେ ଗୋ-ସେବା ନାହିଁ ସେଠାରେ ସମସ୍ତ ଐଶ୍ୱର୍ଯ୍ୟ ନିଷ୍ଫଳ ଏବଂ ସମସ୍ତ ପୁଣ୍ୟ ବିଫଳ । ପୁରାଣରେ ଏହି ଅଭୀଷ୍ଟ ଫଳଦାୟିନୀ ବହୁ କାମଧେନୁଙ୍କ ନାମ ଶୁଣାଯାଏ । ଜମଦଗ୍ନିଙ୍କ କାମଧେନୁଙ୍କ ।ନମ ନନ୍ଦା, ଅଙ୍ଗିରାଙ୍କର ସୁନନ୍ଦା, ଭରଦ୍ୱାଜଙ୍କର ସୁରଭୀ, କଶ୍ୟପଙ୍କର ସୁଶୀଳା ଓ ବଶିଷ୍ଠଙ୍କର ନନ୍ଦିନୀ । ହିନ୍ଦୁ ତାର ଏହି ପରମାରାଧ୍ୟା ଗୋ-ମାତାର ପୂଜା ଦୋଳ, ଗୋଷ୍ଟାଷ୍ଟମୀ ଓ ଗହ୍ମାରେ ଉପାସନା କରିଆସୁଅଛି । ଗୋ-ମାତାର ଜୟଗାନ କରି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଗୋବିନ୍ଦ ନାମକୁ ଧାରଣ କରିଛନ୍ତି । ଯେଉଁ ନାମକୁ ସ୍ମରଣ କରି ଶୟନ କଲେ ଦୁଃସ୍ୱପ୍ନ ଚାଲିଯାଏ । ଯେଉଁ ପଦରୁ ମକରନ୍ଦ ସ୍ଫୁରିତ ହୁଏ ସେହି ଗୋବିନ୍ଦ (ଗୋ+ବିଦ୍ ଯେ ଗୋ ବିଷୟରେ ଅଭିଜ୍ଞ କିମ୍ବା ବିନ୍ଦତି =ଲାଭ କରିବା ଯେ ଗୋ ସମ୍ପଦ ଲାଭ କରିଥିଲେ) ନାମ ଧାରଣ ମୂଳରେ ଗୋ ପ୍ରାଧାନ୍ୟ ସୂଚିତ । ମହାଭାରତରେ ବହୁବାର ଗୋ ସମ୍ପଦ ସମ୍ପର୍କରେ ସୂଚନା ଅଛି । ବିଶେଷକରି ଓଡିଆ ସାହିତ୍ୟର ଭିତ୍ତି ସ୍ଥାପନ କରିଥିବା ସାରଳା ଦାସଙ୍କ ମହାଭାରତରେ ଗୋ-ମାତଙ୍କୁ ନେଇ ଅନେକ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ସାରଳାଙ୍କର ଗୋମାତା ସମ୍ପର୍କରେ ଦିଆ ଯାଇଥିବା ୧୦୦ ରୋଗର ବର୍ଣ୍ଣନା ଏବଂ ସବୁ ରୋଗର ବ୍ୟାଧିର୍ତତ୍ତ୍ୱଜ୍ଞ ସହଦେବଙ୍କ ବର୍ଣ୍ଣନା ଅତିବ ଚମତ୍କାର । ଯେମିତିକିଗୁଳାରୋଗ, ଖୁରାରୋଗ, ଶାବେଳୀ,ମଣ୍ଡୁକୀ ମଉନାଗଳାର, ଶୋଥ, ଧୋକଟ, ଖିରାଣ୍ଟି ଭୋରୀ, ତାଲୁକା, ଛିନାଳୀ ଗୋତାଳିକ ଖୋରା ଇତ୍ୟାଦି । ସେହିପରି ଜଗନ୍ନାଥ ଦାସଙ୍କର ଭାଗବତରେ ମଧ୍ୟ ଗୋ-ଉନ୍ନୟନର ମାହାତ୍ମ୍ୟ ସମସ୍ପର୍କରେ ବର୍ଣ୍ଣନା ଅଛି । ପରବର୍ତ୍ତୀ ଆଧୁନିକ ଯୁଗରେ ମଧ୍ୟ ଗଙ୍ଗାଧର ମେହେରଙ୍କ ଗୋ-ବିଳାପ ଓ କୃଷକ ସଙ୍ଗୀତରେ ଓ ତତ୍ପରେ ଗୋପବନ୍ଧୁଙ୍କ ଗୋ-ମାହାତ୍ମ୍ୟରେ ଗୋ-ପାଳନ ଓ ଗୋସେବାର ମହନୀୟତା ସମ୍ପର୍କରେ ବର୍ଣ୍ଣନା ହୋଇଛି । ଗହ୍ମା ପୂର୍ଣ୍ଣିମାର ଆବିର୍ଭାବ ବିଷୟରେ ବର୍ଣ୍ଣନା ଦେଖିବାକୁ ମିଳେ ଯେ ଗୋ-ଜାତିର ବାଧକ ଥିଲା ଗହ୍ମା ନାମକ ଏକ କୁଗ୍ରହ, ଭଗବାନ ବଳଦେବ ତାକୁ ସଂହାର କରି ତାହାର ପୃଥିବୀମୟ ପିଣ୍ଡ ବା ବେଦୀ ଉପରେ ସ୍ୱୟଂ ବିଜୟ ଘୋଷଣା ସୂଚକ ଆବିର୍ଭାବ ଉତ୍ସବ ପାଳନ କରିଥିଲେ । ଏଇଥିପାଇଁ ଓଡିଶାରେ ଗ୍ରାମ ଶାଶନ ମାନଙ୍କରେ ମାଟିରେ ବେଦୀ ନିର୍ମାଣ କରାଯାଇ ସେଠାରେ ବଳୀବର୍ଦ୍ଦ (ବଳଦ)ଦେବତାଙ୍କୁ ପୂଜା କରାଯାଇଥାଏ । ଏହିଦିନ ସକାଳୁ ଗୃହସ୍ୱାମୀ ଗୋରୁଗୁହାଳକୁ ପରିଷ୍କାର କରିଥାନ୍ତି । ଗୁହାଳ କାନ୍ଥରେ ଗାଇଗୋରୁଙ୍କର ସୁନ୍ଦର ଚିତ୍ର ସବୁ ଅଙ୍କା ଯିବା ସହିତ ଚାଷୋପକରଣ ଯଥା ହଳ, ଲଙ୍ଗଳ, ଶଗଡ ପ୍ରଭୃତିର ଚିତ୍ର ଅଙ୍କା ଯାଇଥାଏ । ବଳଦମାନଙ୍କୁ ସଫାସୁତୁରା କରାଯାଇ ସେମାନଙ୍କୁ ଚନ୍ଦନ ଇତ୍ୟାଦି ଦିଆଯିବା ସହିତ ଫୁଲମାଳ ପ୍ରଦାନ କରାଯାଏ । କେହିକେହି ନୂତନ ବସ୍ତ୍ର ବଳଦମାନଙ୍କ ପିଠି ଉପରେ ପକାଇଥାନ୍ତି । ସେହିଦିନ ରାତିରେ ପିଠା ତିଆରି କରି ବଳଦମାନଙ୍କୁ ପୂଜାର୍ଚ୍ଚନା ସହ ଖାଇବାକୁ ଦିଆଯାଏ । ଏହି ଉପଲକ୍ଷେ ଚାଷିକୂଳର ସମସ୍ତେ ପ୍ରାୟତଃ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ରାତିରେ ସମସ୍ତ ପୂଜୋପକରଣ ସାଥିରେ ଧରି ଗୃହସ୍ୱାମୀ ଗୋ-ଶାଳାରେ ପାରମ୍ପରିକ ଭାବରେ ବଳଦେବଙ୍କର ପୂଜା କରିଥାଏ । ଅନେକଙ୍କ ମତରେ ଅଷ୍ଟମ ଅବତାରରେ ସ୍ୱୟଂ ବିଷ୍ଣୁ ବଳରାମ ହୋଇ ପ୍ରଥିବୀରେ ଧରାବତରଣ କରିଥିଲେ ଓ ଚାଷକାର୍ଯ୍ୟକୁ ଆର୍ଯ୍ୟମାନଙ୍କ ଭଳି ସାମାଜିକ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମକା ପ୍ରଦାନ କରାଇଥିଲେ । ସେହି କାରଣରୁ କୃଷକ ଏହି ଦିନକୁ ମହାଡମ୍ବରରେ ପାଳନ କରିଥାଏ । ଗୋ-ମାତାର ମହତ୍ତ୍ୱକୁ ଦେଖି ବାସ୍ତବରେ ଗଙ୍ଗାଧର ଲେଖିଛନ୍ତି,-”ପୃଷ୍ଠେ ବ୍ରହ୍ମା ଗଳେ ବିଷ୍ଣୁଃ ମୁଖେ ରୁଦ୍ର ସ୍ଥିତ, ଆର୍ଯ୍ୟଋଷି ମୁଖେ ଏହା ହୁଅଇ କଥିତ ।” ସେହିପରି ଗୋପବନ୍ଧୁ ଦାସ ଲେଖିଛନ୍ତି- ”ଯାହାର ଶୃଙ୍ଗୁ ପାଦଯାଏ । ଅଙ୍ଗେ ବସନ୍ତି ଦେବତାଏ ।ା ଗୋରୁର ପ୍ରତି ଲୋମ କୂପେ । ଦେବେ ବସନ୍ତି ନାନା ରୂପେ ।ା ବହୁ ତପସ୍ୟା ଫଳେ ଗାଭୀ । ଅଛନ୍ତି ଏ ପ୍ରଭାବ ଲଭି ।ା”


ଚାଇନାକୁ ଆଉ ଏକ ଝଟ୍‌କା ଦେଲା ଭାରତ ରଙ୍ଗୀନ୍ ଟିଭି ଆମଦାନୀ ଉପରେ ଲାଗିଲା ରୋକ


ନୂଆଦିଲ୍ଲୀ : ଭରତ ସରକାର ରଙ୍ଗୀନ୍ ଟେଲିଭିଜନ୍ (କଲ୍‌ର୍ର ଟିଭି ) ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଚାଇନାରୁ ଆସୁଥିବା ଶିପ୍‌ମେଟ୍ କୁ କାଟିବା ପାଇଁ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି । ଭାରତରେ ରଙ୍ଗୀନ୍ ଟିଭି ଆମାଦାନୀ ଉପରେ ଭାରତ ସରକାର ପ୍ରତିବନ୍ଧକ ଳଗାଇଛନ୍ତି ଏବଂ ଏହାକୁ ଘୋଷଣା କରିଛି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଊଏୠଞ) । ଡିଜିଏଫ୍‌ଟି ଏକ ବିଜ୍ଞପ୍ତିରେ କହିଛି ଯେ, ରଙ୍ଗୀନ୍ ଟିଭି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି, ମାତ୍ର ଏହାରି ଆମଦାନୀ ଉପରେ ମଧ୍ୟ ସ୍ୱଳ୍ପ ଧରଣର ସଂଶୋଧନ କରାଯାଇଛି । ଏହାର ଅର୍ଥ ହେଉଛି କୌଣସି ବ୍ୟକ୍ତି ଯଦି ପ୍ରତିବନ୍ଧକ ଲଗାଯାଇଥିବା ଟିଭି କିଣିବାକୁ ଚାହାନ୍ତି ତେବେ ତାଙ୍କୁ, ଡିଜିଏଫ୍‌ଟି ଠାରୁ ଅନୁମତି ଆଣିବାକୁ ପଡ଼ିବ । ଏହି ଅନୁମତି କେବଳ ସୀମିତ ସଂଖ୍ୟାକ ଟିଭି ଆମଦାନୀ ଉପରେ ଲାଗିବ । ଅର୍ଥିାତ୍ ରଙ୍ଗୀନ୍ ଟିଭି ଆମଦାନୀ କରିବା ପାଇଁ ହେଲେ ଡିଜିଏଫ୍‌ଟି ର ଲାଇସେନ୍ସ ରହିବା ଦରକାର । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଗାମୀ ଦିନରେ ଏହି ଲାଇସେନ୍ସ ଦେବା ପ୍ରକିୟାକୁ ନେଇ ଏକ ନ୍ରୂଆ ବିଜ୍ଞପ୍ତି ଜାରି ହେବ । ଏହି ପ୍ରତିବନ୍ଧକ ୧୪ ଇଞ୍ଚ ରଙ୍ଗୀନ୍ ଟିଭି ଠାରୁ ଆରମ୍ଭ କରି ୪୧ ଇଞ୍ଚ କିମ୍ବା ତାଠାରୁ ବଡ଼ ରଙ୍ଗୀନ୍ ଟିଭି ଆମଦାନୀ ଉପରେ ଲଗାଯାଇଛି । ଅଧିସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଲିକ୍ୱିଟ୍ କ୍ରିଷ୍ଟଲା ଡିସ୍‌ପ୍ଲେ ଟିଭି ସେଟ୍‌ରେ ଯାହାର ୨୪ ଇଞ୍ଚ ରୁ କମ୍ ହୋଇଥିବା ଟିଭି ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଥାଉ ଯେ, ଭାରତକୁ ରଙ୍ଗୀନ୍ ଟିଭି ସେଟ୍ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଚୀନ୍ । ଭାରତର ଏହି ପଦକ୍ଷେପ ପରେ ସବୁଠାରୁ ଅଧିକ କ୍ଷତି ସହିବ ଚୀନ୍ । ଏହି କ୍ରମରେ ଭିଏତ୍‌ନାମା, ହକଂକଂଗ, ମାଲେସିଆ, କୋରିଆ, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଥାଇଲାଣ୍ଡ ମଧ୍ୟ ଅଳ୍ପ ପରିମାଣରେ କ୍ଷତି ସହିବେ । ସେମାନଙ୍କର ବ୍ୟବସାୟରେ ହ୍ରାସ ପରିଲକ୍ଷିତ ହେବ 


ରାଷ୍ଟ୍ରୀୟ ନୂତନ ଶିକ୍ଷାନୀତି ୨୦୨୦ : ଭାରତୀୟ ଶିକ୍ଷାବ୍ୟବସ୍ଥାର ସ୍ୱର୍ଣ୍ଣିମ ଅଧ୍ୟାୟ


ଅଂଶୁମାନ ମହାରଣା


ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ଭାରତ ସରକାରଙ୍କ ୟୁନିୟନ କ୍ୟାବିନେଟ ଦ୍ୱାରା ନୂତନ ଶିକ୍ଷାନୀତି ୨୦୧୯ ଗୃହୀତ ହୋଇଛି । ବର୍ତମାନ ସମୟରେ ଶିକ୍ଷା ଜଗତରେ ବହୁ ସମସ୍ୟାର ସମାଧାନ କରିବାକୁ ଯାଉଥିବା ନୂତନ ଶିକ୍ଷାନୀତି ଭାରତୀୟ ଜୀବନମୂଲ୍ୟ ଆଧାରରେ ସୃଷ୍ଟି କରିବାକୁ ଯାଉଛି ଭାରତର ସ୍ୱର୍ଣ୍ଣିମ ଭବିଷ୍ୟତ । କିଛିଦିନ ପୂର୍ବେ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ସମ୍ବଳିତ ଏହି ପ୍ରସ୍ତାବ କେନ୍ଦ୍ରୀୟ ମାନବ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ବେଳେ ତା ୨୯.୦୭.୨୦୨୦ ରେ କେନ୍ଦ୍ରୀୟ କ୍ୟାବିନେଟ୍ ର ସ୍ୱୀକୃତି ପାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ସମିତିର ଅଧ୍ୟକ୍ଷ ଡଃ କସ୍ତୁରୀ ରଙ୍ଗନ ଙ୍କ ନେତୃତ୍ୱରେ ୧୧ ଜଣ ସଦସ୍ୟ ବିଶିଷ୍ଟ ଏହି ପ୍ରସ୍ତାବ ସମିତି ଦୁଇବର୍ଷ ମଧ୍ୟରେ ଦେଶରେ ଶିକ୍ଷା ସମ୍ବନ୍ଧିତ ଅନେକ ସଂସ୍ଥା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ଠାରୁ ରାୟ ସଂଗ୍ରହ କରି ପ୍ରସ୍ତୁତ କରାଯାଇଥିବା ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ଶେଷରେ ସ୍ୱୀକୃତି ଲାଭ କରିଛି । ୧୯୮୬ ମସିହାରେ କୋଠାରୀ କମିଶନ୍‌ର ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି ଲାଗୁ ହେବା ଏକ ଐତିହାସିକ ଘଟଣା ଅଟେ । ଏଥି ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ର ନାମ ପରିବର୍ତିତ ହୋଇ ଶିକ୍ଷା ମନ୍ତ୍ରଣାଳୟ ନାମରେ ପୁନର୍ନାମିତ ହୋଇଛି । ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୧୯ କେନ୍ଦ୍ରୀୟ କ୍ୟାବିନେଟ୍ ର ସ୍ୱୀକୃତି ପାଇବା ସହ ଭାରତୀୟ ଶିକ୍ଷା ବ୍ୟବସ୍ଥା ଜଗତରେ ହୋଇଛି ସ୍ୱର୍ଣ୍ଣିମ ଭବିଷ୍ୟତର ସୂର୍ଯ୍ୟଦୋୟ । ଯିଏକି ଦେଶର ଊଭୟ ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତନ ଆଣିବା ନିମନ୍ତେ ଉଦ୍ଦିଷ୍ଟ । ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପରେ ପ୍ରସ୍ତୁତ କରାଯାଇଥିବା ଏହି ନୂତନ ଶିକ୍ଷାନୀତିରେ ଶିକ୍ଷାର ସର୍ବାଙ୍ଗୀନ ବିକାଶର ଅନେକ ଦିଗ ଉପରେ କରାଯାଇଛି ଗୁରୁତ୍ୱାରୋପ । କେନ୍ଦ୍ର ସରକାର ଦେଶରେ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୟନ କରିବା ଅଂଶୁମାନ ମହାରଣା ଅବସରରେ ଦେଶର ସମସ୍ତ ସ୍କୁଲରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ତଥା ଅଂଚଳିକ ଭାଷାରେ ଶିକ୍ଷାଦାନ ବାଧ୍ୟତାମୂଳକ ବୋଲି ପ୍ରକାଶ କରିଛନ୍ତି । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏଥିପ୍ରତି ଧ୍ୟାନ ରଖାଯାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି ଏହାକୁ ମଧ୍ୟ ବିଧିବଦ୍ଧ ଭାବେ ଶିକ୍ଷାରେ ସାମିଲ କରି ଶିକ୍ଷାର ଅବଧିକୁ (୫+୩+୩+୪) ବର୍ଷ ଢାଂଚାର ପ୍ରୟୋଗ କରାଯିବ । ପ୍ରଥମ ଭାଗ - ଖେଳ ଖେଳରୁ ଶିକ୍ଷା ଦ୍ୱିତୀୟ ଭାଗ- କ୍ରିୟାଯୁକ୍ତ ଶିକ୍ଷା, ତୃତୀୟ ଭାଗ- ଶିକ୍ଷାଣାତ୍ମକ ଓ ଚତୁର୍ଥ ଭାଗ – କାର୍ଯ୍ୟାତ୍ମକ ଶିକ୍ଷା ଏହିପରି ସ୍ତର ରହିବ । ଛାତ୍ରଛାତ୍ରୀ ମାନେ ଏହି ୪ଟି ପର୍ଯ୍ୟାୟ ଦେଇ ଅଧ୍ୟୟନର ସୁବିଧା ପାଇବେ । ଷଷ୍ଠ ଶ୍ରେଣୀରୁ ବୃତି ଆଧାରିତ (ଠକ୍ଟମବଗ୍ଧସକ୍ଟଦ୍ଭବକ୍ଷ ଋୟଙ୍କମବଗ୍ଧସକ୍ଟଦ୍ଭ) ଆରମ୍ଭ ହେବ । ଏଥିସହିତ ଶିକ୍ଷା ଅଧିକାର ଆଇନ ଏଣିକି ୬-୧୪ ବର୍ଷ କୁ ପରିବର୍ତେ ୩-୧୮ ବର୍ଷରେ ପରିବର୍ତିତ କରାଗଲା । ଯାହାକି ବିଦ୍ୟାର୍ଥୀର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶିଶୁର ସର୍ବାଙ୍ଗୀନ ବିକାଶ ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଦୃତ ବେଗରେ ହୋଇଥାଏ । ଏଥିସହିତ ସ୍ଥାନୀୟ ଭାଷରେ ଶିକ୍ଷା ଯାହାକି ବିଦ୍ୟାର୍ଥୀକୁ ବୁଝିବାରେ ଓ ଲେଖିବାରେ ସହଜ ହେବ ତାକୁ ଲାଗୁ କରିବା ପାଇଁ ଗୁରୁତ୍ୱ ଦେବା ସହିତ ଭାରତରେ ପ୍ରଚଳିତ ଅନ୍ୟ ଭାଷା, ବିଦେଶୀ ଭାଷାକୁ ଲାଗୁ କରାଯିବା ନେଇ ସ୍ପଷ୍ଟ କରାଯାଇଛି । ନାରୀ ଶିକ୍ଷା, ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଶିକ୍ଷା, ଅନୁସୂଚିତ ଜାତ,ି ଜନଜାତି. ମୁସଲିମ୍‌, ପ୍ରବାସୀ ଏବଂ ୧୫ ପ୍ରତିଶତ ବିଦ୍ୟାର୍ଥୀ ଯେଉଁମାନେ ଶିକ୍ଷାପ୍ରାପ୍ତ ନିମନ୍ତେ ଅଯୋଗ୍ୟ ସମସ୍ତ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କ ପାଇଁ ଗୁଣବତାପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ରହିଛି । ଦେଶରେ ଅନୁସନ୍ଧାନ ଓ ବିକାଶ ବଢାଇବା ଓ ଗୁଣାତ୍ମକ ବୃଦ୍ଧି ଉଦ୍ଦେଶ୍ୟରେ ଏକ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ଗଠନ ହେବ । ସେହିଭଳି ବିଭିନ୍ନ ଉଚ୍ଚ ଶିକ୍ଷାନୁ୍‌ଷ୍ଠାନ ଗୁଡିକର ମାନ ନିର୍ଦ୍ଧାରଣ, ଆର୍ଥିକ ପରିଚାଳନା, ଅନୁବନ୍ଧନ ପାଇଁ ସମଗ୍ର ଦେଶରେ ଗୋଟିଏ ମାତ୍ର ସଂସ୍ଥା ରହିବ । ୨୦୩୫ ମସିହା ସୁଦ୍ଧା ଉଚ୍ଚ ଶିକ୍ଷାରେ ଏକ୍ସକ୍ଟଗ୍ଦଗ୍ଦ ଋଦ୍ଭକ୍ସକ୍ଟକ୍ଷଜ୍ଞରଦ୍ଭଗ୍ଧ ଜବଗ୍ଧସକ୍ଟ ୫୦ ପ୍ରତିଶତ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିଭଳି ଉଚ୍ଚଶିକ୍ଷାର ପାଠ୍ୟକ୍ରମ ବିଭିନ୍ନ ଆଂଚଳିକ ଭାଷାରେ ଉପଲବ୍ଧ କରିବା ପାଇଁ ସ୍ଥିର କରାଯାଇଛି । ଉଚ୍ଚଶିକ୍ଷାରେ ପାରମ୍ପରିକ ବିଦ୍ୟାର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି । ଉଚ୍ଚଶିକ୍ଷାରେ ଯୋଜନା, ପ୍ରଶିକ୍ଷଣ, ମୂଲ୍ୟାଙ୍କନ, ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନା କ୍ଷେତ୍ରରେ ବୈଷୟିକ ଜ୍ଞାନ କୈାଶଳର ବ୍ୟପକ ବ୍ୟବହାର ହେବ । ବିଭିନ୍ନ ମହାମାରୀ ଆଦି ଆପାତ୍‌କାଳୀନ ପରିସ୍ଥିତିରେ ଶିକ୍ଷା ଓ ଗବେଷଣାରେ ନିରନ୍ତରତା ବଜାୟ ରଖିବା ପାଇଁ ଭର୍ଚୁଆଲ ଗବେଷଣାଗାର ବିକାଶ କରାଯିବ । କୃଷି,ି ବୈଷୟିକ, ସ୍ୱାସ୍ଥ୍ୟଶିକ୍ଷା ଆଦି ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ବେଳେ ସମସ୍ତ ଶିକ୍ଷାକୁ ଏକତ୍ରିତ କରି ଗୋଟିଏ ବିଭାଗ ଅଧୀନକୁ ଆଣିଲେ ଶିକ୍ଷାର ସାମଗ୍ରିକ ଚିନ୍ତନ ଓ ବିକାଶ ହୋଇପାରିବା ନେଇ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଚିନ୍ତନ କରାଯାଇଥିବା ଉଚ୍ଚ ସାମ୍ବିଧାନିକ ସଂସ୍ଥା ରାଷ୍ଟ୍ରୀୟ ଶିକ୍ଷା ଆୟୋଗକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । କେବଳ ସେତିକି ନୁହେଁ ଆଇ.ଆଇ.ଟି ଭଳି ଶିକ୍ଷାକ୍ଷେତ୍ରକୁ ସାମଗ୍ରିକ ଶିକ୍ଷା ଢାଂଚାରେ ପକାଯିବା ସହ ଆଇ.ଆଇ.ଟି ଶିକ୍ଷାରେ କଳା, ସଂସ୍କୃତି ଭଳି ଶିକ୍ଷା ସାମିଲ ହୋଇଛି । ଦେଶରେ ଆଜି ୮୦୦ରୁ ଅଧିିକ ବିଶ୍ୱବିଦ୍ୟାଳୟ ଥିବା ସତ୍ୱେ ଅନୁବନ୍ଧନ ପରୀକ୍ଷା ଓ ସାର୍ଟିଫିକେଟ୍ ପ୍ରଦାନର ବ୍ୟସ୍ତତା କାରଣରୁ ରିସର୍ଚ ବହୁତ କମ ହେଉଛି । ତେଣୁ ଏଥିନିମନ୍ତେ ନୂତନ ଶିକ୍ଷାନୀତିରେ ପ୍ରସ୍ତାବିତ କରାଯାଇଥିବା ଏହି ତିନି ପ୍ରକାର ବିଶ୍ୱବିଦ୍ୟାଳୟ/ ଉଚ୍ଚଶିକ୍ଷା ସଂସ୍ଥାନ ଯଥା (୧) ରିସର୍ଚ୍ଚକୁ ଅଧିକ ଗୁରୁତ୍ୱ ଦେଉଥିବା ବିଶ୍ୱବିଦ୍ୟାଳୟ, (୨) ସ୍ନାତକ ଶିକ୍ଷା କୁ ଅଧିକ ଗୁରୁତ୍ୱ ଦେଉଥିବା ବିଶ୍ୱବିଦ୍ୟାଳୟ, (୩) ଡିଗ୍ରୀ ପ୍ରଦାନ କରୁଥିବା ସ୍ୱୟଂଶାସିତ ପ୍ରମୁଖ ମହାବିଦ୍ୟାଳୟକୁ ସ୍ୱୀକୃତି ଦିଆଯାଇଛି । ଫଳରେ ଗବେଷଣା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଆମ ଦେଶର ଆବଶ୍ୟକତାକୁ ନେଇ ଗବେଷଣା ହେବା ସହିତ ଉଚ୍ଚ ଶିକ୍ଷା ସଂସ୍ଥାନ ଓ ସ୍ଥାନୀୟ ଅଂଚଳ ମଧ୍ୟରେ ଉତମ ସମ୍ପର୍କ ସ୍ଥାପନ ହୋଇପାରିବ । ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ, ଉକ୍ଟ- ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ, ଋଙ୍ଘଗ୍ଧକ୍ସବ ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ ଏହିଭଳି କୈାଣସି ବିଷୟ ରହିବ ନାହିଁ । ବରଂ ସବୁ ବିଷୟକୁ ସେ ଶାରିରୀକ ଶିକ୍ଷା ହେଉ ବା ସଂଗୀତ ସମସ୍ତ ବିଷୟକୁ ସମାନ ଗୁରୁତ୍ୱ ଦିଆଯିବ । ନିଜର ପାଠ୍ୟକ୍ରମ ସହିତ ଖେଳ, ସଙ୍ଗୀତ, କୃଷି ଭଳି ଶିକ୍ଷା ମୁଖ୍ୟ ପାଠ୍ୟକ୍ରମରେ ସାମିଲ ହେବ । ଦେଶରେ ୧୧୯୩୦୩ ଏକଲ ବିଦ୍ୟାଳୟ ଚାଲୁଅଛି । ସେଥିମଧ୍ୟରୁ ୧୫ ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ନେଇ ସ୍କୁଲ କମ୍ଲେକ୍ସ ର ନିର୍ମାଣ କରି ସେଥିରେ ପାଠପଢାର ମୂଲ୍ୟବୃଦ୍ଧି କରିବା ସହିତ ଖେଳ ଗୀତ ଆଦି ବିଭିନ୍ନ ଆୟାମର ଶିକ୍ଷାବୃଦ୍ଧି କରାଯିବା ପାଇଁ ସ୍ଥିର କରାଯାଇଛି । ଯାହାକି ୧୯୬୬ ରେବ କୋଠାରୀ କମିଶନ ର ନିର୍ଦ୍ଦେଶ ଥିଲା ଆଜି ୫୫ ବର୍ଷ ପରେ ଲଙ୍କଜ୍ଞର କରାଯାଇଛି । ସେହିଭଳି ବୃତିଗତ (ଠକ୍ଟମବଗ୍ଧସକ୍ଟଦ୍ଭବକ୍ଷ) ବିଷୟକୁ ମଧ୍ୟ ପାଠ୍ୟକ୍ରମର ଏକ ଅଙ୍ଗ ଭାବରେ ଗ୍ରହଣ କରାଯିବ । ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ମନପସନ୍ଦ ବିଷୟ ବାଛିବା ପାଇଁ ବହୁତ ଗୁଡିଏ କ୍ଟକ୍ଟ୍ରଗ୍ଧସକ୍ଟଦ୍ଭ ରହିବ । ପଦାର୍ଥ ବିଜ୍ଞାନ ସହିତ ଅର୍ଥନୀତି, ବାଣିଜ୍ୟ ସହିତ ସଂଗୀତ, ଇତିହାସ ସହିତ ଗଣିତ ଭଳି ବିଷୟ ନେଇ ମଧ୍ୟ ଛାତ୍ରଛାତ୍ରୀ ମାନେ ପଡିବାର ସୁଯୋଗ ପାଇପାରିବେ । ସବୁଠାରୁ ଗୁରୁତ୍ୱର ବିଷୟ ବିନ୍ଦୁ ଭାବେ ୨୦୩୦ ସୁଦ୍ଧା ଶତପ୍ରତିଶତ ବିଦ୍ୟାଳୟ ପ୍ରବେଶକୁ ହାସଲ କରିବା ପାଇଁ ଲକ୍ଷ୍ୟ ସ୍ଥିରୀକୃତ ହୋଇଛି । ଛାତ୍ରଛାତ୍ରୀ ସେମାନଙ୍କର ମୁଲ୍ୟାଙ୍କନ ନିଜେ କରିବା ସହିତ, ସହପାଠୀ ଓ ଶିକ୍ଷକଙ୍କ ଦ୍ୱାରା ନିଜର ମୁଲ୍ୟାଙ୍କନ କରିବେ । କେବଳ ସାର୍ଟିଫିକେଟ୍ ଅର୍ଜନ କରିବା ଆଜିର ଶିକ୍ଷାର ମୂଳ ଉଦ୍ଦେଶ୍ୟ ହୋଇଯାଇଛି । ଆଜିର ଶିକ୍ଷା ବ୍ୟବସ୍ଥା ଶିକ୍ଷା ଦେବା ନାମରେ ଛାତ୍ର ଉପରେ କେବଳ ବାହାରୁ ବିଭିନ୍ନ ବିଷୟ ଲଦି ଦେବାରେ ବ୍ୟସ୍ତ । ଶିକ୍ଷା କହିଲେ କେବଳ କିଛି ସୂଚନା ସଂଗ୍ରହ ନୁହଁ କିମ୍ବା କେବଳ ମସ୍ତିଷ୍କ ସହିତ ହୃଦୟ, ହସ୍ତ, ପାଦ ସମସ୍ତଙ୍କ ବିକାଶ ହେବା ଉଚିତ୍ । ଅର୍ଥାତ ଶିକ୍ଷାପ୍ରାପ୍ତ ଦ୍ୱାରା ବୁଦ୍ଧିର ବିକାଶ ସହିତ ହୃଦୟ ବିକାଶ ଅର୍ଥାତ ସମାଜ ପାଇଁ ଭଲ ମନୁଷ୍ୟ ତଥା ନିଜେ ରୋଜଗାରକ୍ଷମ ଅର୍ଥାତ୍ ନିଜର ହସ୍ତପଦ କାର୍ଯ୍ୟର ବିକାଶ ମଧ୍ୟ ହେବା ଉଚିତ । ସ୍ୱାମୀ ବିବେକାନନ୍ଦ କହିଥିଲେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଅର୍ନ୍ତନିହିତ ଗୁଣ ଓ କ୍ଷମତା ରହିଛି । ତାହାର ପରିପ୍ରକାଶ ହିଁ ଶିକ୍ଷା । ନୂତନ ଶିକ୍ଷାନୀତି ପ୍ରଣୟନ ୨୦୧୯ ପୂର୍ବରୁ ୧୯୮୪ ରେ ରାଧାକ୍ରିଷ୍ନ କମିଶନ, ୧୯୬୪ ରେ କୋଠାରୀ କମିଶନ ମଧ୍ୟ ଶିକ୍ଷାରୁ କିଲୋନିୟଲ ବିଚାରକୁ ଦୂର କରି ଭାରତୀୟତା ବା ଆମ ଦେଶର ଆବଶ୍ୟକତା ଭିତିକ ଶିକ୍ଷାଦେବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଆମେ ୧୮୩୦ ମସିହାର ବ୍ରିଟିଶ ଶିକ୍ଷା ବ୍ୟବସ୍ଥାର ଏତେ ପରିମାଣରେ ଦାସ ହୋଇଯାଇଥିଲୁ ଯେ, ବିଭିନ୍ନ ଶିକ୍ଷା ଆୟୋଗ ଦେଇଥିବା ପ୍ରସ୍ତାବକୁ ଲାଗୁ ନକରି ଥଣ୍ଡା ବ୍ୟବସ୍ଥା ମଧ୍ୟକୁ ଫିଙ୍ଗିଦେଇଥିଲୁ । ୧୯୮୬ ମସିହାରେ ଆମର ଶେଷ ଶିକ୍ଷାନୀତି ମଧ୍ୟ ପ୍ରଣୟନ ହୋଇଥିଲା । ତାହାମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଡଃ କସ୍ତୁରୀ ରଙ୍ଗନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତାବିତ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି, ଯାହାକି ଆଧୁନିକ ହେଲେ ମଧ୍ୟ ଦେଶର ପାରମ୍ପରିକ ଜ୍ଞାନକୁ ପ୍ରୋତ୍ସାହନ ଦେଉଛି । ଶିକ୍ଷାକୁ ଖଣ୍ଡ ଖଣ୍ଡ ଭାବେ ବିଚାର ନକରି ସମଗ୍ରତାର ସହ ବିଚାର କରୁଛି । ଶିକ୍ଷା କେବଳ ଚାକିରୀ ପାଇଁ ନୁହଁ ମନୁଷ୍ୟ ନିର୍ମାଣ ପାଇଁ ବିଚାର କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ଶିକ୍ଷାନୀତି କେବିଂଶ ଶତାବ୍ଦୀର ଭାରତ ପାଇଁ ଏକ ନୂତନ ଆଶା ଆଣିଦେଇଛି ଯାହାର ଆଧାରରେ ଶ୍ରେଷ୍ଠ ଭାରତ ନିର୍ମାଣ କରାଯାଇପାରିବ । କୌଣସି ନୀତିକୁ ସଠିକ ଭାବେ କ୍ରିୟାନ୍ୱୟନ କରିବା ଦ୍ୱାରା ହିଁ ଏହାର ସୁଫଳ ମିଳିଥାଏ । ତେଣୁ କେନ୍ଦ୍ର ସରକାର ଏହି ନୀତିକୁ ସଫଳ ଓ ଉତ୍ସାହ ପୂର୍ଣ୍ଣ ଭାବେ କ୍ରିୟାନ୍ୱୟନ କରି ୫ ବର୍ଷ ମଧ୍ୟରେ ଏହାର ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ପ୍ରତିପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ଅତଏବ୍ ଏହି ନୂତନ ଶିକ୍ଷାନୀତିର ପ୍ରବର୍ତନ ଦ୍ୱାରା ଭାରତବର୍ଷ ଯେ ପୁଣିଥରେ ସମଗ୍ର ବିଶ୍ୱରେ ବିଶ୍ୱଗୁରୁ ବୋଲାଇବ ଏହା ନିଃସନ୍ଦେହ । ବଦ୍ଭଗ୍ଦଷଙ୍କଜ୍ଞବଦ୍ଭଜ୍ଞବଷବକ୍ସବଦ୍ଭବଜ୍ଞରୟସବଅଶଜ୍ଞବସକ୍ଷ.ମକ୍ଟଜ୍ଞ


ହିଡ ହାଣୁଥିଲେ ବାହାରିଲା ବିରଳ ମୂର୍ତ୍ତି 

ଭଦ୍ରକ,୧-୮: ଚାଷ ଜମିରୁ ମିଳିଲା ବିରଳ ମୂର୍ତ୍ତି । ଭଦ୍ରକ ଜିଲ୍ଲା ଜଳଙ୍ଗା ଗାଁରୁ ଏକ କଳାମୁଗୁନି ପଥରରେ ବିରଳ ମୂର୍ତ୍ତି ମିଳିଛି । ଗାଁର ରମେଶ ମଲ୍ଲିକ ଆଜି ଚାଷ ଜମିରେ ହିଡ ପାଖ ହାଣୁଥିଲେ । ଏହି ସମୟରେ ତାଙ୍କ କୋଦାଳରେ ପଥର ବାଜିବାର ଶଦ୍ଦ ହୋଇଥିଲା । ଏହାପରେ ରମେଶ ମାଟି ଭିତରୁ ଏକ କଳାମୁଗୁନି ପଥରର ମୂର୍ତ୍ତି ଦେଖିବାକୁ ପାଇଥିଲେ । ମୂର୍ତ୍ତିରେ ଭଗବାନ୍ ରାମଙ୍କ ଚିତ୍ର ଥିବା ଦେଖି ଯେ ମୂର୍ତ୍ତିଟିଏ ନେଇ ଗାଁକୁ ପଳେଇ ଆସିଥିଲେ । କଳା ମୁଗୁନି ପଥରରେ ଏହି ମୂର୍ତ୍ତିରେ ଭଗବାନ୍ ରାମଙ୍କ ଚିତ୍ର ଖୋଦେଇ ହୋଇଥିବା ଜଣାପଡିଛି । ଏହି ବିରଳ ମୂର୍ତ୍ତି ବିଲରୁ ମିଳିବା ପରେ ଗାଁରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । 


ଏବେ ଲିପୁଲେଖରେ ସୈନିକଙ୍କ ସଂଖ୍ୟା ବଢ଼ାଉଛି ଚୀନ୍‌


ନୂଆଦିଲ୍ଲୀ, ୧ା୮: ଲଦାଖର ଗଲୱାନ୍ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଚୀନ୍ ଏବେ ନୂଆ ଚାଲ୍ ଖେଳିବା ଆରମ୍ଭ କରିଛି । ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମୀର ଉତ୍ତରାଖଣ୍ଡ ସୀମାବର୍ତ୍ତି ଅଞ୍ଚଳ ଲିପୁଲେଖରେ ନିଜ ସୈନ୍ୟ ସଂଖ୍ୟା ବଢ଼ାଇବାରେ ଲାଗିଛି । ସେଠାରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି) ନିକଟରେ ଯେତିକି ସଂଖ୍ୟକ ଚୀନ୍ ସୈନ୍ୟ ପୂର୍ବରୁ ଦେଖିବାକୁ ମିଳୁଥିଲେ ଏବେ ସେହି ସଂଖ୍ୟାରେ ବୃଦ୍ଧି ହୋଇଛି । ଭାରତ ଓ ଚୀନ୍‌ର ସୈନିକଙ୍କ ମଧ୍ୟରେ ଗତମାସ ୧୫ତାରିଖରେ ଗଲୱାନ୍ ଘାଟିରେ ରକ୍ତାଙ୍କ ସଂର୍ଘଷ ଘଟିଥିଲା । ଏହି  ଘଟଣାରେ ଭାରତର ୨୦ଜଣ ବୀର ଯବାନ ସହିଦ୍ ହୋଇଥିବା ବେଳେ ଚୀନ୍‌ର ପ୍ରାୟ ୪୫ଜଣ ସୈନିକ ମୃତାହତ ହୋଇଥିଲେ । ଏହି ଘଟଣା ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଚୀନ୍ ବିଭିନ୍ନ ଦିଗରୁ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ଭାରତ ମଧ୍ୟ ପ୍ରଥମ ଥର ପାଇଁ ଚୀନ୍ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପରିପୋଷଣ କରି ଏବଂ କୂଟନୈତିକ ଉପାୟରେ ଚୀନ୍ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଛି । ତେଣୁ ଚୀନ୍ ଏବେ ନୂଆ ଚାଲ୍ ଖେଳିଛି । ଲିପୁଲେଖ ଅଞ୍ଚଳକୁ ନେଇ ଭାରତ ଓ ନେପାଳ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଚୀନ୍ ଏବେ ଲିପୁଲେଖ ଅଞ୍ଚଳରେ ସୈନିକଙ୍କ ସଂଖ୍ୟା ବୃଦ୍ଧି କରିବା ଭାରତ ପାଇଁ ଚିନ୍ତାର କାରଣ ପାଲଟିଲାଣି । ନେପାଳକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଚୀନ୍ ଏପରି ଚାଲ୍ ଭାରତ ବିରୋଧରେ ଖେଳୁଥିବା ଚର୍ଚ୍ଚା ହେଉଛି । 


ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟ


ଅଯୋଧ୍ୟା: ପାଞ୍ଚ ଅଗଷ୍ଟରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ନବ ବଧୂ ପରି ସଜେଇ ହେଉଛି । ଚାରିଆଡେ ପରିସ୍କାର ଏବଂ ରଙ୍ଗ କାମ ଚାଲିଛି । ସରୁୟ ଘାଟଠୁ ନେଇ ରାମ ଜନ୍ମଙୂମି ପରିସର ଏବଂ ରାସ୍ତାଘାଟକୁ ନୂଆ ରଙ୍ଗରେ ରଙ୍ଗ ଦିଆଯାଉଛି । କୁହାଯାଉଛି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିବାକୁ ଅଯୋଧ୍ୟା ଆସିବେ ସେତେବେଳେ ତାଙ୍କୁ ସବୁ ଆଡେ ତ୍ରେତୟା ଯୁଗ ଭଳି ଚିତ୍ର ଦେଖିବାକୁ ମିଳିବ । ନାନା ରଙ୍ଗର ଛାୟା ବିସ୍ତାର କରିବାକୁ ପ୍ରସ୍ତୁତି ଜୋର୍ ସୋର୍‌ରେ ଚାଲିଛି । ଡିଜିପି ଏଚ୍‌ସି ଅବସ୍ଥି କହିଛନ୍ତି, ପାଞ୍ଚ ଅଗଷ୍ଟରେ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ବିଶିଷ୍ଠ ଲୋକଙ୍କ ଉପସ୍ଥିତି କାରଣରୁ ଡ୍ରୋନ କ୍ୟାମେରାରେ ମଧ୍ୟ ଅଯୋଧ୍ୟାର ତଦାରଖ କରାଯିବ । ଏହା ବ୍ୟତୀତ ଛାତଗୁଡିକ ଉପରେ ସ୍ନାଇପର ମଧ୍ୟ ମୁତୟନ କରାଯିବ । ମୁଖ୍ୟ ସଚିବ ଆର୍‌କେ ତିୱାରୀ ଏବଂ ଉପ ମୁଖ୍ୟ ସଚିବ ଗୃହ ଅବନୀଶ କୁମାର ଅବସ୍ଥିଙ୍କ ସହ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଫେରିଥିବା ଡିଜିପି କହିଛନ୍ତି ସୁରକ୍ଷାରେ ପର୍ଯ୍ୟାପ୍ତ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାସ୍କ ଏବଂ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟ କରିବାକୁ ସୁରକ୍ଷାକର୍ମୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆସନ୍ତା ୩ ଅଗଷ୍ଟରୁ ଅଯୋଧ୍ୟାରେ ବାହାରର କୌଣସି ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯିବ । କେହି ହେଲେ ବି ଭିତରକୁ ପ୍ରବେଶ କରିପାରିବେ ନାହିଁ ।


ଆମେରିକାରେ ବି ବ୍ୟାନ୍ ହୋଇପାରେ ଟିକ୍‌ଟକ୍ ୱାଶିଂଟନ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ସହ ଆମେରିକା ଏବଂ ଚୀନ୍ ମଧ୍ୟରେ ବି ତିକ୍ତତା ଖବର ଆସୁଛି । ଉଭୟ ଦେଶ ଜଣେ ଅନ୍ୟ ଜଣର ଦୂତାବାସ ବନ୍ଦ କରି ଏହାର ଉଦାହରଣ ଦେଇଛନ୍ତି । ଏହାରି ମଧ୍ୟରେ ଏବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଆମେରିକା ମଧ୍ୟ ଟିକ୍‌ଟକ୍ ଉପେର ପ୍ରତିବନ୍ଧକ ଲଗାଇପାରେ । ସେ ଏକ ବୟାନରେ କହିଛନ୍ତି, ଆମେ ଟିକ୍‌ଟକ୍ ବ୍ୟାନ୍ କରିବା ଉପରେ ବିଚାର କରୁଛୁ, ଆମେ ତା ଉପରେ ପ୍ରତିବନ୍ଧକ ଲଗାଇପାରୁ । ଆମେ ଆଉ ଅନ୍ୟ କିଛି ଜିନିଷ ମଧ୍ୟ କାରିପାରୁ, ଆମ ପାଖରେ କିଛି ବିକଳ୍ପ ଅଛି, କିନ୍ତୁ ଆଉ ଅନେକ ଉପରେ ମଧ୍ୟ ବାଚିର କରୁଛୁ । ଟ୍ରମ୍ପଙ୍କ ଏହି ବୟାନ ତାଙ୍କର ବୁଧବାରର ବୟାନ ପରେ ଆସିଛି ଯେଉଁଥିରେ ସେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକର ଇସାରା କରିଥିଲେ । ଏହା ପ୍ରଥମ ଅବସର ନୁହେଁ ଯେବେ ଆମେରିକାରେ ମଧ୍ୟ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ନେଇ କେହି ବୟାନ ଦେଇନାହାନ୍ତି । ଏହା ପୂର୍ବରୁ ଆମେରିକାର ପ୍ରତିରକ୍ଷା ସଚିବ ମାଇକ ପୋମ୍ପିଓ ମଧ୍ୟ କହିଥିଲେ ଯେ, ଆମେରିକା ମଧ୍ୟ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛି । ପ୍ରକାଶଯୋଗ୍ୟ, ଭାରତ ୫୯ ଚାଇନିଦ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକାରେ ମଧ୍ୟ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଛି । 


ସୁପରିବର୍ତନର ନୂଆ ଦିଗ ; ରାଷ୍ଟ୍ରୀୟ ଶିକ୍ଷାନୀତ


ସ୍ମତିସୁଧା ସାହୁ ଦେଶକୁ ଦୃଢ କରିବାକୁ ହେଲେ ଶିକ୍ଷାର ଉନ୍ନତି ନିତାନ୍ତ ଆବଶ୍ୟକ । ଶିକ୍ଷା ଦେଶର ମେରୁଦଣ୍ଡ ସଦୃଶ । ଯୁବଶକ୍ତିର ମୂଳ ଧାର ବିବେକାନନ୍ଦ କହିଥିଲେ ଯେ ନ୍ତଯେତିକି ବିଷୟ ଆମେ ଆମ ମସ୍ଥିକ କୁ ଦେଉ , କିଛି ବୁଝି ହୁଏ ଏବଂ ଆଉ କିଛି ବୁଝି ବି ହୁଏ ନାହିଁ - ତାହା ଶିକ୍ଷା ନୁହେଁ । ଆମ ଜୀବନରେ ଶିକ୍ଷା ଜୀବିକା ନିର୍ମାଣ, ଚରିତ୍ର ନିର୍ମାଣ, ମନୁଷ୍ୟର ସଠିକ୍ ବ୍ୟାବହାର ନିର୍ମାଣରେ ଲାଗିବା ଦରକାର । ଯଦି ନିଜ ପାଖରେ ଥିବା ପାନ୍‌ଚୋଟି ନୂତନ ଚିନ୍ତା ଧାରାକୁ ଜୀବନ ଓ ଚରିତ୍ର ନିର୍ମାଣରେ ଲଗାଯାଏ । ତେବେ ଗୋଟିଏ ସମ୍ପୂର୍ଣ୍ଣ ପାଠାଗାର ର ପୁସ୍ତକକୁ ମନେ ରଖୁଥିବା ବ୍ୟକ୍ତି ଠାରୁ ତୁମେ ଅଧିକ ଶିକ୍ଷିତନ୍ତ । ଦିର୍ଘ ଏତେ ବର୍ଷର ଅପେକ୍ଷାପରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି । ବଦଳିଛି ଶିକ୍ଷାନୀତି ଶିକ୍ଷାର ଢାନ୍‌ଚା ୨୯ /୦୭/ ୨୦୨୦ ରେ ଏହି ଶିକ୍ଷାନୀତି କେନ୍ଦ୍ରୀୟ କ୍ୟାବିନେଟ୍‌ର ସ୍ୱୀକୃତି ପ୍ରାପ୍ତ ହୋଇଛି । ବିଭିନ୍ନ ଶିକ୍ଷା ସମ୍ବନ୍ଧିତ ଅନେକ ଅନୁଷ୍ଠାନ , ସଂସ୍ଥାରୁ ବିଭିନ୍ନ ମତ ସଂଗ୍ରହ କରି ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ସମିତିର ଅଧ୍ୟକ୍ଷ ଡଃ କସ୍ତୁରୀ ରଙ୍ଗନାଥନ୍ ଙ୍କ ନେତୃତ୍ୱରେ ୧୧ ଜଣ ସଦସ୍ୟ ବିଶିଷ୍ଠ ଏହି ପ୍ରସ୍ତାବ କମିଟି ନୂତନ ଶିକ୍ଷାନୀତି ପ୍ରସ୍ତୁତ କରିଥିଲେ ଓ ଶେଷରେ ସ୍ୱୀକୃତି ମଧ୍ୟ ଲାଭ କରିଅଛି ।୧୯୮୬ ମସିହାରେ କୋଠାରୀ କମିଶନ୍ ଦିର୍ଘ ୩୪ ବର୍ଷରେ ନୂତନ ଶିକ୍ଷାନୀତି ଲାଗୁହେବା ଏକ ଯୁଗାନ୍ତକାରୀ ଐତିହାସିକ ନିର୍ଣ୍ଣୟ ଅଟେ । ଏହି ନୂତନ ଶିକ୍ଷାନୀତି - ୨୦୨୦ ମସିହାରେ ଶିକ୍ଷାର ଅଭଧିକୁ ୫+୩+୩+୪ ବର୍ଷ ଢଂଗରେ ପ୍ରୟୋଗ କରାଯିବ । ୫ ଅର୍ଥାତ୍ କ୍ରୀଡାତ୍ମକ ଶିକ୍ଷା ଯେଉଁ ଥିରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟ ୩ ବର୍ଷ ସହ ୧ମ ଓ ୨ୟ ଶ୍ରେଣୀ ଅନ୍ତରଭୁକ୍ତ । ସ୍ନାୟୁ ବିଜ୍ଞାନ ଅନୁସାରେ ୮୫% ଶିଶୁଙ୍କ ମସ୍ତିକ ଉନ୍ନତି ୧ରୁ ୬ ବର୍ଷ ମଧ୍ୟରେ ହୋଇଥାଏ , ଅର୍ଥାତ୍ ଜନ୍ମ ମାତ୍ରକେ ତାର ମସ୍ତିକର ଉନ୍ନତି ଆରମ୍ଭ ହୋଇଥାଏ । କିନ୍ତୁ ବିବିଧ ଅବହେଲା ଯୋଗୁ ଏଥିରେ କ୍ଷୟ ଘଟିଥାଏ । ତେଣୁ ଅଧିକ ଆଦର , ପୋଷଣ , ଶାରିରୀକ ଉନ୍ନତି ଓ ସମସ୍ତ ଗୋଟି ଶିଶୁ ଜୀବନରେ ବହୁମୂଲ୍ୟବାନ ସ୍ଥାନ ଗ୍ରହଣ କରିଥାଏ । ଏହି ଶିକ୍ଷାନୀତି ଦ୍ୱାରା ଭାରତରେ ସମସ୍ତ ଗରିବ ଓ ଗ୍ରାମୀଣ ଶିଶୁ ମଧ୍ୟ ଏହି ଶିକ୍ଷାରେ ସାମିଲ ହୋଇ ପାରିବେ । ୩ ଅର୍ଥାତ୍ ବିଭିନ୍ନ କାର୍ଯ୍ୟ ଯେପରିକି ଲିଖନ , ଖେଳ , ଶାରିରୀକ ଶିକ୍ଷା , ଗଣିତ, ବିଜ୍ଞାନ ଅଦି ଏହି ସମସ୍ତ ୩ୟ, ୪ର୍ଥ, ୫ମ ଶ୍ରେଣୀ ରେ ପଢାଯିବା । (୧) ୩ ଅର୍ଥାତ୍ ବୟସ ୧୧-୧୪ ଏବଂ ଶ୍ରେଣୀ ୬ଷ୍ଠ, ୭ମ, ୮ମ, ରେ ସାମାଜିକ, ବିଭିନ୍ନ ବିଷୟରେ ଗଭୀର ଆଲୋଚନା କରାଯିବ । ୪ ଅର୍ଥାତ୍ ୧୪ ରୁ ୧୮ ବର୍ଷ ସହ ଶ୍ରେଣୀ ୯ମ, ୧୦ମ ଓ ଦ୍ୱାଦଶ ରେ କାଯ୍ରା୍ୟତ୍ମକ ଶକ୍ଷା ବିଷୟରେ ଧ୍ୟାନ ଦିଆଯିବ । ଭାଷା କେବଳ ସୂଚନାର ମାଧ୍ୟମ ନୁହେଁ ହେି ପତ୍ୟେକ ବ୍ୟକ୍ତିର ଭାବ ପ୍ରକାଶର ମୂଳମନ୍ତ୍ର । ଏହି ଶିକ୍ଷାନୀତିର ୫ମ ଶ୍ରେଣୀ ବା ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ନିଜ ମାତୃଭାଷାରେ ବା ଆନ୍‌ଚଳିକ ଭାଷାରେ ଶିକ୍ଷାଲାଭ କରିବେ । ଟଜଏ ଟଦ୍ଭୟରକ୍ସ କ୍ସରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧରୟ ଏକ୍ସକ୍ଟଙ୍କକ୍ଟ୍ର କୁ ଅଧିକ ଧ୍ୟାନ ଦେବା ନିମନ୍ତେ ଅର୍ଥାତ୍ ନାରୀ, ଝଞ, ଝଉ, ଙଈଉ ଏ ସମସ୍ତ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଏହି ଶିକ୍ଷାନୀତି ଚୁକ୍ତିବଦ୍ଧ । ସର୍ବ ସମବେଶକ ଶିକ୍ଷା କୁ ଏଥିରେ ଅନ୍ତଭୁକ୍ତ କାରାଯିବ ଓ ଏହା ବହୁ ସ୍ୱାଗତ ଯୋଗ୍ୟ । କାଦମ୍ବରୀ ପୁସ୍ତକରେ ଲିଖିତ ଯେ କଳା ଯେଉଁଥିରେ ସଂଗୀତ , ନୃତ୍ୟ, ଭାଷା, ସାହିତ୍ୟ , ମାଟି କାମ ଭଳି ଅନେକ କଳା ରହିଛି । ଏହି ଭାରତୀୟ ଗ୍ରନ୍ତାଧାରାକୁ ପୁନର୍ବାର ଲାଗୁ କରିବାକୁ ଯାଉଛି (ଏନ୍ ଇ ପି ୨୦୨୦) । ନ୍ତଏହି ଶିକ୍ଷା ବିଜ୍ଞାନ , ଗଣିତ ଓ କଳାର , ଔଷଧ ଓ ପଦାର୍ଥ ବିଜ୍ଞାନର, ସଂସ୍କୃତ ଓ ଅନ୍ତରୀକ୍ଷ ବିଜ୍ଞାନ ମଧ୍ୟରେ ଏକ ବୈବାହିକ ସଂପର୍କ ସ୍ଥାପନ କରାଇବାନ୍ତ । ଜ ବଦ୍ଭୟ ଓ ସଦ୍ଭଙ୍ଖରଗ୍ଦଗ୍ଧଜ୍ଞରଦ୍ଭଗ୍ଧ ଭାରତରେ କେବଳ ୦.୮% , ୨୦୦୮ ମସିହରେ ଥିଲା ।ହା ୨୦୧୪ ରେ ୦.୬୯ % କୁ ଖସିଆସିଥିଲା ଯାହା କି ଟ ଝ ଇ ରେ ୨.୮% ଚୀନ୍ ରେ ୨.୧% ଥିଲା ଦକ୍ଷିଣ କୋରିଆ ରେ ୪.୧% , ଇସ୍ରାଏଲ୍ ରେ ୪.୩% ଥିଲା । ଏହା ଭାରତରେ ଗବେଷଣା କାର୍ଯ୍ୟକୁ ନିମ୍ନସ୍ତରକୁ ନେଇଯିବ । ଯେଉଁ ସମୟରେ ପ୍ରତି ୧ଲକ୍ଷ ଲୋକରେ ଚିନ୍ ରେ ୧୧୧ଜଣ , ଅମେରିକା ରେ ୪୨୩ ଜଣ, ଇସ୍ରାଏଲ୍ ରେ ୮୨୫ ଜନ , ଗବେଷଣା କରୁଥିବା ବେଳେ ଭାରତରେ ଏହା ମାତ୍ର ୧୫ % (ଅର୍ଥନୀତିକ ସର୍ଭେ ୨୦୧୬- ୧୭ ଅନୁସାରେ ) ଡ ଓ ଚ ଙ ଏହା ଅନୁସାରେ ଚୀନ୍ ୧୩୩୮୫୦୩ କ୍ଟ୍ରବଗ୍ଧରଦ୍ଭଗ୍ଧ ବକ୍ଟ୍ରକ୍ଟ୍ରକ୍ଷସମବଗ୍ଧସକ୍ଟଦ୍ଭ ଆମେରିକା ୬୦୫୫୭୧ କ୍ଟ୍ରବଗ୍ଧରଦ୍ଭଗ୍ଧ ପୂର୍ଣ୍ଣ କରିବା ବେଳେ ଭାରତ ଖେବଳ ୪୫୦୫୭ କ୍ଟ୍ରବଗ୍ଧରଦ୍ଭଗ୍ଧ ବକ୍ଟ୍ରକ୍ଟ୍ରକ୍ଷସମବଗ୍ଧସକ୍ଟଦ୍ଭ ପୂର୍ଣ୍ଣ କରୁଛି । ୭୦ % ଘ ଜ ଓ ଙ୍କର ଯୋଗଦାନ ରାହିଛି । ନିଜର ସଂସ୍କୃତିରେ କମ୍ ଗବେଷଣା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣା ଅଭାବ, ବିଶ୍ୱବିଦ୍ୟାଳୟ ଓ ଘ ଜ ଖ ର ଯୋଗାଯୋଗର ବିଛିନ୍ନତା ଭାରତରେ ବହୁ ରୁଗ୍‌ଣ ଗବେଷଣାର ମୂଳକାରଣ । କିନ୍ତୁ ଏହି (ଏନ୍ ଇ ପି ୨୦୨୦) ଗବେଷଣା କ୍ଷେତ୍ରରେ ପ୍ରସାରଣ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦେବା ପାଇଁ ଦୃଢ ନିଷ୍ପତି ଗ୍ରହଣ କରିଛି । ଜ ଝ ଇ ସହିତ ରାଜ୍ୟ ଶିକ୍ଷା ଆୟୋଗ ସମ୍ମିଳତ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ଓ ଐ ଓ ଋ ଶିକ୍ଷାର ଉନ୍ନତି, ଗୁଣାତ୍ମକ ଶିକ୍ଷାରେ ଉନ୍ନତି, ପରୀକ୍ଷାର ସଠୋକ୍ ପରିଚାଳନା ହୋଇପାରିବ ବୋଲି ଆଶା ଓ ବିଶ୍ୱାସ ରହିଛି । ଶିକ୍ଷକ ଗୋଟିଏ ଦେଶକୁ ସଠିକ୍ ଦିଗ ପ୍ରଦାନ କରେ ତେଣୁ ଶିକ୍ଷକ ପ୍ରେରଣାଦାୟୀ, ଉଚ୍ଚଶିକ୍ଷିତ , ମାତୃହୃଦୟସଂପନ୍ନ ହେବା ଦରକାର । ସର୍ବୋପରି ଘ ଋ ଚ ୨୦୨୦ ରି ଶିକ୍ଷାନୀତି ଭାରତ କେନ୍ଦ୍ରିକ ଯେଉଁଥିରେ ମାତୃଭାଷା , ସଂସ୍କୃତ ଓ ବିଭିନ୍ନ ଆନ୍‌ଚଳିକ ଭାଷା ର ଗୁରୁତ୍ୱ ରହିବ । ଗବେଷଣା ଦିଗରେ ଧ୍ୟାନ ଦିଆଯିବ, ବିଦ୍ୟାଳୟର ଗଠନ ଓ ଶୈକ୍ଷିକ ବାତା ବରଣ ସୁପରିବର୍ତ୍ତନ ଶିକ୍ଷାରେ କିଛି ନୂତନ ଓ ବହୁଉଚ୍ଚ ପଦେକ୍ଷପ ନିଆଯିବ । ଏହି ନୂତନ ଶିକ୍ଷାନୀତି ପୂର୍ବୂରୁ ୧୯୮୪ରେ ରାଧାକୃଷ୍ଣ କମିଶନ୍ , ୧୯୬୪ ରେ କୋଠାରୀ କମିଶନ୍ ରେ ଆମ ଭାରତର ଆବଶ୍ୟକତା ଭିତିକ ଶିକ୍ଷା ପାଇଁ ସୁପାରିଶ ହୋଇଥିଲା , ୧୮୩୦ ରେ ବ୍ରିଟିଶ ଶିକ୍ଷା ବ୍ୟବସ୍ତାର ଦାସ ପାଲଟି ଗଲୁ , ୧୯୮୬ ରେ ଶେଷ ଶିକ୍ଷାନୀତି ପ୍ରୟଣ ହେଲା । ହେଲେ ଡ. କେ. ରଙ୍ଗନ ଙ୍କ ଶିକ୍ଷାନୀତି ଆଧୁନିକ ହେଲେ ହେଁ ଦେଶର ପାରଂମ୍ପାରିକ ଜ୍ଞାନକୁ ମଧ୍ୟ ପ୍ରୋତ୍ସାହନ ଦେଉଛି । ଏହି ଶିକ୍ଷାନୀତି ନିତାନ୍ତ ରୂପେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୟାନ୍ୱୟନ କଲେ ଏହା ଏକ ସଫଳ ରୂପ ଗ୍ରହଣ କରିପାରିବା । ବାସ୍ତବରେ ମୋ ଦେଶ ଭାରତବର୍ଷ ବିଶ୍ୱଗୁରୁର ଆସନରେ ଅଳଙ୍କୁତ ହେବା ଏହି ପରିବର୍ତନ ଏକ ନୂତନ ଦିଗରେ ଭାରତକୁ ପହନ୍‌ଚେଇବା , ଏହା ନିଃସନ୍ଦେହ !! ୮୬୫୮୫୨୮୫୭୭

ଭାରତୀୟ ଶିକ୍ଷା ବ୍ୟବସ୍ଥା ର ନୂତନ ଅଧ୍ୟାୟ : ଜାତୀୟ ଶିକ୍ଷାନୀତ


ସଂଗୀତା ପଣ୍ଡା ଏ ପି ଯେ ଅବଦୁଲ କାଲାମ ଙ୍କ ମତରେ ବିଶ୍ୱ ପରିବର୍ତନ ର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଶିକ୍ଷା । ମାତ୍ର ଦୁଃଖ ଓ ପରୀତାପର ବିଷୟ ଆଜି ପର୍ଯ୍ୟନ୍ତ ଯେଉଁ ଶିକ୍ଷା ଆମେ ଗ୍ରହଣ କରୁଥିଲୁ ତାହା କେବଳ ଆମକୁ ଏକ ସାକ୍ଷରତାର ପ୍ରମାଣପତ୍ର ଦେଇ ସ୍ଥାଣୁ ହୋଇଯାଉ ଥିଲା । ଦୀର୍ଘ ବର୍ଷ ର ସ୍ୱାଧୀନତା ପରେ ମଧ୍ୟ୍ୟ ଆମ ଶିକ୍ଷା ବ୍ୟବସ୍ଥା ପ୍ରାଚୀନ ଔପନିବେଶୀକତା ର ବଶବର୍ତ୍ତୀ ହୋଇ ଏଯାବତ ପରାଧୀନତା ର ଶୃଙ୍ଖଳ ରେ ବନ୍ଦୀ ଥିଲା । ମାତ୍ର ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର କେନ୍ଦ୍ର କ୍ୟାବିନେଟ ର ଅନୁମୋଦନ ପରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି । ଏକଦା ଭାରତ ବିଶ୍‌ବଗୁରୁ ଥିଲା. ଭାରତ ବର୍ଷ ରେ ଥିବା ନାଳନ୍ଦ, ତକ୍ଷଶୀଳା, ପୁଷ୍ପଗିରି ଭଳି ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱ କୁ ଜ୍ଞାନ ର ଆଲୋକ ପ୍ରଦାନ କରୁଥିଲା, କେବଳ ସେତିକି ନୁହେଁ ଭାରତୀୟ ଆୟୁର୍ବ?ଦ, ସଂଗୀତ, କୃଷି ଇତ୍ୟାଦି ଏତେ ଉଚ୍‌ଚକୋଟି ର ଥିଲା ଯେ ଏଥିପାଇଁ ସମୟ କ୍ରମେ ଭାରତ କୁ ଆକ୍ରମଣ ର ଶିକାର ହେବାକୁ ପଡିଲା । ଏହି ଆକ୍ରମଣକାରୀ ମାନଙ୍କ ଦ୍ୱାରା ଭାରତୀୟ ଉତ୍କୃଷ୍ଟ ଶିକ୍ଷା ବ୍ୟବସ୍ଥା ବହୁଳ ଭାବରେ କ୍ଷତ ବିଖ୍ୟତ ମଧ୍ୟ ହେଲା, ଇଂରେଜ ଶାସନ ସମୟ ରେ ଭାରତକୁ ଆହୁରି ଦୃଢ଼ ଭାବେ ପରାଧୀନତାର ଶୃଙ୍ଖଳରେ ବାନ୍ଧି ରଖିବା ପାଇଁ ୧୮୩୬ରେ ମ୍ୟାକୋଲେ ଯେଉଁ ଶିକ୍ଷା ନୀତି ପ୍ରଣୟନ କଲେ ତାହା ସମ୍ପୂର୍ଣ୍ଣ ରୂପେ ଶିକ୍ଷା ର ପାଶ୍ଚାତ୍ୟ କରଣ ଥିଲା ଓ ଭାରତ ର ଶିକ୍ଷା ଭାରତୀୟତା ଠାରୁ ବହୁ ଦୂର ରେ ଥିଲା । ଭାରତ ସ୍ୱାଧୀନ ହେଲା ପରେ ୧୯୮୬ ରେ ଶିକ୍ଷା ନୀତି ଆସିଲା ଯାହାକି ୧୯୯୨ ରେ ସଂଶୋଧନ କରାଯାଇ ଶିକ୍ଷା କ୍ଷେତ୍ର ରେ ପରିବର୍ତନ ଆଣିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଏହା ପ୍ରାଚୀନ ଉପନିବେଶ ବାଦ ଠାରୁ ଦୂରକୁ ଯାଇ ଯୁଗୋପଯୋଗୀ ଶିକ୍ଷା ପ୍ରଚଳନ ରେ ସମ୍ପୂର୍ଣ ଲାଭ ଦାୟକ ହୋଇପାରିଲା ନାହିଁ । ସୁଦୀର୍ଘ ୩୪ବର୍ଷ ର ବ୍ୟବଧାନ ପରେ ଦେଶରେ ନୂତନ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି ଯାହାକୁ ସମସ୍ତ ଭାରତୀୟ ହୃଦୟର ସହ ସ୍ୱାଗତ କରୁଛି । ଦେଶ ର ଶିକ୍ଷାବ୍ୟବସ୍ଥାକୁ ସ୍ୱଦେଶୀ ସ୍ପର୍ଶ ସହ ସୁଦୃଢ ଓ ଯୋଗଉପଯୋଗୀ କରିବା ପାଇଁ ୨୦୧୭ମସିହା ରେ କେ. କସ୍ତୁରୀରଙ୍ଗନ ଏକ ୧୧ ଜଣିଆ କମିଟି ସମଗ୍ର ଦେଶ ର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ବିଦ୍ୟାର୍ଥୀ ଙ୍କ ମତ କୁ ଭିତ୍ତି କରି ୨୦୧୯ ର ଘଋଚ ର ସମ୍ପୂର୍ଣ ଡ୍ରାଫ୍ଟ ପ୍ରସ୍ତୁତ କଲେ ଯାହାକି ଗତ ଜୁଲାଇ ୨୯ରେ କେନ୍ଦ୍ର କ୍ୟାବିନେଟ ରେ ଗୃହୀତ ହୋଇଛି । ଏହି ଶିକ୍ଷାନୀତି ଅନୁସାରେ ପୂର୍ବରୁ ଶିକ୍ଷା କ୍ଷେତ୍ର ରେ ଖର୍ଚ୍ଚ ହେଉଥିବା ୩%ଏଊଚ କୁ ବୃଦ୍ଧି କରାଯାଇ ୬%କରାଯିବ ଓ ପ୍ରଧାନମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯାଇ ସମଗ୍ର ଦେଶ ର ଶିକ୍ଷା ବ୍ୟବସ୍ଥା କୁ ନିୟନ୍ତ୍ରଣ କରାଯିବ ଯଦ୍ୱାରା ଦେଶରେ ଶିକ୍ଷା ର ବ୍ୟବସାୟୀକରଣ କୁ ପୂର୍ଣ୍ଣମାତ୍ରା ରେ ରୋକା ଯାଇ ପାରିବ । ଟେକ୍ନୋଲୋଜି ର ବ୍ୟବହାର କରାଯାଇ କ୍ଟଦ୍ଭକ୍ଷସଦ୍ଭର ଶିକ୍ଷା କୁ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଶିକ୍ଷା ଅଧିକାର ଆଇନ ୬ ରୁ ୧୪ ବର୍ଷ ଯାଏଁ କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତମାନ ୩ ରୁ ୧୮ ବର୍ଷ ଯାଏଁ ଲାଗୁ ହେବ । ପୂର୍ବରୁ ଥିବା ୧୦+୨ ବ୍ୟବସ୍ଥା କୁ ଉଛେଦ କରାଯାଇ ୫ + ୩ + ୩ + ୪ ବ୍ୟବସ୍ଥା କୁ ଗୁରୁତ୍ୱ ଦିଆଯିବ । ଏହି କ୍ରମରେ ୩ ରୁ ୮ ବର୍ଷ ପର୍ଯ୍ୟନ୍ତ ପ୍ରାକ ପ୍ରାଥମିକ(ପ୍ରଥମ, ଦ୍‌ବିତୀୟ ), ୯ରୁ ୧୧ ପ୍ରାଥମିକ (ତୃତୀୟ ରୁ ପଞ୍ଚମ), ୧୨ ରୁ ୧୪ ମାଧ୍ୟମିକ (ଷଷ୍ଠ ରୁ ଅଷ୍ଟମ) ଏବଂ ୧୫ ରୁ ୧୮ ବର୍ଷ ଯାଏ ଉଚ୍‌ଚ ମାଧ୍ୟମିକ (ନବମ ରୁ ଦ୍ୱାଦଶ ) ଅନ୍ତର୍ଭୁକ୍ତ ହେବ । ସେହିଭଳି ପ୍ରାକ ପ୍ରାଥମିକ ସ୍ତର ରେ କ୍ରୀଡା ଓ ଅନୁସନ୍ଧାନ, ପ୍ରାଥମିକ ସ୍ତର ରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, କୃଷି ଓ ସଂସ୍କୃତ ଶିକ୍ଷା କୁ ପ୍ରଧାନ୍ୟ ଦିଆଯିବା ସହ ମାଧ୍ୟମିକ ସ୍ଥରରେ ଡଧନ୍ଦାମୂଳକ ଶିକ୍ଷା ଓ କମ୍ପୁଟର ଶିକ୍ଷା ଦିଆଯିବ । ପ୍ରାଥମିକ ସ୍ତର ରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯିବ । ବର୍ତମାନ ର ପ୍ରଚଳିତ କଳା, ବିଜ୍ଞାନ ଓ ବାଣିଜ୍ୟ କୁ ଉଛେଦ କରାଯାଇ ଉଚ୍‌ଚ ମାଧ୍ୟମିକ ଶିକ୍ଷା ଦିଆଯିବ ଅର୍ଥାତ ପ୍ରାଣୀ ବିଜ୍ଞାନ ରଖି ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ନିଜ ଇଚ୍‌ଛା ମୁତାବକ ଇତିହାସ କିମ୍ବା ଆକାଉଣ୍ଟାନ୍ସି ରଖି ମଧ୍ୟ ଅଧ୍ୟୟନ କରି ପାରିବ । ଉଚ୍‌ଚଶିକ୍ଷା କ୍ଷେତ୍ର ରେ ମଧ୍ୟ ପରିବର୍ତନ କରାଯାଇ ବର୍ତମାନ ର ସ୍ନାତକ ଡିଗ୍ରୀ କୁ ୪ ବର୍ଷୀୟ କରାଯାଇଛି ଏବଂ ସବୁ ବର୍ଷ ପାଇଁ ସ୍ୱତନ୍ତ୍ର ପ୍ରମାଣପାତ୍ର ର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଦ୍ୟାର୍ଥୀ ଇଛା କଲେ ଯେ କୌଣସି ବର୍ଷ ଶିକ୍ଷା ରୁ ଓହରି ପାରିବ ଏବଂ ପ୍ରବେଶ ମଧ୍ୟ କରିପାରିବ । ପ୍ରଥମ ବର୍ଷ ପୂର୍ତ୍ତିରେ ସାର୍ଟିଫିକେଟ, ଦ୍‌ବିତୀୟ ବର୍ଷ ପୂର୍ତ୍ତି ରେ ଡିପ୍‌ଲୋମା, ତୃତୀୟ ବର୍ଷ ପୂର୍ତ୍ତି ରେ ଡିଗ୍ରୀ ଏବଂ ଚତୁର୍ଥ ବର୍ଷ ପୂର୍ତ୍ତି ରେ ଗବେଷଣା ର ପ୍ରମାଣପତ୍ର ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି । ଅର୍ଥାତ ବର୍ତମାନ ଶିକ୍ଷା କ୍ଷେତ୍ରରେ ମଲ୍ଟିପଲ ଏଣ୍ଟ୍ରି ଓ ଏକଜିଟ ରହିଛି । ସଂଗୀତ, କୃଷି, ନୃତ୍ୟ, ଔଷଧ ଭଳି ୬୪ପ୍ରକାର କଳା କୁ ଏଥିରେ ଗୁରୁତ୍ୱ ଦିଆଯାଇଛି. ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଶୈକ୍ଷଣିକ ବିଶ୍ୱବିଦ୍ୟାଳୟ ଓ ଗବେଷଣାତ୍ମକ ବିଶ୍ୱ ବିଦ୍ୟାଳୟ ଏହିପରି ୩ ଭାଗରେ ବିଭକ୍ତ କରାଯାଇଛି । ସ୍ନାତକୋତ୍ତର ପରେ ଥିବା ଏମ.ଫିଲ ବ୍ୟବସ୍ଥା କୁ ଉଛେଦ କରାଯିବା ସହ ପି ଏଚ ଡ଼ି ଡିଗ୍ରୀ କୁ ୪ ବର୍ଷୀୟ କରାଯାଇଛି । ଗବେଷଣା କ୍ଷେତ୍ର ପାଇଁ ଅଧିକ ବ୍ୟୟ ବରାଦ ସହ ଏହି କ୍ଷେତ୍ର କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ନୂତନ ଶିକ୍ଷା ପଦ୍ଧତି ରେ ଶିକ୍ଷକ -ଶିକ୍ଷା ପଦ୍ଧତି କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି. ଉଚ୍‌ଚ ମଧ୍ୟମିକ ଶିକ୍ଷା ପରେ ବିଦ୍ୟାର୍ଥୀ ୪ ବର୍ଷୀୟ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷା କ୍ଷେତ୍ର ରେ ପ୍ରବେଶ କରି ପାରିବେ, ଏହି ସମୟ ରେ ସେମାନଙ୍କୁ ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ ଦିଆଯିବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଏକ ନୂତନ ଶିକ୍ଷାନୀତି ହେଲେ ମଧ୍ୟ ଏଥିରେ ଭାରତୀୟତା, ଆଧୁନିକତା ଓ ସର୍ବୋପରି ନୈତିକ ଶିକ୍ଷା କୁ ଗୁରୁତ୍ୱ ଦିଆଯାଇଛି । ଏଣୁ ପ୍ରତ୍ୟେକ ଭାରତୀୟ ଏହି ଶିକ୍ଷା ନୀତି ଠାରୁ ନିଜର ପରବର୍ତୀ ପିଢ଼ି ପାଇଁ ଅନେକ କିଛି ଆଶା କରୁଛି । ରାଜ୍ୟ ସହସମ୍ପାଦିକା, ଏବିଭିପି ଓଡ଼ିଶା ମୋ - ୯୩୪୮୬୫୫୨୮୬

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପ୍ରସଙ୍ଗ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କଲେ ସମାଜସେବୀ


ଭୁବନେଶ୍ୱର : ଗତ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ପବିତ୍ର ରାମ ମନ୍ଦିରର ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ଲାଗିରହିଛି । ଏହି ଅନୁକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ (ପୂର୍ବତନ ଆଇଏଏସ୍‌), ବିଜେପି ନେତା ତଥା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ ଜୀ, ବିଶିଷ୍ଟ ସମାଜସେବୀ ଉମେଶ ଖଣ୍ଡେଲୱାଲ ଅନ୍ୟ କର୍ମକର୍ତ୍ତାଙ୍କ ସହ ମିଶି ଭୁବନେଶ୍ୱର ଓ କଟକରେ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଖୁସି ପାଳନ କରିଛନ୍ତି । ଶ୍ରୀରାମ ଜନ୍ମଭୂମିର ଇତିହାସ ଉପରେ ଆଲୋକପାତ କରି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ପୂଜା କରାଯାଉଛି । ଅଯୋଧ୍ୟା ଧାମରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ବିରାଜମାନ ଭାରତୀୟ ସଂସ୍କୃତିକୁ ମଧ୍ୟ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରଭୁ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟାରୁ କିସ୍କିନ୍ଦା ଯାତ୍ରା କରିବା ଏବଂ ଲଙ୍କାଧିପତି ରାବଣକୁ ବଧ କରିବା ପର୍ଯ୍ୟନ୍ତ ଭାରତର ବିଭିନ୍ନ ସଂସ୍କୃତିକୁ ନେଇ ଦେଇଥିବା ବାଣୀଗୁଡ଼ିକ ଆଜିପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବଜାୟ ରଖିଛି । ଏହାସହିତ ଶ୍ରୀମତୀ ଷଡଙ୍ଗୀ ଆହୁରି ମଧ୍ୟ କହିଥିଲେ ଯେ,ବିଜେପି ସର୍ବଦା ଆତ୍ମନିର୍ଭରଶୀଳ ସମାଜର ପରିକଳ୍ପନା ଉପରେ କାମ କରିଆସୁଛି । ଯାହାର ପ୍ରେରଣାର ଉତ୍ସ ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ର । ସାମାଜିକ ଦୂରତ୍ୱ ରଖି ବିଜେପି ନେତା ସମୀର ମହାନ୍ତି ଶ୍ରୀରାମ ଜନ୍ମଭୂମି ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଓ ବିଜେପି ନେତା ଉପସ୍ଥିତ ଥିଲେ ।

ସଶକ୍ତ ଆଡକୁ ଆତ୍ମନିର୍ଭର ଭାରତ


ନୂଆଦିଲ୍ଲୀ,୯ା୮ : ଆତ୍ମନିର୍ଭର ଭାରତ ଅଭିଯାନ ଦିଗରେ ସରକାର ନେଲେ ବଡ ନିଷ୍ପତ୍ତି । ପ୍ରତିରାକ୍ଷା ମନ୍ତ୍ରୀ ଆଜି ଏକ ବଡ ଘୋଷଣା କରିଛନ୍ତି । ଏଣିକି ପ୍ରତିରକ୍ଷଶ ମନ୍ତ୍ରଣାଳୟ ମଧ୍ୟ ହେବ ଆତ୍ମନିର୍ଭରଶୀଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ମେ’ ୧୨ ତାରିଖରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଥିଲେ ସେଥିରେ ୫ଟି କ୍ଷେତ୍ର ଗୁରୁତ୍ୱ ପାଇଥିଲା । ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଲୋକସାଂକ୍ଷିକ ସାମର୍ଥ୍ୟ ଓ ଚାହିଦା । ଏହି ୫ଟି ବିଷୟକୁ ସ୍ତମ୍ଭ ଆକାରରେ ନେଇ ତା’ ଉପରେ ଆତ୍ମନିର୍ଭର ଭାରତ ଗଢ଼ିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ସେ ଆତ୍ମନିର୍ଭର ଭାରତ ଗଢ଼ିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରୁ ସୂତ୍ର ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ବିଭାଗ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଆରମ୍ଭ କରିଛି । ନୂଆ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟସୀମା ବାହାରେ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗୁ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଏହା ଏକ ବଡ ପଦକ୍ଷେପ । ଏହା ମଧ୍ୟ ଭାରତୀୟ ଉଦ୍ୟୋଗୀ ଓ ଉତ୍ପାଦକଙ୍କୁ ଏକ ବଡ ସୁଯୋଗ ଦେଇଛି । ସେମାନେ ଏହାର ସଦୁପଯୋଗ କରି ଏସବୁ ସାମଗ୍ରୀର ଉତ୍ପାଦନ କରିପାରିଲେ ଦେଶ ଆତ୍ମନିର୍ଭରଶୀଳ ହେବା ସହ ନିଜେ ମଧ୍ୟ ଉପକୃତ ହୋଇପାରିବେ । ଏଥିପାଇଁ ସେମାନଙ୍କୁ ନିଜର ଡିଜାଇନ ଓ ନିର୍ମାଣ କୌଶଳ ବିକଶିତ କରିବାକୁ ପଡିବ । ସେମାନେ ଚାହିଁଲେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଦ୍ୱାରା ବିକଶିତ ଟେକ୍‌ନୋଲଜିକୁ ମଧ୍ୟ ଏ କ୍ଷେତ୍ରରେ ବ୍ୟବହାର କରିପାରିବେ । ସେନା, ବାୟୁସେନା, ନୌସେନା, ଡିଆରଡିଓ, ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ଅର୍ଡାନ୍‌ସ ଫ୍ରାକ୍ଟ୍ରି, ବୋର୍ଡ ସମେତ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହିତ ବ୍ୟାପକ ବିଚାର ବିମର୍ଶ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ କେଉଁ କେଉଁ ପ୍ରତିରକ୍ଷା ଉପକରଣ ଆବଦାନୀକୁ ନିଷିଦ୍ଧ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରିଛି । ଭାରତ ପ୍ରାୟ ୨୬୦ ପ୍ରକାର ସାମରିକ ଉପକରଣ ବିଦେଶରୁ ଆମଦାନୀ କରୁଛି । ୨୦୧୫ ଏପ୍ରିଲଠାରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭାରତ ପ୍ରାୟ ୩.୫ଲକ୍ଷ କୋଟି ଟଙ୍କାର ଏସବୁ ସାମଗ୍ରୀ କିଣିଛି । ଏବେ ସରକାର ଯେଉଁ ୧୦୧ଟି ସାମରିକ ଉପକରଣ କ୍ରୟ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ତଦ୍ୱାରା ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେଭ ।ରତ ପ୍ରାୟ ୪ଲକ୍ଷ କୋଟି ଟଙ୍କା ବଞ୍ଚାଇ ପାରିବ । ସେହି ଅର୍ଥ ଭାରତୀୟ ଉଦ୍ୟୋଗରେ ବିନିଯୋଗ ହେଲେ ଏବଂ ଦେଶୀ ସାମଗ୍ରୀ ଭାରତ କିଣିଲେ ଦେଶର ଅର୍ଥନୀତି ଲାବବାନ ହେବା ସହ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଭାରତ ଏସବୁ ସାମଗ୍ରୀ କିଣିବା ପାଇଁ ଦେଶୀ ଉଦ୍ୟୋଗୀ ଗୁଡିକୁ ବରାଦ ଦେଲେ ଏ ବାବଦରେ ସମ୍ପୃକ୍ତ ଉଦ୍ୟୋଗକୁ ବିପୁଳ ଅର୍ଥ ମିଳିବ । ଏକ ହିସାବ ଅନୁସାରେ ଆଗାମୀ ୭ ବର୍ଷ ମଧ୍ୟରେ ଉଭୟ ସ୍ଥଳ ଓ ବାୟୁସେନା ପ୍ରତ୍ୟେକ ୧,୩୦,୦୦୦ କୋଟି ଟଙ୍କାର ସାମଗ୍ରୀ କିଣିବାକୁ ଭାରତ ବରାଦ ଦେବେ । ସେହିଭଳି ନୌସେନା ପକ୍ଷରୁ ମଧଡ଼୍‌ୟ ଏହି ସମୟରେ ୧.୪୦,୦୦୦ କୋଟି ଟଙ୍କାର ସାମଗ୍ରୀ କିଣାଯିବ । ରାଜନାଥ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଷ୍ଟେକହୋଲଡର୍ସଙ୍କ ସହ ବିଚାରବିମର୍ଶ କରାଯିବା ପରେ ପ୍ରତିରକ୍ଷା ଉପକରଣ ଗୁଡିକ ଆମଦାନୀ ଉପରେ ରୋକ୍ ଲଗାଯିବ । ବର୍ତ୍ତମାନ ନିଷ୍ପତ୍ତି କେବଳ ୨୦୨୦ ରୁ ୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ । ସେହିପରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଚୀନ୍‌ରୁ ଆସିବନି ବୋଲି ସେ ସୂଚନା ଦେଇଛନ୍ତି । 


ମୋଦି ସରକାରଙ୍କ ପଦକ୍ଷେପ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବ : ଧର୍ମେନ୍ଦ


ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଆର୍ôଥକ ସହାୟତାର ଷଷ୍ଠ କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ôଥକ ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ କହିଛନ୍ତି ଏହି ସହଯୋଗୀ ପଦକ୍ଷେପମାନ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଚାଷୀଭାଇ ମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବ ଏବଂ ନୂଆ ଓ ଆଗାମୀ ପିଢିର ଟେକ୍ନୋଲୋଜି, ଭିତ୍ତିଭୂମି ଓ ଆଧୁନିକ କୃଷି ପ୍ରଣାଳି ମାଧ୍ୟମରେ କୃଷିଭିତ୍ତିକ ଶିଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିବ । ମୋଦି ସରକାରରେ କୃଷି କ୍ଷେତ୍ରରେ ନିଆଯାଇଥିବା ଗଠନମୂଳକ ଏବଂ ନୀତି ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ ଏବଂ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ । ଏହାସହ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ଓ କୃଷି କ୍ଷେତ୍ରରେ ଭାରତକୁ ଅଧିକ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ବିଜେପି ତରଫରୁ କ୍ରାନ୍ତି ଦିବସ ରାୟଗଡା,୯ା୮: ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କ୍ରାନ୍ତି ଦିବସ ପାଳନ ହୋଇଯାଇଅଛି । ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଯୁବ ମୋର୍ଚ୍ଚା କର୍ମୀ ମାନେ ସହରର ବିଭିନ୍ନ ଜାଗାରେ ଥିବା କ୍ରାନ୍ତିପୁରୁଷଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବା ସହ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ । ସହରରେ ଥିବା କ୍ରାନ୍ତିପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ସମସ୍ତ ଯୁବ ମୋର୍ଚ୍ଚା କର୍ମୀ ମାନେ ସହରର ଗଜପତି ଛକ ନିକଟରେ ଏକତ୍ରିତ ହୋଇ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରି ହାତରେ ଜାତୀୟ ପତାକା ଧରି ରଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ । ଭାରତୀୟ ଜନତା ପାର୍ଟିର ଯୁବନେତା ଦେବାଶିଷ ପଣ୍ଡା, ଭେଙ୍କେଟ ରାଓ ସେନାପତି, ଶାନ୍ତୁନୁ ସୁବୁଦ୍ଧି, ଚିତ ରଂଜନ ନାୟକ, ସନ୍ତୋଷ ସୁବୁଦ୍ଧି, ଅଜୟ ଚୁଲେଟ, ମୋଇନା ଆଚାର୍ଯ୍ୟ, ବି.ଲକ୍ଷମି ପ୍ରମୁଖ ଉପସ୍ଥିତ ଥିଲେ ।


ଜିଲ୍ଲା ପ୍ରଶାସନ କୋଭିଡ୍ -୧୯ ପରିଚାଳନାରେ ବିଫଳ: ବିଜେପି ନବରଙ୍ଗପୁର,(ଦ.ପ୍ର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ କୋଭିଡ୍ -୧୯ ପରିଚାଳନା ଓ ଲକ୍‌ଡାଉନ୍‌, ସଟ୍‌ଡାଉନ୍ କଟକଣାରେ ବ୍ୟତିକ୍ରମ ଦେଖାଦେଇଥିବା ସହ ମହାମାରୀକୁ ରୋକ୍ ଲଗେଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ଜିଲ୍ଲା ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନାରେ ବ୍ୟତିକ୍ରମ ନେଇ ଅନେକ ପ୍ରଶ୍ନ ଉଠାଇଛି । ସହର ମଧ୍ୟରେ ଅତ୍ୟନ୍ତ ସକାଳୁ ମାଇକ ଯୋଗେ ଘୋଷଣା ହେବା କଥା ତାହା ହେଉ ନଥିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି । କଣ୍ଟେନମେଣ୍ଟ ବୋଲି ବାଉଁଶ ବାନ୍ଧି ପ୍ରଶାସନ ତାର କାମ ସାରି ଦେଉଥିବା ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନବରଙ୍ଗପୁର ସହରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ପୌରପାଳିକା ପକ୍ଷରୁ ସହରର ସାହି ଗଳି କନ୍ଦିରେ ସାନିଟାଇଜ୍ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରୁଛି ବିଜେପି । ଜିଲ୍ଲାରେ ଚିହ୍‌ଟ ହେଉଥିବା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲରେ ୩ ରୁ ୪ ଦିନ ରଖି ଛାଡି ଦିଆଯାଉଛି । କଣ କରୋନା ନାମରେ ରୋଗ ଚାରି ଦିନ ଭିତରେ ପୂରା ଛାଡି ଯାଉଛି । ନା ଏହା ପଛରେ ଆଉ କଣ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ଅଭିଯୋଗ କରିଛି । ସହର ମଧ୍ୟରେ ମଶା ମାଛିଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜଣେ ସାଧାରଣ ଲୋକଙ୍କୁ ମେଲ୍ୟାରିଆ ବା ଥଣ୍ଡା କାଶ ହେଲେ ତାକୁ କରୋନା ବୋଲି କୋଭିଡ୍ ହସ୍ପିଟାଲ ଭର୍ତ୍ତି କରାଯାଇ ପାରାସିଟାମଲ୍ ଔଷଧ ଦେଇ ତିନି ଦିନ ପରେ ଛାଡି ଦେଉଛନ୍ତି । ପୌର ପରିଷଦ ବିଗତ ଦିନରେ କିଣି ଥିବା ଧୁଆଁ ମେସିନକୁ କାର୍ଯ୍ୟରେ ନ ଲଗାଇ ସାଇତି ରଖିଛି । ନା କବାଡି ଖାନାରେ ହସନ୍ତାନ୍ତର କରିଛି । ଯଦି ଅଛି ତେବେ ସହରରେ ବ୍ୟବହାର ହେଉନାହଁ । କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜିଳ୍ଲାପାଳ ଦେଉଥିବା କରୋନା ଜନିତ ତଥ୍ୟ ସଠିକ୍ ନଥିବା ସହ ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଉନଥିବାରୁ ଜିଲ୍ଲାବାସୀ ସନ୍ଦେହ ରହୁଛନ୍ତି । ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତାର ପ୍ରାୟ ଚାରି ଘଣ୍ଟା ପରେ ଏକ ଚିଠି ମାଧ୍ୟମରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଓ ଘୋଷଣା ହେବା ଦୁଇ ଦିନ ପରେ ବାଉଁଶ ବନ୍ଧା ହେଉଛି । ଭିଡିଓ ବାର୍ତ୍ତା ଦେଲାବେଳେ ହିଁ ଚିହ୍ନଟ ବ୍ୟକ୍ତି ନାମ ଗୋପନୀୟ ରଖି ଅମୁକ ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣା କରିଥାନ୍ତେ ତେବେ ଉକ୍ତ ଅଞ୍ଚଳକୁ ସ୍ୱତ୍ତ ପ୍ରବୃତ୍ତ ଭାବରେ ଯିବାରେ ଜନସାଧାରଣ ସଙ୍କୋଚ କରିଥାନ୍ତେ । ଆପଣଙ୍କ ଭିଡିଓ ବାର୍ତ୍ତା, ଚିଠି କାରବାର ଓ ବାଉଁଶ ବନ୍ଦାର ସମୟ ବ୍ୟବଧାନ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କରୋନା ସଂକମ୍ରଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି । କରୋନା ମହାମାରୀ ପରିଚାଳନା ନିମନ୍ତେ ରାଜ୍ୟ ସରକାର ୧୯ ଶହ କୋଟି ଟଙ୍କା ଖର୍ଚ୍ଚ ଏକ ହିସାବ ଦେଇ ସାରିଛନ୍ତି । କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋଭିଡ୍ -୧୯ ପରିଚାଳନା ପାଇଁ କେତେ ଅର୍ଥ ସାଜିଛି ଓ କେଉଁ କେଉଁ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲାବାସୀ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ପେଟା ବାବାଦରେ ଜିଲ୍ଲାକୁ କେତେ ଆସିଛି ଓ ଏହି ଅର୍ଥ କେଉଁ ପ୍ରାଣୀମାନଙ୍କୁ କିପରି ବଣ୍ଟା ହେଲା ବୋଲି ସହରବାସୀ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାର ପ୍ଲାଜାମା ଥେରପିର ପ୍ରଚାର ପାଇଁ ହେଲିକେପ୍ଟର ଯୋଗେ ଏକ ମନ୍ତ୍ରୀଙ୍କ ଏ ଜିଲ୍ଲାକୁ ପଠେଇଥିଲେ । ଏଣୁ ଏ ଜିଲ୍ଲାରେ କେବେ ଠାରୁ ପ୍ଲାଜାମାଥେରୋପି ଆରମ୍ଭ ହେବ ଓ ପ୍ଲାଜାମାଥେରୋପି ବାସ୍ତବିକ କାର୍ଯ୍ୟକାରିତା ପାଇଁ ଉମରକୋଟ ଠାରେ ବ୍ଲଡ୍ ବ୍ୟାଙ୍କ ସେବା କେବେ ଠାରୁ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । କୋଭିଡ୍ - ୧୯ର ରୋଗୀ ଚିହ୍ନଟ ଏକ ନମ୍ବର ଗେମ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କୋଭିଡ୍ ହସ୍ପିଟାଲ ଏକ ବେସରକାରୀ ଚିକିତ୍ସା ସଂସ୍ଥାକୁ ଦିଆଯାଇଛି ଓ ରୋଗୀର ବେଡ୍ ପିଛା ଉକ୍ତ ସଂସ୍ଥାକୁ ୩୦ ହଜାର ଟଙ୍କା ପୈଠ କରାଯାଉଛି । ଏଣୁ ଯେତେ ରୋଗୀ ବାହାରିବେ ରୋଗୀ ପିଛା କ୍ରୟ ହୋଇଥିବା ଟଙ୍କା ଉକ୍ତ ସଂସ୍ଥାକୁ ପ୍ରଦାନ କରି ରାଜ୍ୟ ସରକାର ଏଥିରୁ କିଛି ଅଂଶ ପିସି ମାଧ୍ୟମରେ ପାଉଛନ୍ତି । ଓ ବଡ ବଡ ନେତା ମନ୍ତ୍ରୀମାନେ ହେଲିକପ୍ଟରରେ ଆସି ଉକ୍ତ ଟଙ୍କା ନେଉଛନ୍ତି । ସେଥି ପାଇଁ ଚିହ୍ନଟ ରୋଗୀକୁ କେବଳ ତିନି ଦିନରେ ଛାଡି ଦଆଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହା କେତେ ମାତ୍ରାରେ ସତ୍ୟ ଜିଲ୍ଲାପାଳ ସଠିକ୍ ଉତ୍ତର ରଖନ୍ତୁ ବୋଲି ବିଜେପି ଅନୁରୋଧ କରିଛି । କରୋନା ମହାମାରୀ ଜିଲ୍ଳାରେ ଏକ ଆତଙ୍କର ମହଲ ସୃଷ୍ଟି କରିଛି । ଯାହାକି ପ୍ରଶାସନ ଯୋଗୁଁ ଲୋକଙ୍କୁ ଅଧିକ ବ୍ୟତିବ୍ୟସ୍ତ କରି ସାରିଛି । ମହାମାରୀକୁ ରୋକ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ ଥିବା ପ୍ରଶାସନ ବା ପ୍ରଶାସନିକ ଅଧିକାରୀ ମାନେ ତ ମାସ କିଆ ଦରମା ପାଉଛନ୍ତି କିନ୍ତୁ ବେପାରୀ ଓ ମଧ୍ୟବିତ୍ତ ପରିବାର ଆତ୍ମହତ୍ୟା କରିବା ବୋଲି ପରିସ୍ଥିତି ପ୍ରଶାସନ ନିଜେ ସୃଷ୍ଟି କରିଛି । ଯାହାକୁ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିଛି । ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ଯୁବ ନେତା ଗୌରୀ ଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଛା ସଭାପତି କାହ୍ନୁ ଦାସ, ରାଜ୍ୟ ସଭ୍ୟ ଅରୁଣ ପୂଜାରୀ, ଜିଲ୍ଲା ଓବିସି ସଭାପତି ମନୋଜ ମହକୁଡ, ପିଣ୍ଟୁ ମିଶ୍ର, ଭୁବନ ନାୟକ, ଓ ରୂନା ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ଭଦ୍ରକ,: ବିଦେଶୀ ଶାସନ ବିରୁଦ୍ଧରେ ଜାଗୃତି ଆଣିଥିବା ସ୍ୱତନ୍ତ୍ରତା ସଂଗ୍ରାମ ଅଗଷ୍ଟ କ୍ରାନ୍ତିର ସ୍ମରଣ ଦିବସ ଅବସରରେ ବିଜେପି ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ଆହ୍ୱାନ କ୍ରମେ ଡାହାଣିଗଡିଆ ଠାରେ ଅବହେଳିତ ଭାବେ ଥିବା ମହାନ ସଂଗ୍ରାମୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଦେଶକୁ ସ୍ୱାଧୀନ କରିବା ପାଇଁ ଜୀବନକୁ ବଳି ପକାଇଥିବା ଭଦ୍ରକ ଜିଲ୍ଲାର ମହାନ ସଂଗ୍ରାମୀମାନଙ୍କ ସ୍ୱୃତି ଚାରଣ କରାଯାଇଥିଲା । ବିଜେପି ରାଜ୍ୟ ସଂପାଦକ ତଥା ଭଦ୍ରକ ଲୋକସଭା ନେତା ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନେତା ତଥା ପୂର୍ବତନ ଜିଲ୍ଲାସଭାପତି ବଦ୍ରିନାରାୟଣ ଧଳ, ଶଶୀକାନ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ଚନ୍ଦ୍ରମୋହନ ମହପ।।ତ୍ର, ବିକାଶ ପାଢୀ, ବିକାଶ ଶ୍ରେଷ୍ଠା, ଦୁର୍ଗା ନାୟକ, ସରୋଜ ରାଉତ, ସୂରଜ ସେଠୀ, ସୁରେଶ ରାଉତ, ଅମ୍ବିକା ଦାସ, ତପନ ମହାନ୍ତି, ମହମ୍ମଦ ଅଲୀ ସବର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାରୁ ୧୦ଜଣ ସ୍ୱାଧିନତା ସଂଗ୍ରାମୀଙ୍କୁ ମହାମହିମ ରାଷ୍ଟପତି ରାମନାଥ କୋବିଦ ସମ୍ବର୍ଦ୍ଧିତ କରିଥିବାରୁ ତାଙ୍କୁ କୃଜ୍‌ୟତା ଜ୍ଞାପନ କରାଯାଇଥିଲ ।


କ୍ରାନ୍ତି ଦିବସ ପାଳିତ 

ଭଣ୍ଡାରିପୋଖରୀ:ରବିବାର ଦିନ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳୀୟ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ନିକଟସ୍ଥ କହରାପୋଖରୀ କ୍ରାନ୍ତି ମଇଦାନ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ମାରକୀ ସ୍ତମ୍ଭରେ ମାଲ୍ୟାର୍ପଣ କରାଯିବା ସହ ଶହୀଦଙ୍କ ୁଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେହିପରି ଭଣ୍ଡାରିପୋଖରୀ ଥାନା ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ମାରକୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଗାନ୍ଧୀ ସ୍ମୃତିପୀଠ ମଞ୍ଜୁରୀ ଠାରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁଙ୍କ ସମେତ ପୁଲିସ କର୍ମଚାରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବିଜେପି ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରୀଶ ସାମଲ, ଜୟସ୍ମିତା ଗୋଚ୍ଛାୟତ, ସରପଞ୍ଚ ମନୋଜ ନାୟକ, ଶିବାନନ୍ଦ ସାହୁ, ସତ୍ୟବ୍ରତ ଜେନା, ରବିନାରାୟଣ ମହାପାତ୍ର, ରତ୍ନାକର ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ଶଶୀଭୂଷଣ ଦାସ ଓ କୃପାସିନ୍ଧୁ ମହାନ୍ତିଙ୍କୁ ଶ୍ରୀ ଧଳ ସେମାନଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଥିଲେ ।


କବି ସୂର୍ଯ୍ୟନଗର ବିଜେପି ପକ୍ଷରୁ କ୍ରାନ୍ତି ଦିବସ ପାଳିତ କବିସୂର୍ଯ୍ୟନଗର,: ଭାରତୀୟ ଜନତା ପାର୍ଟି କବିସୂର୍ଯ୍ୟନଗର ପକ୍ଷରୁ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତା ରଞ୍ଜନ ପୋଲାଇଙ୍କ ଆବାହକତ୍ୱରେ କ୍ରାନ୍ତିଦିବସ ପାଳିତ ହୋଇଥିଲା । ଜାତିର ପିତା ମହାତ୍ମାଗାନ୍ଧିଙ୍କର ୧୯୪୨ ଅଗଷ୍ଟ ୯ ତାରିଖ ଦିନ ଯେଉଁ ଡ଼ାକରା ଥିଲା ଭାରତ ଛାଡ଼ ଆନ୍ଦୋଳନ ସେଥିରେ ନିଜ ପ୍ରାଣର ଆହୁତି ଦେଇଥିବା କ୍ରାନ୍ତିବୀରମାନଙ୍କୁ ସ୍ମରଣ ଲାଗି ଆଜିର ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥିଲା । ବୀର ସହିଦମାନଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦଳର ବିଭିନ୍ନ ନେତା ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା- ରାଜେନ୍ଦ୍ର ନାଥ ନାୟକ, ରମାକାନ୍ତ ଦୋରା ପ୍ରମୁଖ ଯୋଗଦେଇଥିବାବେଳେ ମଣ୍ଡଳ ସଭାପତି ଅଶୋକ କୁମାର ସାହୁ ସଭାରେ ସଭାପତିତ୍ୱ କରିଥିଲେ ।

ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ପାଳିତ 

ବ୍ରହ୍ମପୁର: ରବିବାର ଅଗଷ୍ଟ ୯ କ୍ରାନ୍ତି ଦିବସ । ଏହି ଅବସରରେ ଆଜି ସମସ୍ତ ସ୍ୱରଧୀନତା ସଂଗ୍ରାମୀ ଓ ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ । ସେମାନଙ୍କ ଦେଶ ପ୍ରେମ, ତ୍ୟାଗ ଓ ବଳିଦାନକୁ ମନେପକାଇ ଆଜି ସାରା ଦେଶରେ ସହିଦଙ୍କୁ ସମ୍ମାନ ଜଣାଯିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେହିପରି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ପ୍ରଦେଶର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନତି ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ୱରେ ବ୍ରହ୍ମପୁର ଗାନ୍ଦି ନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଜେପି କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ଦେଶ ପାଇଁ ଏମାନଙ୍କ ତ୍ୟାଗ ଓ ସଂଗ୍ରାମ ବ୍ୟର୍ଥ ଯିବନି ବୋଲି କର୍ମକର୍ତ୍ତାମାନେ ମତ ରଖିଥିଲେ । ପରେ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଥିବା ସହିଦ୍ ଲକ୍ଷ୍ମଣ ନାୟକଙ୍କ ସହିଦ୍ ସ୍ତମ୍ଭରେ ବିଜେପି କର୍ମକର୍ତ୍ତାମାନେ ଦୀପ ଜାଳି ପୁଷ୍ପମାଲ୍ୟାର୍ପଣ ପୂର୍ବକ ସ୍ୱାଧୀନତା ପାଇଁ ଏମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ । ପ୍ରତିବର୍ଷ କ୍ରାନ୍ତି ଦିବସ ଉପଲକ୍ଷେ ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ପତି, ଏନ ରାଜେନ୍ଦ୍ର କୁମାର, ଶରତ ସାହୁ, ରାମକ କୁମାର ପାତ୍ର, ବିକେଶ ପାଣିଗ୍ରାହୀ, ଏ.କିଣ କୁମାର ସାହୁ, ମଧୂସୂଦନ ସାହୁ, ଜଗଦିଶ ପ୍ରଧାନ, ଶିବ ନାୟକ, ସୁମିତ ପାତ୍ର, ଚନ୍ଦନ କୁମାର ପାତ୍ର, ମନୋଜ ମହାରଣା, କେ ରବି ରାଓ, ମାନସ ରଞ୍ଜନ ଜେନା, ରାଜେନ୍ଦ୍ର କୁମାର, ଅଜିୟ ପାତ୍ର, ଜିତେନ୍ଦ୍ର ପାଢୀ, ରାଜେଶ୍ୱର ମହାପାତ୍ର, ସିଦ୍ଧାର୍ଥ ସୁମନ ଦାସ, ମାତା ପ୍ରସାଦ ନାୟକ, ଏସ.କେ ସାଦିକ୍‌, ଶିବ ପ୍ରସାଦ ପାତ୍ରଙ୍କ ସମତେ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

 ମୟୁରଭଞ୍ଜ ସାଂସଦଙ୍କ ସମୀକ୍ଷା ବୈଠକ


ବାରିପଦା, ୧୦/୦୮  : ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ ଜିଲ୍ଲାର ବିଭିନ୍ନ ସମସ୍ୟା ବାବଦରେ ରବିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲାର ସରକାରୀ ବିଭାଗର ଅଧିକାରୀ ମାନଙ୍କୁ ନେଇ ସ୍ଥାନୀୟ ବାରିପଦା ସ୍ଥିତ ସର୍କିଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ଜୁଲାଇ ୨୭ ତାରିଖ ଠାରୁ ଏହି ବୈଠକ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା ବୈଠକ ଏଯାବତ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଆଦିବାସୀ ସମନ୍ୱୟ ବିଭାଗ, ଖଣିଜ ସମ୍ପଦ,କୃଷି,ମତ୍ସ୍ୟ, ପଶୁ ସଂପଦ, ଜଙ୍ଗଲ,ଜଳ ପ୍ରକଳ୍ପ,ବିଭାଗ, ଲୋଧା ବିକାଶ ଏବଂ ଖଡ଼ିଆ ଓ ମାଁକଡ଼ିଆ ଆଦି ବିଭାଗର ସମୀକ୍ଷା ବୈଠକ ସରିଯାଇଛି । ଦୀର୍ଘ ୭୫ ବର୍ଷ ଧରି ମୟୂରଭ ଭଳି ବୃହତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆଖିଦୃଶିଆ ବିକାଶ ହୋଇ ନପାରିବାର ମୁଖ୍ୟ କାରଣ ଜିଲ୍ଲାର ଅଧିକାରୀ ମାନେ ବୋଲି ସାଂସଦ ଇଂ ଟୁଡୁ ମତବ୍ୟକ୍ତ କରିଥିଲେ ।ଏଥି ସହିତ ଯଦି ଆଜି ଜିଲ୍ଲାର ସରକାରୀ ଅଧିକାରୀ ମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ରୂପେ ଭାବେ ପାଳନ କରିଥାନ୍ତେ ତେବେ ଜିଲ୍ଲାର ସାଧାରଣ ଜନତା ଖୁବ ଉପକୃତ ହୋଇଥାନ୍ତେ ତାହା ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ଜନତାଙ୍କ ଅଭିଯୋଗକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆବାସ, ଉଜ୍ଜଳା ଗ୍ୟାସ ବଣ୍ଟନ, ସୌଭାଗ୍ୟ ଯୋଜନାରେ ଗରିବଙ୍କୁ ବିଜୁଳି ଆଦି ସୁବିଧା ଯୋଗାଇବାରେ ଜିଲ୍ଲା ଅଧିକାରୀ ମାନେ ବିଫଳ ହୋଇଛନ୍ତି ।ଏଥି ସହିତ ଏହି ସବୁ ଯୋଜନାରେ କିଛି ଦଳୀୟ ଲୋକ ହିଁ ଉପକୃତ ହେବା ସହିତ ଏହି ସବୁ ବିଭାଗରେ ମଧ୍ୟ ଦଳୀୟ ବାସ୍ନା ପୁରା ବାରି ହେଉଅଛି ଏବଂ ସାଧାରଣ ଜନତାଙ୍କ ଗୁରୁତ୍ୱ ଦିଆନଯାଇ ନିର୍ଦ୍ଦିଷ୍ଟ ଏକ ଦଳ କିମ୍ବା ଗୋଷ୍ଠୀଙ୍କ ପ୍ରତି ଧ୍ୟାନ ଦେଉଥିବାରୁ ଜିଲ୍ଲାରେ ସାଧାରଣ ଜନତା ଠିକ ଭାବରେ ଉପକୃତ ହୋଇପାରୁନାହାନ୍ତି । ଏସବୁ ସହିତ ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ କାମରେ ହେଉଥିବା ଅନିୟମିତତାକୁ ନେଇ ମଧ୍ୟ ସାଂସଦ କ୍ଷୋଭ ପ୍ରକାଶ କରିବା ସହ ତାଗିଦ ମଧ୍ୟ କରିଥିଲେ ।

ବିଜେପି ପକ୍ଷରୁ ହୋମଯଜ୍ଞ ଓ ହନୁମାନ ଚାଳିଶା ପାଠ 

ବୈାଦ୍ଧ: ବୈାଦ୍ଧଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ସହିତ ସମସ୍ତ ୧୦ ଗୋଟି ମଣ୍ଡଳସ୍ତରୀୟ ବିଭିନ୍ନ ରାମ ମନ୍ଦିର ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂକା ଉପଲକ୍ଷେ ହୋମଯଜ୍ଞ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ରାମଜନ୍ମ ଭୂମି ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ଉପଲକ୍ଷେ ଏହି କାର୍ଯ୍ୟକ୍ରମମାନ ମହାମାରୋହରେ ସାମାଜିକ ଦୁରତା ବଜାଇ ରଖି କରୋନା ନିୟମକୁ ମାନି ସମସ୍ତ ବିଜେପି କର୍ମକର୍ତ୍ତା ପାଳନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ସତ୍ୟାନନ୍ଦ ପାଣ୍ଡେ, ନବୀନ ହୋତା, ତାପସ ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ମନରଂଜନ ଦାସ, କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତବାଘ, ଅନିଲ ପ୍ରଧାନ, ନିରଂଜନ କର୍ଣ୍ଣ, ପିନାକି ରଣା, ଅଟଳ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । 

ରାୟଗଡା ବିଜେପିର ଜିଲ୍ଲା କାର୍ଯ୍ୟାଳୟ ଶୁଭ ଉଦ୍‌ଘାଟନ

ରାୟଗଡା: ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଭାମସି କ୍ରିଷ୍ଣା ହୋଟଲେ ନିକଟରେ ଜିଲ୍ଲା କାର୍ଯ୍ୟାଳୟ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ଜିଲ୍ଲା କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଥିବାରୁ ସମସ୍ତଙ୍କୁ ସ୍ୱାଗତ ଓ ଧନ୍ୟବାଦ ଜଣାଇଥିଲେ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକ । ଜିଲ୍ଲା କାର୍ଯ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା କାଳୀରାମ ମାଝି, ବୃନ୍ଦାବନ ସେନାପତି, ଦେବାଶିଷ ପଣ୍ଡା, ପ୍ରତାପ ପୁଆଲା, କୋଣ୍ଡା ସେନାପତି, ସନ୍ତୋଷ ଶତପଥି, ଚିତରଂଜନ ନାୟକ, ମୋଇନା ଆଚାର୍ଯ୍ୟ, ଆର୍ଚ୍ଚନା ବର୍ମା, ସୁଜାତା ରତ୍ନ,ବି.ଲକ୍ଷମି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା କାର୍ଯ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କର୍ମକର୍ତା ଜୁମ ଆପ ମାଧ୍ୟମରେ ଜଡିତ ହୋଇଥିଲେ


ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ; କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି 

ବାରିପଦା,୭ା୮: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମହୁଲଡିହା ଥାନାର ଧାତିକିଡିହା କଲୋନୀସାହିରେ ଗତ ଜୁଲାଇ ମାସ ୨ ତାରିଖ ଦିନ ଦ୍ୱିପ୍ରହରରେ ଘଟିଥିବା କଲେଜ ଛାତ୍ରୀ ସୁନୟନା ସିଙ୍କୁ(୨୦)ଙ୍କ ହତ୍ୟା ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ପଡିଥିବାର ଜଣାପଡିଛି । ଏହି ଘଟଣା ଦିନ ସୁନୟନାର ବାପା ଓ ମା ସାତକୋଶିଆ ଯାଇଥିବା ବେଳେ ସୁନୟନା ଏକୁଟିଆ ଘରେ ଥିବାର ସୁଯୋଗନେଇ କେହି ଦର୍ବୃତ ସୁନୟନାକୁ ହତ୍ୟା କରି ଫେରାର ହୋଇଯାଇଥିଲା । ବାପା ସୁନିଲ ସିଙ୍କୁ ଓ ମା ସେଦିନ ଅପରାହ୍ନରେ ଘରେ ପହଂଚି ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଓ ସୁନୟନାକୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମହୁଲଡିହା ପୋଲିସ ଏହି ଘଟଣାରେ ଜଣେ ଦୁଇଜଣକୁ ଥାନାକୁ ଆଣି ପଚରା ଉଚରା କରିଥିଲେ ମଧ୍ୟ କୌଣସି ଠୋସ୍ ପ୍ରମାଣ ପାଇ ନପାରିବାରୁ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିବପାରି ନ ଥିବାବେଳେ ଜିଲ୍ଲା ପୋଲିସ୍ କର୍ତୃପକ୍ଷ ଯଶିପୁର ଥାନା ଆଇ.ଆଇ.ସି.ଙ୍କୁ ଘଟଣାର ତଦନ୍ତ ଭାର ଦେଇଥିଲେ ମଧ୍ୟ ୭୦/୭୫ କିମି ଦୂର ଯଶିପୁରରୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ରେ ନାନା ଅସୁବିଧା ସୃଷ୍ଟି ହେଉଥିବାର କୁହାଯାଉଛି । ଯଶିପୁର ବିଧାୟକ ଶ୍ରୀ ଗଣେଶରାମ ସିଂ ଖୁଂଟିଆଙ୍କ ନେତୃତ୍ୱରେ ବିଜେପି ର ଏକ ପ୍ରତିନିଧିଦଳ ଗତ ୪ ତାରିଖଦିନ ଧାତିକିଡିହା କଲୋନୀସାହିକୁ ଯାଇ ମୃତା ସୁନୟନାଙ୍କ ପରିବାର ବର୍ଗଙ୍କୁ ସମବେଦନା ଦେଖାଇବାସହ ସାନ୍ତ୍ୱନା ଦେଇଥିଲେ । ଘଟଣା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରି ଘଟଣାର କ୍ରାଇମ୍ ବ୍ରାଂଚ ତଦନ୍ତ କରିବାପାଇଁ ସେମାନେ ଦାବି କରିଛନ୍ତି ଏବଂ ଆବଶ୍ୟକ ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଥିଲେ । ଏହି ଘଟଣାରେ ପରିବାର ଲୋକ ଯାହାକୁ ସନ୍ଦେହ କରୁଛନ୍ତି ପୋଲିସ ସେମାନଙ୍କ ପାଖରେ ପହଂଚି ପାରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ମୁତଫାଙ୍କ ଭାଇ କହିବା ଅନୁସାରେ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିବା ଜ୍ୟୋତିରାମ ପଦୁରିଆ ନାମକ ବ୍ୟକ୍ତି ଘଟଣା ଦିନଠାରୁ ଆଉ ଆସୁନାହାନ୍ତି ଓ ଫେରାର ହୋଇ ଯାଇଛନ୍ତି ବୋଲି ସେ ପ୍ରକାଶ କରିବାସହ ଏଥିରେ ପରିବାର ଲୋକଙ୍କ ସନ୍ଦେହ ଘନୀଭୁତ ହେଉଛି । ଏହାଛଡା ମୁତଫାଙ୍କ ପ୍ରେମିକଙ୍କୁ ବି ସେମାନେ ଦାୟୀ କରିଛନ୍ତି । ଏ ସମସ୍ତ ବିଷୟରେ ପୋଲିସ କୁ ଜଣାଇଥିଲେ ମଧ୍ୟ ପୋଲିସ ଚୁପ୍ ରହୁଥିବାରୁ ସେମାନଙ୍କର ପୋଲିସ ଉପରୁ ଭରସା ତୁଟିଯାଇଛି ବୋଲି ପରିବାରଲୋକେ କ୍ଷୋଭ ପ୍ରକାଶ କରିଥିଲେ । ଏହି ପ୍ରତିନିଧିଦଳରେ ବିଜପେି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ମହେଶ୍ୱର ସାହୁ,କରଞ୍ଜିଆର ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ହାଇବୁରୁ, ବରିଷ୍ଠ ବିଜେପି ନେତା ବିପିନ ମହାନ୍ତ ଓ ମଣ୍ଡଳ ସଭାପତି ପ୍ରମୁଖ ସାମିଲ ଥିବାର ପ୍ରକାଶ ।

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ସଶକ୍ତିକରଣ କାର୍ଯ୍ୟକ୍ରମ ସର୍ବଭାରତୀୟ ସ୍ତରରେ ଢେଙ୍କାନାଳ ଜିଲ୍ଲା ପୁରସ୍କୃତ




ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଡ.ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ସଶକ୍ତିକରଣ କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରରେ ପରୁସ୍କାର ଲାଭକରିଥିବାର ଜଣାପଡିଛି । ପଞ୍ଚାୟତ ରାଜ ଅନୁଷ୍ଠାନ ଗୁଡିକର ସଫଳ ସମନ୍ୱୟରେ ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ରବସ୍ଥା,ଜଳଯୋଗାଣ,ମହିଳା ଓ ଶିଶୁ ବିକାଶ,ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଅନୁନ୍ନତ ଜାତିର ବିକାଶ,ବାହ୍ୟମଳମୁକ୍ତ, ଷ୍ଟ୍ରିଟ ଲାଇଟ୍‌, ଏମଜିଏନଆରଇଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଳି କାର୍ଯ୍ୟରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ,ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କେନ୍ଦ୍ର ଓରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ପ୍ରକଳ୍ପର ସଫଳ କ୍ରୀୟାନ୍ୱୟନ କରାଯାଇଥିବାରୁ ଢେଙ୍କାନାଳ ଜିଲ୍ଲାପରିଷଦକୁ ଅନ୍ୟନ୍ୟ ଜିଲ୍ଲା ପଞ୍ଚାୟତ ଭାବରେ ସ୍ୱିକୃତୀ ପ୍ରଦାନ କରାଯାଇ ଏହି ଯୋଜନାରେ ୫୦ ଲକ୍ଷଟଙ୍କା ପୁରସ୍କାର ପ୍ରଦାନକରାଯାଇଥିବାର ଜଣାପଡିଛି । ଏହି ଅର୍ଥରାଶି ଗ୍ରାମାଞ୍ଚଳର ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । ଜିଲ୍ଲାର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୀନତୀ ନାଏକ,ଉପାଧ୍ୟକ୍ଷ କୋଦଣ୍ଡଧର ସାହୁଙ୍କ ସହିତ ଭିଡିଓରେ ବାର୍ତ୍ତାଳପ କରିବା ସହିତ ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲାର ଏହି ସଫଳତା ନିଶ୍ଚିତ ଭାବରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆଗେଇ ନେବ ବୋଲି ଜଣାପଢିଛ

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପ୍ରସଙ୍ଗ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କଲେ ସମାଜସେବୀ


ଭୁବନେଶ୍ୱର : ଗତ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ପବିତ୍ର ରାମ ମନ୍ଦିରର ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ଲାଗିରହିଛି । ଏହି ଅନୁକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ (ପୂର୍ବତନ ଆଇଏଏସ୍‌), ବିଜେପି ନେତା ତଥା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ ଜୀ, ବିଶିଷ୍ଟ ସମାଜସେବୀ ଉମେଶ ଖଣ୍ଡେଲୱାଲ ଅନ୍ୟ କର୍ମକର୍ତ୍ତାଙ୍କ ସହ ମିଶି ଭୁବନେଶ୍ୱର ଓ କଟକରେ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଖୁସି ପାଳନ କରିଛନ୍ତି । ଶ୍ରୀରାମ ଜନ୍ମଭୂମିର ଇତିହାସ ଉପରେ ଆଲୋକପାତ କରି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ପୂଜା କରାଯାଉଛି । ଅଯୋଧ୍ୟା ଧାମରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ବିରାଜମାନ ଭାରତୀୟ ସଂସ୍କୃତିକୁ ମଧ୍ୟ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରଭୁ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟାରୁ କିସ୍କିନ୍ଦା ଯାତ୍ରା କରିବା ଏବଂ ଲଙ୍କାଧିପତି ରାବଣକୁ ବଧ କରିବା ପର୍ଯ୍ୟନ୍ତ ଭାରତର ବିଭିନ୍ନ ସଂସ୍କୃତିକୁ ନେଇ ଦେଇଥିବା ବାଣୀଗୁଡ଼ିକ ଆଜିପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବଜାୟ ରଖିଛି । ଏହାସହିତ ଶ୍ରୀମତୀ ଷଡଙ୍ଗୀ ଆହୁରି ମଧ୍ୟ କହିଥିଲେ ଯେ,ବିଜେପି ସର୍ବଦା ଆତ୍ମନିର୍ଭରଶୀଳ ସମାଜର ପରିକଳ୍ପନା ଉପରେ କାମ କରିଆସୁଛି । ଯାହାର ପ୍ରେରଣାର ଉତ୍ସ ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ର । ସାମାଜିକ ଦୂରତ୍ୱ ରଖି ବିଜେପି ନେତା ସମୀର ମହାନ୍ତି ଶ୍ରୀରାମ ଜନ୍ମଭୂମି ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଓ ବିଜେପି ନେତା ଉପସ୍ଥିତ ଥିଲେ ।

ସଶକ୍ତ ଆଡକୁ ଆତ୍ମନିର୍ଭର ଭାରତ


ନୂଆଦିଲ୍ଲୀ,୯ା୮ : ଆତ୍ମନିର୍ଭର ଭାରତ ଅଭିଯାନ ଦିଗରେ ସରକାର ନେଲେ ବଡ ନିଷ୍ପତ୍ତି । ପ୍ରତିରାକ୍ଷା ମନ୍ତ୍ରୀ ଆଜି ଏକ ବଡ ଘୋଷଣା କରିଛନ୍ତି । ଏଣିକି ପ୍ରତିରକ୍ଷଶ ମନ୍ତ୍ରଣାଳୟ ମଧ୍ୟ ହେବ ଆତ୍ମନିର୍ଭରଶୀଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ମେ’ ୧୨ ତାରିଖରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଥିଲେ ସେଥିରେ ୫ଟି କ୍ଷେତ୍ର ଗୁରୁତ୍ୱ ପାଇଥିଲା । ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଲୋକସାଂକ୍ଷିକ ସାମର୍ଥ୍ୟ ଓ ଚାହିଦା । ଏହି ୫ଟି ବିଷୟକୁ ସ୍ତମ୍ଭ ଆକାରରେ ନେଇ ତା’ ଉପରେ ଆତ୍ମନିର୍ଭର ଭାରତ ଗଢ଼ିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ସେ ଆତ୍ମନିର୍ଭର ଭାରତ ଗଢ଼ିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରୁ ସୂତ୍ର ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ବିଭାଗ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଆରମ୍ଭ କରିଛି । ନୂଆ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟସୀମା ବାହାରେ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗୁ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଏହା ଏକ ବଡ ପଦକ୍ଷେପ । ଏହା ମଧ୍ୟ ଭାରତୀୟ ଉଦ୍ୟୋଗୀ ଓ ଉତ୍ପାଦକଙ୍କୁ ଏକ ବଡ ସୁଯୋଗ ଦେଇଛି । ସେମାନେ ଏହାର ସଦୁପଯୋଗ କରି ଏସବୁ ସାମଗ୍ରୀର ଉତ୍ପାଦନ କରିପାରିଲେ ଦେଶ ଆତ୍ମନିର୍ଭରଶୀଳ ହେବା ସହ ନିଜେ ମଧ୍ୟ ଉପକୃତ ହୋଇପାରିବେ । ଏଥିପାଇଁ ସେମାନଙ୍କୁ ନିଜର ଡିଜାଇନ ଓ ନିର୍ମାଣ କୌଶଳ ବିକଶିତ କରିବାକୁ ପଡିବ । ସେମାନେ ଚାହିଁଲେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଦ୍ୱାରା ବିକଶିତ ଟେକ୍‌ନୋଲଜିକୁ ମଧ୍ୟ ଏ କ୍ଷେତ୍ରରେ ବ୍ୟବହାର କରିପାରିବେ । ସେନା, ବାୟୁସେନା, ନୌସେନା, ଡିଆରଡିଓ, ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ଅର୍ଡାନ୍‌ସ ଫ୍ରାକ୍ଟ୍ରି, ବୋର୍ଡ ସମେତ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହିତ ବ୍ୟାପକ ବିଚାର ବିମର୍ଶ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ କେଉଁ କେଉଁ ପ୍ରତିରକ୍ଷା ଉପକରଣ ଆବଦାନୀକୁ ନିଷିଦ୍ଧ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରିଛି । ଭାରତ ପ୍ରାୟ ୨୬୦ ପ୍ରକାର ସାମରିକ ଉପକରଣ ବିଦେଶରୁ ଆମଦାନୀ କରୁଛି । ୨୦୧୫ ଏପ୍ରିଲଠାରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭାରତ ପ୍ରାୟ ୩.୫ଲକ୍ଷ କୋଟି ଟଙ୍କାର ଏସବୁ ସାମଗ୍ରୀ କିଣିଛି । ଏବେ ସରକାର ଯେଉଁ ୧୦୧ଟି ସାମରିକ ଉପକରଣ କ୍ରୟ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ତଦ୍ୱାରା ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେଭ ।ରତ ପ୍ରାୟ ୪ଲକ୍ଷ କୋଟି ଟଙ୍କା ବଞ୍ଚାଇ ପାରିବ । ସେହି ଅର୍ଥ ଭାରତୀୟ ଉଦ୍ୟୋଗରେ ବିନିଯୋଗ ହେଲେ ଏବଂ ଦେଶୀ ସାମଗ୍ରୀ ଭାରତ କିଣିଲେ ଦେଶର ଅର୍ଥନୀତି ଲାବବାନ ହେବା ସହ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଭାରତ ଏସବୁ ସାମଗ୍ରୀ କିଣିବା ପାଇଁ ଦେଶୀ ଉଦ୍ୟୋଗୀ ଗୁଡିକୁ ବରାଦ ଦେଲେ ଏ ବାବଦରେ ସମ୍ପୃକ୍ତ ଉଦ୍ୟୋଗକୁ ବିପୁଳ ଅର୍ଥ ମିଳିବ । ଏକ ହିସାବ ଅନୁସାରେ ଆଗାମୀ ୭ ବର୍ଷ ମଧ୍ୟରେ ଉଭୟ ସ୍ଥଳ ଓ ବାୟୁସେନା ପ୍ରତ୍ୟେକ ୧,୩୦,୦୦୦ କୋଟି ଟଙ୍କାର ସାମଗ୍ରୀ କିଣିବାକୁ ଭାରତ ବରାଦ ଦେବେ । ସେହିଭଳି ନୌସେନା ପକ୍ଷରୁ ମଧଡ଼୍‌ୟ ଏହି ସମୟରେ ୧.୪୦,୦୦୦ କୋଟି ଟଙ୍କାର ସାମଗ୍ରୀ କିଣାଯିବ । ରାଜନାଥ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଷ୍ଟେକହୋଲଡର୍ସଙ୍କ ସହ ବିଚାରବିମର୍ଶ କରାଯିବା ପରେ ପ୍ରତିରକ୍ଷା ଉପକରଣ ଗୁଡିକ ଆମଦାନୀ ଉପରେ ରୋକ୍ ଲଗାଯିବ । ବର୍ତ୍ତମାନ ନିଷ୍ପତ୍ତି କେବଳ ୨୦୨୦ ରୁ ୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ । ସେହିପରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଚୀନ୍‌ରୁ ଆସିବନି ବୋଲି ସେ ସୂଚନା ଦେଇଛନ୍ତି । 


ମୋଦି ସରକାରଙ୍କ ପଦକ୍ଷେପ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବ : ଧର୍ମେନ୍ଦ


ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଆର୍ôଥକ ସହାୟତାର ଷଷ୍ଠ କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ôଥକ ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ କହିଛନ୍ତି ଏହି ସହଯୋଗୀ ପଦକ୍ଷେପମାନ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଚାଷୀଭାଇ ମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବ ଏବଂ ନୂଆ ଓ ଆଗାମୀ ପିଢିର ଟେକ୍ନୋଲୋଜି, ଭିତ୍ତିଭୂମି ଓ ଆଧୁନିକ କୃଷି ପ୍ରଣାଳି ମାଧ୍ୟମରେ କୃଷିଭିତ୍ତିକ ଶିଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିବ । ମୋଦି ସରକାରରେ କୃଷି କ୍ଷେତ୍ରରେ ନିଆଯାଇଥିବା ଗଠନମୂଳକ ଏବଂ ନୀତି ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ ଏବଂ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ । ଏହାସହ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ଓ କୃଷି କ୍ଷେତ୍ରରେ ଭାରତକୁ ଅଧିକ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ବିଜେପି ତରଫରୁ କ୍ରାନ୍ତି ଦିବସ ରାୟଗଡା,୯ା୮: ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କ୍ରାନ୍ତି ଦିବସ ପାଳନ ହୋଇଯାଇଅଛି । ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଯୁବ ମୋର୍ଚ୍ଚା କର୍ମୀ ମାନେ ସହରର ବିଭିନ୍ନ ଜାଗାରେ ଥିବା କ୍ରାନ୍ତିପୁରୁଷଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବା ସହ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ । ସହରରେ ଥିବା କ୍ରାନ୍ତିପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ସମସ୍ତ ଯୁବ ମୋର୍ଚ୍ଚା କର୍ମୀ ମାନେ ସହରର ଗଜପତି ଛକ ନିକଟରେ ଏକତ୍ରିତ ହୋଇ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରି ହାତରେ ଜାତୀୟ ପତାକା ଧରି ରଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ । ଭାରତୀୟ ଜନତା ପାର୍ଟିର ଯୁବନେତା ଦେବାଶିଷ ପଣ୍ଡା, ଭେଙ୍କେଟ ରାଓ ସେନାପତି, ଶାନ୍ତୁନୁ ସୁବୁଦ୍ଧି, ଚିତ ରଂଜନ ନାୟକ, ସନ୍ତୋଷ ସୁବୁଦ୍ଧି, ଅଜୟ ଚୁଲେଟ, ମୋଇନା ଆଚାର୍ଯ୍ୟ, ବି.ଲକ୍ଷମି ପ୍ରମୁଖ ଉପସ୍ଥିତ ଥିଲେ ।


ଜିଲ୍ଲା ପ୍ରଶାସନ କୋଭିଡ୍ -୧୯ ପରିଚାଳନାରେ ବିଫଳ: ବିଜେପି ନବରଙ୍ଗପୁର,(ଦ.ପ୍ର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ କୋଭିଡ୍ -୧୯ ପରିଚାଳନା ଓ ଲକ୍‌ଡାଉନ୍‌, ସଟ୍‌ଡାଉନ୍ କଟକଣାରେ ବ୍ୟତିକ୍ରମ ଦେଖାଦେଇଥିବା ସହ ମହାମାରୀକୁ ରୋକ୍ ଲଗେଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ଜିଲ୍ଲା ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନାରେ ବ୍ୟତିକ୍ରମ ନେଇ ଅନେକ ପ୍ରଶ୍ନ ଉଠାଇଛି । ସହର ମଧ୍ୟରେ ଅତ୍ୟନ୍ତ ସକାଳୁ ମାଇକ ଯୋଗେ ଘୋଷଣା ହେବା କଥା ତାହା ହେଉ ନଥିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି । କଣ୍ଟେନମେଣ୍ଟ ବୋଲି ବାଉଁଶ ବାନ୍ଧି ପ୍ରଶାସନ ତାର କାମ ସାରି ଦେଉଥିବା ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନବରଙ୍ଗପୁର ସହରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ପୌରପାଳିକା ପକ୍ଷରୁ ସହରର ସାହି ଗଳି କନ୍ଦିରେ ସାନିଟାଇଜ୍ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରୁଛି ବିଜେପି । ଜିଲ୍ଲାରେ ଚିହ୍‌ଟ ହେଉଥିବା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲରେ ୩ ରୁ ୪ ଦିନ ରଖି ଛାଡି ଦିଆଯାଉଛି । କଣ କରୋନା ନାମରେ ରୋଗ ଚାରି ଦିନ ଭିତରେ ପୂରା ଛାଡି ଯାଉଛି । ନା ଏହା ପଛରେ ଆଉ କଣ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ଅଭିଯୋଗ କରିଛି । ସହର ମଧ୍ୟରେ ମଶା ମାଛିଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜଣେ ସାଧାରଣ ଲୋକଙ୍କୁ ମେଲ୍ୟାରିଆ ବା ଥଣ୍ଡା କାଶ ହେଲେ ତାକୁ କରୋନା ବୋଲି କୋଭିଡ୍ ହସ୍ପିଟାଲ ଭର୍ତ୍ତି କରାଯାଇ ପାରାସିଟାମଲ୍ ଔଷଧ ଦେଇ ତିନି ଦିନ ପରେ ଛାଡି ଦେଉଛନ୍ତି । ପୌର ପରିଷଦ ବିଗତ ଦିନରେ କିଣି ଥିବା ଧୁଆଁ ମେସିନକୁ କାର୍ଯ୍ୟରେ ନ ଲଗାଇ ସାଇତି ରଖିଛି । ନା କବାଡି ଖାନାରେ ହସନ୍ତାନ୍ତର କରିଛି । ଯଦି ଅଛି ତେବେ ସହରରେ ବ୍ୟବହାର ହେଉନାହଁ । କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜିଳ୍ଲାପାଳ ଦେଉଥିବା କରୋନା ଜନିତ ତଥ୍ୟ ସଠିକ୍ ନଥିବା ସହ ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଉନଥିବାରୁ ଜିଲ୍ଲାବାସୀ ସନ୍ଦେହ ରହୁଛନ୍ତି । ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତାର ପ୍ରାୟ ଚାରି ଘଣ୍ଟା ପରେ ଏକ ଚିଠି ମାଧ୍ୟମରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଓ ଘୋଷଣା ହେବା ଦୁଇ ଦିନ ପରେ ବାଉଁଶ ବନ୍ଧା ହେଉଛି । ଭିଡିଓ ବାର୍ତ୍ତା ଦେଲାବେଳେ ହିଁ ଚିହ୍ନଟ ବ୍ୟକ୍ତି ନାମ ଗୋପନୀୟ ରଖି ଅମୁକ ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣା କରିଥାନ୍ତେ ତେବେ ଉକ୍ତ ଅଞ୍ଚଳକୁ ସ୍ୱତ୍ତ ପ୍ରବୃତ୍ତ ଭାବରେ ଯିବାରେ ଜନସାଧାରଣ ସଙ୍କୋଚ କରିଥାନ୍ତେ । ଆପଣଙ୍କ ଭିଡିଓ ବାର୍ତ୍ତା, ଚିଠି କାରବାର ଓ ବାଉଁଶ ବନ୍ଦାର ସମୟ ବ୍ୟବଧାନ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କରୋନା ସଂକମ୍ରଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି । କରୋନା ମହାମାରୀ ପରିଚାଳନା ନିମନ୍ତେ ରାଜ୍ୟ ସରକାର ୧୯ ଶହ କୋଟି ଟଙ୍କା ଖର୍ଚ୍ଚ ଏକ ହିସାବ ଦେଇ ସାରିଛନ୍ତି । କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋଭିଡ୍ -୧୯ ପରିଚାଳନା ପାଇଁ କେତେ ଅର୍ଥ ସାଜିଛି ଓ କେଉଁ କେଉଁ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲାବାସୀ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ପେଟା ବାବାଦରେ ଜିଲ୍ଲାକୁ କେତେ ଆସିଛି ଓ ଏହି ଅର୍ଥ କେଉଁ ପ୍ରାଣୀମାନଙ୍କୁ କିପରି ବଣ୍ଟା ହେଲା ବୋଲି ସହରବାସୀ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାର ପ୍ଲାଜାମା ଥେରପିର ପ୍ରଚାର ପାଇଁ ହେଲିକେପ୍ଟର ଯୋଗେ ଏକ ମନ୍ତ୍ରୀଙ୍କ ଏ ଜିଲ୍ଲାକୁ ପଠେଇଥିଲେ । ଏଣୁ ଏ ଜିଲ୍ଲାରେ କେବେ ଠାରୁ ପ୍ଲାଜାମାଥେରୋପି ଆରମ୍ଭ ହେବ ଓ ପ୍ଲାଜାମାଥେରୋପି ବାସ୍ତବିକ କାର୍ଯ୍ୟକାରିତା ପାଇଁ ଉମରକୋଟ ଠାରେ ବ୍ଲଡ୍ ବ୍ୟାଙ୍କ ସେବା କେବେ ଠାରୁ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । କୋଭିଡ୍ - ୧୯ର ରୋଗୀ ଚିହ୍ନଟ ଏକ ନମ୍ବର ଗେମ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କୋଭିଡ୍ ହସ୍ପିଟାଲ ଏକ ବେସରକାରୀ ଚିକିତ୍ସା ସଂସ୍ଥାକୁ ଦିଆଯାଇଛି ଓ ରୋଗୀର ବେଡ୍ ପିଛା ଉକ୍ତ ସଂସ୍ଥାକୁ ୩୦ ହଜାର ଟଙ୍କା ପୈଠ କରାଯାଉଛି । ଏଣୁ ଯେତେ ରୋଗୀ ବାହାରିବେ ରୋଗୀ ପିଛା କ୍ରୟ ହୋଇଥିବା ଟଙ୍କା ଉକ୍ତ ସଂସ୍ଥାକୁ ପ୍ରଦାନ କରି ରାଜ୍ୟ ସରକାର ଏଥିରୁ କିଛି ଅଂଶ ପିସି ମାଧ୍ୟମରେ ପାଉଛନ୍ତି । ଓ ବଡ ବଡ ନେତା ମନ୍ତ୍ରୀମାନେ ହେଲିକପ୍ଟରରେ ଆସି ଉକ୍ତ ଟଙ୍କା ନେଉଛନ୍ତି । ସେଥି ପାଇଁ ଚିହ୍ନଟ ରୋଗୀକୁ କେବଳ ତିନି ଦିନରେ ଛାଡି ଦଆଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହା କେତେ ମାତ୍ରାରେ ସତ୍ୟ ଜିଲ୍ଲାପାଳ ସଠିକ୍ ଉତ୍ତର ରଖନ୍ତୁ ବୋଲି ବିଜେପି ଅନୁରୋଧ କରିଛି । କରୋନା ମହାମାରୀ ଜିଲ୍ଳାରେ ଏକ ଆତଙ୍କର ମହଲ ସୃଷ୍ଟି କରିଛି । ଯାହାକି ପ୍ରଶାସନ ଯୋଗୁଁ ଲୋକଙ୍କୁ ଅଧିକ ବ୍ୟତିବ୍ୟସ୍ତ କରି ସାରିଛି । ମହାମାରୀକୁ ରୋକ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ ଥିବା ପ୍ରଶାସନ ବା ପ୍ରଶାସନିକ ଅଧିକାରୀ ମାନେ ତ ମାସ କିଆ ଦରମା ପାଉଛନ୍ତି କିନ୍ତୁ ବେପାରୀ ଓ ମଧ୍ୟବିତ୍ତ ପରିବାର ଆତ୍ମହତ୍ୟା କରିବା ବୋଲି ପରିସ୍ଥିତି ପ୍ରଶାସନ ନିଜେ ସୃଷ୍ଟି କରିଛି । ଯାହାକୁ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିଛି । ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ଯୁବ ନେତା ଗୌରୀ ଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଛା ସଭାପତି କାହ୍ନୁ ଦାସ, ରାଜ୍ୟ ସଭ୍ୟ ଅରୁଣ ପୂଜାରୀ, ଜିଲ୍ଲା ଓବିସି ସଭାପତି ମନୋଜ ମହକୁଡ, ପିଣ୍ଟୁ ମିଶ୍ର, ଭୁବନ ନାୟକ, ଓ ରୂନା ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ଭଦ୍ରକ,: ବିଦେଶୀ ଶାସନ ବିରୁଦ୍ଧରେ ଜାଗୃତି ଆଣିଥିବା ସ୍ୱତନ୍ତ୍ରତା ସଂଗ୍ରାମ ଅଗଷ୍ଟ କ୍ରାନ୍ତିର ସ୍ମରଣ ଦିବସ ଅବସରରେ ବିଜେପି ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ଆହ୍ୱାନ କ୍ରମେ ଡାହାଣିଗଡିଆ ଠାରେ ଅବହେଳିତ ଭାବେ ଥିବା ମହାନ ସଂଗ୍ରାମୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଦେଶକୁ ସ୍ୱାଧୀନ କରିବା ପାଇଁ ଜୀବନକୁ ବଳି ପକାଇଥିବା ଭଦ୍ରକ ଜିଲ୍ଲାର ମହାନ ସଂଗ୍ରାମୀମାନଙ୍କ ସ୍ୱୃତି ଚାରଣ କରାଯାଇଥିଲା । ବିଜେପି ରାଜ୍ୟ ସଂପାଦକ ତଥା ଭଦ୍ରକ ଲୋକସଭା ନେତା ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନେତା ତଥା ପୂର୍ବତନ ଜିଲ୍ଲାସଭାପତି ବଦ୍ରିନାରାୟଣ ଧଳ, ଶଶୀକାନ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ଚନ୍ଦ୍ରମୋହନ ମହପ।।ତ୍ର, ବିକାଶ ପାଢୀ, ବିକାଶ ଶ୍ରେଷ୍ଠା, ଦୁର୍ଗା ନାୟକ, ସରୋଜ ରାଉତ, ସୂରଜ ସେଠୀ, ସୁରେଶ ରାଉତ, ଅମ୍ବିକା ଦାସ, ତପନ ମହାନ୍ତି, ମହମ୍ମଦ ଅଲୀ ସବର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାରୁ ୧୦ଜଣ ସ୍ୱାଧିନତା ସଂଗ୍ରାମୀଙ୍କୁ ମହାମହିମ ରାଷ୍ଟପତି ରାମନାଥ କୋବିଦ ସମ୍ବର୍ଦ୍ଧିତ କରିଥିବାରୁ ତାଙ୍କୁ କୃଜ୍‌ୟତା ଜ୍ଞାପନ କରାଯାଇଥିଲ ।


କ୍ରାନ୍ତି ଦିବସ ପାଳିତ 

ଭଣ୍ଡାରିପୋଖରୀ:ରବିବାର ଦିନ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳୀୟ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ନିକଟସ୍ଥ କହରାପୋଖରୀ କ୍ରାନ୍ତି ମଇଦାନ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ମାରକୀ ସ୍ତମ୍ଭରେ ମାଲ୍ୟାର୍ପଣ କରାଯିବା ସହ ଶହୀଦଙ୍କ ୁଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେହିପରି ଭଣ୍ଡାରିପୋଖରୀ ଥାନା ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ମାରକୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଗାନ୍ଧୀ ସ୍ମୃତିପୀଠ ମଞ୍ଜୁରୀ ଠାରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁଙ୍କ ସମେତ ପୁଲିସ କର୍ମଚାରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବିଜେପି ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରୀଶ ସାମଲ, ଜୟସ୍ମିତା ଗୋଚ୍ଛାୟତ, ସରପଞ୍ଚ ମନୋଜ ନାୟକ, ଶିବାନନ୍ଦ ସାହୁ, ସତ୍ୟବ୍ରତ ଜେନା, ରବିନାରାୟଣ ମହାପାତ୍ର, ରତ୍ନାକର ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ଶଶୀଭୂଷଣ ଦାସ ଓ କୃପାସିନ୍ଧୁ ମହାନ୍ତିଙ୍କୁ ଶ୍ରୀ ଧଳ ସେମାନଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଥିଲେ ।


କବି ସୂର୍ଯ୍ୟନଗର ବିଜେପି ପକ୍ଷରୁ କ୍ରାନ୍ତି ଦିବସ ପାଳିତ କବିସୂର୍ଯ୍ୟନଗର,: ଭାରତୀୟ ଜନତା ପାର୍ଟି କବିସୂର୍ଯ୍ୟନଗର ପକ୍ଷରୁ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତା ରଞ୍ଜନ ପୋଲାଇଙ୍କ ଆବାହକତ୍ୱରେ କ୍ରାନ୍ତିଦିବସ ପାଳିତ ହୋଇଥିଲା । ଜାତିର ପିତା ମହାତ୍ମାଗାନ୍ଧିଙ୍କର ୧୯୪୨ ଅଗଷ୍ଟ ୯ ତାରିଖ ଦିନ ଯେଉଁ ଡ଼ାକରା ଥିଲା ଭାରତ ଛାଡ଼ ଆନ୍ଦୋଳନ ସେଥିରେ ନିଜ ପ୍ରାଣର ଆହୁତି ଦେଇଥିବା କ୍ରାନ୍ତିବୀରମାନଙ୍କୁ ସ୍ମରଣ ଲାଗି ଆଜିର ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥିଲା । ବୀର ସହିଦମାନଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦଳର ବିଭିନ୍ନ ନେତା ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା- ରାଜେନ୍ଦ୍ର ନାଥ ନାୟକ, ରମାକାନ୍ତ ଦୋରା ପ୍ରମୁଖ ଯୋଗଦେଇଥିବାବେଳେ ମଣ୍ଡଳ ସଭାପତି ଅଶୋକ କୁମାର ସାହୁ ସଭାରେ ସଭାପତିତ୍ୱ କରିଥିଲେ ।

ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ପାଳିତ 

ବ୍ରହ୍ମପୁର: ରବିବାର ଅଗଷ୍ଟ ୯ କ୍ରାନ୍ତି ଦିବସ । ଏହି ଅବସରରେ ଆଜି ସମସ୍ତ ସ୍ୱରଧୀନତା ସଂଗ୍ରାମୀ ଓ ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ । ସେମାନଙ୍କ ଦେଶ ପ୍ରେମ, ତ୍ୟାଗ ଓ ବଳିଦାନକୁ ମନେପକାଇ ଆଜି ସାରା ଦେଶରେ ସହିଦଙ୍କୁ ସମ୍ମାନ ଜଣାଯିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେହିପରି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ପ୍ରଦେଶର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନତି ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ୱରେ ବ୍ରହ୍ମପୁର ଗାନ୍ଦି ନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଜେପି କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ଦେଶ ପାଇଁ ଏମାନଙ୍କ ତ୍ୟାଗ ଓ ସଂଗ୍ରାମ ବ୍ୟର୍ଥ ଯିବନି ବୋଲି କର୍ମକର୍ତ୍ତାମାନେ ମତ ରଖିଥିଲେ । ପରେ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଥିବା ସହିଦ୍ ଲକ୍ଷ୍ମଣ ନାୟକଙ୍କ ସହିଦ୍ ସ୍ତମ୍ଭରେ ବିଜେପି କର୍ମକର୍ତ୍ତାମାନେ ଦୀପ ଜାଳି ପୁଷ୍ପମାଲ୍ୟାର୍ପଣ ପୂର୍ବକ ସ୍ୱାଧୀନତା ପାଇଁ ଏମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ । ପ୍ରତିବର୍ଷ କ୍ରାନ୍ତି ଦିବସ ଉପଲକ୍ଷେ ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ପତି, ଏନ ରାଜେନ୍ଦ୍ର କୁମାର, ଶରତ ସାହୁ, ରାମକ କୁମାର ପାତ୍ର, ବିକେଶ ପାଣିଗ୍ରାହୀ, ଏ.କିଣ କୁମାର ସାହୁ, ମଧୂସୂଦନ ସାହୁ, ଜଗଦିଶ ପ୍ରଧାନ, ଶିବ ନାୟକ, ସୁମିତ ପାତ୍ର, ଚନ୍ଦନ କୁମାର ପାତ୍ର, ମନୋଜ ମହାରଣା, କେ ରବି ରାଓ, ମାନସ ରଞ୍ଜନ ଜେନା, ରାଜେନ୍ଦ୍ର କୁମାର, ଅଜିୟ ପାତ୍ର, ଜିତେନ୍ଦ୍ର ପାଢୀ, ରାଜେଶ୍ୱର ମହାପାତ୍ର, ସିଦ୍ଧାର୍ଥ ସୁମନ ଦାସ, ମାତା ପ୍ରସାଦ ନାୟକ, ଏସ.କେ ସାଦିକ୍‌, ଶିବ ପ୍ରସାଦ ପାତ୍ରଙ୍କ ସମତେ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

 ମୟୁରଭଞ୍ଜ ସାଂସଦଙ୍କ ସମୀକ୍ଷା ବୈଠକ


ବାରିପଦା, ୧୦/୦୮  : ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ ଜିଲ୍ଲାର ବିଭିନ୍ନ ସମସ୍ୟା ବାବଦରେ ରବିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲାର ସରକାରୀ ବିଭାଗର ଅଧିକାରୀ ମାନଙ୍କୁ ନେଇ ସ୍ଥାନୀୟ ବାରିପଦା ସ୍ଥିତ ସର୍କିଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ଜୁଲାଇ ୨୭ ତାରିଖ ଠାରୁ ଏହି ବୈଠକ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା ବୈଠକ ଏଯାବତ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଆଦିବାସୀ ସମନ୍ୱୟ ବିଭାଗ, ଖଣିଜ ସମ୍ପଦ,କୃଷି,ମତ୍ସ୍ୟ, ପଶୁ ସଂପଦ, ଜଙ୍ଗଲ,ଜଳ ପ୍ରକଳ୍ପ,ବିଭାଗ, ଲୋଧା ବିକାଶ ଏବଂ ଖଡ଼ିଆ ଓ ମାଁକଡ଼ିଆ ଆଦି ବିଭାଗର ସମୀକ୍ଷା ବୈଠକ ସରିଯାଇଛି । ଦୀର୍ଘ ୭୫ ବର୍ଷ ଧରି ମୟୂରଭ ଭଳି ବୃହତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆଖିଦୃଶିଆ ବିକାଶ ହୋଇ ନପାରିବାର ମୁଖ୍ୟ କାରଣ ଜିଲ୍ଲାର ଅଧିକାରୀ ମାନେ ବୋଲି ସାଂସଦ ଇଂ ଟୁଡୁ ମତବ୍ୟକ୍ତ କରିଥିଲେ ।ଏଥି ସହିତ ଯଦି ଆଜି ଜିଲ୍ଲାର ସରକାରୀ ଅଧିକାରୀ ମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ରୂପେ ଭାବେ ପାଳନ କରିଥାନ୍ତେ ତେବେ ଜିଲ୍ଲାର ସାଧାରଣ ଜନତା ଖୁବ ଉପକୃତ ହୋଇଥାନ୍ତେ ତାହା ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ଜନତାଙ୍କ ଅଭିଯୋଗକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆବାସ, ଉଜ୍ଜଳା ଗ୍ୟାସ ବଣ୍ଟନ, ସୌଭାଗ୍ୟ ଯୋଜନାରେ ଗରିବଙ୍କୁ ବିଜୁଳି ଆଦି ସୁବିଧା ଯୋଗାଇବାରେ ଜିଲ୍ଲା ଅଧିକାରୀ ମାନେ ବିଫଳ ହୋଇଛନ୍ତି ।ଏଥି ସହିତ ଏହି ସବୁ ଯୋଜନାରେ କିଛି ଦଳୀୟ ଲୋକ ହିଁ ଉପକୃତ ହେବା ସହିତ ଏହି ସବୁ ବିଭାଗରେ ମଧ୍ୟ ଦଳୀୟ ବାସ୍ନା ପୁରା ବାରି ହେଉଅଛି ଏବଂ ସାଧାରଣ ଜନତାଙ୍କ ଗୁରୁତ୍ୱ ଦିଆନଯାଇ ନିର୍ଦ୍ଦିଷ୍ଟ ଏକ ଦଳ କିମ୍ବା ଗୋଷ୍ଠୀଙ୍କ ପ୍ରତି ଧ୍ୟାନ ଦେଉଥିବାରୁ ଜିଲ୍ଲାରେ ସାଧାରଣ ଜନତା ଠିକ ଭାବରେ ଉପକୃତ ହୋଇପାରୁନାହାନ୍ତି । ଏସବୁ ସହିତ ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ କାମରେ ହେଉଥିବା ଅନିୟମିତତାକୁ ନେଇ ମଧ୍ୟ ସାଂସଦ କ୍ଷୋଭ ପ୍ରକାଶ କରିବା ସହ ତାଗିଦ ମଧ୍ୟ କରିଥିଲେ ।

କରୋନା ମୃତ୍ୟୁହାରକୁ ଏକ ଶତାଂଶ ତଳକୁ ଆଣିବା ପାଇଁ ଥିବା ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବା : ପ୍ରଧାନମନ୍ତ୍ରୀ


 ୧୧/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାମ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ବର୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ । ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ । ଟିମ ଇଣ୍ଡିଆ ଦ୍ୱାରା ଟିମ୍ ୱାର୍କ : ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଟିମ୍ ଇଣ୍ଡିଆର ଟିମ୍ ୱାର୍କ ପ୍ରଦର୍ଶିତ ହୋଇଛି । ସମସ୍ତେ ମିଳିମିଶି ଉତମ ସମନ୍ୱୟ ଓ ସହଯୋଗର ସହିତ ମହାମାରୀ ମୁକାବିଲାରେ ଲାଗିଛନ୍ତି, ଯାହା ଏକ ଊଲ୍ଲେଖନୀୟ କାର୍ଯ୍ୟ । କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ହସପିଟାଲ୍ ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଚାପ ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ସେ କହିଥିଲେ ଯେ ଆଜିର ବୈଠକରେ ସାମିଲ ହୋଇଥିବା ୧୦ ରାଜ୍ୟରେ ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୮୦ ଭାଗ ରୋଗୀ ଅଛନ୍ତି । ଯଦି ଏହି ୧୦ଟି ରାଜ୍ୟରେ କରୋନା ଭୂତାଣୁକୁ ଦମନ କରାଯାଇପାରିବ ତେବେ ସମଗ୍ର ଭାରତ କୋଭିଡ-୧୯ ଯୁଦ୍ଧରେ ବିଜୟୀ ହେବ । ପରୀକ୍ଷା ବଢାଅ, ମୃତ୍ୟୁହାର କମାଅ : ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୈନିକ ଏବେ ଦେଶରେ ପ୍ରାୟ ୭ଲକ୍ଷ ସ୍ୱାବ୍ ପରୀକ୍ଷା ହେଉଛି ତଥା ଏହି ସଂଖ୍ୟା କ୍ରମଶଃ ବଢୁଛି । ଏହାଫଳରେ ଆକ୍ରାନ୍ତଙ୍କୁ ଆଗୁଆ ଚିହ୍ନଟ ଓ ରୋଗ ନିୟନ୍ତ୍ରଣରେ ଏହା ସହାୟକ ହେଉଛି । ସମଗ୍ର ବିଶ୍ୱରେ ଭାରତରେ କୋଭିଡ୍ ମୃତ୍ୟୁହାର ସବୁଠୁ କମ୍ । ଏହି ହାର କ୍ରମାଗତ ଭାବେ କମିବାରେ ମଧ୍ୟ ଲାଗିଛି । ଆହୁରି ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ହାର ମଧ୍ୟ କ୍ରମଶଃ ହ୍ରାସ ପାଉଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହେଉଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳରେ ଲୋକଙ୍କ ବିଶ୍ୱାସ ବଢିଛି ଏବଂ କରୋନା ମୃତ୍ୟୁହାର ଏକ ଶତାଂଶରୁ ତଳକୁ ଆଣିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଖୁବ୍ ଶୀଘ୍ର ପୂରଣ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଆଲୋଚନାରୁ ଯାହା ଜଣାଗଲା ଯେ ବିହାର, ଗୁଜରାଟ, ଉତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନାରେ ଆକ୍ରାନ୍ତଙ୍କ ପରୀକ୍ଷା ସୁବିଧା ବଢାଇବାର ଜରୁରୀ ଆବଶ୍ୟକତା ରହିଛି । ଏହି ଲଢେଇରେ କଂଟେନମେଂଟ୍‌, କଂଟ୍ରାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ବ୍ୟବସ୍ଥା ସବୁଠୁ ସଫଳ ଅସ୍ତ୍ର । ଲୋକେ ଏ ସଂପର୍କରେ ସଚେତନ ଅଛନ୍ତି ଏବଂ ଏହି ଉଦ୍ୟମରେ ମଧ୍ୟ ସହାୟତା କରୁଛନ୍ତି । ଫଳରେ ଆମେ ସଫଳତାର ସହିତ ହୋମ୍ କ୍ୱରାଟାଂଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିପାରିଛୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆରୋଗ୍ୟ ସେତୁ ଆପର ଗୁରୁତ୍ୱ ସଂପର୍କରେ ଉଲ୍ଳେଖ କରିଥିଲେ । ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତ ଅନୁସାରେ ଆମେ ଯଦି ପ୍ରାରମ୍ଭିକ ୭୨ ଘଂଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିପାରିବା ତା’ହେଲେ ଭୂତାଣୁ ସଂକ୍ରମଣକୁ ରୋକିହେବ । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୭୨ଘଂଟା ମଧ୍ୟରେ ଠାବକରି ସେମାନଙ୍କ ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଏହାକୁ ଏକ ମନ୍ତ୍ରଭାବେ ଅନୁସରଣ କରିବା ଉଚିତ୍ । ସେହିଭଳି ନିୟମିତ ହାତଧୋଇବା, ଦୁଇଗଜ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ ମଧ୍ୟ ସମାନ ଗୁରୁତ୍ୱର ସହ ପାଳନ କରିବାକୁ ସେ କହିଛନ୍ତି । ଦିଲ୍ଲୀ ଓ ନିକଟବର୍ତୀ ରାଜ୍ୟଙ୍କ ପାଇଁ ରଣନୀତି : ରାଜଧାନୀ ଦିଲ୍ଲୀ ଓ ଏହାର ନିକଟବର୍ତୀ ରାଜ୍ୟଗୁଡିକରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଏହି ଯୋଜନାରେ ମୁଖ୍ୟ ବିଷୟଗୁଡିକ ହେଲା ସଂକ୍ରମିତ ଅଂଚଳକୁ ପୃଥକ କରି ରଖିବା, ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଯେଉଁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା । ଏହି ଢଙ୍ଗରେ କରୋନା ମୁକାବିଲା ଚାଲିଛି ଏବଂ ଏହାର ସଫଳତା ଏବେ ସମସ୍ତେ ଦେଖିପାରୁଛନ୍ତି । ଆହୁରି ମଧ୍ୟ ହସ୍‌ପିଟାଲର ସୁପରିଚାଳନା ଏବଂ ଅଧିକରୁ ଅଧିକ ଆଇସିୟୁ ବେଡ୍ ବ୍ୟବସ୍ଥା ଦ୍ୱାରା କରୋନା ବିରୋଧୀ ଲଢେଇ ସଫଳ ହୋଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମତାମତ : ଏହି ଅବସରରେ ଅଂଶଗ୍ରହଣକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ କହିଥିଲେ । କରୋନା ବିରୋଧୀ ଲଢେଇର ସଫଳ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସେମାନେ ପ୍ରଶଂସା କରିଥିଲେ । ନିୟମିତ ଭାବେ ରାଜ୍ୟଗୁଡିକୁ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ଦିଗଦର୍ଶନ ଦେବା ସହିତ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଥିବାରୁ ମୁଖ୍ୟମନ୍ତ୍ରୀଗଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ନିଜ ରାଜ୍ୟରେ ହେଉଥିବା କରୋନା ପରୀକ୍ଷା, ଏହି ପରୀକ୍ଷାର ହାର ବୃଦ୍ଧି, ଟେଲି ମେଡିସିନର ବ୍ୟବହାର, ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ସଂକ୍ରାନ୍ତି ବିଷୟ ଆଦି ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେରୋ ସର୍ଭେଲାନ୍ସ ପରିଚାଳନା ପାଇଁ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଲୋଡିବା ସହ ସମଗ୍ର ଦେଶରେ ଏକ ସମନ୍ୱିତ ମେଡିକାଲ ଭିତିଭୂମି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା : କେନ୍ଦ୍ର ପ୍ରତିରକ୍ଷର ମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ କ୍ଷେତ୍ରରେ ଭାରତର ଉଦ୍ୟମ ଓ ଉପଲବଧିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ସ୍ୱାସ୍ଥ୍ୟ ସଚିବ ଦେଶରେ କୋଭିଡ ସ୍ଥିତିର ଏକ ମୋଟାମୋଟି ଚିତ୍ର ବୈଠକରେ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେସବୁ ରାଜ୍ୟ ସରକାର ଅଧିକରୁ ଅଧିକ ରୋଗୀଙ୍କ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରମାନେ କରୋନା ସଂକ୍ରମିତଙ୍କ ପ୍ରକୃତ ମୃତ୍ୟୁସଂଖ୍ୟା ପ୍ରଦାନବେଳେ ନିର୍ଭୁଲ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ସଚିବ କହିଥିଲେ । ସ୍ଥାନୀୟ ସମୁଦାୟକଙ୍କ ସହଯୋଗରେ କଂଟେନମେଂଟ ଜୋନର ସ୍ଥିତି ଅନୁଧ୍ୟାନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ ।


 ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ୮୭୨୨.୩୮ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ


୧୧/୦୮ (ପିଆଇବି) : ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି । ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି ୮୭୨୨ କୋଟି ୩୮ ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍‌ଇ) ଅନୁମୋଦନ କରିଛି । ଏଥିରେ ବାୟୁସେନା ପାଇଁ ୧୦୬ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଏଚ୍‌ଟିଟି-୦୪ ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି । ଖୁବ୍‌ଶୀଘ୍ର ଏଥିପାଇଁ ହାଲ୍ ଏ ସଂକ୍ରାନ୍ତ ପ୍ରମାଣପତ୍ର ହାସଲ କରିବ । ଏହି ଶ୍ରେଣୀର ୧୦୬ଟି ବିମାନ ହାଲ୍‌ଠାରୁ କିଣିବାକୁ ଆଜି ପରିଷଦ ଅନୁମତି ପ୍ରଦାନ କରିଛି । ପ୍ରାରମ୍ଭିକ ଅବସ୍ଥାରେ ୭୦ଟି ଏଭଳି ବିମାନ କ୍ରୟ କରାଯିବ । ପରେ ଅବଶିଷ୍ଟ ୩୬ଟିକୁ ବାୟୁସେନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ଭାରତୀୟ ନୌବାହିନୀର ଶକ୍ତି ବୃଦ୍ଧି ପାଇଁ ପରିଷଦ ଉନ୍ନତ ମାନର ସୁପର ରାପିଡ୍ ଗନ୍ ମାଉଣ୍ଟ ବା ଏସ୍‌ଆରଜିଏମ୍ କିଣିବ । ଏହା ନୌବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଯୁଦ୍ଧଜାହାଜରେ ମୁତୟନ ହେବ । ଏହି ଏସ୍‌ଆରଜିଏମ୍ ଭାରତ ହେଭି ଇଲେକ୍‌ଟ୍ରିକାଲ ବା ଭେଲରୁ କିଣାଯିବ । ଏସ୍‌ଆରଜିଏମ୍ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଦ୍ରୁତଗାମୀ ଯୁଦ୍ଧ ବିମାନର ଗତିପଥ ତୁରନ୍ତ ଠାବ କରି ନିମିଷକେ ତାର ପ୍ରତିରୋଧ କରିବାକୁ ସକ୍ଷମ । ଏଥିପାଇଁ ମଧ୍ୟ ଡିଏସ୍‌ଇର ଅନୁମୋଦନ ମିଳିଛି । ଭାରତରେ ଏବେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରତିରକ୍ଷା ବାହିନୀର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ । ଏଥିପାଇଁ ମଧ୍ୟ ଆବଶ୍ୟକଟେକ୍‌ନୋଲଜି ଭାରତରେ ରହିଛି । ତାହାକୁ ଦୃଷ୍ଟିରେ ରଖି ଡିଏସ୍‌ଇ ୧୨୫ ଏମ୍‌ଏମ୍ ଆର୍ମର ପିୟରସିଂ ଫିନ୍ ଷ୍ଟାବିଲାଇଜଡ ଡିସ୍‌କାର୍ଡିଂ ସାବର୍ଟ ଗୋଳା ଭାରତୀୟ ସେନା ପାଇଁ କିଣିବାକୁ ଡିଏସ୍‌ଇ ଅନୁମୋଦନ ଦେଇଛି । ଏଥିରେ ପ୍ରାୟ ୭୦ ଭାଗ ଦେଶୀ କାରଗରୀ ଜ୍ଞାନକୌଶଳ ନିୟୋଜିତ କରାଯାଇଛି । ସେହିଭଳି ଏକେ-୨୦୩ ଏବଂ ମାନବ ବିହୀନ ଆକାଶ ଯାନ କ୍ରୟ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଡିଏସଇର ଅନୁମୋଦନ ଲାଭ କରିଛି ।


ଉପରାଷ୍ଟ୍ରପତିଙ୍କ ତିନିବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ଇ-ପୁସ୍ତକ \'କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ, ଚେିଙ୍ଗ\'କୁ ଉନ୍‌ମୋଚନ କଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

୧୧/୦୮  : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କ?ୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକ ର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍‌ମୋଚନ କରିଛନ୍ତି । ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍‌ବାରା ଉନ୍‌ମୋଚିତ ହୋଇଛି । ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୨୫୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପବ୍ଲିକେଶନ ଡିଭିଜନ ଦ୍‌ବାରା ପ୍ରକାଶିତ ହୋଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ଦେଶ ବିଦେଶ ଭ୍ରମଣ କାହାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସଚିତ୍ର ପ୍ରକାଶ କରାଯାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ କୃଷକ, ବୈଜ୍ଞାନିକ, ଡାକ୍ତର ଓ ଯୁବକ, ପ୍ରଶାସକ, ଶିଳ୍ପ?ଦ୍‌ୟୋଗୀ ଓ କଳାକାରମାନଙ୍କ ସହିତ କଥାବାର୍ତ୍ତା ବା ସାକ୍ଷାତର ଝଲକ ମଧ୍ୟ ସ୍ଥାନ ପାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ବିଭିନ୍ନ ନେତାମାନଙ୍କ ସହ ମତ ବିନିମୟ ଓ ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଉଥିବାର ବିଷୟ ମଧ୍ୟ ପ୍ରକାଶିତ ହୋଇଛି । ପୁସ୍ତକଟିକୁ ଉନ୍‌ମୋଚନ କରି ଶ୍ରୀ ଜାଭଡେକର କହିଲେ ଯେ, ଭାରତର ପରିବର୍ତ୍ତନ ପାଇଁ ଗଣଯୋଗାଯୋଗ ଦ୍‌ବାରା ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ନେଇ ଏଥିରେ ବର୍ଣ୍ଣନା କରାଯାଇଛି । ଉପରାଷ୍ଟ୍ରପତିଙ୍କ ଭାଷଣ ସମ୍ପର୍କରେ ଜାଣିବାକୁ ଇଚ୍‌ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଏକ ଅମୂଲ୍ୟ ସମ୍ପଦ ସଦୃଶ୍ୟ । ଏଥିରେ ଉନ୍ନତ ଭାଷା ପ୍ରବାହ ସହ ବୌଦ୍ଧିକ ଚିନ୍ତନ ମଧ୍ୟ ରହିଛି । ମନ୍ତ୍ରୀ ଏହାର ଇ-ଭର୍ସନ ଓ କପି ଟେବୁଲ ବୁକ ପାଇ ପବ୍ଲିକେଶନ ଡିଭିଜନକୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ, ଭାଷଣ ଦେବା ଏକ କଳା ଏବଂ ଉପରାଷ୍ଟ୍ରପତିଙ୍କ ଚିନ୍ତନରେ ଏହା ପ୍ରତିଫଳିତ । ଗୋଟିଏ ଭଲ ବହି ଗୋଟିଏ ପିଢି ନିମନ୍ତେ ଏକ ମହାନ ଉପହାର ଓ ଏହା ପିଢି ପଟେ ପିଢି ଲୋକଙ୍କୁ ଜାଣିବାର ସୁଯୋଗ ଦେଇଥାଏ । ଶ୍ରୀ ରାଜନାଥ ସିଂ ସୂଚନା ଓ ପ୍ରସାରଣ ବିଭାଗକୁ ଏହି ପୁସ୍ତକ ସଂକଳନ ପାଇଁ ଧନ୍ୟବାଦ ଦେବା ସହ ଉପରାଷ୍ଟ୍ରପତିଙ୍କ ଦ୍‌ବାରା ଅନୁସ୍ତୃତ ୩-ସି ଯଥା କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ ଓ ଚେିଙ୍ଗ ଏଥିରେ ଯଥାର୍ଥ ପ୍ରତିଫଳିତ ହୋଇଛି ବୋଲି କହିଥିଲେ । ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କ?ୟା ନାଇଡୁ ଏହି ଅବସରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରକାଶନରେ ତାଙ୍କର ବିଭିନ୍ନ ଗନ୍ତବ୍ୟସ୍ଥଳ, ଯାତ୍ରା ଓ ଏହାର ଉପଲବ୍ଧି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଗତ ବର୍ଷକ ମଧ୍ୟରେ ତାଙ୍କର କାର୍ଯ୍ୟସୂଚୀ ଯଥେଷ୍ଟ ଅଧିକ ଥିବା ବେଳେ କରୋନା ଯୋଗୁଁ ଏହା ସାମାନ୍ୟ ହ୍ରାସ ପାଇଛି । ପ୍ରଥମ ପର୍ଯ୍ୟାୟରେ ତାଙ୍କର ପ୍ରାୟ ମାସକୁ ପ୍ରାୟ ୨୦ଟି ଗସ୍ତ କାର୍ଯ୍ୟକ୍ରମ ରହୁଥିବା ବେଳେ ସେ ୧୪ଟି ସମାବର୍ତ୍ତନ ଓ ୭୦ଟି ଅନ୍ୟ କାର୍ଯ୍ୟକ୍ରମରେ ଭାଷଣ ଦେଇଛନ୍ତି । ସେ ସାଧାରଣତଃ ଚାଷୀ, ଯୁବଗୋଷ୍ଠୀ, ବୈଜ୍ଞାନିକ, ପ୍ରଶାସକ, ଶିଳ୍ପଦ୍‌ୟୋଗୀ, ଚିକିତ୍ସକ ଓ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥାନ୍ତି । ଏଥିରେ ଧନ୍ୟବାଦ ଅର୍ପଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେ କହିଲେ ଯେ, ଏହି ପୁସ୍ତକ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ । ପ୍ରକାଶନ ବିଭାଗ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଭାଷଣ ସଂଗ୍ରହ କରି ଏହା ଭବିଷ୍ୟତ ଉତ୍ତର ପିଢିମାନଙ୍କ ପାଇଁ ଅନଲାଇନ ଓ ଅଫଲାଇନ ଜରିଆରେ ଉପଲବ୍ଧ କରାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । କପି ଟେବୁଲ ବୁକର ପ୍ରକାଶନ ପାଇଁ ଶ୍ରୀ ଖାରେ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ । ଏହି ପୁସ୍ତକ ଉଭୟ ଅନଲାଇନ ଓ ସିଧାସଳଖ କିଣିବା ପାଇଁ ଉପଲବ୍ଧ ହେବ । ଇ-ପୁସ୍ତକର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଥିବା ବେଳେ ଏହା ପ୍ରକାଶନ ବିଭାଗର ବିକ୍ରୟ କେନ୍ଦ୍ର କିମ୍ବା ଏହାର ଅଧିସ୍‌ବୀକୃତ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଜେଣ୍ଟ ବା ଅନଲାଇନରେ ଭାରତକୋଷ ପୋର୍ଟାଲ ଏବଂ ପ୍ରକାଶନ ବିଭାଗ ୱ?ବସାଇଟରେ ଉପଲବ୍ଧ ହେଉଛି । ଏହି ଇ-ବୁକ ଶତକଡା ୨୫ ପ୍ରତିଶତ ରିହାତିରେ ଅଗ୍ରଣୀ ଇକମର୍ସ ପ୍ଲାଟଫର୍ମ ଯଥା ଆମାଜନ.ଇନ ଏବଂ ଗୁଗୁଲ ପ୍ଲେ ବୁକ୍ସ ଜରିଆରେ ମିଳିପାରିବ । ପି-ବୁକ ପାଇଁ ଦୟାକରି କ୍ଲିକ କରନ୍ତୁ -ଷଗ୍ଧଗ୍ଧକ୍ଟ୍ର:// ଙ୍ଗଙ୍ଗଙ୍ଗ.କ୍ଟ୍ରଙ୍କଭକ୍ଷସମବଗ୍ଧସକ୍ଟ ଦ୍ଭଗ୍ଦୟସଙ୍ଖସଗ୍ଦସକ୍ଟଦ୍ଭ.ଦ୍ଭସମ.ସଦ୍ଭ/ ସଦ୍ଭୟରଙ୍ଘ.କ୍ଟ୍ରଷକ୍ଟ୍ର?କ୍ସକ୍ଟ ଙ୍କଗ୍ଧର=କ୍ଟ୍ରକ୍ସକ୍ଟୟଙ୍କମଗ୍ଧ/ କ୍ଟ୍ରକ୍ସକ୍ଟୟଙ୍କମଗ୍ଧଌକ୍ଟ୍ରକ୍ସକ୍ଟ ୟଙ୍କମଗ୍ଧପସୟ=୩୬୯୩ ଇ-ବୁକ ପାଇଁ ଦୟାକରି କ୍ଲିକ କରନ୍ତୁ - ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.କ୍ଟ୍ରଙ୍କଭକ୍ଷସମବଗ୍ଧସକ୍ଟ ଦ୍ଭଗ୍ଦୟସଙ୍ଖସଗ୍ଦସକ୍ଟଦ୍ଭ.ଦ୍ଭସମ.ସଦ୍ଭ/ ସଦ୍ଭୟରଙ୍ଘ.କ୍ଟ୍ରଷକ୍ଟ୍ର?କ୍ସକ୍ଟ ଙ୍କଗ୍ଧର=କ୍ଟ୍ରକ୍ସକ୍ଟୟଙ୍କମଗ୍ଧ/ କ୍ଟ୍ରକ୍ସକ୍ଟୟଙ୍କମଗ୍ଧଌକ୍ଟ୍ରକ୍ସକ୍ଟୟଙ୍କମଗ୍ଧପସୟ=୩୬୯୪ ଗୁଗୁଲ ବୁକ୍ସ ଲିଙ୍କ - ଷଗ୍ଧଗ୍ଧକ୍ଟ୍ରଗ୍ଦ:// ଭକ୍ଟକ୍ଟଳଗ୍ଦ.ଶକ୍ଟକ୍ଟଶକ୍ଷର.ମକ୍ଟ.ସଦ୍ଭ/ ଭକ୍ଟକ୍ଟଳଗ୍ଦ/ବଭକ୍ଟଙ୍କଗ୍ଧ/ ଉଙଘଘଋଉଞଓଘଏପଉଙଗଗଟଘଓଉ ଇଞଓଘଏପଉଐଇଘଏଓଘଏପଋଘ ଏଖଓଝ.ଷଗ୍ଧଜ୍ଞକ୍ଷ?ସୟ =ଙ୍ଗ୨ଦ୍ଭ୨ଊଙ୍ଗଇ ଇଛଈଇଔଌକ୍ସରୟସକ୍ସପରଗ୍ଦମ=ଚ୍ଚ


ବନ୍ଦେ ଭାରତ ମିସନ୍‌ରେ ଭାରତକୁ ଆସିଲେ ୧୦ ଲକ୍ଷ , ଭାରତରୁ ଗଲେ ୧.୩୦ ଲକ୍ଷ


ନୂଆଦିଲ୍ଲୀ : ୧୧/୮ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ପ୍ରକାଶ କରିଛନ୍ତି ଯେ, କୋରୋନା ସଙ୍କଟ କାଳରେ ୧୦ ଲକ୍ଷ ପ୍ରବାସୀ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଭାରତୀୟ ମାନେ ବିଦେଶରୁ ବନ୍ଦେ ଭାରତ ମିସନ୍ ଯୋଜନାରେ ଆସିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭାରତରୁ ୧ ଲକ୍ଷ ୩୦ ହଜାର ବିଦେଶୀ ନାଗରିକ ଫେରିଯାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ନିଜର ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, କୋରୋନା ଭାଇରସ୍ ପରେ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିସନ୍ ଯୋଜନାରେ ପାଖାପାଖି ୧୦ ଲକ୍ଷ ପ୍ରବାସୀ ଭାରତୀୟ ସ୍ୱଦେଶକୁ ଆସିଛନ୍ତି । ସେହିଭଳି ୧ଲକ୍ଷ ୩୦ ହଜାର ବିଦେଶୀ ନାଗରିକ ସେମାନଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ଗତ ୧୦ ଅଗଷ୍ଟରେ ୫୩୬ ଭାରତୀୟ ବିଦେଶରୁ ଫେରିଛନ୍ତି । ଏଥିରେ ଆବୁଧାବିରୁ କୋଝିକୋଡ ୧୭୪ ଜଣ, ସାରଜାରୁ ମୁମ୍ବାଇ ୧୬୯ ଜଣ, ଦୁବାଇରୁ କୋଚି ୧୮୦ ଜଣ, ଦୁବାଇରୁ ହାଇଦ୍ରାବାଦ ୧୭୭ ଜଣ, ଦୁବାଇରୁ ମଦୁରାଇ ୧୬୯ଜଣ, ମାସକଟରୁ ବେଙ୍ଗାଲୁରୁମାଙ୍ଗାଲୁରୁ ୧୭୬ ଜଣ, ଆବୁଧାବିରୁ ଥିରୁବନନ୍ତ ପୁରମ୍ ୧୮୫ ଜଣ, ଦୁବାଇରୁ କୋଇମ୍ବାଟୁର , ଦୁବାଇରୁ ଦିଲ୍ଲୀ, ୧୬୪, କୁଆଲାଲମପୁରରୁ ବେଙ୍ଗାଲୁରୁ -କୋଚି ୧୬୬ଜଣ, ସାରଜାରୁ କୋଚି ୧୭୯, ମାସାକଟରୁ ତିରତି ୧୮୧ ଜଣ, ଆବୁଧାବିରୁ କନ୍ନୁର ୧୮୨, ମାସକାଟରୁ କୋଝିକୋଡ ୧୭୯, ସାରଜାରୁ ମାଙ୍ଗାଲୁର ୧୮୨, ସାରଜାରୁ ବେଙ୍ଗାଲୁର ୧୭୯, ୱାଶିଂଟନ୍ ରୁ ଦିଲ୍ଲୀ , ଅହମଦାବାଦ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁର, ଚେନ୍ନାଇ ଓ କୋଚି ୧୪୯ଜଣ ଫେରିଛନ୍ତି ।

ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ବାର୍ଷିକ ରିପର୍ଟ କାର୍ଡ ପ୍ରଦାନ


ବାରିପଦା, ୧୧/୦୮  : ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ଆଜି ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସାଂସଦ ଭାବରେ ଅତିବାହିତ କରିଥିବା ବର୍ଷକର ରିପର୍ଟକାର୍ଡ ଉନ୍ମୋଚନ କରିବା ସହିତ ପ୍ରଦାନ କରିଛନ୍ତି । ମୟୂରଭ ଲୋକସଭା ସାଂସଦ କ୍ଷେତ୍ରର ବିଜେପି ସାଂସଦ ଭାବରେ ସେ ଏହି ୨୦୧୯ ବର୍ଷର ରିପର୍ଟ କାର୍ଡରେ ବିଶେଷ କରି ରାସଗୋବିନ୍ଦପୁର- ଅମର୍ଦ୍ଦା ଏୟାଷ୍ଟ୍ରିପ ବାବଦରେ ନିଆଯାଇଥିବା ପଦକ୍ଷେପ, ବୁଢାମରା-ଚାକୁଳିଆ, ବାଙ୍ଗିରିପୋଷୀ-ଗୋରୁମହିଷାଣି, ବାଦାମପାହାଡ-କେନ୍ଦୁଝର ନୂତନ ରେଳପଥ ବିଷୟରେ କରାଯାଇଥିବା କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରି ବୁଢାମରା-ଚାକୁଳିଆ ରେଳପଥ ପାଇଁ ଓଡିଶା ସରକାରଙ୍କ ତରଫରୁ ଭୁବନ୍ଦୋବସ୍ତ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିବା ବେଲେ ଝାଡଖଣ୍ଡ ରାଜ୍ୟରେ ଭୂବନ୍ଦୋବସ୍ତ କାର୍ଯ୍ୟ ତ୍ୱରାନ୍ୱୀତ ହେଉଥିବାର କହିଥିଲେ । ସେହିପରି ଜିଲ୍ଲାରେ ନିର୍ମାଣାଧୀନ ଜାତୀୟ ରାଜପଥ ନଂ- ୧୮ ଓ ୪୯ ରେ ଜନସାଧାରଣଙ୍କ ସୁବିଧା ପାଇଁ ଏବଂ ଦାବୀ ମୁତାବକ କେତେକ ଅଭର ବ୍ରିଜ ଓ ଫୁଟ ଅଭର ରାସ୍ତା ନିର୍ମାଣ ନୂତନ ଭାବରେ ସଂଯୋଗ କରାଯାଇଥିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ଯୁଦ୍ର ଶିଳ୍ପ୍ପ ଅନୁଷ୍ଠାନ, ସ୍ପିନିଂ ମିଲ, ସ୍ପଂଚ ଆଇରନ , ସବାଇ ଘାସ ଶିଳ୍ପ, ଡାଇରି ଫାର୍ମ, ମାଛଚାଷ ପ୍ରକଲ୍ପ ଆଦି ସହିତ ଜିଲ୍ଲାରେ ନେସନାଲ ରୁରାଲ ହର୍ଟିକଲଚର ରିସର୍ଚ ସେଂଟର ଆଦି ସ୍ଥାପନ ପାଇଁ ଯଥେଷ୍ଟ ପ୍ରୟାସ କରାଯାଇଛି ଏବଂ ଏସବୁ କାର୍ଯ୍ୟ ବାବଦରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଆଲୋଚନା ହୋଇ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଥିବାର କହିଛନ୍ତି । କରୋନା ମହାମାରୀ ଜନିତ କଟକଣା ପାଇଁ ବହୁ କାର୍ଯ୍ୟ ଅଟକି ରହିଥିବା ବେଳେ ଆଗାମୀ ଦିନରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ରିପର୍ଟ କାର୍ଡରେ ଦର୍ଶାଇବା ସହିତ ପ୍ରେସ ମିଟରେ ବିବୃତି ପ୍ରଦାନ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବିଜେପିର ବରିଷ୍ଠ ନେତା ତଥା ସଂସଦୀୟ କମିଟି ସଦସ୍ୟ ଛୋଟେଲାଲ ମହାନ୍ତ, ଜୀବନ ସାହୁ, ପୂର୍ବତନ ମନ୍ତ୍ରୀ ମୟୂରଭ ମହାରାଜା ପ୍ରବୀଣ ଚନ୍ଦ୍ର ଭଦେଓ, ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥି ପ୍ରମୁଖ ମଂଚାସୀନ ଥିଲେ 


କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ସ୍ୱଚ୍ଛଭାରତ ମିଶନ ଏକାଡେମୀ ଉଦ୍‌ଘାଟିତ -ସ୍ୱଛଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ଓଡିଏଫ୍ ପ୍ଲସର ଲକ୍ଷ୍ୟ ହାସଲ ପାଇଁ ବିଶେଷ ସହାୟକ ହେବ ଆଇଭିଆର ଭିତ୍ତିକ ନିଃଶୁଳ୍କ ମୋବାଇଲ ଅନ୍‌ଲାଇନ ଶିକ୍ଷା ପାଠ୍ୟକ୍ରମ




୧୧/୦୮ (ପିଆଇବି) : କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ସ୍ୱଛ ଭାରତ ମିଶନ ଏକାଡେମୀକୁ ଏଠାରେ ଉଦ୍‌ଘାଟନ କରିଛନ୍ତି । ଏବେ ଚାଲିଥିବା ସପ୍ତାହବ୍ୟାପୀ ଗନ୍ଦଗୀମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ସ୍ୱରୂପ ଏହି ଏକାଡେମୀ ଉଦ୍‌ଘାଟିତ ହୋଇଛି । ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏବେ ଏହି ଅଭିଯାନ ଚାଲିଛି । ଶ୍ରୀ ଶେଖାୱତ ଆଇଭିଆର ଟୋଲ ଫ୍ରି ନମ୍ବର ଡାଏଲ କରି ସଂପୃକ୍ତ ଏକାଡେମୀରୁ ହେଲୋ ବାର୍ତ୍ତା ଶୁଣିବା ସହିତ ଏହାକୁ ଉଦ୍‌ଘାଟନ କରିଥିଲେ । ସ୍ୱଚ୍‌ଛାଗ୍ରହୀ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ତଥା ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ ଏହି ଏକାଡେମୀ ଅନ୍‌ଲାଇନ ପାଠ୍ୟକ୍ରମ ଯୋଗାଇଦେବ । ବିଶେଷକରି ଓଡିଏଫ୍ ପ୍ଲସ ବା ବାହ୍ୟ ମଳତ୍ୟାଗ ମୁକ୍ତ ସ୍ଥିତିର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ପୂରଣ ପାଇଁ ଏହି ଏକାଡେମୀ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ସଚେତନ ଓ ଶିକ୍ଷିତ କରାଇବ । ଏଠାରେ ସୂଚନାଯୋଗ୍ୟ ଯେ ଭାରତ ଖୋଲା ମଳତ୍ୟାଗ ମୁକ୍ତ ହେବାପରେ ସ୍ୱଚ୍‌ଛ ଭାରତ ଅଭିଯାନର ସଫଳତାକୁ ବଜାୟ ରଖିବା ଏବଂ ଏହି କାର୍ଯ୍ୟକ୍ରମର ନିରନ୍ତରତାକୁ ଅବ୍ୟାହତ ରଖିବା ପାଇଁ ସ୍ୱଚ୍‌ଛ ଭାରତ ମିଶନ (ଜି)ର ପର୍ଯ୍ୟାୟ-୨ କାର୍ଯ୍ୟକାରୀ ହେଉଛି । ମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍‌ଛଭାରତ ମିଶନ ଗ୍ରାମୀଣ ଭାରତକୁ ବଦଳାଇ ଦେଇଛି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପରିଚ୍‌ଛନ୍ନତା ଓ ସ୍ୱଚ୍‌ଛତା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମରେ ଭାରତରେ ଯେଉଁ ଗଣଆନ୍ଦୋଳନ ସୃଷ୍ଟି ହୋଇଛି ତାହା ବିଶ୍ୱରେ କ୍ୱଚିତ ଦେଖାଯାଏ । ଏହାଫଳରେ ସମଗ୍ର ଭାରତରେ ବାହାରେ ମଳତ୍ୟାଗ କରିବାର ପୁରୁଣା ଅଭ୍ୟାସର ଅବସାନ ଘଟିଛି । ୨୦୧୯ ଅକ୍ଟୋବର ୨ ତାରିଖରେ କେନ୍ଦ୍ର ସରକାର ସବୁ ଗାଁ, ଜିଲା ଓ ରାଜ୍ୟକୁ ଖୋଲା ମଳତ୍ୟାଗ ମୁକ୍ତ ବା ଓଡିଏଫ୍ ଘୋଷଣା କରିଛନ୍ତି । ଏହି ଅସାଧାରଣ ସଫଳତାକୁ ଆଗକୁ ବଢାଇବା ପାଇଁ ଚଳିତବର୍ଷ ପ୍ରାରମ୍ଭରେ ସ୍ୱଚ୍‌ଛଭାରତ ଗ୍ରାମୀଣ ପର୍ଯ୍ୟାୟ୨ ଆରମ୍ଭ ହୋଇଥିଲା । ଏଥିରେ ଏହି ସଫଳତାକୁ ଜାରି ରଖିବା ଏବଂ ତରଳ ଓ କଠିନ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ କୌଣସି ଲୋକଙ୍କୁ ଆଉ ଖୋଲାରେ ମଳତ୍ୟାଗ କରିବାକୁ ସୁଯୋଗ ଦିଆଯିବ ନାହିଁ ଏବଂ ପ୍ରତ୍ୟେକଙ୍କୁ ଶୌଚାଳୟର ସୁବିଧା ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ସ୍ୱଚ୍‌ଛଭାରତ ମିଶନ ଏକାଡେମୀ ଏହାର ମୋବାଇଲ ଭିତ୍ତିକ ଟେକ୍ନୋଲଜି ଦ୍ୱାରା ସ୍ୱଚ୍‌ଛାଗ୍ରହୀ, ପିଆରଆଇ ସଦସ୍ୟ, ଗୋଷ୍ଠୀଭିତ୍ତିକ ସଂଗଠନ, ଏନ୍‌ଜିଓ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ଦକ୍ଷତା ନିର୍ମାଣ ଓ ତାଲିମ ପ୍ରଦାନରେ ସହାୟକ ହେବ । ଏହି କାମ ସ୍ୱଚ୍‌ଛଭାରତ ମିଶନ ଗ୍ରାମୀଣ-୨ ପର୍ଯ୍ୟାୟର ଅନ୍ତର୍ଭୁକ୍ତ । ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନଲାଲ କଟାରିଆ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏସ୍‌ବିଏମ୍‌ଜି-୨ ଟିମ୍‌ର ଅଧିକାରୀ, ସଦସ୍ୟ ଓ ଅଗଣିତ ସ୍ୱଚ୍‌ଛାଗ୍ରହୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୀର୍ଘ ୫ବର୍ଷ କାଳ ଏମାନେ ଲୋକଙ୍କ ବ୍ୟବହାର ପରିବର୍ତ୍ତନରେ ଦେଶବ୍ୟାପୀ ଯେଉଁ ପ୍ରୟାସ କରିଛନ୍ତି ତାହାର ସେ ଉଚ୍‌ଚ ପ୍ରଶଂସା କରିଥିଲେ । ସମାନ ଉତ୍ସାହ ଓ ଶକ୍ତି ଦେଖାଇ ସେମାନେ ଏହି ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପାନୀୟ ଜଳ ଏବଂ ପରିଚ୍‌ଛନ୍ନତା ବିଭାଗର ସଚିବ ଶ୍ରୀ ପରମେଶ୍ୱରନ୍ ଆୟାର ଏସ୍‌ବିଏମ୍ ଏକାଡେମୀର କାର୍ଯ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ । ସେ କହିଥିଲେ ଯେ ଫୋନ ଭିତ୍ତିକ ଏହି ଏକାଡେମୀ ଦେଶର ଯେକୌଣସି ଜାଗାରୁ ଯେକୌଣସି ସଂଗଠନକୁ ଯେକୌଣସି ସମୟରେ ସ୍ୱଚ୍‌ଛଭାରତ ସଂକ୍ରାନ୍ତ ପ୍ରଶିକ୍ଷଣ ପାଠ୍ୟକ୍ରମ ବିନା ମୂଲ୍ୟରେ ଯୋଗାଇଦେବ । ମୌଳିକ ମୋବାଇଲ ଫୋନରେ ମଧ୍ୟ ଏହି ସୁବିଧା ମିଳିପାରିବ । ଏହି ଆଇଭିଆର ଭିତ୍ତିକ ତାଲିମ ପାଠ୍ୟକ୍ରମରେ ବିଭିନ୍ନ ବିଷୟକ ୬୦ ମିନିଟ ବିଶିଷ୍ଟ ମଡ୍ୟୁଲ ରହିଛି । ଏହି ପାଠ୍ରକ୍ରମରେ ୪ଟି ଅଧ୍ୟାୟ ଅଛି । ପ୍ରତ୍ୟେକଟିରେ ୪ ଗୋଟି ଅଡିଓ ଲେସନ୍ ଓ ଗୋଟିଏ ମଲ୍‌ଟିପୁଲ ଚଏସ କୁଇଜ ସ୍ଥାନ ପାଇଛି । ବ୍ୟବହାରକାରୀ ଅତି କମ୍‌ରେ ୫୦ ଶତାଂଶ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିଲେ ସେମାନେ ତାଲିମରେ ସଫଳ ହେଲେ ବୋଲି ବିବେଚିତ ହେବେ । ବର୍ତ୍ତମାନ ଏସ୍‌ବିଏମ୍ ଏକାଡେମୀର ବିଷୟବସ୍ତୁ ହିନ୍ଦୀରେ ଉପଲବ୍ଧ । ବ୍ୟବହାରକାରୀ ୧୮୦୦୧୮୦୦୪୦୪ ଟୋଲ ଫ୍ରି ନମ୍ବରକୁ ଫୋନ କଲେ ପୂର୍ଣ୍ଣାଙ୍ଗ ବିଷୟବସ୍ତୁ ନିଜ ମୋବାଇଲରେ ଶୁଣିପାରିବେ । ଏହି ଅବସରରେ ଦୁଇ ମନ୍ତ୍ରୀ କେତେକ ସ୍ୱଚ୍‌ଛାଗ୍ରହୀ, କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ମୁକ୍ତ ଶୈକ୍ଷିକ ପାଠ୍ୟକ୍ରମର ସୁଯୋଗ ନେବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଉଭୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ । 


ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତର ୩୫୪ ଗାଁରେ ସରକାର ଯୋଗାଇବେ ମୋବାଇଲ ସଂଯୋଗ ସୁବିଧା : ରବିଶଙ୍କର ପ୍ରସାଦ


ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଗେଯାଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଦେଶର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ଦୂରସଞ୍ଚାର ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସୀମାନ୍ତର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୫୪ ଗ୍ରାମରେ ମୋବାଇଲ ଟେଲିଫୋନ ସେବା ଯୋଗାଇ ଦିଆଯିବ । ବିଶେଷକରି ଦେଶର ୬୮ଟି ଆକାଂକ୍ଷୀ ଜିଲ୍ଲା, ସୀମାନ୍ତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଅପହଞ୍ଚ ଇଲାକାରେ ଲୋକଙ୍କୁ ମଧ୍ୟ ଏହି ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ଲୋକଙ୍କୁ ଉତ୍ତମ ମାନର ଜୀବନଧାରଣ ସୁବିଧା ଯୋଗାଇ ଦେବାକୁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ସୂର ସଞ୍ଚାର ସେବା ପହଞ୍ôଚଲେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଶେଷ ଉପକୃତ ହେବେ । ଚେନ୍ନାଇଠାରେ ଆଜି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ୨୩୦୦ କିମି ଲମ୍ବର ସମୁଦ୍ରଜଳ ଅପ୍‌ଟିକାଲ ଫାଇବର କେବୁଲ ସଂଯୋଗ ବ୍ୟବସ୍ଥାର ଉଦ୍‌ଘାଟନ ଅବସରରେ ଗଣମାଧ୍ୟମକୁ ସେ କହିଛନ୍ତି ଏହି କେବୁଲ ସେବା ପାଇଁ ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିସହିତ ଦେଶର ଅନ୍ୟାନ୍ୟ ଅପହଞ୍ଚ ଇଲାକାକୁ ଟେଲି ସେବା ଯୋଗାଇ ଦେବାକୁ ସରକାର କାର୍ଯ୍ୟ କରୁଛନ୍ତି । ଦେଶର ଅପହଞ୍ଚ ଓ ଅଗମ୍ୟ ଅଞ୍ଚଳରେ ବିଭିନ୍ନ ଟେଲି ସଂଯୋଗ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଦେଶର ମୋଟ ୩୫୪ଟି ଟେଲିସେବା ସୁଯୋଗ ନଥିବା ଗାଁକୁ ଟେଲି ସଂଯୋଗ ଯୋଗାଇ ଦେବାକୁ ସରକାର ବିଷ୍ପତ୍ତି ନେଇଛନ୍ତି । ଏହିସବୁ ଗ୍ରାମ ସାମରିକ, ସୀମା ସରହଦ ଓ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିମଧ୍ୟରୁ ୧୪୪ଟି ଗାଁ ଜମ୍ମୁ, କାଶ୍ମୀର ଓ ଲଦାଖରେ ରହିଛି । ଅବଶିଷ୍ଟ ଗ୍ରାମଗୁଡିକ ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଗୁଜୁରାଟର ଅଗ୍ରାଧିକାର କ୍ଷେତ୍ରରେ ଅଛି । ସୀମାନ୍ତ ଅଞ୍ଚଳରେ ମୋବାଇଲ ସଂଯୋଗ ବ୍ୟବସ୍ଥାରେ ଋଣକୌଶଳାତ୍ମକ ଦୃଷ୍ଟିକୋଣରୁ ଏସବୁ ଗ୍ରାମଗୁଡିକ ଟେଲି ସଂଯୋଗ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ସଂପୂର୍ଣ୍ଣଭାବର କାର୍ଯ୍ୟକାରୀ ହେଲେ ଜମ୍ମୁ, କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ସବୁ ଗ୍ରାମକୁ ମୋବାଇଲ ସଂଯୋଗ ଯୋଗାଣ ସମ୍ଭବ ହୋଇପାରିବ । ସେନା, ସୀମା ସୁରକ୍ଷା ବାହିନୀ, ସୀମାନ୍ତ ସଡକ ପ୍ରତିଷ୍ଠାନ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ, ଆଇଟିବିପି ଓ ଏସ୍‌ଏସ୍‌ବି ଭଳି ପ୍ରତିଷ୍ଠାନ ଓ ସଂଗଠନକୁ ଯୋଗାଯୋଗ ସୁବିଧା ଯୋଗାଇବା ପାଇଁ ୧୪୭ଟି ସ୍ଥାନରେ ଉପଗ୍ରହ ଭିତ୍ତିକ ଡିଜିଟାଲ ସାଟେଲାଇଟ ଫୋନ ଟର୍ମିନାଲ ସୁବିଧା ଯୋଗାଇ ଦିଆଯାଇଛି । ଏସବୁ ମଧ୍ୟରୁ ୧୮୩ଟି ସ୍ଥାନରେ ଯୋଗାଯୋଗ ସୁବିଧା ଉପଲବ୍ଧ ହେଲାଣି । ଅନ୍ୟତ୍ର ଏହି କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଟେଲିକମ୍ ବିଭାଗ ପକ୍ଷରୁ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ୨୪ଟି ଆକାଂକ୍ଷୀ ଜିଲ୍ଲାରେ ମୋବାଇଲ ସଂଯୋଗ ସବୁ ଗ୍ରାମକୁ ଯୋଗାଇ ଦିଆଯାଇଛି । ସେହିଭଳି ଓଡିଶା, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶର ୪୪ଟି ଆକାଂକ୍ଷୀ ଜିଲ୍ଲାର ୭୨୮୭ ସେବାରହିତ ଗ୍ରାମକୁ ଖୁବଶୀଘ୍ର ମୋବାଇଲ ସେବା ଯୋଗାଇ ଦିଆଯିବ । ଏଥିପାଇଁ ଏକ ପ୍ରସ୍ତାବ ସରକାରଙ୍କ ବିଚାରଧୀନ ରହିଛି ।


ବିଜେପିର ମିଶ୍ରଣ ପର୍ବ ପାଳିତ


ବାଲେଶ୍ୱର: ସଦର ବ୍ଲକ ଅନ୍ତର୍ଗତ ପରିଖି ପଞ୍ଚାୟତର ହଣାଘୋଟଠାରେ ସଦର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତ (ମିଣ୍ଟୁ)ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଅଛି । ସଭାନେତ୍ରୀ ମାମୁନି ହାତୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ଦଳରୁ ୫୦ରୁ ଊର୍ଦ୍ଧ୍ୱ ଯୁବକ ଓ ମହିଳା କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ଜନ ହିତକାରୀ ଯୋଜନା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନେତୃତ୍ୱକୁ ଭରସା ରଖି ତଥା ସ୍ୱର୍ଗତ ବିଧାୟକ ମଙ୍ଗୁଭାଇଙ୍କ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ସଂକଳ୍ପ ନେଇ ପରିଖି ପଞ୍ଚାୟତର ଦିଲ୍ଲୀପ ପ୍ରଧାନ, ଅରବିନ୍ଦ ସାସମଲ, ଦେବାଶିସ ପାଳ, ବିଜୟ ପାଲ, ଦେବ ସିଂ, ଗୀତାଞ୍ଜଳୀ ପ୍ରଧାନ, ନିହାରିକା ସାସମଲ, ସୁକାନ୍ତି ଜେନା, ସବିତା ଦେ, ବିଶ୍ୱଜିତ ପ୍ରଧାନ, ଜଗଦୀଶ ମାଇତି, ଅଭିଜିତ ପ୍ରଧାନ, ଅଜୟ ମାଇତି, ଦୀନବନ୍ଧୁ ଘୋଡାଇ, ସୁଖଦେବ ଜେନା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ସ୍ୱର୍ଗତ ବିଧାୟକ ମଙ୍ଗୁ ଭାଇଙ୍କ ୧ ବର୍ଷର କାର୍ଯ୍ୟକାଳରେ ଆଶତୀତ ବିକାଶକୁ ଦୃଷ୍ଟିରେ ରଖି ତାଙ୍କରଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଶୃତିବଦ୍ଧ ହୋଇଛନ୍ତି । ସମସ୍ତଙ୍କ ଯୋଗଦାନ ଦଳର ସଙ୍ଗଠନକୁ ଆହୁରି ଦୃଢ କରିବା ସହିତ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସଦର ବିଜେପି ନେତା ମାନସ କୁମାର ଦତ୍ତ ମତ ରଖିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି ଅନୀଲ ପାତ୍ର, ମଣ୍ଡଳ ପ୍ରଭାରୀ ଅନନ୍ତ ନାୟକ, ପଞ୍ଚାୟତ ସଭାପତି ଦୀପକ ଆଚାର୍ଯ୍ୟ, ସୋସୋଆଲ ମିଡିଆ ସଂଯୋଜକ ସରୋଜ ପରିଡା, ସୁବାସ ହାତୀ, ବ୍ରଜ ପରିଡା, ବାବୁ ଖଟୁଆ, କୁନା ମହାତା ପ୍ରମୁଖ ଉପସ୍ଥିତ ଥିଲେ ।  


ବିଜେପିର ଖାଦ୍ୟ ବଣ୍ଟନ ଅଭିଯାନକୁ ପ୍ରଶଂସା


ହାଟଡିହୀ,: କେନ୍ଦୁଝର ଜିଲ୍ଲା ହାଟିଡିହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଆନନ୍ଦପୁର ବିଜେପି ତରଫରୁ ଖାଦ୍ୟ ବଣ୍ଟନ ଅଭିଯାନ ଏବେ ଆଗେଇ ଚାଲିଛି । କିନ୍ତୁ ଶାସକ ବିଜେଡି କିମ୍ବା କଂଗ୍ରେସ ଦଳ ତରଫରୁ ତାହା ଅଦ୍ୟାବଧି କରାଯାଇନି । ଯାହାକି ଦୁଃଖ ଓ ପରିତାପର ବିଷୟ ସାଜିଥିବା ବେଳେ ମତ ପ୍ରକାଶ ପାଇଛି । କରୋନା ସମୟରେ ବିଜେପିର ଏପରି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଥିବା ବେଳେ ଦୁଃଖ ସମୟରେ ବିଜେପି ହମାରେ ସାଥଂ ବୋଲି କହିଛନ୍ତି । ବିଶେଷ କରି ବିଭିନ୍ନ ଗ୍ରାମର ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଲୋକଙ୍କୁ ଏହି ଖାଦ୍ୟ ବଣ୍ଟନ ଅଭିଯାନରେ ସାମିଲ କରାଯାଉଥିବା ଦେଖିବାକୁ ମିଳିଛି । ହାଟଡିହୀ ମଣ୍ଡଳର ମଠ ଓ ପାତ୍ର ସାହି ବାସିନ୍ଦାଙ୍କୁ ଖାଦ୍ୟ ସାମଗ୍ରୀ ଓ ସାବୁନ ବଣ୍ଟନ କରାଯାଇଛି । ଶହେରୁ ଉଦ୍ଦ୍ୱର୍ ପରିବାରକୁ ବିଜେପି କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ଖାଦ୍ୟ ବଣ୍ଟନ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆଲୋକ ସେଠୀ, କୈଳାସ ସାମଲ, ସନ୍ତୋଷ ପାତ୍ର ସୁଶାନ୍ତ ଜେନା, ଜ୍ଞାନ ସାମନ୍ତ ସିଂହାର, ଅଶୋକ ପତି, ହରମୋହନ ଶାସିନି, ବିଜୟ ଜେନା, ଚନ୍ଦନ ସାହୁ, ମାନସ ରଣା, ତପନ ସାହୁ, ସନ୍ତୋଷ ସାହୁ, ସ୍ମୃତି ରଞ୍ଜନ ବେହେରା, ଯଦୁମଣି ମୁଦୁଲି, ମାନସ ଜେନା, ପ୍ରଭାଞ୍ଜନ ପ୍ରସାଦ, ପତିତପାବନ ପଣ୍ଡା, ପ୍ରମୁଖ ବରିଷ୍ଠ ନେତା ଓ କର୍ମୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ ହେବ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।

 ଇସ୍ରୋର ଗଗନଯାନ ମିଶନରେ ଓଡିଶାର ନିଖିଲ ରଥ 

ଭୁବନେଶ୍ୱର, ୮ା୮ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ମହାକାଶ ମିଶନ ଗଗନଯାନରେ ସାମିଲ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ ରଥ । ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ସବୁକିଛି ଯୋଜନା ଅନୁସାରେ ଚାଲିଲେ ସେ ମହାକାଶକୁ ଯିବାରେ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ୍ ନିକଟରେ ନିଜର ତାଲିମ ଶେଷ କରିଛି । ଏହି ଟିମରେ ଥିବା ନିଖିଳ ନିଜର ତାଲିମ ସମ୍ପୂର୍ଣ୍ଣ କରିଛନ୍ତି । ନିଖିଲଙ୍କ ପରିବାର ବଲାଙ୍ଗୀର ସହରର ସୁଦପଡ଼ାରେ ରୁହନ୍ତି । ଗତ ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ । ବର୍ତମାନ ସେ ଚଣ୍ଡୀଗଡ଼ ଏୟାରବେସ୍‌ରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି । ଏୟାରଫୋର୍ସର ଅନେକ କଠିନ ମିଶନରେ ନିଖିଲ ସାମିଲ ଥିବାବେଳେ ସଫଳତାର ସହ ତାକୁ ସମ୍ପାଦନ କରି ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି । ଇସ୍ରୋର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନରେ ଓଡିଶାଜନ୍ମିତ ଆଇଏଏଫ୍ ୱିଙ୍ଗ କମାଣ୍ଡର ନିଖିଲ ରଥ ସାମିଲ ହେବାକୁ ଚୂଡାନ୍ତ ହେବା ପରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ରୁଷରେ ଆଗାମୀ ଏକ ବର୍ଷ ପ୍ରଶିକ୍ଷଣ ଲାଗି ରାଜ୍ୟପାଳ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।


ଗୋମାଂସ ମିଶ୍ରିତ କୁକୁର ଖାଦ୍ୟ ଅବାଧରେ ବିକ୍ରିକୁ ନେଇ ଉତେଜନା 

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଯୋଜନାବଦ୍ଧ ଭାବେ ଗୋମାଂସ ମିଶ୍ରିତ ଆମେରିକା ତିଆରି କୁକୁର ଖାଦ୍ୟ ବିକ୍ରୟ ଚାଲିଥିବାକୁ ନେଇ ସାଧାରଣରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ମୁନଫାଖୋର କଳା ବ୍ୟବସାୟୀ ମାନେ ଆମେରିକାରେ ତିଆରି ହୋଇଥିବା ଗୋମାଂସ ମିଶ୍ରିତ କୁକୁର ଖାଦ୍ୟକୁ ପ୍ୟାକେଟ ପିଛା ୫୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଖୋଲମଖୋଲା ଭାବେ ବିକ୍ରୟ କରୁଥିବାର ଅଭିଯୋଗ ହୋଇଛି ।  ଏହାର ତଦନ୍ତ ଦାବି ହୋଇଛି । ଏହି ଘଟଣା ଉପରେ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ହେତୁ ଆଗାମୀ ଦିନରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଏକ ବଡ଼ଧରଣର ଅଘଟଣକୁ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । 

ମହାମାରୀ କରୋନା ଯୋଗୁଁ  ସ୍ଥାନୀୟ ଅଂଚଳର କେତେକ ମୁନଫାଖୋର କଳା ବ୍ୟବସାୟୀମାନେ ସୁଚିନ୍ତିତ ଭାବେ ସରଳ ଓ ନିରୀହ ଗାଉଁଲି ଖାଉଟିଙ୍କୁ ବେସନ କହି ଆମେରିକା ତିଆରି ଗୋମାଂସ ମିଶ୍ରିତ କୁକୁର ଖାଦ୍ୟକୁ ଅବାଧରେ ବିକ୍ରୟ କରୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ଗୋମାଂସ ମିଶ୍ରିତ କୁକୁର ଖାଦ୍ୟ ପ୍ୟାକେଟ କେବେ ତିଆରି ହୋଇଥିଲା ଓ ତାହାର ମୂଲ୍ୟ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ସମ୍ପୃକ୍ତ ଗ୍ରୋସରୀ ବ୍ୟବସାୟୀ ମାନେ ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ହୋଟେଲ ମାଲିକ , ତେଜରାତି ଦୋକାନୀ ଓ ଖାଉଟି ମାନଙ୍କୁ ଏହି ଗୋମାଂସ ମିଶ୍ରିତ କୁକୁର ଖାଦ୍ୟକୁ ବେସନ କହି ବିକ୍ରୟ କରୁଥିବାର ଅଭିଯୋଗ ହୋଇଛି । ତେବେ ମହାମାରୀ କରୋନା ହେତୁ ସ୍ଥାନୀୟ ଦୋକାନ ବଜାର ଗୁଡ଼ିକ ବନ୍ଦ ଥିବା ଯୋଗୁଁ ସ୍ଥାନୀୟ ଅଂଚଳରେ ବେସନର ଅଭାବ ଦେଖାଦେଇଛି । ଏହାର ସୁଯୋଗ ନେଇ କେତେକ ମୁନଫାଖୋର କଳା ବ୍ୟବସାୟୀ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ଘଟଣା ଯୋଗୁଁ ହିନ୍ଦୁମାନଙ୍କୁ ଧର୍ମାନ୍ତୀକରଣ କରାଯିବା ନିମନ୍ତେ ବିଧିବଦ୍ଧ ଭାବେ ଯୋଜନା ଚାଲିଥିବାର ଅଭିଯୋଗ ହୋଇଛି । ଯାହାଦ୍ୱାରାକି ଏହି ଘଟଣାକୁ ନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ଏହି ମୁନଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହି ଅଂଚଳରେ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । 

ବିସ୍ତାରବାଦୀ ଚୀନ୍ ନୂଆଁ ଷଡଯନ୍ତ୍ର

ଗତ ଜୁନମାସରେ ଲଦାଖରେ ଚୀନ ସୈନ୍ୟ ଯେଉଁ ବିଶ୍ୱାସଘାତକତାମୂଳକ କାର୍ଯ୍ୟ କଲେ, ତା’ପରେ ସେମାନଙ୍କୁ ଆଉ ବିଶ୍ୱାସକୁ ନେବା ଠିକ ନୁହେଁ । ସୈନ୍ୟ ଅପସାରଣ କରିବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ତାହା କାର୍ଯ୍ୟକାରୀ କରୁନଥିବା ଚୀନ ଯେ କେତେବେଳେ କି ପଦକ୍ଷେପ ନେବ, ତାହା କହିହେବ ନାହିଁ । ଗୋଟିଏପଟେ ସାରା ବିଶ୍ୱରେ ମହାମାରୀ କରୋନାର ମଞ୍ଜି ବୁଣି ସାରି ଏବେ ଅନ୍ୟ ଦେଶର ଭୂମିଦଖଲ କରିବାର ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଏବଂ ର୍ଦୁଭାଗ୍ୟଜନକ । ଏଭଳି ବିଶ୍ୱାସଘାତୀ ଆକ୍ରମଣକୁ ଚାରିଆଡ଼େ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଚୀନ ସହିତ ବାଣିଜ୍ୟିକ ସମ୍ପର୍କ ତିକ୍ତ ହୋଇଛି । ଚୀନରେ ପ୍ରସ୍ତୁତ ସାମଗ୍ରୀକୁ ବର୍ଜନ କରାଯାଉଛି । ଗଲୱାନ ଘାଟି ଅଂଚଳରେ ବିବାଦ ଥମିନଥିବାବେଳେ ଚୀନ ଏବେ ଉତରାଖଣ୍ଡରେ ଆଉ ଏକ ନୂଆ ବିବାଦ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି । ଉତରାଖଣ୍ଡର ପ୍ରକୃତ ନିୟନ୍ତ୍ରଣ ରେଖା ଅର୍ନ୍ତଗତ ଲିପୁଲେଖ ପାଶ୍‌କୁ ଚୀନ ପ୍ରାୟ ଏକ ହଜାର ସୈନ୍ୟ ପଠାଇଥିବାର ଖବର ମିଳିଛି । ଏହାଫଳରେ ସେହି ଅଂଚଳରେ ମଧ୍ୟ ଭାରତ ଚୀନ ସୈନ୍ୟ ମୁହାଁମୁହିଁ ହେବାର ଆଶଙ୍କା ଦେଖାଦେଲାଣି । ଭୌଗଳିକ ସ୍ଥିତି ଦୃଷ୍ଟିରୁ ବିଚାର କଲେ ଲିପୁଲେଖ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । କାରଣ ଭାରତ, ଚୀନ ଓ ନେପାଳ ତିନି ଦେଶର ସୀମାର ଏହା ମିଳନ ସ୍ଥଳ । ଏହା ସିକିମର ଉତର ଓ ଅରୁଣାଚଳ ପ୍ରଦେଶର ଏକ ଅଂଶବିଶେଷ । ମାନସରୋବରକୁ ଯାତ୍ରା କଲାବେଳେ ଏହି ଅଚଳ ପଡ଼େ । ଭାରତ-ଚୀନ ସୀମାର ଉଭୟ ପଟେ ରହୁଥିବା ଜନଜାତି ସଂପ୍ରଦାୟର ଲୋକମାନେ ଜୁନରୁ ଅକ୍ଟୋବର ମାସ ମଧ୍ୟରେ ଏହି ବାଟେ ନିଜର ପଣ୍ୟ ସାମଗ୍ରୀ ଅଦଳବଦଳ କରିଥାନ୍ତି । ଗତ ମଇ ୮ ତାରିଖରେ ଭାରତ ସେଠାରେ ୮୦କି.ମି ରାସ୍ତା ନିର୍ମାଣର ଉଦଘାଟନ କରିବାକୁ ନେଇ ନେପାଳ ଆପତି ଉଠାଇଥିଲା । ଲିପୁଲେଖ ଗିରିପଥକୁ ନିଜର ବୋଲି ନେପାଳ ଦାବି କରିଥିଲା । ଏପରିକି ନେପାଳ ନିଜ ଦେଶର ମାନଚିତ୍ରକୁ ପରିବର୍ତନ କରି ଲିପୁଲେଖ ସମେତ ଭାରତର ଅନ୍ୟ ଦୁଇଟି ଅଂଚଳକୁ ନିଜର ବୋଲି ଦର୍ଶାଇଥିଲା । ସେତେବେଳେ ଏହି ପ୍ରସଙ୍ଗକୁ ନେଇ ଭାରତ ଓ ନେପାଳ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିବାବେଳେ ବର୍ତମାନ ଚୀନ ସେହି ବିବାଦରେ ପଶିଯାଇଛି । ମିଳିଥିବା ସୂଚନାନୁସାରେ ଲିପୁଲେଖ ନିକଟବର୍ତୀ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ.ଏ.ସି)ର ଅଳ୍ପ କିଛିଦୂରତ୍ୱରେ ଚୀନ ଗୋଟିଏ ବାଟାଲିୟନ ସୈନ୍ୟଙ୍କୁ ମୁତୟନ କରିଛି । ଅନ୍ୟ ଅର୍ଥରେ ବର୍ତମାନ ସେଠାରେ ପ୍ରାୟ ୧ହଜାର ସୈନ୍ୟ ମୁକାବିଲା ପାଇଁ ଜାଗତିଆର ହୋଇ ରହିଲେଣି । ତେବେ ଚୀନ ସେନାର ଏଭଳି ଗତିବିଧି ଉପରେ ଭାରତ କଡ଼ା ନଜର ରଖିଛି ବୋଲି ଜଣେ ସେନା ଅଧିକାରୀ ପ୍ରକାଶ କରିଛନ୍ତି । ଯେଉଁ ସ୍ଥାନକୁ ନେଇ ଭାରତ ଓ ନେପାଳ ମଧ୍ୟରେ ବିବାଦ ଲାଗି ରହିଥିଲା, ସେଠାରେ ଏବେ ଚୀନ ସେନାର ମୁତୟନ ଘଟଣାକୁ ସମ୍ପୂର୍ଣ୍ଣ ନୂତନ ମୋଡ଼ ଦେଇଛି । ତେବେ ଲଦାଖ ଅଂଚଳ ବାହାରେ ଚୀନ ନିଜର କର୍ତୃତ୍ୱ ଜାହିର କରିବା ଘଟଣାରୁ ଅନ୍ତତଃ ଗୋଟିଏ ବିଷୟ ସ୍ପଷ୍ଟ ହେଉଛି ଯେ, ଚୀନ ଲଦାଖରୁ ନିଜର ସୈନ୍ୟ ହଟାଇବା କଥା ଯାହା କହୁଛି, ତାହା ସମ୍ପୂର୍ଣ୍ଣ ଭୁଲ । କେବଳ ଭାରତକୁ ଭଣ୍ଡାଇବା ପାଇଁ ନାନା ମିଥ୍ୟା ଆଶ୍ୱସନା ବାଣୀ ଶୁଣାଉଛି । ପୂର୍ବ ଲଦାଖର ଗଲୱାନ ଘାଟି ଅଂଚଳରୁ ଚୀନ ସୈନ୍ୟ ହଟାଇନେବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏପଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହୋଇନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସେଠାରେ ଯବାନଙ୍କୁ ନିୟୋଜିତ କରିଛି । ଆଗାମୀ ଶୀତ ଋତୁରେ ବରଫ ପଡ଼ିବାକୁ ଥିବାରୁ ସେଠାରେ ନିୟୋଜିତ ଯବାନଙ୍କ ପାଇଁ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚୀନ ନିଜର ସାମ୍ରାଜ୍ୟ ଓ ଆଧିପତ୍ୟ ବିସ୍ତାର କରିବା ପାଇଁ ସଦାସର୍ବଦା ଉଦ୍ୟମରତ ରହିଛି । 

ଶ୍ରୀରାମ ମନ୍ଦିର ଭୂମି ପୂଜନ ଉତ୍ସବ ଉପଲକ୍ଷେ ସାଉଥବଲଣ୍ଡାରେ ଦୀପ ପ୍ରଜ୍ଜ୍ୱଳନ

ତାଳଚେର, ୮ ।୮  : ଶ୍ରୀରାମ ମନ୍ଦିର ଭୂମି ପୂଜନ ଉତ୍ସବ ଉପଲକ୍ଷେ ତାଳଚେର ସାଉଥ ବଲଣ୍ଡା ଠାରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅମୂଲ୍ୟ କୁମାର ଦାସ,ନିତେଶ କୁମାର ସାହୁ, ପଲ୍ଲଭ ଘୋଷ,ଅଜୟ କୁମାର ପାଢ଼ୀଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ଦୀପ ପ୍ରଜ୍ଜ୍ୱଳନ କରିବାସହ ମନ୍ଦିର ନିର୍ମାଣ କାର୍ଯ୍ୟ ଯଥା ସମୟରେ ସମାପନ ହେବା ନିମନ୍ତେ ଆଶାବ୍ୟକ୍ତ କରିଥିଲେ । 

ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ରହିଛି ବିପିୟୁଟି : ଏବିଭିପି 

ଭୁବନେଶ୍ୱର, ୦୮/୦୮  : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ବାରମ୍ବାର ଦାବି ଓ ଆନ୍ଦୋଳନର ଫଳ ସ୍ୱରୂପ ମୋବାଇଲରେ ଛାତ୍ରଛାତ୍ରୀ ମାନେ କରୀକ୍ଷା ଦେଇ ପାରିଲେ । କିନ୍ତୁ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଯଥା ଅଟୋମେଟିକ ଲଗ୍ ଆଉଟ ହୋଇଥିବା, ପ୍ରଶ୍ନ ପତ୍ର ନଆସିବା ଉତର ଠିକ୍ ସେ ନନେବା । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଟେକ୍ନିକାଲ ଛାତ୍ର ଫୋରମ ଏହି ସବୁ ତ୍ରୁଟି ସୁଧାରିବା ସହିତ ନିଜର ବ୍ୟାକ୍‌ଅପ୍ ଓ ଯାନ୍ତ୍ରୀକ ସିଷ୍ଟମ୍ ବିପିୟୁଟି ସୁଧାର କରୁ ବୋଲି ଦାବି କରୁଛନ୍ତି । ଏହି ସନ୍ଧର୍ବରେ ବିପିୟୁଟି ର କୁଳପତିଙ୍କୁ ଦାବିପତ୍ର ଦିଆ ଯାଇଛି । ଏହି ଦାବି ଉପରେ କୁଳପତି ଧ୍ୟାନ ଦିଅନ୍ତୁ ଓ ଯାନ୍ତ୍ରୀକ ତ୍ରୁଟି କୁ ତୁରନ୍ତ ସୁଧାର କରନ୍ତୁ ବୋଲି ଟେକ୍ନିକାଲ ଛାତ୍ର ଫୋରମ୍‌ର ରାଜ୍ୟ ସଂଯୋଜକ ପ୍ରିତମ ଦାସ, ରାଜ୍ୟ ସହ ସଂଯୋଜକ ଶୁଭେନ୍ଦୁ ଶତପଥୀ ଓ ପ୍ରତ୍ୟୁଷ ଦେବାଶିଷ ଦାବି କରିଛନ୍ତି ।

ଭାରତର ମୁକ୍ତି ସଂଗ୍ରାମରେ ଦ୍ୱିତୀୟ ମହାସମର - ୧୯୪୨


ବିପିନ ବିହାରୀ ମହାନ୍ତି ଅଧ୍ୟକ୍ଷ 


୧୯୪୧ମସିହା ଡିସେମ୍ବର ୬ ତାରିଖ ଦିନ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗଦେଲା । ପରେ ପରେ ପାର୍ଲହାବାରରେ ଆମେରିକା ଯୁକ୍ତରାଷ୍ଟ୍ରର ଯୁଦ୍ଧ ଜାହାଜ ଭେଳା ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଲା । ଏହାପରେ ପ୍ରାଚ୍ୟ ଜଗତକୁ ଯାତ୍ରାକରି ସିଂଙ୍ଗାପୁର, ମାଳୟ ଓ ବ୍ରହ୍ମଦେଶକୁ ନିଜ କରାୟତ କଲା । ଏ ଅଂଚଳରୁ ଇଂରେଜ ସୈନ୍ୟମାନେ ଭୟଭୀତ ହୋଇ ଛତ୍ରଭଙ୍ଗଦେଲେ । ୧୯୪୨ ମସିହା ଆରମ୍ଭ ବେଳକୁ ଭାରତ ପ୍ରତି ଯୁଦ୍ଧର ଭୟବହତା ନିକଟବର୍ତି ହୋଇଯାଇଥାଏ । ଜାପାନାର ଯୁଦ୍ଧତରୀମାନେ ଭାରତସୀମାର ତଟ୍ଟଦେଶରେ ଆସି ପଇଁତରା ମାରୁଥାନ୍ତି । ଉଦ୍ଦେଶ୍ୟ, ଭାରତ ଅର୍ଥାତ ଇଂରେଜକୁ ଆକ୍ରମଣ କରିବା । ଏଥକୁ ସୁସ୍ପଷ୍ଟଥିଲାଯେ ଭାରତ ମାଟି ହେବ ଇଂରେଜ ଓ ଜାପାନର ଯୁଦ୍ଧ କ୍ଷେତ୍ର । ଏପଟେ ଇଂରେଜଠାରୁ ଭାରତମୁକ୍ତି ଚାହୁଁଥିଲାବେଳେ, ସେପଟେ ଜାପାନର ଆକ୍ରମଣ । ଦ୍ୱନ୍ଦରେ ଭାରତ । ଜାପାନ ଭାରତର ପୂର୍ବରୁ ଶତ୍ରୁ ନଥିଲା, ତଥାପି ଯୁଦ୍ଧ କଥା ତ! ଏଥିକୁ ନେହୁରୁ ଘୋଷଣା କଲେ: ଆମେ କେବେହେଲେ ବ୍ରିଟିଶ୍ କିମ୍ଭା ଜାପାନ ଆଗରେ ନତମସ୍ତକ ହେବୁ ନାହିଁ । ଆମେ ସାହସର ସହିତ ବିପଦର ସମ୍ମୁଖୀନହେବୁ ଏବଂ ଜୀବନ ଦେବୁ । ଭାରତର ବିନା ସହାୟତାରେ ଇଂରେଜ ଜାପାନ ସହିତ ଲଢ଼ପାରିବ ନାହିଁ, ଏକଥା ଭାରତ ଓ ଇଂରେଜକୁ ଜଣାଥିଲା । ପୁନଶ୍ଚ ଏତିକିବେଳେ ଯଦି ଭାରତ ସ୍ୱାଧିନତାପାଇଁ ଅଡି ବସେ, ତେବେ ବ୍ରିଟିଶ ପାଇଁ ଭାରତ ବି ଖସିଯିବ ଏବଂ ସେ ଜାପାନଠାରୁ ପରାସ୍ତ ହେବ । ଏପରି ସ୍ଥଳେ ବର୍ତମାନପାଇଁ କିଛି ଗୋଟେ ଆଶ୍ୱାସନା ଦେଇ ଭାରତକୁ ଶାନ୍ତକରିବାକୁ ପଡିବବୋଲି ଇଂରେଜ ବିଚାରିଲା । ସେଥିପାଇଁ ଏକ ଆତ୍ମଘାତୀ ଯୋଜନା କରି ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ମଧ୍ୟସ୍ଥତାପାଇଁ ସାର ଷ୍ଟାଫୋର୍ଡ କ୍ରିପ୍ସଙ୍କୁ ଭାରତକୁ ପଠାଇଲେ । କ୍ରିପ୍ସ ବ୍ରିଟିଶ ମନ୍ତ୍ରିମଣ୍ଡଳଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଏକ ଶାସନ ଖସଡାନେଇ ୧୯୪୨ ମାର୍ଚ୍ଚ ୨୨ ତାରିଖରେ ଭାରତରେ ପହଁଚିଲେ । ଏହି ପ୍ରସ୍ତାବ ଅନୁସାରେ ଯାହାଥିଲା, ତାହା ହେଉଛି ଦ୍ୱିତୀୟ ମହାସମରପରେ ଭାରତର ସ୍ୱତନ୍ତ୍ରତାନେଇ ବିଚାର କରାଯିବା ଏବଂ ଭାରତକୁ ଖଣ୍ଡ ଖଣ୍ଡକରି ଭାରତୀୟମାନଙ୍କର ଏକତା ଓ ଭାତୃତ୍ୱ ଭାବକୁ ବିଦ୍ୱେଷରେ ପରିଣତ କରାଇବା । ଏପ୍ରିଲ ୨ତାରିଖ ଦିନ କଂଗ୍ରେସର କାର୍ଯ୍ୟକାରି କମିଟି କ୍ରିପ୍ସଙ୍କର ଏହି ପ୍ରସ୍ତାବକୁ ଅଗ୍ରାହକଲା । ଏହା ଫଳରେ କ୍ରିପ୍ସ୍ ଫେରିଗଲେ ।

୧୯୪୨ ଏପ୍ରିଲ୍ ୨୨ରେ ଗାନ୍ଧି ହୋରେଶ୍ ଆଲେକ୍‌ଜାଣ୍ଡରଙ୍କ ପାଖକୁ ପତ୍ରଦ୍ୱାରା ଜଣାଇଦେଲେ: ସମୟ ଆସିଛି ଯେତେବେଳେ ଇଂରେଜ ଭାରତରୁ ସୁ ବିଦାୟନେବା ଉଚିତ୍ । ନଚେତ ସିଙ୍ଗାପୁର, ମାଳୟ ଓ ବ୍ରହ୍ମଦେଶରୁ ସେମାନେ ପଳାୟନ କଲାପରି ତାଙ୍କୁ ଭାରତ ଛାଡିବାକୁ ହେବ । ବ୍ରିଟିଶ ଦ୍ୱାରା ଭାରତର ରକ୍ଷା ଅସମ୍ଭବ । ପୁନଶ୍ଚ ଭାରତ ମାଟିରେ ହିଁ ଇଂରେଜ୍‌ମାନେ ନିଜକୁ ରକ୍ଷା କରିପାରିବାପାଇଁ ଅସମର୍ଥ । ଅତେଏବ ସେମାନେ ଭାରତକୁ ତା’ ନିଜ ଭାଗ୍ୟ ଉପରେ ଛାଡିଦେଇ ଚାଲିଯିବା ଉଚିତ । ଗାନ୍ଧିଜୀ ଜାଣିଥିଲେଯେ ଏତିକିବେଳେ ଲାଗିପଡ଼ି ଇଂରେଜକୁ ବିଦାକଲେ, ଦେଶ ସ୍ୱାଧୀନ ହୋଇଯିବ ଏବଂ ଜାପାନ ଅପସରି ଯିବ । ଏହାଥିଲା ଗାନ୍ଧିଙ୍କର ଦୃଢ଼ମତ । ସେଥିପାଇଁ ମଧ୍ୟ ସେ ଦେଶକୁ ପ୍ରସ୍ତୁତ କରୁଥାନ୍ତି ଏବଂ ଦେଶବାସୀ ତଥା କଂଗ୍ରେସ ଉଦ୍ଦେଶ୍ୟରେ ଘୋଷଣା କଲେ ଯେ : ଦେଶ ମୁକ୍ତି ସଂଗ୍ରାମ ପାଇଁ ଏବେ ପ୍ରସ୍ତୁତ ହୋଇଗଲାଣି । ଆଉ ବିଳମ୍ବ କରି ହେବନାହିଁ । ଯଦି କଂଗ୍ରେସ ତାଙ୍କ ସହିତ ନଆସେ, ତେବେ ସେ ନିଜେ ଏକାକୀ ଦେଶକୁ ଶେଷ ମୁକ୍ତି ସଂଗ୍ରାମରେ ଝାସ ଦେବାକୁ ପ୍ରସ୍ତୁତ କରିବେ । ଯଦିଓ ନେହେରୁ, ଶ୍ରୀରାଜ ଗୋପାଳଚାରୀ ଓ ଆଜାଦ୍ ସେ ସମୟରେ ପରିସ୍ଥିତିରେ ସରକାରଙ୍କ ବିରୁଦ୍ଧରେ ଯିବାକୁ ଚାହୁଁନଥିଲେ, ଗାନ୍ଧିଙ୍କର ଏ ପ୍ରକାର ଘୋଷଣାରେ ସମସ୍ତେ ରାଜିହୋଇଗଲେ । ଏକଥା ମଧ୍ୟ ତାଙ୍କ ହରିଜନ, ପତ୍ରିକାରେ ପ୍ରକାଶ କରାଇ ସଂଗ୍ରାମ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଦେଲେ । ୧୯୪୨ ମସିହା ଅଗଷ୍ଟ ୭ ତାରିଖରେ ମହାତ୍ମାଗାନ୍ଧି ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟି ଆଗରେ ନିଜର ଭାରତ ଛାଡ଼, ପ୍ରସ୍ତାବ ଉପସ୍ଥାପନ କଲେ ଏବଂ ଆହ୍ୱାନ ଦେଇ କହିଲେ: ବ୍ରିଟିଶ ଶକ୍ତିର ପ୍ରତ୍ୟାହାର ପାଇଁ ପ୍ରସ୍ତୁତ କ୍ରୋଧ ମଧ୍ୟରୁ ଉତ୍ପନ ହୋଇନାହିଁ । ବର୍ତମାନର ସଂକଟପୂର୍ଣ୍ଣ ସନ୍ଧିକ୍ଷଣରେ ଭାରତକୁ ନିଜର ଯଥାଯଥ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେବାପାଇଁ ଏ ପ୍ରସ୍ତାବ ଆସିଛି । ଏ ଯୁଦ୍ଧକୁ ନିଜର ବୋଲି ନ ଭାବିବୁ, ଯେ ପର୍ଯ୍ୟନ୍ତ ଆମେ ସ୍ୱାଧୀନ ନହୋଇଛୁ, ସେ ପର୍ଯ୍ୟନ୍ତ ଆମେ ତ୍ୟାଗ ଓ ବୀରତ୍ୱର ମନୋଭାବ ଜାଗ୍ରତ କରିପାରିବୁ ନାହିଁ । ଅଗଷ୍ଟ ୮, ୧୯୪୨ ମସିହାରେ ଏ ପ୍ରସ୍ତାବଟି କଂଗ୍ରେସ ଦ୍ୱାରା ଅନୁମୋଦନ ହେଲା । ଏଥିରେ ଗାନ୍ଧୀଜି ଭାବ ବିହ୍ୱଳ ହୋଇ କହିଥିଲେ, “ନିଜର ବିବେକକୁ ସାକ୍ଷୀ ରଖି ଭଗବାନଙ୍କ ନିକଟରେ ଶପଥ ନିଅ ଯେ ସ୍ୱାଧୀନତା ହାସଲ ନ ହେବାଯାଏଁ ବିଶ୍ରାମ ନେବ ନାହିଁ ଏବଂ ସ୍ୱାଧୀନତା ହାସଲ କରିବାକୁ ନିଜର ଜୀବନ ଦେବାପାଇଁ ପ୍ରସ୍ତୁତ ରହିବ । ଯିଏ ଜୀବନ ଦିଅନ୍ତି, ସେ ତାହା ପାଆନ୍ତି । ଯିଏ ନିଜର ଜୀବନରକ୍ଷା ପାଇଁ ଇଛା କରିବେ, ସେ ତାହା ହରାଇ ବସିବେ । ସ୍ୱାଧୀନତା ଭୀରୁ କିମ୍ବା ଦୁର୍ବଳନେତାମାନଙ୍କ ପାଇଁ ନୁହେଁ ” ।


ଏହି ଅଧିବେସନରେ ଯୋଗଦେଇଥିବା କଂଗ୍ରେସର ସଭ୍ୟମାନେ ଗାନ୍ଧୀଙ୍କର ଏ ବାର୍ତାସହ ମୁକ୍ତି ମଶାଲ ଧରି ନିଜ ନିଜ ଅଂଚଳକୁ ଚାଲିଲେ । ଏ ପ୍ରସ୍ତାବର ନିଷ୍ପତିକୁ ବଡ଼ଲାଟଙ୍କ ଅବଗତି ନିମନ୍ତେ ମଧ୍ୟ ଜଣାଇ ଦିଆଗଲା । ଏହାର କେଇ ଘଂଟା ପରେ ଅଗଷ୍ଟ ୯ ପ୍ରତ୍ୟୁଷରେ ହଠାତ୍ ସରକାର ଗାନ୍ଧିଜୀଙ୍କ ସହ କଂଗ୍ରେସର ଅନ୍ୟାନ୍ୟ ତୁଙ୍ଗ ନେତାମାନଙ୍କୁ ଗିରଫ କରିନେଲେ । ଜାତୀୟ କଂଗ୍ରେସକୁ ବେଆଇନ ଘୋଷଣା କରି ଦିଆଗଲା । ଗାନ୍ଧୀଙ୍କୁ ପୁନାଠାରେ ଅବସ୍ଥିତ ଆଗା ଖାଁ ପ୍ରାସାଦରେ ଓ ଅନ୍ୟମାନଙ୍କୁ ଅହମଦନଗର ଦୁର୍ଗ ମଧ୍ୟରେ ବନ୍ଦୀ କରାଗଲା । ଦେଶର ଅନ୍ୟାନ୍ୟ ପ୍ରାନ୍ତର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ଗିରଫ କରି ନିଆଗଲା । ପରିସ୍ଥିତି ଏମିତି ହେଲା ଯେ ‘ଭାରତଛାଡ଼’ ଆନ୍ଦୋଳନ ଚଳାଇବା ପାଇଁ କେହି ନେତାଟିଏ ରହିଲେ ନାହିଁ । ଏହାଥିଲା ଏକ ନେତୃତ୍ୱ ବିହୀନ କ୍ରାନ୍ତିକାରୀ ବିପ୍ଲବ । ଏହି ବାର୍ତା ତ୍ୱରିତ ବେଗରେ ଦେଶସାରା ବ୍ୟାପିଗଲା । ବମ୍ବେ ସହିତ ବିଭିନ୍ନ ଯାଗାରେ ହଜାର ହଜାର ଲୋକ ଜମି ଯାଉଥାନ୍ତି । ଆନ୍ଦୋଳନକୁ ଦବାଇବା ପାଇଁ ସରକାରଙ୍କ ତରଫରୁ ଲାଠି ଚାଳନା, ଲୁହବୁହା ଗ୍ୟାସ ଏବଂ ଆଖି ବୁଜା ଗୁଳିଚାଳନା ଆରମ୍ଭ ହୋଇଗଲା । ଏ ନେଇ ଶ୍ରୀମତୀ ମୁଦୁଳା ସରାଭାଇ ଗାନ୍ଧିଜୀଙ୍କ ଠାରୁ ‘କର ବା ମର’ ବାର୍ତାଟି ଆଣି ବାହାରେ ପ୍ରଚାର କରିଦେଲେ । ଏତିକିରେ ସରକାରଙ୍କ ବିରୁଦ୍ଧରେ ଚାଲିଲା ଖୋଲା ବିଦ୍ରୋହ । ଏହି ସମୟରେ ଯୁଦ୍ଧଯୋଗୁଁ ଦେଶର ଅର୍ଥନୈତିକ ଦୁର୍ଗତିର ବ୍ୟବସ୍ଥା, ଜନସାଧାରଣଙ୍କ ଉପରେ ଚାପ ପକାଉଥାଏ । ଖାଦ୍ୟ ଦ୍ରବ୍ୟର ଉତ୍କଟ, ଅଭାବ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମାତ୍ରାଧିକ ମୂଲ୍ୟ, କଂଟ୍ରୋଲ ଓ କଳାବଜାରି ଗାଁର ସାମାଜିକ ସ୍ଥିତିକୁ ଅତିମାତ୍ରାରେ ବିପନ୍ନ କରିପକାଇଥାଏ । ଏହାର ପ୍ରତିକାର ପାଇଁ ଲୋକେ ସୁଯୋଗକୁ ଅପେକ୍ଷା କରିଥାଆନ୍ତି । ସେମାନେ ଭାବୁଥାନ୍ତି: ଯେ ଯାଏଁ ଇଂରେଜ ଏ ଦେଶରୁ ନ ହଟିଛି, ଯୁଦ୍ଧର ଦାଉ ଏ ଦେଶରୁ କମିବ ନାହିଁ କି ଯୁଦ୍ଧକାଳୀନ ବିପଦରୁ ଏ ଦେଶ ମୁକ୍ତି ପାଇପାରିବ ନାହିଁ । ଭାରତ ଛାଡ଼ ଆନ୍ଦୋଳନ ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଏମୁକ୍ତି ସଂଗ୍ରାମ ସହିତ ସାମିଲ ହେବାର ସୁଯୋଗ ଯୋଗାଇଲା । ଏଣୁ ହଡ଼ା ମାତିଲେ ଗୁହାଳ ମାତିଲାପରି ନେତାଙ୍କଠାରୁ ଆରମ୍ଭ କରି ଗାଁ ଗହଳିର ସାଧାରଣ ପ୍ରଜା ଯାଏଁ ସମସ୍ତେ ମାତିଲେ ଆନ୍ଦୋଳନରେ । ଏହାକୁ ଦବାଇବାବା ପାଇଁ ଇଂରେଜ ସରକାର ଦମନଲୀଳା ନୀତି ପ୍ରୟୋଗ କଲେ । ପ୍ରଥମରୁ କଂଗ୍ରେସ ଗାନ୍ଧିଙ୍କ ନିର୍ଦ୍ଦେଶାନୁଯାୟୀ ନିରସ୍ତ୍ର ଆନ୍ଦୋଳନ କରିବାକୁ ସ୍ଥିର କରିଥିଲେ ହେଁ, ନେତାମାନଙ୍କ ଗିରଫଦାରୀ ତଥା ନେତୃତ୍ୱ ବିହୀନ ସଂଗ୍ରାମ, ଅପର ପକ୍ଷରେ ସରକାରଙ୍କର ଦମନଲୀଳା ଯୋଗୁଁ ସଂଗ୍ରାମୀମାନେ ହିଂସାକୁ ବି ଗ୍ରହଣ କରିନେଲେ । ସେମାନେ ଉତ୍ୟକ୍ତ ହୋଇ ଥାନା, ଡାକଘର, ସରକାରି ଅଫିସ, ରେଳପଥ, ସରକାରୀ ସମ୍ପତି ଏବଂ ଟେଲିଗ୍ରାଫ ଅଫିସ ଉପରେ ବ୍ୟାପକ ଆକ୍ରମଣକଲେ ସରକାରୀ ସମ୍ପତିର ବିପୁଳ କ୍ଷୟକ୍ଷତି କରାଗଲା । କେତେକ ସ୍ଥାନରେ ଯାତାୟତ ବ୍ୟବସ୍ଥା ଧ୍ୱସଂକରିଦିଆଗଲା । ରେଲ୍ ଲାଇନ ଓ ପୋଲ ଉଡାଇ ଦିଆଗଲା ଏବଂ ସୈନ୍ୟବାହିନୀ ଚଳା ଚଳ ଅସମ୍ଭବ କରିଦିଆଗଲା । କେତେକ ସ୍ଥାନରେ, ବିଶେଷତଃ ଦ୍ୱରବର୍ତି ଗ୍ରାମାଂଚଳରେ ଜନତାଦ୍ୱାରା ସରକାର ଗଠନ କରଗଲା । ଏଣେ ସରକାର ଦମନଲୀଳାରେ ହଜାର ହଜାର ଗିରଫହେଲେ, ଗୁଳି ଖାଇ ମଲେ, ଫାଶୀ ପାଇଲେ... ଇତ୍ୟାଦି । ଅବସ୍ଥାଅସମ୍ଭାଳ ଦେଖି ତତ୍‌କାଳିନ ଭାରତ ବଡ଼ଲାଟ ଲିନ୍‌ଲିଥ୍‌ଗୋଚାର୍ଚ୍ଚିଲଙ୍କ ପାଖକୁ ଅତୀବ ଗୋପନୀୟ ପତ୍ରରେ ଜଣାଇଲେ, “ମୁଏଠାରେ ଏପରି ଏକ ଭୟଙ୍କର ବିପ୍ଲବର ସମ୍ମୁଖୀନ ହୋଇଛି,ଯେପରି ବିପ୍ଲବ ୧୮୫୭ ମସିହା ପରେ ଦେଖାଯାଇ ନ ଥିଲା । ଏ ବିପ୍ଲବର ବ୍ୟାପକତା ଓ ଭୟାବହତା ସାମରିକ ନିରାପତାଦୃଷ୍ଟିରୁ ଆମେ ପୃଥିବୀ ପାଖରୁ ଏ ପର୍ଯ୍ୟନ୍ତ ଗୋପନ ରଖିଛୁଁ । ପୁନଶ୍ଚ ଏ ନେଇ ବ୍ରିଟିଶ୍ ପାର୍ଲାମେଂଟର ପ୍ରଶ୍ନର ଉତରରେ ପ୍ରଧାନମନ୍ତ୍ରୀ ଚର୍ଚିଲ୍ କହିଥିଲେ, ‘ଭାରତକୁ ବହୁ ସଂଖ୍ୟାରେ ସେନ୍ୟବାହିନୀ ପଠାଗଲାଣି ଏବଂ ସେଠାରେ ଇଂରେଜ ସେନ୍ୟମାନଙ୍କ ସଂଖ୍ୟାଏତେ ବେଶି ହେଲାଣି ଯେ ସମଗ୍ର ବ୍ରିଟିଶ ରାଜତ୍ୱ ମଧ୍ୟରେକେବେ ହେଲେ ସେତେ ସଂଖ୍ୟକ ଇଂରେଜ ସେନ୍ୟ ଭାରତରେନଥିଲେ । ଏଥିରୁ ଅନୁମିତ ହୁଏ ଯେ ଭାରତର ଅଗଷ୍ଟ ବିପ୍ଲବବ୍ରିଟିଶ ଶାସନକୁ ଦୋହୋଲାଇ ଦେଇଥିଲା । ଦିନକୁ ଦିନ ବ୍ରିଟିଶ ଶତୃର ନିଷ୍ଠୁରତା ଚରମ ସୀମାରେପହଞ୍ôଚଲା ସେମାନେ ନିରୀହ ଅସହାୟ ଗ୍ରାମବାସୀଙ୍କ ଉପରେ ଅକଥନୀ ଅତ୍ୟାଚାର ଚଳାଇଲେ । ସେମାନଙ୍କର ସାନ୍ତିପୂର୍ଣ୍ଣ ସଭାସମିତି ଉପରେ ଗୁଳି ଚାଳନା ପାଇଁ ପଶ୍ଚାତ୍‌ପଦ ହେଲେ ନାହିଁ । ଗୁଳି ମାଡରେ ଅନେକ ମୃତାହତ ହେଲେ । ଅଗଷ୍ଟ ବିପ୍ଲବର ସର୍ବବୃହତ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା ଓଡିଶାର ବାଲେଶ୍ୱର ଜିଲ୍ଲାର ଇରମ ନାମକ ଏକ ଦୂରବର୍ତି ଗ୍ରାମାଞ୍ଚଳରେ ଯେଉଁଠି ବିଦ୍ରୋହ ଦମନ ପାଇଁ ପୋଲିସ ପକ୍ଷରୁ ୧୩୦ଥର ଗୁଳି ଚାଳନା କରାଯାଇଥିଲା । ଏଥିରେ ଘଟଣା ସ୍ଥଳରେ ଜଣେ ସ୍ତ୍ରୀ ଲୋକ ସହ ୨୬ ଜଣ ସହୀଦ ହୋଇଥିଲେ ଏବଂ ୫୫ ଜଣ ଆହତ ହୋଇଥିଲେ । ଏହି ସଂଗ୍ରାମରେ ଓଡ଼ିଶାର କୋରାପୁଟର, ଲକ୍ଷ୍ମଣ ନାହକ ଫାଶୀ ପାଇଲେ । ବାସ୍ତବିକ ଏହି ଆନ୍ଦୋଳନରେ କେତେ ଲୋକ କି ପ୍ରକାର ଶିକାର ହେଲେ, ତାର ହିସାବ ଦେବା ଅସମ୍ଭବ । ତେବେ ସରକାରୀ ହିସାବ ଠାରୁ ଏହା ଅନେକ ଗୁଣରେ ବେଶୀ ବୋଲି ଧରିବାକୁ ହେବ । ତଥାପି ୧୯୪୨ ନଭେମ୍ଭର ମାସ ସୁଦ୍ଧା ସରକାରୀ ହିସାବ ଅନୁସାରେ ୧୦୨୮ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ୩୧୨୫ ଜଣ ଗୁରୁତର ଆହାତ ହୋଇଥିଲେ । ତେବେ ଏହା ଏକ ଗ୍ରହଣ ଯୋଗ୍ୟ ହିସାବ ନୁହେଁ କାରଣ, ହିସାବ ଅନୁସାରେ ପୋଲିସର ସୈନ୍ୟ ବାହିନୀ ଦ୍ୱାରା ୫୩୮ଟି ସ୍ଥାନରେ ଗୁଳି କାଣ୍ଡ ଘଟିଥିଲା ଏବଂ ଆକଶ ମାର୍ଗରୁ ଅନେକ ସ୍ଥାନରେ ବିଶାଳ ଜନତାଙ୍କ ଉପରକୁ ଗୋଳା ବର୍ଷଣ କରାଯାଇଥିଲା । ନେହୁରୁଙ୍କ ମତରେ : କେବଳ ଅନୁମାନ କରି କୁହାଯାଇ ପାରେଯେ ଏ ସଂଗ୍ରାମରେ ସହିଦ ହୋଇଥିବା ସଂଖ୍ୟା ୪୦୦୦ରୁ ୧୦,୦୦୦ ମଧ୍ୟରେ ହୋଇପାରେ; ୧୯୪୨ ଶେଷଯାଏଁ ବନ୍ଦୀମାନଙ୍କ ସଂଖ୍ୟା ୬୦,୦୦୦ । ଦୋଷାଭିଯୁକ୍ତ ୨୬,୦୦୦ । ଅଟକମାନଙ୍କ ସଂଖ୍ୟା ୧୮,୦୦୦ ଏବଂ ସରକାରୀ ଭାବେ କ୍ଷତିର ପରିମାଣ ଟଙ୍କା ୧୦,୦୦୦,୦୦୦ । ‘ଭାରତ ଛାଡ଼ ଆନ୍ଦୋଳନ - ୧୯୪୨’ ଅହିଂସାରୁ ହିଂସାକୁ ଆଶ୍ରୟ କରିମଧ୍ୟ କୃତକାର୍ଯ୍ୟ ହୋଇପାରିଲା ନାହିଁ । ଏହି ଆନ୍ଦୋଳନର ସମାପ୍ତି ଘଟିଲା ୧୯୪୪ ମସିହା ମଇମାସ ୬ତାରିଖରେ ଗାନ୍ଧିଙ୍କ ମୁକ୍ତିରେ । ଏ ଆନ୍ଦୋଳନ କୃତକାର୍ଯ୍ୟ ନ ହେବାର କାରଣ ହେଲା : ବିନା ନେତୃତ୍ୱ ଏବଂ ବିନା ଯୋଜନାରେ ଯୁଦ୍ଧ, କର୍ମୀମାନଙ୍କର ହିଂସାଚରଣ ଯାହାକି ଗାନ୍ଧି ଓ କଂଗ୍ରେସ ନୀତିର ବିରୁଦ୍ଧଚରଣ ଥିଲା । ନେତାମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଅଭାବ ଏବଂ ଗାନ୍ଧିଙ୍କ କଥାଥିଲା ଯେ ସଂଗ୍ରାମ ଅ।।ରମ୍ଭ ହେଲାମାତ୍ରେ ଭାରତବାସୀ ନିଜକୁ ସ୍ୱାଧୀନ ଭାରତର ଲୋକବୋଲି ମନେ କରିବେ ଓ ସରକାରଙ୍କ ଠାରୁ ସମସ୍ତ ସଂପର୍କ ତୁଟାଇ ଦେଶକୁ ବିଭିନ୍ନ ଅଂଚଳରେ ଭାଗଭାଗ କରି ପ୍ରତ୍ୟେକ ଅଂଚଳରେ ପଂଚାୟତ ଗଠନ କରି ତା’ ଜରିଆରେ ଶାସନର ସମସ୍ତ କାର୍ଯ୍ୟ ନିର୍ବାହ କରିବେ ଅଥଚ ଯେଉଁ ଅଂଚଳରେ ସେମାନେ କଛି କିଛି କୃତକାର୍ଯ୍ୟ ହେଲେ, ନେତାମାନଙ୍କ ପରାମର୍ଶ ବିନା କିପରି ଏହା ଆରମ୍ଭ କରିବେ, ଜାଣିପାରିଲେ ନାହିଁ । ଏ ଆନ୍ଦୋଳନ ଅକୃତକାର୍ଯ୍ୟ ସତ୍ୱେ ଅନ୍ତତଃ ଏତିକି ସୂଚାଇ ଦେଲା ଯେ ଅଖଣ୍ଡ ଭାରତର ଆବାଳବୃଦ୍ଧ ବନିତା ସ୍ୱାଧୀନତା ପ୍ରାପ୍ତିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ଅନ୍ୟପକ୍ଷରେ ବ୍ରିଟିଶ ସରକାର ଅନୁଭବ କଲେ ଯେ ତାଙ୍କ ପାଇଁ ଭାରତରେ ଆଉ ଅନୁରକ୍ତି ବା ପ୍ରଭାବ ନାହିଁ । ସେମାନେ ତାଙ୍କୁ ମାଲିକ ବୋଲି ଗ୍ରହଣ କରିବାରେ ବାଧ୍ୟ ନୁହଁନ୍ତି । ଅର୍ଥାତ୍ ବ୍ରିଟିଶ ସରକାର ଜାଣିଲେ ଯେ ଖୁବ୍ ଶୀଘ୍ର ତାଙ୍କୁ ଭାରତ ଛାଡ଼ିବାକୁ ହେବ । ଐତିହାସିକମାନେ ଭାରତଛାଡ ଆନ୍ଦୋଳନ, ୧୯୪୨କୁ ଭାରତର ମୁକ୍ତି ସଂଗ୍ରାମରେ ଦ୍ୱିତୀୟ ମହାସମର ବୋଲି କହିଛନ୍ତି । ଏହାର କାରଣ ଏହି ଯେ ବ୍ରିଟିଶ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମରେ ମାତ୍ର ଦୁଇଥର ସଶସ୍ତ୍ର ସଂଗ୍ରାମ ହୋଇଅଛି ଯେଉଁଥିରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତର ପ୍ରତ୍ୟେକ ଅଂଶ ତଥା ଗଡଯାତ ଇତ୍ୟାଦି ସମସ୍ତେ ଅଂଶିଦାର ଅଛନ୍ତି । ପ୍ରଥମ ମୁକ୍ତି ସଂଗ୍ରାମର ମହାସମର ସଂଗଠିତ ହୋଇଥିଲା ୧୮୫୭ ମସିହାରେ ଯାହାର ନାମଥିଲା ସିପାହୀ ବିଦ୍ରୋହ ଏବଂ ଦ୍ୱିତୀୟ ମୁକ୍ତି ସଂଗ୍ରାମର ମହାସମର ଆରମ୍ଭହେଲା ୯ ଅଗଷ୍ଟ ୧୯୪୨ ମସିହାରେ ଏବଂ ଗାନ୍ଧିଙ୍କ ଜେଲ୍ ମୁକ୍ତିରେ ଅର୍ଥାତ୍ ୬ମେ ୧୯୪୪ ମସିହାରେ ପରିସମାପ୍ତି ହେଲା ଯାହାର ନାମ ଥିଲା ଭାରତଛାଡ ଆନ୍ଦୋଳନ । ଏତଦ୍ ଭିନ୍ନ ବାକି ଯେଉଁ ଆନ୍ଧୋଳନ କରାଯାଇଛି ତାହ ।ଥିଲା କେବଳ ସତ୍ୟ, ଅହିଂସା ଓ ଅସହଯୋଗର ଆନ୍ଦୋଳନ । ଭାରତଛାଡ଼ ଆନ୍ଦୋଳନ, ଥିଲା ବ୍ରିଟିଶରାଜ ବିରୁଦ୍ଧରେ ଭାରତର ଶେଷମୁକ୍ତି ସଂଗ୍ରାମ ।

ଭୂକମ୍ପରୋଧ ହେବ ଅଯୋଧ୍ୟା ରାମ ମନ୍ଦିର


ଅଯୋଧ୍ୟା, ୮/୮  : ଦୀର୍ଘ ୫ଶହ ବର୍ଷର ସୁଦୀର୍ଘ ପ୍ରତୀକ୍ଷା ପରେ ଦେଶର କୋଟି କୋଟି ରାମଭକ୍ତଙ୍କ ହୃଦୟ ଗଦ୍‌ଗଦ୍ ହେବା ସହ ଆଖି ଲୋତକପୂର୍ଣ୍ଣ ହୋଇଯାଇଥିଲା ଯେତେବେଳେ ଗତ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଭୂମି ପୂଜନ ହୋଇଥିଲା । କରୋନା କଟକଣା ଥିବା ସତ୍ୱେ ପ୍ରଭୁ ଶ୍ରୀ ରାମଲାଲାଙ୍କ ଭକ୍ତଙ୍କ ସମାବେଶ ଯଥେଷ୍ଟ ପରିମାଣରେ ହୋଇଥିଲା । ଭୂମି ପୂଜନ ସମୟରେ ଓ ପରେ ଗଗନ ପବନ ‘ଜୟଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ଇତିମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଏହି ଭୂମି ପୂଜନ ପରେ ଆରମ୍ଭ ହୋଇସାରିଛି । ଏହି ମନ୍ଦିର ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ ବୋଲି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଲାର୍ସନ ଆଣ୍ଡ ଟର୍ବୋ କମ୍ପାନୀ ସ୍ପଷ୍ଟ କରିଛି । ପ୍ରାକୃତିକ ବିପର୍ଯ୍ୟୟ ଯଥା ଭୂକମ୍ପ ଓ ସୁନାମୀ ଆସିଲେ ବି ଏହି ଭବ୍ୟ ମନ୍ଦିରର ଯେଭଳି କୌଣସି କ୍ଷତି ନ ଘଟେ ସେଥିଲାଗି ଏହି ମନ୍ଦିରକୁ ଭୂକମ୍ପନିରୋଧୀ କରାଯିବ । ତତ୍‌ସହିତ ମନ୍ଦିର ଭିତିପ୍ରସ୍ତର ୨୦୦ ଫୁଟ ଗଭୀର ହେବ । ଏଥିପାଇଁ ଲାର୍ସନ୍ ଟୁବ୍ରୋ କମ୍ପାନୀ ଭୂଇଁ ତଳେ ୨୦୦ ଫୁଟ ପର୍ଯ୍ୟନ୍ତ ମାପ କରିଛି ଯେପରିକି ଭୂମି ମନ୍ଦିରର ଭାର ବହନ କରିପାରିବ ଏହାସହ ରାମ ମନ୍ଦିର ର୍ନିମାଣ ଟେକନୋଲୋଜି ବ୍ୟବହାର ହେବ ଯେପରିକି ମନ୍ଦିର ହଜାରେ ବର୍ଷ ଯାଏଁ ସୁରକ୍ଷିତ ରହିବ । ମନ୍ଦିରକୁ ଭୂକମ୍ପ ରୋଧ କରିବା ପାଇଁ ଭିତିପ୍ରସ୍ତର ଅତ୍ୟନ୍ତ ମଜବୁତ କରାଯିବ । କିନ୍ତୁ ବର୍ଷା ଯୋଗୁଁ ବର୍ତମାନ ଭିତିପ୍ରସ୍ତର ପାଇଁ ଖନନ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ ଭିତିପ୍ରସ୍ତରର ନକ୍ସା ତିଆରି କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟ ପଦାଧିକାରୀ ଚମ୍ପତ ରାୟଙ୍କ ଅନୁଯାୟୀ, ପ୍ରଥମେ ଭିତିପ୍ରସ୍ତରର ନକ୍ସା ଫାଇନାଲ ହେବ ତାପରେ ଖନନ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ମାସେରୁ ଦୁଇ ମାସ ସମୟ ଲାଗିବ । ର୍ନିମାଣ କାର୍ଯ୍ୟ ସମ୍ପୂର୍ଣ ଟେକ୍ନୋଲୋଜି ହିସାବରେ ହେବ । ସେଥିପାଇଁ ଅନୁକୂଳ ପାଣିପାଗରେ ଖନନ କାର୍ଯ୍ୟ ଆରମ୍ଭ କରାଯିବ । ବର୍ଷାରେ ଭିତିପ୍ରସ୍ତରରେ ପାଣି ଭର୍ତି ହେବାର ସମ୍ଭାବନା ରହିଛି । ଧାର୍ମିକ ବିଶ୍ୱାସ ଆଧାରରେ ଭିତିପ୍ରସ୍ତରର ଛାଇ ଯେପରି ଜମି ଉପରେ ନ ପଡେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଧାର୍ମିକ ବିଶ୍ୱାସ ଅନୁସାରେ ର୍ନିମାଣ କାର୍ଯ୍ୟ ହେବ ମନ୍ଦିରର ଶିଖର ଛାଇ ମଧ୍ୟ ଭୂଇଁରେ ପଡ଼ିବନାହିଁ । ସେଥିପାଇଁ ଜମିରୁ ଯେଉଁ ମାନକ ରହିଛି ସେହି ଉଚ୍ଚତାରେ ମନ୍ଦିର ର୍ନିମାଣ ହେବ । ମନ୍ଦିର ହଜାରେ ବର୍ଷ ଯାଏଁ ସୁରକ୍ଷିତ ରହିବ ।

ଜନଜାତି ସମୁଦାୟ ଓ ବିଶ୍ୱ ମୂଳନିବାସି ଦିବସ

ଦେବରାଜ ମାଝୀ


ଭାରତୀୟ ସମାଜରେ ଜନଜାତି ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିୟଜନଜାତି ସମାଜ ପ୍ରକୃତିପ୍ରେମୀ ଓ ସରଳ ଭାବେ ନିଜକୁ ପ୍ରତିତିଷ୍ଠ କରିଛନ୍ତି । ବର୍ତମାନ ଏହି ସମାଜକୁ ଆଦିବାସୀ ନାମରେ ସମ୍ବୋଧିତ କରିଥାନ୍ତି । ଏହି ଜନଜାତି ସମାଜର ଗୁରୁତ୍ୱ ଆମେ ଆମର ପୌରାଣିକ ଗ୍ରନ୍ଥରୁ ଅନୁଭବ କରିପାରିବା । ରାମାୟଣରେ ଉଲେଖ୍ୟ ରହିଛି କିଭଳି ଶବର ରାଜା ନିସାଦ ଓ ବନବାସୀଙ୍କ ସାହାର୍ଯ୍ୟରେ ପ୍ରଭୁ ଶ୍ରୀରାମ ସୁରୁଖୁରୁରେ ବନବାସ କରିବା ସହିତ ରାବଣ ଭଳି ପ୍ରଭାବଶାଳୀ ରାଜା ରାବଣଙ୍କ ଠାରୁ ମଧ୍ୟ ଯୁଦ୍ଧରେ ବିଜୟ ହୋଇଥିଲେ । ଜଗନ୍ନାଥ ସଂସ୍କୃତିରେ ଶବର ମାନଙ୍କର ଗୁରୁତ୍ୱ ଓ ଜନଜାତି ସମାଜର ମହତ୍ୱ ଆମେ ଅନେକ କାହାଣୀରୁ ଜାଣିପାରିବା । ଭାରତୀୟ ଇତିହାସରେ ମଧ୍ୟ ଜନଜାତି ଯୋଦ୍ଧା ମାନଙ୍କର ଗ୍ରାଥା ଆମକୁ ଗୌରବାନ୍ୱିତ କରେ ।୧୫୬୪ ମସିହାରେ ଆକବର ସେନାକୁ ଧରାସାଇ କରିଥିବା ଗୋଣ୍ଡୱାନା ସମ୍ରାଜ୍ୟର ରାଣୀ ଦୁର୍ଗାବତୀଙ୍କ ଗାଥା ଓ ଭଗବାନ ର୍ବିସାମୁଣ୍ଡାଙ୍କ ସଂଘର୍ଷ ଭାରତର ଘରେ ଘରେ ପରିଚିତ । ବତମାନ ମଧ୍ୟ ଏହି ଜନଜାତି ସମାଜର ପ୍ରଭୁତ୍ୱ ଭାରତୀୟ ରାଜନୀତିରେ ଦେଖିବାକୁ ମିଳୁଛି । ପ୍ରତିବର୍ଷ ୯ ଅଗଷ୍ଟରେ ବିଶ୍ୱ ଆଦିବାସୀ ଦିବସ ନାମରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ।ଏହିଭଳି କାର୍ଯ୍ୟର ଆୟୋଜନ ଚର୍ଚ୍ଚ ବା ଚର୍ଚ୍ଚ ପ୍ରେରିତ ସ୍ଥାନ ଗୁଡିକରେ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଅଧିକ ଜନଜାତି ଯୋଗଦେବାର ଦେଖାଯାଇଥାଏ । ତେଣୁ ଏହି କାର୍ଯ୍ୟକ୍ରମର ପ୍ରକୃତ ତଥ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ ରହିଛି । ଟଘଙ ଅନୁସାରେ ଦୁନିଆରେ ପ୍ରାୟତଃ ୪୦ ଟି ଦେଶରେ ୪୩ କୋଟି ମୂଳ ନିବାସୀ ଅଛନ୍ତି । ଯାହାର ୨୫% କେବଳ ଭାରତରେ ରହିଛନ୍ତି । ସଂଯୁକ୍‌ତ ରାଷ୍ଟ୍ର ସଂଘ ୨୮ ଜୁଲାଇ ୨୦୦୦ ମସିହାରେ ମୂଳ ନିବାସୀ ସ୍ଥିତି ସୁଧାର ଓ ସର୍ବାଙ୍ଗୀନ ବିକାଶ ପାଇଁ ମୂଳ ନିବାସୀ ସ୍ଥାୟୀ ମଂଚ (ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ୠକ୍ଟକ୍ସଙ୍କଜ୍ଞ ଲକ୍ଟକ୍ସ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷର)ର ସ୍ଥାପନା କଲେ ୟୁରୋପୀୟ ଦେଶ ମାନେ ଆମେରିକା,ଅଷ୍ଟ୍ରେଲିଆ ଏବଂ ଆଫ୍ରିକା ଦେଶ ଗୁଡିକରେ ନିଜର ସାମ୍ରାଜ୍ୟ ସ୍ଥାପିତ କଲେ । ଏବଂ ଏହି ପ୍ରକ୍ରିୟାରେ ସେହିଠାରେ ରହୁଥିବା ଲୋକମାନଙ୍କ ବା ସେହି ଜାଗାର ମୂଳ ନିବାସୀ ମାନଙ୍କୁ ଅତ୍ୟାଚାର କରିବା ସହିତ ତାଙ୍କର ସଂସ୍କୃତି ଓ ଧର୍ମକୁ ନଷ୍ଟ କରିବାରେ ଲାଗିଲେ । ଭୂମି ସହିତ ତାଙ୍କର ପ୍ରାକୃତିକ ସଂଶୋଧନକୁ ମଧ୍ୟ ହାତେଇ ନେଲେ । ପାଶ୍ଚାତ୍ୟ ଦେଶ ଗୁଡିକରେ ମଧ୍ୟ ବିଶ୍ୱାସ କରାଯାଏ ଯେ, ଭାରତ ଏବଂ ଏସିଆ ଦେଶରେ ମଧ୍ୟ ଏହି ଭଳି ହୋଇଥିବ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ହେବା ସହିତ ର୍ନିଥକ ଅଟେ । ୨୦୦୮ ମସିହାରେ ଅଷ୍ଟ୍ରେଲିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ କେଭିନ ରୁଡ଼ ଅଷ୍ଟ୍ରେଲିଆର ସଂଶୋଧରେ ମୂଳ ନିବାସୀ ମାନଙ୍କୁ କ୍ଷମା ମାଗିବାକୁ ପଡିଥିଲା । କାରଣ ଅଷ୍ଟ୍ରେଲିଆରେ ମୂଳ ନିବାସୀ ମାନଙ୍କର ଛୋଟ ପିଲାଙ୍କୁ ଛଡେଇ ଚର୍ଚ୍ଚକୁ ପାଳନ ପୋଷଣ ପାଇଁ ଦିଆଯାଉଥିଲା । ଏହା ମୂଳ ନିବାସୀ ମାନଙ୍କର ସ୍ୱତନ୍ତ୍ର ପରିଚୟକୁ ନଷ୍ଟ କରିବା ପାଇଁ କରାଯାଇଥିଲା । କିନ୍ତୁ ଭାରତରେ ଜନଜାତି ମାନଙ୍କ ସହିତ କେହି ମଧ୍ୟ ବାହାରୁ ଆସିନାହାନ୍ତି ପୌରାଣିକ କାଳରୁ ସମସ୍ତ ଜାତୀୟ ଓ ଜନଜାତୀୟ ସମୁଦାୟ ସ୍ନେହ ପୂର୍ବକ ରହିଆସିଛନ୍ତି । ୨୦୦୭ ମସିହାରେ ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରତିନିଧି ଘୋଷଣା ପତ୍ର ହସ୍ତାକ୍ଷର ସମୟରେ ଏହା କହିଥିଲେ ଯେ,ଭାରତରେ ରହୁଥିବା ପ୍ରତ୍ୟକ ବ୍ୟକ୍ତି ଭାରତର ମୂଳ ନିବାସୀ ଅଟନ୍ତି । ଭାରତକୁ କେହି ମଧ୍ୟ ବାହାରୁ ଆସିନାହାନ୍ତି । ବନବାସୀ କଲ୍ୟାଣ ଆଶ୍ରମର ସଂସ୍ଥାପକ ଅଧ୍ୟକ୍ଷ ବାଲାସାହେବ ଦେଶପାଣ୍ଡେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଏକ ଜ୍ଞାପନ ଦେଇଥିଲେ । ଯେଉଁଥିରେ ପାଶ୍ଚାତ୍ୟ ଦେଶ ଓ ଚର୍ଚ୍ଚ ମାନଙ୍କର ଷଡଯନ୍ତ୍ରରୁ ଦେଶର ସୁରକ୍ଷା ଉଲ୍ଲେଖ ହୋଇଥିଲା । ପରବର୍ତୀ ମୁହୂର୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଜ୍ଞାତ ହୋଇଥିଲା ଏବଂ ତାପରେ ପରେ ଭାରତ ସରକାର ଏହି ବିଷୟକୁ ସ୍ୱୀକାର କରିଥିଲେ । ୧୩ ସେପ୍ଟେମ୍ବର ୨୦୦୭ ରେ ସଂଯୁକ୍ତ ରାଷ୍ଟ୍ରରେ ମୂଳ ନିବାସୀଙ୍କ ପାଇଁ ଅଧିକାର ଘୋଷଣା ହେଲା । ୧୪୩ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କଲେ । କାନାଡ଼ା, ଅଷ୍ଟ୍ରେଲିଆ, ଆମେରିକା ଓ ନିଉଜଲାଣ୍ଡ ଏହି ଚାରୋଟି ଦେଶ ମତଦାନ କଲେ ଏବଂ ୧୪ଟି ଦେଶ ଭାଗ ନେଲେ ନାହିଁ । ଭାରତ ଏହି ପ୍ରସ୍ତାବକୁ ସ୍ୱୀକାର କଲା । କାରଣ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୂଳ ନିବାସୀ ବୋଲି ଗ୍ରହଣ କରାଯାଇଛି । ଏହି ପ୍ରସ୍ତାବରେ ଆତ୍ମା ର୍ନିଭର ଅଧିକାର ଆପତି ଜଣକ ଓ ଭୟାବହ ଥିଲା । ଏହି ଅଧିକାର କୌଣସି ମଧ୍ୟ ଦେଶକୁ ବିଭାଜିତ କରିବାରେ ସହାୟକ ହେବ । ଯାହା କୌଣସି ସର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ର ସମାଜ ସ୍ୱୀକାର କରିବ ନାହିଁ । ସଂଯୁକ୍ତ ରାଷ୍ଟ୍ର ଘୋଷଣା ହୋଇଥିବା ଅଧିକାର ଗୁଡିକର ଯଦି ବିଷ୍ଳେଷଣ କରାଯାଏ ତେବେ ଦେଖାଯିବ ଏହି ଅଧିକାର ଗୁଡିକରୁ ଅଧିକ ଅଧିକାର ୧୯୫୨ ମସିହାରୁ ହିଁ ଭାରତୀୟ ସମ୍ବିଧାନରେ ଦିଆଯାଇଛି । ଭାରତୀୟ ସମ୍ବିଧାନର ପଂଚମ ଓ ଷଷ୍ଠ ଅନୁସୂଚତି,କେନ୍ଦ୍ର ଓ ରାଜ୍ୟସରକାର ଜନଜାତି ଆଦିବାସୀ ମନ୍ତ୍ରାଳୟ, ରାଷ୍ଟ୍ରୀୟ ଜନଜାତି ଆୟୋଗ,ଜନଜାତି ଜନସଂଖ୍ୟାକୁ ଅନୁପାତ ଅନୁସାରେ ଆରକ୍ଷଣ, ଜନଜାତି ମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ପ୍ରୟାସ ସାଂସଦ ଓ ବିଧାନସଭାରେ ଆରକ୍ଷଣ ଜନଜାତି ପରମ୍ପରା ସଂସ୍କୃତି ପାଇଁ ସ୍ୱତନ୍ତ୍ର ଆଇନ (ଉଙ୍କଗ୍ଦଗ୍ଧକ୍ଟଜ୍ଞକ୍ଟକ୍ସଚ୍ଚ କ୍ଷବଙ୍ଗଗ୍ଦ) ଅତ୍ୟାଚାର ନିବାରଣ ଆଇନ (ଚକ୍ସରଙ୍ଖରଦ୍ଭଗ୍ଧସକ୍ଟଦ୍ଭ କ୍ଟଲ ଇଗ୍ଧକ୍ସକ୍ଟମସଗ୍ଧସରଗ୍ଦ ଇମଗ୍ଧ) ବିଶେଷ ପଂଚାୟତ ଆଇନ,ବନଅଧିକାର ଆଇନ ଏହି ଭଳି ଅନେକ ଉଦାହରଣ ଅଛି । ଯେଉଁ ଅଧିକାର ୧୯୫୦ ମସିହାରୁ ଦେଇ ଆସୁଛି । ତେବେ ଭାରତରେ କୌଣସି ରାଜଗାଦି ବା କୌଣସି ସମାଜ ଦ୍ୱାରା ପ୍ରତାଡୀତ ହୋଇନାହିଁ । ପୃଥିବୀରେ ଅନେକ ଦେଶରେ ମୂଳ ନିବାସୀ ମାନଙ୍କୁ ଅତ୍ୟାଚାର ଓ ତାଙ୍କ ଜନସଂସ୍କୃତିକୁ ନଷ୍ଟ କରାଯାଇଛି । ଆମେରିକାରେ ଲାଲ୍ ଭାରତୀୟ (ଜରୟ ଓଦ୍ଭୟସବଦ୍ଭ)ମାନଙ୍କୁ ଅଷ୍ଟ୍ରେଲିଆର ମୂଳ ନିବାସୀ ମାନଙ୍କୁ ଅତ୍ୟାଚାର ହୋଇଛି । ଭାରତୀୟ ସମ୍ବିଧାନରେ କୌଣସି ଜାଗାରେ ମଧ୍ୟ ଅନ୍ୟ ଦେଶ ଭଳି ଘବଗ୍ଧସଙ୍ଖର,ମୂଳ ନିବାସୀ,ଆଦିବାସୀ ଭଳି ଶବ୍ଦ ପ୍ରୟୋଗ ହୋଇନାହିଁ । ଆମ ଦେଶରେ ଜନଜାତି ବା ଅନୁସୂଚିତ ଜନଜାତି ଭଳି ଶବ୍ଦ ପ୍ରୟୋଗ ହୋଇଥାଏ । ତେବେ ଆଜି ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ରର ମୂଳ ନିବାସୀ ସ୍ଥାୟୀ ମଂଚ (ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ୠକ୍ଟକ୍ସଙ୍କଜ୍ଞ ଲକ୍ଟକ୍ସ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷର) ରେ ୧୪ ଜଣ ସଦସ୍ୟ ଅଛନ୍ତି,କିନ୍ତୁ ଏହି ମଂଚରେ କୌଣସି ଭାରତୀୟଙ୍କୁ ସ୍ଥାନ ଦିଆଯାଇନାହିଁ । ଏହା ସ୍ପଷ୍ଟ କରୁଛି ଯେ ବିଶ୍ୱ ସଂସ୍ଥାନ ଭାରତୀୟ ଜନଜାତି ମାନଙ୍କୁ ମୂଳ ନିବାସୀ ଭାବେ ସ୍ୱୀକାର କରୁନାହିଁ । କିନ୍ତୁ କିଛି ସଂଗଠନ ବର୍ତମାନ ଭାରତୀୟ ଜନଜାତିଙ୍କୁ ମୂଳ ନିବାସୀ ବୋଲି ବ୍ୟାଖ୍ୟା ଦେଇ ତାଙ୍କୁ ଅନ୍ୟ ଦଳିତ ଓ ଅନୁସୂଚିତ ଜାତି ସହିତ ଯୋଡିବା ସହିତ ଭିନ୍ନ ଭିନ୍ନ ବ୍ୟାଖା ଦେଉଛନ୍ତି । ଆମକୁ ଜାତି ନାମରେ ଭାଗ କରିବା ଏହି ସଂଗଠନ ମାନଙ୍କର ମୂଳ ଲକ୍ଷ୍ୟ । ତେବେ ଭାରତୀୟ ଜନଜାତି ମାନେ ବିଶ୍ୱର ମୂଳ ନିବାସୀ ମାନଙ୍କ ପାଇଁ ଅଧିକାରର ଆନ୍ଦୋଳନର ସମର୍ଥନ କରିବା ସ୍ୱାଭାବିକ । କିନ୍ତୁ ନିଜର ଅସ୍ତିତ୍ୱ ଓ ସଂସ୍କୃତିକୁ ଘୃଣା କରିବା ଏବଂ ପଥଭ୍ରମିତ ନହେବା ଉଚିତ । କେନ୍ଦ୍ର ଏବଂ ରାଜ୍ୟ ସରକାର ଜନଜାତିମାନଙ୍କ ପାଇଁ ତିଆରି ହୋଇଥିବା ବିକାଶ ଓ ଆଇନକୁ ଦୃଢ଼ ଇଚ୍ଛା ଶକ୍ତି ସହିତ କାର୍ଯ୍ୟକାରୀ କରନ୍ତୁ । ଶାସନରେ ବସିଥିବା ବ୍ୟକ୍ତିମାନେ ତତ୍କାଳୀନ ରାଜନୀତିକ ଲାଭ ଓ ଆର୍ଥିକ ଲୋଭରୁ ଦୂରରେ ରହି ଜନଜାତି ସମାଜ ପାଇଁ ନିଷ୍ଠାପୂର୍ବକ କାମ କରିବା ଦରକାର ପ୍ରାକୃତିକ ସଂଶୋଧନ ଓ ଜନଜାତୀୟ ସଂସ୍କୃତିରୁ ହୋଇଥିବା ଲାଭର ଅଧିକାର ଜନଜାତି ସମାଜକୁ ମିଳୁ ବୋଲି ସୁନିଶ୍ଚିତ କରିବା ଦରକାର । ଭୂମି ଅଧିକାର ଆଇନ ୨୦୧୩ ,ଖଣି ଓ ଖଣିଜ ଆଇନ ୨୦୧୫ ଏହି ଦିଗରେ ଉଠାଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ । ଯାହା ଦ୍ୱାରା ବିସ୍ତାପିତ ଓ ପ୍ରଭାବିତ ଲୋକଙ୍କ ଅଧିକାରକୁ ସାବ୍ୟସ୍ତ କରୁଛି । ଜନଜାତି ସମାଜକୁ ନିଜ ଅଧିକାରର ଲଢେଇ ମୁଖର ଓ ସଂଗଠିତ ହୋଇ ଏବଂ ଦେଶର ସଜାଗ ନାଗରିକ ହୋଇ ଲଢ଼ିବାକୁ ପଡିବ । ବାହାରୁ ଆସୁଥିବା ଶକ୍ତିର ଷଡଯନ୍ତ୍ରରେ ନପଡି ସଚେତନ ହେବା ଦରକାର । ସଂସ୍କୃତି ଓ ସମାଜ କଥା ଚିନ୍ତା କରି ଭାରତ ବିକାଶରେ ସହଯୋଗୀ ହେବା ଦରକାର । ଭାରତର ସମ୍ବିଧାନ ଅନୁଚ୍ଛେଦ ୧୨ ନିଜର ସଂସ୍କୃତି ଧାର୍ମିକ ଅଧ୍ୟାତ୍ମିକ ବିଶ୍ୱାସ ଓ ପୂଜା ପଦ୍ଧତିକୁ ରକ୍ଷା କରିବାରେ ଅଧିକାର ଦେଇଥାଏ । ତେବେ ଚର୍ଚ୍ଚ ଓ ଚର୍ଚ୍ଚ ସହିତ ଜଡିତ ବ୍ୟକ୍ତି ଏହି ମୂଳ ନିବାସୀ ଦିବସକୁ ମାନିବା ସହିତ ଭାରତୀୟ ଜନଜାତି ସମାଜର ସଂସ୍କୃତି ଆଘାତ କରୁନାହାନ୍ତି କି ? ତେବେ ଭାରତୀୟ ସମାଜରେ ଏହି ମୂଳ ନିବାସୀ ଦିବସ ଆବଶ୍ୟକତା ନାହିଁ ଏବଂ ଆମେ ସମସ୍ତେ ମିଶି ଜାତି ଧର୍ମ ର୍ନିବିଶେଷରେ ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ଅଗ୍ରସର ହେବା ଉଚିତ । ଯାହା ସମାଜରେ ଷଡଯନ୍ତ୍ରକାରୀ ଓ ଭ୍ରମ ପରିସ୍ଥିତି ସୃଷ୍ଟି କରୁଥିବା ନ୍ୟସ୍ତ ସ୍ୱାର୍ଥବ୍ୟକ୍ତିଙ୍କ ଠାରୁ ଜନଜାତି ସମାଜ ମୁକ୍ତ ହୋଇପାରିବେ । ଯାହା ଫଳରେ ଦେଶର ବିକାଶ ସହ ତାଳ ଦେଇ ନିଜର ସର୍ବାଙ୍ଗୀନ ବିକାଶରେ ଅଗ୍ରଗତି କରିବାରେ ସଫଳ ହୋଇପାରିବେ । 


‘ଆତ୍ମନିର୍ଭରତା’ ନୂଆ ଭାରତର ମନ୍ତ୍ର 

କରୋନା କାଳରେ କେବଳ ଆତ୍ମନିର୍ଭରଶୀଳତା ଦ୍ୱାରା ହିଁ କୌଣସି ରାଷ୍ଟ୍ର ନିଜର ସଂପ୍ରଭୁତା ବା ସାର୍ବଭୌମତାକୁ ରକ୍ଷା କରିପାରିବ । ଭାରତ ନିଜକୁ ଏହି ସତ୍ୟତାରୁ ଅଲଗା ରଖିପାରିବ ନାହିଁ । ଭାରତ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବର୍ତମାନ ପରିସ୍ଥିତିରେ ମଧ୍ୟ ଭାରତ ଖାଦ୍ୟ ବସ୍ତ୍ର ବାସଗୃହ ସହ ଶିକ୍ଷା ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସଂକଳ୍ପବଦ୍ଧ । ନୂଆ ଭାରତର ସ୍ୱପ୍ନ ଆତ୍ମବିଶ୍ୱାସ ସହ ଆତ୍ମନିର୍ଭରଶୀଳତା ଦ୍ୱାରା ସମ୍ପୂର୍ଣ୍ଣ ଓ ସାକାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର କୃଷକଙ୍କୁ ଆତ୍ମନିର୍ଭର କରିବା ପାଇଁ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମି କୋଷ ନିର୍ମାଣ ପାଇଁ ଘୋଷଣା କରିଥିବା ବେଳେ ଅନ୍ୟପଟେ ରକ୍ଷା ଉପକରଣ କ୍ରୟରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଉପକରଣ ଅଧିଗ୍ରହଣର ଟେଣ୍ଡର ସ୍ୱଦେଶୀ ଘରୋଇ ଉଦ୍ୟଗକୁ ଦିଆଯାଇଛି । ଆଗାମୀ ୬ରୁ ୭ ବର୍ଷ ମଧ୍ୟରେ ଏହି ଉପକରଣ ଦେଶରେ ପ୍ରସ୍ତୁତ ହେବ । ଏହା ଏକ ସଙ୍ଗରେ ଦେଶର ଜବାନ ଓ କିଶାନଙ୍କ ମାଧ୍ୟମରେ ଆତ୍ମନିର୍ଭର ଭାରତର ମୂଳଦୁଆ ସ୍ଥାପନା କରିବାର ପ୍ରୟାସ ବୋଲି କୁହାଯାଇପାରେ । 

ସେତେବେଳର ନେତୃତ୍ୱ ଓ ବର୍ତମାନର ନେତୃତ୍ୱ

 ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ୫୨ହଜାର କୋଟି ଟଙ୍କାର ରକ୍ଷା ଉପକରଣ କ୍ରୟ କରାଯାଇଛି । ଯେତେବେଳେ ଏକଦା ଭାରତର ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ଗୋଳାବାରୁଦ କାରଖାନାରେ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତକୁ ନିଜର ସୁରକ୍ଷା ନେଇ ଚିନ୍ତିତ ହେବାର ଆବଶ୍ୟକ ନାହିଁ ଆମେ ଗୋଳାବାରୁଦ ନିର୍ମାଣ ଅପେକ୍ଷା କଫି ତିଆରି କରିବା ଶିଖିବା ଦରକାର । ଆମର ପଡୋଶୀଙ୍କ ସହ ବହୁତ ଭଲ ସମ୍ପର୍କ ଅଛି ତେଣୁ ଆମ ଉପରେ କେହି ଆକ୍ରମଣ କରିପାରିବେ ନାହିଁ ବୋଲି ଯୁକ୍ତି ରଖୁଥିବା ସେତେବେଳର ନେତୃତ୍ୱ ଓ ଭାରତକୁ ନିଜର ସାର୍ବଭୌମତ୍ୱର ରକ୍ଷା ପାଇଁ ପ୍ରତିରକ୍ଷାର ଆଧିନିକିକରଣ ଓ ବିଶ୍ୱଶ୍ରେଣୀର କରିବାକୁ ପଡିବ ଯଦ୍ୱାରା ଆମର ପଡୋଶୀ ଆମକୁ ନାଲି ଆଖି ଦେଖାଇ ପାରିବେ ନାହିଁ ବୋଲି ଯୁକ୍ତି ବାଢୁଥିବା ବର୍ତମାନର ନେତୃତ୍ୱ ମଧ୍ୟରେ ଆକାଶ ପାତାଳର ଫରଖ । ଯାହାର ପରିଣାମ ସେତେବେଳର ଭାରତ ଉପରେ ଚୀନ ଆକ୍ରମଣ କରି ଭାରତର ଅନେକ ଅଂଚଳ ନେଇଗଲା ଓ ଅନେକ ସୈନିକ ସହୀଦ ହୋଇଥିଲେ । କିନ୍ତୁ ବର୍ତମାନର ଭାରତକୁ ଆଡ ଆଖିରେ ଚାହିଁବା ପୂର୍ବରୁ ଶତ୍ରୁକୁ ଭାରତର ପ୍ରତିରକ୍ଷା ସାମର୍ଥ୍ୟକୁ ଦେଖିବାକୁ ପଡୁଛି । ଏଥିରେ ରାଫେଲ, ଚିନୁକ, ଆପାଚେ , ରୋମିଓ, ଟି-୯୦, ମିରାଜ, ସ୍ପାଇସ -୨୦୦୦,ମିଗ, ବୋଫର୍ସ, ପରି ବିଦେଶୀ ପ୍ରତିରକ୍ଷା ଉପକରଣ ଥିବା ବେଳେ ଏବେ ଦେଶରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକ୍ଷା ଉପକରଣର ଏକ ଲମ୍ବା ତାଲିକା ରହିଛି । ଅଗ୍ନୀ , ଆକାଶ,ପୃଥ୍ୱୀ, ନାଗ ଓ ବ୍ରହ୍ମୋଶ ପରି କ୍ଷେପଣାସ୍ତ୍ର ନିର୍ମାଣ କରି ଭାରତ କ୍ଷେପଣାସ୍ତ୍ର ଜଗତରେ ଗୋଟିଏ ପରେ ଗୋଟିଏ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ନର୍ମାଣ କରି ସମଗ୍ର ବିଶ୍ୱରେ ଏହାର ରକ୍ଷା ଉପକରଣ ଉପରେ ଆସ୍ଥା ଓ ଭରୋସା ଜିତିବାରେ ସକ୍ଷମ ହୋଇଛି । ବ୍ରହ୍ମୋଶ କ୍ଷେପଣାସ୍ତ୍ର କ୍ରୟ ପାଇଁ ଭିଏତନାମ , କାମ୍ବୋଡିଆ, ସିଙ୍ଗାପୁର, ଆର୍ମେନିଆ ପରି ଦେଶ ଉତ୍ସୁକତା ଦେଖାଇଛନ୍ତି । ଭାରତ ସରକାର ଭାରତରେ ନିର୍ମିତ ସ୍ୱଦେଶୀ ରକ୍ଷାଉପକରଣ ରପ୍ତାନୀରେ ଅଭୁତପୂର୍ବ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସ୍ୱଦେଶୀ ଘରୋଇ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଆମେ ଗଢିବା ଆମ ଭାରତ

 ଭାରତ ସାଉଦି ଆରବ ପରେ ଦ୍ୱିତୀୟ ସର୍ବବୃହତ ରକ୍ଷା ଉପକରଣ ଆମଦାନୀକାରୀ ହୋଇଥିବାରୁ ଏବେ ଆମଦାନୀ ନିର୍ଭରଶୀଳତାରୁ ଆମକୁ ସ୍ୱାଧୀନ ହେବାକୁ ପଡିବ । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅଗଷ୍ଟ ୯ ତାରିଖ ଦିନ ପାଖାପାଖି ୧୦୧ଟି ରକ୍ଷା ଉପକରଣ ଉପରେ ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ କରି ଏଗୁଡିକୁ ସ୍ୱଦେଶୀ କମ୍ପାନୀ ମାନଙ୍କ ହାତରେ କରାଇବା ପାଇଁ ନିଷ୍ପତି ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆତ୍ମନିର୍ଭର ଭାରତ ଅଭିଯାନକୁ ରକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ବଡ ବଳ ଦେବ । ପ୍ରତିରକ୍ଷା ମନ୍ତ୍ରାଳୟର ବାର୍ଷିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ୧୦,୭୪୫ କୋଟି ଟଙ୍କାର ରକ୍ଷା ଉପକରଣର ରପ୍ତାନି ହୋଇଛି ଯାହା ଏହାର ପୂର୍ବବର୍ଷ ତୁଳନାରେ ଶତପ୍ରତିଶତ ଅଧିକ । ତେବେ ଏତିକିରେ ଆମର ରକ୍ଷା ଉପକରଣର ଚାହିଦାର ସଫଳ କାହାଣୀ ସରିନାହିଁ । ଏହା ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୭୦୦ ପ୍ରତିଶତ ଅଧିକ । ବିଗତ ଦୁଇ ବର୍ଷରେ ଭାରତର ସ୍ୱଦେଶୀ ରକ୍ଷାଉପରଣ ରପ୍ତାନୀ ୧୭ହଜାର କୋଟିରୁ ଅଧିକରେ ପହଁଚିଛି । ତେଣୁ ଭାରତ ସରକାର ୨୦୨୦ଡିସେମ୍ବରରୁ ୨୦୨୫ ଡିସେମ୍ବର ସମୟ ସୀମା ମଧ୍ୟରେ ବିଦେଶରୁ ଆମଦାନୀ ହେଉଥିବା ୧୦୧ଟି ରକ୍ଷା ଉପକରଣର ଆମଦାନୀକୁ ବ୍ୟାନ କରିବାର ଟାଇମ ଲାଇନ ଘୋଷଣା କରାଯାଇଛି ଓ ଏଗୁଡିକୁ ଦେଶରେ ସ୍ୱଦେଶୀ ଘରୋଇ କମ୍ପାନୀ ମାଧ୍ୟମରେ ନିର୍ମାଣ କରିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତି ନେଇଛି । ଏଥିରେ ସୋନାର, ରାଡାର, ଆର୍ଟିଲେରୀ ବନ୍ଧୁକ, ଆସଲ୍ଟ ରାଇଫଲସ୍‌,କ୍ଷେପଣାସ୍ତ୍ର ବିଧ୍ୱଂସକ, ଟ୍ରାନ୍ସପୋର୍ଟ ଏୟାର କ୍ରାଫ୍ଟ, ହାଲୁକା ଲଢୁଆ ହେଲିକାପ୍ଟର, ହ୍ୱିଲଡ ଆର୍ମରଡ ଫାଇଟିଂ ଭେହିକିଲ, ପାରମ୍ପାରିକ ଡିଜେଲ-ଇଲେକ୍ଟ୍ରିକ ସବମାରିନ ଓ ଯୋଗାଯୋଗ ଉପଗ୍ରହ ପ୍ରମୁଖ ରହିଛି । ବିଦେଶୀ କମ୍ପାନୀ ମାନଙ୍କୁ ଏହି ଉପକରଣକୁ ଭାରତରେ ନିଜସ୍ୱ କାରଖାନା ବସାଇ ଅଥବା ଭାରତୀୟ କମ୍ପାନୀ ମାଧ୍ୟମରେ ସେମାନଙ୍କ ସହ ଭାଗିଦାରିରେ ଏଫଡିଆଇ ଜରିଆରେ ଭାରତରେ ନିବେଶ କରି ଏହାର ନିର୍ମାଣ କରିପାରିବେ । ସେଥିପାଇଁ ସରକାର ନିକଟ ଅତୀତରେ ଆତ୍ମନିର୍ଭର ଭାରତକୁ ସଫଳ ସାବ୍ୟସ୍ଥ କରିବା ପାଇଁ ରକ୍ଷା ଉପକରଣ ନିର୍ମାଣରେ ବିଦେଶୀ ପ୍ରତ୍ୟେକ୍ଷ ନିବେଶ ବା ଏଫଡିଆଇର ସୀମାକୁ ୪୯%ରୁ ୭୪% କୁ ବୃଦ୍ଧି କରିଛନ୍ତି । ୮୫ ହଜାର କୋଟି ମୂଲ୍ୟର ୧୨୩ ଟି ତେଜସ ଲାଇଟ କମ୍ପାଟ ହେଲିକାପ୍ଟର ଭାରତୀୟ ବାୟୁସେନାରେ ନିୟୋଜିତ ହେବା ଭାରତରେ ଆତ୍ମନିର୍ଭର ଶୀଳତା ଦିଗରେ ଏକ ବଡପଦକ୍ଷେପ । ଡିଆରଡିଓ ଦେଶରେ ଘରୋଇ ଉଦ୍ୟୋଗ ମାଧ୍ୟମରେ ନିର୍ମାଣ ହେବାକୁ ଥିବା ରକ୍ଷା ଉପକରଣର ମାନ ନିର୍ଦ୍ଧାରଣ କରିବ । ଏହା ଦ୍ୱାରା ଆମେ ଭରୋସା ମଧ୍ୟ କରିପାରିବା ଓ ରକ୍ଷା ଉପକରଣର ଗୁଣବତା ମଧ୍ୟ ବୃଦ୍ଧି କରାଯାଇପାରିବା । 

ଚାଇନା କମ୍ପାନୀ ଭାରତ ଛାଡ ଦାବିରେ ବିକ୍ଷୋଭ

ରାଉରକେଲା, ୯ ।୮  : ଭାରତ ଛାଡ଼ ଆନ୍ଦୋଳନର ୭୮ ବର୍ଷ ପୂର୍ତି ଅବସରରେ ସ୍ୱଦେଶୀ ଜାଗରଣ ମଂଚ ଦ୍ୱାରା ଅଗଷ୍ଟ ୯ ତାରିଖରେ ଅଗଷ୍ଟ କ୍ରାନ୍ତି ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସେକ୍ଟର -୨ ବିଜୁ ପଟ୍ଟନାୟକଛକ, ପାନପୋଷଠାରେ ଥିବା ଗାନ୍ଧୀ ଛକଠାରେ କାର୍ଯ୍ୟକର୍ତାମାନେ ଏକତ୍ରିତ ହୋଇ ସ୍ୱଦେଶୀ ଗ୍ରହଣ କରିବା ପାଇଁ ଜନ ଜାଗରଣ କରିଥିଲେ । ବର୍ତମାନ ଦେଶର ଏକନମ୍ବର ଶତୃ ସାଜିଥିବା ଚାଇନା ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଚାଇନା ସାମଗ୍ରୀ ବର୍ଜନ ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସର୍ବଭାରତୀୟ ବେପାରୀ ମହାସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । 


ମୁହଁ ତୋଡ ନରମିବ 

କରୋନା କଟକଣା ହେତୁ କାରବାର ପର୍ଯ୍ୟଟନ ଶିଳ୍ପ ଉତ୍ପାଦନ ଓ ଚାହିଦା ସବୁକିଛି ଉପରେ ଗ୍ରହଣ ଲାଗିଯାଇଛି । କରୋନା ଭୂତାଣୁ ସଂକ୍ରମଣ ଷଡଯନ୍ତ୍ର ନେଇ ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନ, କାନାଡା, ଜାପାନ ମିଳିତ ଭାବେ ଯେତେବେଳେ ଚୀନକୁ ଘେରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଋଷ ବ୍ୟତୀତ ବିଶ୍ୱର କୌଣସି ଦେଶ ଚୀନ ପାଇଁ ଓକିଲାତି କରିନଥିଲେ । ଏତେ ସବୁ ସତ୍ୱେ ଋଷ କିନ୍ତୁ ଚୀନକୁ ନିଜର ସାମୟିକ ପ୍ରତିରକ୍ଷା ବନ୍ଧୁ ରୂପେ ସୁରକ୍ଷା ଦେବାକୁ ଖୋଲା ଖୋଲି ଆଗକୁ ଆସିଥିଲା । ଚୀନ ବିରୋଧରେ ତଦନ୍ତ ପକ୍ଷପାତିତା ନିଷ୍ପତି ଓ ଏହାକୁ ଋଷିଆ ବିରୋଧ କରୁଛି ବୋଲି ପୁତିନ କହିଥିଲେ । ଅବଶ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତୀ ମୁହୂର୍ତରେ ପୁତିନଙ୍କୁ ବୁଝାଇ ସୁଝାଇ ଚୀନ ବିରୋଧରେ ତଦନ୍ତ ପାଇଁ ରାଜି କରାଇଥିଲେ । ଏହି ତଦନ୍ତ କମିଟିରେ ଋଷିଆକୁ ଉପାଧ୍ୟକ୍ଷ ରଖାଗଲା । ଆମେରିକା ଓ ଋଷିଆ ମଧ୍ୟରେ ପ୍ରତିଦିନ ବାକଯୁଦ୍ଧ ଚାଲିଥିବା ବେଳେ ଇତିମଧ୍ୟରେ ଋଷିଆର ସେନା ଏକ ବୟାନ ଜାରି କରିଥିଲା ଯେ, ଋଷିଆ ଉପରେ କ୍ଷେପଣାସ୍ତ୍ର ପ୍ରୟୋଗ ହେଲେ ଋଷିଆ ସିଧା ପରମାଣୁ ଆକ୍ରମଣ କରିବ । ସମଗ୍ର ବିଶ୍ୱ ଏହାକୁ ଋଷିଆର ଆମେରିକା ବିରୋଧରେ ପରମାଣୁ ଧମକ ବୋଲି ପ୍ରଥମେ ଧରି ନେଇଥିଲା କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଏହି ଧମକ ଆମେରିକା ନୁହେଁ ବରଂ ଋଷିଆର ବର୍ତମାନର ଅତି ଘନିଷ୍ଠ ବୋଲାଯାଉଥିବା ଚୀନ ଉଦ୍ଦେଶ୍ୟରେ ଥିଲା ବୋଲି ଜଣା ପଡିଥିଲା । ବାସ୍ତବରେ ଚୀନ ପରମାଣୁ ଅସ୍ତ୍ର କ୍ଷମତା ସମ୍ପନ୍ନ ଏକ କ୍ଷେପଣାସ୍ତ୍ରର ପରୀକ୍ଷା କରିଥିଲା । ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ଋଷିଆର ସମ୍ପୂର୍ଣ୍ଣ ପରିସୀମା ଆସୁଛି । ବାସ ଏହାପରେ ଋଷିଆ ଏହାକୁ ନେଇ ନିଜର ତୀବ୍ର ପ୍ରତିକ୍ରିୟା ରଖିଥିଲା । ଚୀନକୁ ବିଶ୍ୱାସ କରିପାରୁନାହିଁ ଋଷିଆ । ଚୀନକୁ ଅତୀତରେ ଯେଉଁ ଦେଶ ବିଶ୍ୱାସ କରିଛନ୍ତି ଚୀନ ସେମାନଙ୍କ ସହ ଛଳନା କରିଛି । ଋଷିଆ ଚୀନକୁ ଏସ ୩୦୦ର କ୍ଷେପଣାସ୍ତ୍ର ବିଧ୍ୱଂସକ ପ୍ରଣାଳୀର ଅନେକ ରେଜିମେଂଟ ପ୍ରଦାନ କରିଛି । ଯାହାକୁ ନେଇ ଚୀନ ଏହାର ପଡୋଶୀ ରାଷ୍ଟ୍ର ତଥା ନାଟୋର ସଦସ୍ୟ ରାଷ୍ଟ୍ର ଏପରିକି ସୁପରପାୱାର ଆମେରିକା ଉପରେ ତାଉ ଖାଉଥିଲା । ଏବେ ଏସ-୪୦୦ର ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ପ୍ରଦାନ କରିବା ପାଇଁ ଚୁକ୍ତିନାମା ହୋଇଥିଲା ହେଲେ ଋଷିଆର ତଥ୍ୟକୁ କପି କରି ଚୀନ ଏହାର ରକ୍ଷା ଉପକରଣରୁ ନକଲ କରୁଥିବାର ଅଭିଯୋଗ ହୋଇଥିବାରୁ ଋଷିଆ ଚୀନକୁ ଏସ -୪୦୦ ହସ୍ତାନ୍ତର କରିବାକୁ ମନା କରିଦେଇଛି । ଋଷ ଏହାକୁ ଟ୍ରେନିଂ କାରଣର ବାହାନା ଦେଖାଇଥିବା ବେଳେ ବାସ୍ତବରେ ସାମ୍ପ୍ରତିକ ସ୍ଥିତିରେ ଋଷିଆ ଚୀନକୁ ଏସ-୪୦୦ ଦେବାରେ ସମୟ ଗଡାଇବାକୁ ଚାହୁଁଛି । 

ବନ୍ଧୁତ୍ୱ ନୁହେଁ ବିଶ୍ୱାସଘାତକ

 ଚୀନର ସ୍ୱଭାବ ଯେଉଁ ପତରରେ ଖାଇବ ସେଇଠି ମଳତ୍ୟାଗ କରିବ । ଚୀନ କେବେ ବି କାହାର ବିଶ୍ୱସ୍ଥ ହୋଇପାରେ ନାହିଁ । ଚୀନ ସହ ଭଲେଇ ହେବା ଅର୍ଥ ଚୀନ ହାତକୁ ନିଜ ସ୍ୱାର୍ଥକୁ ଟେକି ଦେବା । ଭାରତ ଏକଦା ଚୀନକୁ ମୁଣ୍ଡରେ ବସାଇଥିଲା । ଚୀନକୁ ଜାତିସଙ୍ଘର ସଦସ୍ୟତା ପ୍ରଦାନ କରିବା ସହ ଭାରତକୁ ଜାତିସଙ୍ଘର ଏସିଆ ମହାଦେଶର ସଦସ୍ୟ ରୂପେ ଯେଉଁ ସ୍ଥାୟୀ ସଦସ୍ୟତା ଯଚା ଯାଉଥିଲା ତାହାକୁ ବି ଭାରତ ଚୀନକୁ ଦାନରେ ଦେଇ ଦେଇଥିଲା । ହିନ୍ଦୀ ଚୀନ ଭାଇଭାଇ ନାରା ଦିଆଯିବା ସହ ଚୀନ ସହ ପଂଚଶୀଳ ନୀତି ସ୍ୱାକ୍ଷରିତ ହୋଇ ଏସିଆ ମହାଦେଶର ଦୁଇ ମହାଶକ୍ତିଙ୍କ ମଧ୍ୟରେ ବନ୍ଧୁତ୍ୱର ଇତିହାସ ଲେଖା ଯାଇଥିଲା । କିନ୍ତୁ ତାହା ବନ୍ଧୁତ୍ୱ ନୁହେଁ ବିଶ୍ୱାସଘାତକର ଇତିହାସ ପ୍ରମାଣିତ ହୋଇଥିଲା । ଭାରତ ବଳରେ ବଳୀୟାନ ହୋଇଥିବା ଚୀନ ଭାରତ ଉପରେ ୧୯୬୨ରେ ଆକ୍ରମଣ କରିଥିଲା । ନିକଟ ଅତୀତରେ ମଧ୍ୟ ଚୀନ ଏହି ବିଶ୍ୱାସଘାତକୁ ଭାରତ ବିରୋଧରେ ପୁଣିଥରେ ପ୍ରୟୋଗ କରିଥିଲା । ୨୦୦୮ରୁ ଭାରତ ଚୀନ ଉପରେ ଆମଦାନୀ କଟକଣା ଉଠାଇବା ପରଠାରୁ ଭାରତୀୟ ବଜାର ଉପରେ ଚୀନା ସାମଗ୍ରୀ ଛାଇ ଯାଇଛି । ଉପା ସରକାରଙ୍କ ଏଭଳି ନିଷ୍ପତି କାରଣରୁ ଅଧିକାଂଶ ଭାରତୀୟ ଘରୋଇ ଉଦ୍ୟୋଗରେ ତାଲା ପଡି ଯାଇଥିଲା । ଭାରତ ଯେତେବେଳେ ଚୀନା ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଇଥିଲା ସେହି ସମୟରେ ଚୀନ ଲଦାଖରେ ଭାରତ ବିରୋଧରେ ଷଡଯନ୍ତ୍ର ରଚିଥିଲା ଓ ପରବର୍ତୀ ପର୍ଯ୍ୟାୟରେ ଗଲୱାନରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ । ଯାହା ଫଳରେ ୨୦ ଭାରତୀୟ ଜବାନ ସହୀଦ ହୋଇଥିଲେ । ଭାରତୀୟ ଜବାନମାନେ ସେମାନଙ୍କୁ କଠୋର ହସ୍ତରେ ଦମନ କରିବା ସହିତ ୪୫ରୁ ଅଧିକ ଚୀନ ସେନାକୁ ଆରପାରିକୁ ପଠାଇ ଦେଇଥିଲେ । 

 ରାଜ୍ୟରେ ଆଶାସାଥୀ ଶୋଷଣର ଶିକାର


କଟକ : କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରୀଆରେ ୨୦୦୬ ମସିହାରେ ଆଶାମାନେ ପ୍ରଥମେ ଗ୍ରାମାଂଚଳରେ, ପରବର୍ତି ସମୟରେ ସହରାଂଚଳରେ ଓ ବସ୍ତିମାନଙ୍କରେ ନିଯୁକ୍ତି ପାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଯେଉଁମାନେ ଆଶା ରୂପେ ନିଜ ନିଜ ଅଂଚଳରେ ଭଲ କାମ କରିଥିବେ, ଯୋଗ୍ୟତା ଓ କାର୍ଯ୍ୟ ଦକ୍ଷତାକୁ ଭିତିକରି ସେମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିୟମାନୁଯାୟୀ ଆଶା ସାଥୀ ରୂପେ ଚୟନ କରାଯାଇଥିଲା । ରାଜ୍ୟରେ ଆଶାରୁ ଆଶା ସାଥୀ ରୂପେ ନିଯୁକ୍ତି ଦିଆଗଲା ପରେ ସେମାନଙ୍କୁ ଆଶା ସାଥୀ ପାଇଁ ସ୍ୱତନ୍ତ୍ର ମାସିକ ୩୦୦୦ ଟଙ୍କା ସହିତ ଆଶା କାମ କରିବାପାଇଁ ଦିଆଯାଉଥିଲା । ପରବର୍ତି ସମୟରେ ତା.୨୪.୧୦.୨୦୧୮ ରିଖ ରାଜ୍ୟ ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଶା ସାଥୀମାନଙ୍କୁ ଗୋଟିଏ କାମ କରିବାକୁ ନିର୍ଦ୍ଦେଶ ଦେଲେ । ଦୁଃଖ ଓ ପରିତାପର ବିଷୟ ଆଶା ସାଥୀ ଦୁଇଗୋଟି କାମ କରି ଯେଉଁ ପାରିଶ୍ରମିକ ପାଉଥିଲା ତାହା ଅଧା ହୋଇଗଲା । ଏଭଳି ଅବସ୍ଥାରେ ବିଭାଗୀୟ ବହୁ ଅଧିକାରୀମାନେ କହିଲେ ଆଶା ସାଥୀ ପୋଷ୍ଟ ଉଠିଯିବ, ତୁମେମାନେ ଆଶାକୁ ଫେରିଯାଅ । ସରକାରଙ୍କର ଏହା ଥିଲା ଏକ ଷଡ଼ଯନ୍ତ୍ର । କାରଣ କେନ୍ଦ୍ର ସରକାର ସେତେବେଳକୁ ଆଶା ସାଥୀମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରୁଥିଲେ । ଏ ସମ୍ବନ୍ଧରେ ସଂଘ ତରଫରୁ ଆଶା ସାଥୀମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବାପାଇଁ ବାରମ୍ବାର ଜଣାଇବା ସତ୍ୱେ ବିଭାଗୀୟ ନିର୍ଦ୍ଦେଶିକା ଏ ଦିଗରେ ଗୁରୁତ୍ୱ ଦେଲେନାହିଁ । ପରବର୍ତି ସମୟରେ କେନ୍ଦ୍ର ସରକାର ଆଶା ସାଥୀମାନଙ୍କର ପାରିଶ୍ରମିକ ୫ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ । ତା ସହିତ ନିଜେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ସହିତ ଆୟୁଷ୍ମାନ ଭାରତରେ ଆଶା ସାଥୀମାନେ ସୁବିଧା ପାଇବେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା, ବିମା ଗୁଡ଼ିକର ଦେୟ କେନ୍ଦ୍ର ସରକାର ବହନ କରିବେ । ସେଥିପାଇଁ କୌଣସି ଦେୟ ଆଶା ସାଥୀମାନଙ୍କୁ ଦେବାକୁ ପଡ଼ିବ ନାହିଁ । ରାଜ୍ୟ ସରକାର ଆଜି ସୁଦ୍ଧା ଆଶା ସାଥୀମାନଙ୍କୁ ବର୍ଦ୍ଧିତ ଟଙ୍କା ପ୍ରଦାନ ନ କରି ପୂର୍ବପରି ୩ ହଜାର ଟଙ୍କା ଦେଉଛନ୍ତି । ଆଶା ସାଥୀମାନଙ୍କ ପାଇଁ କୌଣସିଟି କାର୍ଯ୍ୟକାରୀ କରିଲେନାହିଁ, ଫଳସ୍ୱରୂପ ଆଶା ସାଥୀମାନେ ବାଧ୍ୟ ହୋଇ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାରିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ତରଫରୁ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କ ଜରିଆରେ ଦାବୀ ଜଣାଇଥିଲେ ସୁଦ୍ଧା ସରକାର ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଇତିମଧ୍ୟରେ ଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ବାସଭବନଠାରେ ସଂଘର କର୍ମକର୍ତାମାନେ ସାକ୍ଷାତ କରି ସଂଘ ତରଫରୁ ଲିଖିତ ଅଭିଯୋଗ ଜଣାଇଥିଲେ ଏପ୍ରିଲ୍ ମାସ ୬ ତାରିଖରେ । ଗତ ଏପ୍ରିଲ୍ ମାସ ୧୯ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ବିଷୟରେ ଚିଠି ଲେଖି ଜଣାଇଥିଲେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାପାଇଁ । ଇତିମଧ୍ୟରେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଘୋଷଣା କଲେ କରୋନା କାର୍ଯ୍ୟରେ ନିୟୋଜିତମାନେ କରୋନା ଯୋଦ୍ଧା ହିସାବରେ ଗଣତି ହେବା ସହିତ ସମସ୍ତ ପ୍ରକାର ପ୍ରୋତ୍ସାହନ ରାଶି ପାଇବେ । ଏ ଦିଗରେ ମଧ୍ୟ ଆଶା ସାଥୀଟି ସମସ୍ତ ସୁବିଧା ପାଇବାରୁ ବଂଚିତ ହେଲା । ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କର ଘୋଷିତ ମାସିକ ୬ ହଜାର ଟଙ୍କା ଘୋଷଣା ହେବା ଦିନଠାରୁ ପ୍ରଦାନ କରିବା ସହିତ ୟୁନିଫର୍ମ ଯୋଗାଇ ଦେବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସମସ୍ତ ବିମାଗୁଡ଼ିକ କାର୍ଯ୍ୟକାରୀ କରିବା, ଆଶା ସାଥୀମାନଙ୍କୁ ତାଲିମ ପ୍ରଦାନ କରିବା, ମହାମାରୀ କରୋନା ବିପଦ ବେଳରେ ଆଶା ସାଥୀମାନଙ୍କୁ କାର୍ଯ୍ୟରେ ଯୋଗଦାନ କରାଇବା ସହିତ ଆଶା ସାଥୀମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସହ କରୋନା ଯୋଦ୍ଧା ରୂପେ ଘୋଷଣା କରିବାପାଇଁ ସଂଘ ତରଫରୁ ସରକାରଙ୍କ ନିକଟରେ ଦାବୀ କରାଯାଇଅଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଠାରୁ ଆଶା ସାଥୀମାନଙ୍କର ଦାବୀ ପୂରଣ ପାଇଁ ରାଜ୍ୟର ସମସ୍ତ ବିଧାୟକ ସଂସଦ, ମହାମହିମ ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବାପାଇଁ ସଂଘ ତରଫରୁ ନିଷ୍ପତି ନିଆଯାଇଅଛି । ଅଗଷ୍ଟ ୧୦ ତାରିଖ ଦିନ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ନିକଟକୁ ଓଡ଼ିଶା ରାଜ୍ୟ ଆଶା ସାଥୀ, କଟକ ଜିଲ୍ଲା ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ସୁମତୀ ଆଚାର୍ଯ୍ୟ, କଟକ ଜିଲ୍ଲା ସଭାନେତ୍ରୀ ନଳୀନି ନିରୋଧ ରାଉତ, ସମ୍ପାଦିକା ସୁଜାତା ସାହୁ, ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।


ମୂଳନିବାସୀ ଦିବସ :ଏକ ବୈଶ୍ୱିକ ଷଡଯନ୍ତ୍ର


ସଙ୍ଗୀତା ପଣ୍ଡା


ଭାରତବର୍ଷ ଅନେକ ଧର୍ମ, ଅନେକ ସମ୍ପ୍ରଦାୟ ଓ ଅନେକ ଜାତି ର ଭାରତୀୟ ଙ୍କୁ ନେଇ ସମୃଦ୍ଧ. ଭାରତ ରେ ବାସ କରୁଥିବା ଅନେକ ଙ୍କ ମଧ୍ୟ ରୁ ଅନ୍ୟତମ ହେଉଛନ୍ତି ଆମର ଜନଜାତି ଭାଇ ଓ ଭଉଣୀ ମାନେ. ସେମାନଙ୍କ ସରଳ ତଥା ନିରାଡମ୍ବର ଜୀବନ ଶୈଳୀ, ମାଧୁର୍ଯ୍ୟ ପୂର୍ଣ୍ଣ ବ୍ୟବହାର ଓ ନିଜକୁ କଷ୍ଟ ଦେଇ ଅନ୍ୟକୁ ସୁସ୍ଥ ଓ ସୁରକ୍ଷିତ ରଖିବାର କଳା ଭାରତୀୟ ସଂସ୍କୃତି କୁ ଅନେକାଂଶ ରେ ରୁଦ୍ଧିମନ୍ତ କରିଛି. ଅଧିକାଂଶ ଭାବେ ବନ ରେ ବାସ କରୁଥିବା ଏହି ସମାଜ ବନଭୂମି, ଖଣିଜ ଭଳି ପ୍ରାକୃତିକ ସମ୍ପଦ କୁ ସୁରକ୍ଷା ଦେବାକୁ ଯାଇ ଅନେକ କଷ୍ଟ ସହି ଛନ୍ତି ଏବଂ ଦେଶର ଉନ୍ନତି ତଥା ପ୍ରଗତି ପାଇଁ ଏସବୁ ସମ୍ପଦ ର ବ୍ୟବହାର ନିମିତ ବିସ୍ଥାପିତ ମଧ୍ୟ ହୋଇଛନ୍ତି. ଅଖଣ୍ଡ ଭାରତ ଯାହାକି ପୂର୍ବ ଇରାନ ରୁ ବର୍ମା ଓ ଥାଇଲାଣ୍ଡ ଯାଏଁ ବିସ୍ତୃତ ଥିଲା ସେହି ସୀମାବର୍ତୀ ଅଂଚଳ ରେ ରହି ଏହି ଜନଜାତି ସମାଜ ଭାରତ କୁ ଅନେକ ବାହ୍ୟ ଶତ୍ରୁ ଆକ୍ରମଣ ରୁ ରକ୍ଷା କରିଛନ୍ତି.ା  ଆଧୁନିକ ଭାରତ ରେ ୨୧ଭାଗ ବନଭୂମି ରେ ପ୍ରାୟ ୬୦% ଜନଜାତି ବାସ କରନ୍ତି ଯାହାକି ସମଗ୍ର ଭାରତ ର ଜନସଂଖ୍ୟା ର ୮%.ଏହି ଜନଜାତି ସମାଜ ଏକ ଅନନ୍ୟ ପରିଚୟ. ମାତ୍ର ଚିନ୍ତା ର ବିଷୟ ଗତ କିଛି ବର୍ଷ ଧରି ପାଳିତ ହେଉଥିବା ଅଗଷ୍ଟ ୯ ମୂଳ ନିବାସୀ ଦିବସ ଆମ ଜନଜାତି ସମାଜ କୁ ରାଷ୍ଟ୍ରୀୟତା ଠାରୁ ଦୁରକୁ ନେବାର ଏକ ବୈଶ୍ୱିକ ଷଡଯନ୍ତ୍ର ନୁହେଁ ତ ! ମୂଳନିବାସୀ ଏହି ଶବ୍ଦ ର ଅବଧାରଣା ସର୍ବ ପ୍ରଥମେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ସଂଗଠନ (ଓଖଙ) ରୁ ସୃଷ୍ଟି ହୋଇଥିଲା ଯାହାର କାର୍ଯ୍ୟ ମୁଖ୍ୟତଃ ଶ୍ରମିକ ଅଧିକାର କୁ ସୁରକ୍ଷା ଦେବା ଥିଲା । ୧୯୧୯ମସିହା ରେ ପ୍ରଥମ ବିଶ୍ୱଯୁଦ୍ଧ ରେ ବିଜୟୀ ଦେଶ ମାନଙ୍କୁ ନେଇ ଓଖଙ ର ସୃଷ୍ଟି ହୋଇଥିଲା । ୧୯୮୯ ରେ ଓଖଙ ର କନଭେନସନ ରେ ଜସଶଷଗ୍ଧଗ୍ଦ କ୍ଟଲ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ କ୍ଟ୍ରରକ୍ଟକ୍ଟ୍ରକ୍ଷର ପ୍ରସ୍ତାବ ୧୬୯ ଗୃହୀତ ହେଲା, ଯେଉଁଥିରେ ସଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଶବ୍ଦ ର ସଂଜ୍ଞା ବର୍ଣିତ ନଥିଲା. କେବଳ ଏହି କାରଣ ଯୋଗୁଁ ୧୮୯ ଦେଶରୁ କେବଳ ୨୨ଦେଶ ଏହାକୁ ଗ୍ରହଣ କରିଥିଲେ ।  ଯେଉଁ ଦେଶ ମାନେ ସନ୍ଧି ରେ ସ୍ୱାକ୍ଷର କଲେ ସେଗୁଡିକ ରେ ଆଜିବି ଔପନିବେସିକ କଲୋନୀ ଅଛି ଓ ସେଠାକାର ମୂଳ ନିବାସୀ ସମାଜ ର ମୁଖ୍ୟଶ୍ରୋତ ରୁ ବଂଚିତ ଅଛନ୍ତି । ଓଖଙ  ମୂଳନିବାସୀ ମାନଙ୍କ ର ଯେଉଁ ଅଧିକାର ବିଷୟ ରେ ବର୍ଣ୍ଣନା କରିଥିଲା ତାଠାରୁ ବହୁ ଅଧିକାର ଭାରତ ରେ ଭାରତୀୟ ମାନଙ୍କୁ ପ୍ରଦାନ କରାଯାଇଛି । ଭାରତିୟ ସମ୍ବିଧାନ ରେ ମୂଳନିବାସୀ ଏପରି କିଛି ଶବ୍ଦ ନାହିଁ ଓ ଏଠାରେ ସମସ୍ତେ ସମାନ ।  ଏଥିଯୋଗୁଁ ଭାରତ ମଧ୍ୟ ଓଖଙ  ର ଚୁକ୍ତି ରେ ସ୍ୱାକ୍ଷର କଲା ନାହିଁ. ସନ୍ଧି ର ବିଫଳତା ଯୋଗୁ ଓଖଙ ଦ୍ୱାରା ଏକ ଡକ୍ଟକ୍ସଳସଦ୍ଭଶ ଏକ୍ସକ୍ଟଙ୍କକ୍ଟ୍ର ଲକ୍ଟକ୍ସ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷର ଗଠିତ ହେଲା ଯାହାର ପ୍ରଥମ ବୈଠକ ୯ ଅଗଷ୍ଟ ୧୯୮୯ ରେ ଅନୁଷ୍ଠିତ ହେଲା. ଏଣୁ ଏହି ଦିନଟିକୁ ବିଶ୍ୱ ଜାତିସଙ୍ଘ ଦ୍ୱାରା ବିଶ୍ୱ ମୂଳନିବାସୀ ଦିବସନ୍ତ ରୂପେ ଘୋଷଣା କରାଗଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ଦିନଟି ବିଶ୍ୱ ର ମୂଳ ନିବାସୀ ମାନଙ୍କ ସହ କୌଣସି ସମ୍ପର୍କ ନାହିଁ । ଏହି ୯ଅଗଷ୍ଟ ର ଭିନ୍ନ ଏକ ଇତିହାସ ରହିଛି । ୧୪୯୨ ମସିହା କ୍ୟାଥୋଲିକ ମିଶନ ର ଆର୍ଥିକ ସହାୟତା କ୍ରମେ କ୍ରିଷ୍ଟୋଫର କଲମ୍ବସ ଭାରତ ରେ ବାଣିଜ୍ୟ କାରବାର ପାଇଁ ଜଳମାର୍ଗ ଅନୁସନ୍ଧାନ ରେ ବାହାରିଲେ । ଭୁଲ ବସତ ସେ ଭାରତ ନ ଆସି ଆମେରିକା ର ପୂର୍ବ ଉପକୂଳ ରେ ପହଂଚି ଗଲେ । ସେ ସମୟରେ ସେଠାର ମୁଖ୍ୟତଃ ୫ ପ୍ରକାରର ମୂଳ ନିବାସୀ ବାସ କରୁଥିଲେ । ଚିରକି, ଚିକାସୋ, ଚକତବ, ମାସ୍କଗି ଓ ସେମିନୋଲ । ଭୁଲ ବଶତଃ ସେ ସେ ସ୍ଥାନ କୁ ଇଣ୍ଡିଆ ଓ ସେଠାକାର ଲୋକଙ୍କୁ ଇଣ୍ଡିଆନ ଭାବିଲେ । ସମୁଦାୟ ୪ ଟି ସମୁଦ୍ର ଯାତ୍ରା ରେ ସ୍ପେନ, ପର୍ତୁଗଲ ଓ ଇଂରେଜ ମାନେ ଆମେରିକା ରେ ନିଜର ସାମ୍ରାଜ୍ୟ ବିସ୍ତାର ର ରୂପରେଖ ପ୍ରସ୍ତୁତ କରିନେଲେ । ଏକ ବିଶାଳ ଦେଶ ହୋଇଥିବା ଯୋଗୁଁ ସେମାନଙ୍କୁ ସେଠାକାର ବହୁ ମୂଳନିବାସୀ ଙ୍କ ସହ ଯୁଦ୍ଧ କରିବାକୁ ପଡିଲା । ଏହି କ୍ରମେରେ ପ୍ରଥମ ଦ୍ୱିପାକ୍ଷୀକ ଯୁଦ୍ଧ ଆଧୁନିକ ଭାର୍ଜିନିଆ ର ପାଓହଟାନ ଙ୍କ ସହ ଇଂରେଜ ମାନଙ୍କ ର ହେଲା । ସେହି ଦିନ ଟି ଥିଲା ଅଗଷ୍ଟ ୯ । ସେହି ଯୁଦ୍ଧ ରେ ପାଓହଟାନ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ଲୋପ ପାଇଲା । ପାଖାପାଖି ୨୫୦ ସମ୍ପ୍ରଦାୟର ମୂଳ ନିବାସୀଙ୍କ ସହ ଯୁଦ୍ଧ ପରେ ବିଶେଷ ସଫଳତା ନ ମିଳିବାରୁ ତତ୍କାଳୀନ ବ୍ରିଟିଶ ସେନାମୁଖ୍ୟ ଯେଫ୍ରି ଆମ୍ରଷ୍ଟ ବିଶ୍ୱର ପ୍ରଥମ ରାସାୟନିକ ଯୁଦ୍ଧ ଦ୍ୱାରା ଚାଦର, କମ୍ବଳ ଆଦିରେ ଟିବି, କଲେରା, ଟାଇଫୋଏଡ଼ ଆଦି ରୋଗର ଜୀବାଣୁଙ୍କୁ ମିଶାଇ ଅସଂଖ୍ୟ ଲୋକଙ୍କୁ କଲବଲ କରି ହତ୍ୟା କଲେ । ଏହା ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ନିରୀହ ଲୋକଙ୍କ ଭୟଙ୍କର ହତ୍ୟା କାଣ୍ଡ ଥିଲା ।  ଏତେ ସବୁ ପରେ ମଧ୍ୟ ସେମାନଙ୍କୁ ପରସ୍ପର ମଧ୍ୟ୍ୟରେ ଲଢ଼େଇବା ପାଇଁ ଊସଙ୍ଖସୟର ବଦ୍ଭୟ ଜଙ୍କକ୍ଷର ନୀତି ଅବଲମ୍ବନ ରେ ସେହି ସମ୍ପ୍ରଦାୟର ଲୋକଙ୍କୁ ସୈନ୍ୟ ବାହିନୀ ରେ ଭର୍ତି କରାଗଲା । ସେମାନଙ୍କ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଲୋପ କରିବା ପାଇଁ ସେମାନଙ୍କୁ ସିଭିଲାଇଯ କରିବା ନା ରେ ମିଶନାରୀ ମାନେ ପାଶ୍ଚାତ୍ୟ ଶିକ୍ଷା ଦେଲେ । ୧୮୩୦ମସିହା ର ଓଦ୍ଭୟସବଦ୍ଭ ଜରଜ୍ଞକ୍ଟଙ୍ଖବକ୍ଷ ଇମଗ୍ଧ ମାଧ୍ୟମରେ ବ୍ରିଟିଶ ମାନେ ଆମେରିକାର ବହୁ ମୂଳନିବାସୀଙ୍କୁ ମିଶିସିପି ନଦୀର ଆର ପାରିକୁ ପଠାଇ ଦେଲେ । ଏହାଦ୍ୱାରା ପ୍ରାୟ ୩୦, ୦୦୦ହଜାର ଲୋକଙ୍କ ମୃତ୍ୟୁ ଘଟିଲା । ଏହାକୁ ଇତିହାସ ରେ ଞଷର ଗ୍ଧକ୍ସବସକ୍ଷ କ୍ଟଲ ଗ୍ଧରବକ୍ସଗ୍ଦ କୁହାଯାଏ । ୧୨ ଅଗଷ୍ଟ ୧୯୯୨ ରେ କଲମ୍ବସଙ୍କ ଆମେରିକା ଯାତ୍ରା ର ୫୦୦ ବର୍ଷ ପୂର୍ତି ଅବସରରେ ଏକ ବଡ଼ ଉତ୍ସବ ର ଆୟୋଜନ କରାଗଲା । ମାତ୍ର ଏହା ବିରୁଦ୍ଧରେ କଲମ୍ବସ ଫେରିଯାଅ ନାମକ ଆନ୍ଦୋଳନ ସେଠାକାର ମୂଳ ନିବାସୀଙ୍କ ଦ୍ୱାରା ମୁଣ୍ଡ ଟେକିଲା. ଏହାକୁ ଶାନ୍ତ କରିବା ପାଇଁ ଏହି ଦିନ ଟିକୁ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷରଗ୍ଦ ଊବଚ୍ଚ ଘୋଷଣା କରାଗଲା. ଜାତିସଙ୍ଘ ରେ ମଧ୍ୟ୍ୟ ଏହି ଦିନଟିକୁ ହିଁ ବିଶ୍ୱ ମୂଳନିବାସୀ ଦିବସ ରୂପେ ଘୋଷଣା କରାଯିବା ର ଥିଲା. ମାତ୍ର ଆମେରିକା ରେ ଏହି ଦିନଟି ର ବିରୋଧ ଯୋଗୁଁ ୯ଅଗଷ୍ଟ ଭଳି ଏକ ନରସଂହାର ଦିବସକୁ ବିଶ୍ୱ ମୂଳନିବାସୀ ଦିବସ ରୂପେ ଜନସାଧାରଣ ଙ୍କ ଉପରେ ଲଦି ଦିଆଗଲା । ଯଦି ସେଦିନ କଲମ୍ବସ ଆମେରିକା ରେ ପହଂଚି ନଥାନ୍ତା ଓ ୧୬୧୦ମସିହା ଅଗଷ୍ଟ ୯ରେ ପାଓହଟାନ ମାନେ ଇଂରେଜ ମାନଙ୍କ ଦ୍ୱାରା ଯୁଦ୍ଧ ରେ ଲୁପ୍ତ ହୋଇ ନଥାନ୍ତେ ତେବେ ଆଜିବି ସେମାନେ ସେଠାରେ ଏକ ସଭ୍ୟତା ଭାବେ ରହି ଥାନ୍ତେ ।  ବିଶ୍ୱ ମୂଳନିବାସୀ ଦିବସ ଦେଶର ସାଧାରଣ ଜନଜାତିଙ୍କୁ ରାଷ୍ଟ୍ରୀୟତା ଠାରୁ ଦୂରକୁ ନେବାର ଏକ ବୈଶ୍ୱିକ ଷଡଯନ୍ତ୍ର. ଏହି ଷଡଯନ୍ତ୍ର କୁ ଇନ୍ଧନ ଯୋଗାଉଛନ୍ତି ଦେଶ ଭିତରେ ରହି ଭାରତକୁ ଭାଗ ଭାଗ କରିବାକୁ ନାରା ଦେଉଥିବା  କିଛି ସଂଗଠନ ଯେଉଁମାନେ ଏହି ଦିନ ଟିକୁ ବଡ଼ ହର୍ଷ ଉଲ୍ଲାସ ର ସହ ଆଦିବାସୀ ଦିବସ  ରୂପେ ପାଳନ୍ତି । ଏହି ସ୍ୱାର୍ଥନ୍ୱେଷୀ ସଂଗଠନ ମାନେ ନିରୀହ ଜନଜାତି ଭାଇଟିକୁ ସମାଜର ଅନ୍ୟ ମାନଙ୍କ ଠାରୁ ଅଲଗା ବୋଲି ଦର୍ଶାନ୍ତି, ଫଳ ସ୍ୱରୂପ ଝାରଖଣ୍ଡ ଭଳି ଜନଜାତି ବହୁଳ ରାଜ୍ୟ ରେ ପଥଲଗଡି ଏକ ଆନ୍ଦୋଳନ ରେ ପରିଣତ ହୁଏ । ରାଷ୍ଟ୍ର, ସମ୍ବିଧାନ ଏସବୁକୁ ଖାତିର କରୁନଥିବା ଏମାନେ ବିଛିନ୍ନତା ବାଦ ତତ୍ୱର ପୃଷ୍ଟପୋଷକତା କରନ୍ତି. ପ୍ରଫେସର ସାଇବାବା ଭଳି ଅଧ୍ୟାପକ ମାନେ ଚରମ ପନ୍ଥା ର ନେତୃତ୍ୱ ନିଅନ୍ତି ଓ ସାଧାରଣ ବିଦ୍ୟାର୍ଥୀ କୁ ଏ ଦିଗ ରେ ପ୍ରେରିତ କରି ଦେଶରେ ଅରାଜକତା ସୃଷ୍ଟି କରନ୍ତି. ବିଭିନ୍ନ  ମାଧ୍ୟମରେ ନିଜର ଧର୍ମ, ସଂସ୍କୃତି ଓ ପରମ୍ପରା ଠାରୁ ଦୁରେଇ ନେଇ ମିସନାରୀ ଶିକ୍ଷା ର ବଶବର୍ତୀ କରନ୍ତି ଓ ପରେ ଧର୍ମାନ୍ତରଣ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ ।  ବାସ୍ତବ ରେ ଭାରତ ରେ ମୂଳ ନିବାସୀ ବା ଆଦିବାସୀ ଭଳି କୌଣସି ଶବ୍ଦର ସ୍ଥାନ ନାହିଁ । କେବଳ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହୋଇ ପାରିନଥିବା କିଛି ଲୋକଙ୍କୁ ରାଷ୍ଟ୍ର ବିରୋଧୀ କରି ଗଢ଼ିତୋଳିବା ହେଉଛି ଏହି ଦିନଟିର ମୂଳ ଲକ୍ଷ୍ୟ । ଭାରତ ପରିପ୍ରେକ୍ଷୀରେ ଏହାର କୌଣସି ପ୍ରୟୋଜନ ନାହିଁ । ଏଣୁ କିଛି ବିଭ୍ରାନ୍ତି କର ତତ୍ୱ ମାନଙ୍କର ଭ୍ରମ ବାକ୍ୟ ରେ ନ ପଡି ଏ ଦିବସ ର ମର୍ମ ବୁଝି ଦେଶ ଅସ୍ମିତା, ଏକତା ଓ ଅଖଣ୍ଡତା ପ୍ରତି ସଜାଗ ରହିବାକୁ ଯୁବପିଢ଼ି ଙ୍କୁ ଆହ୍ୱାନ । 

ଓଡିଶାର ପାରମ୍ପରିକ ପର୍ବପର୍ବାଣି ରେ ଖୁଦୁରୁକୁଣୀ


ସ୍ୱର୍ଣ୍ଣଲତା ସେନାପତି


ଇତିହାସ ଏକ ଜୀବନ୍ତ ପ୍ରକ୍ରିୟା ।ଏହା ଅତୀତ ସହିତ ବତର୍ମାନକୁ ଏବଂ ପରମ୍ପରା ସହିତ ବ୍ୟକ୍ତିକୁ ଏକ ଅଭେଦ୍ୟ ବିକାଶର ସୂତ୍ରରେ ବାନ୍ଧିରଖେ । ଇତିହାସ ଚେତନା ଛଡା,କଳା,ସାହିତ୍ୟ,ସଂସ୍କୃତିର ପ୍ରକୃତ ବ୍ୟାଖ୍ୟା ଅସମ୍ଭବ ।ଯେଉଁମାନେ ସଂସ୍କୃତିର ବିଚାର କରନ୍ତି ସେମାନେ ହିଁ ସତ୍ୟ ଦେଖିବାକୁ ପାଆନ୍ତି ଯେ ମଣିଷର ଜୀବନ ଓ ପ୍ରକୃତିର ପରିଚୟ ହିଁ ସଂସ୍କୃତି ।ସଂସ୍କୃତି ଓ ପରମ୍ପରାକୁ ବାଦଦେଇ ବିଶ୍ୱରେ ବଂଚିରହିଥିବାର ଏମିତି କୌଣସି ସଭ୍ୟତା ନାହିଁ । ତେଣୁ ସଂସ୍କୃତି ଓ ସଭ୍ୟତା ଉଭୟ ପରସ୍ପର ପରିପୂରକ ।ଭାରତୀୟ ସଂସ୍କୃତି ସାରା ବିଶ୍ୱରେ ଏକ ଅନନ୍ୟ ପରିଚୟ ଏଥି ମଧ୍ୟରୁ ଆମ ଉତ୍କଳୀୟ ସଂସ୍କୃତି ସବୁ ସଂସ୍କୃତିର ସର୍ବାଗ୍ରେ । ଆମ ସଂସ୍କୃତି ଯେତିକି ପ୍ରାଚୀନ ଆମ ପରମ୍ପରା ମଧ୍ୟ ସେତିକି ମହାନ୍ । ଓଡିଶା ପର୍ବପର୍ବାଣୀର ରାଜ୍ୟ । ଏଠି ବାର ମାସରେ ତେର ପର୍ବ ପାଳିବାର ରହିଆସିଛି । ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରଣିକ ଉପାଖ୍‌ଯାନର ଭିତି ଉପରେ ପ୍ରତିଷ୍ଠିତ । ଉତ୍କଳୀୟ ପର୍ବପର୍ବାଣି ଗୁଡିକୁ ପ୍ରାୟତଃ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପାରେ ଯଥା:ଶାସ୍ତ୍ରୀୟ, ଲୌକିକ, ଆଂଚଳିକ ଓ କୃଷି ଭିତିକ । ଓଡିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ଓ ଗ୍ରାମଦେବତୀ ରହିଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ,ଏକ ଅଲଗା ଇତିହାସ,ଭିନ୍ନ ଏକ ପରମ୍ପରା ।ଏକ ପରବ,ଏକ ମଉଛବ,ପର୍ବପର୍ବାଣି ଗୁଡିକରେ ଜନଜୀବନର ସଂସ୍କୃତି,ଜାତୀୟତାବୋଧ ଓ ଧର୍ମ ଧାରଣା ଆଦି ସଂଶ୍ଳିଷ୍ଟ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତ ରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡିକ ତିଥି,ବାର,ନକ୍ଷତ୍ର,କୃଷିକାର୍ଯ୍ୟ,ଦେବା ଦେବୀ,ଶାସ୍ତ୍ରୀୟ କାହାଣୀ, ଲୋକ କଥା,ଆନନ୍ଦ ପାଇଁ ପାଳିତ ହୋଇଥାଏ ।ା ମଣିଷ ଏକ ସାମାଜିକ ପ୍ରାଣୀ ।ସମାଜରେ ଖାଇପିଇ କେବଳ ପଶୁପରି ବଞ୍ଚି ସେ ସମାଜ ସହ ମିଳିମିଶି ତା ଭିତରେ ଜଣେ ହୋଇରହେ ।ସମାଜର ମୂଳଦୁଆ ଉପରେ ତାର ଭିତିଭୂମି,ଧର୍ମନୀତି,ଅର୍ଥନୀତି,ରାଜନୈତିକ ବିଚାରଧାରା,କଳା ସ୍ଥାପତ୍ୟ,ସାହିତ୍ୟ,ସଂସ୍କୃତି,ପ୍ରଥା,ପରମ୍ପରା ଓ ବିଜ୍ଞାନ ଆଦିର ବିକାଶ ହିଁ ମଣିଷକୁ ପ୍ରାଣୀ ଜଗତର ଶ୍ରେଷ୍ଠ ସୃଷ୍ଟିରେ ପରିଣତ କରିଛି ।ନିଜର ଜୀବନକୁ ସରସ ସୁନ୍ଦର କରିବାକୁ ଈଶ୍ୱରଙ୍କ ଧାରଣା ଓ କଳ୍ପନା ମାନବ ସମାଜର ଏକ ଅଭିନବ ଆବିଷ୍କାର । ଇଶ୍ୱରଙ୍କ କଳ୍ପନା କିପରି ଏବଂ କେବେ ମଣିଷ ସମାଜରେ ପ୍ରବେଶ କଲା ତାହା କହିବା ସମ୍ଭବପର ନୁହେଁ । ଜୀବନ ଧାରାରେ ଧର୍ମ ଭାବର ପ୍ରଭାବ ଅତ୍ୟନ୍ତ ଗଭୀର ଓ ବ୍ୟାପକ । ଯୁଗ ଯୁଗ ଧରି ଅନେକ ରାଜନୈତିକ,ସାମାଜିକ,ପ୍ରାକୃତିକ ଓ ମାନସିକ ଜୀବନ ପ୍ରଭାହରେ ବହୁ ଝଡଝା ପ୍ରଭାବିତ ହୋଇ ଆସୁଥିଲେ ହେଁ ଏ ଜାତି ବ୍ୟକ୍ତିର ଆଭିମୁଖ୍‌ଯରେ ଧର୍ମ ଭାବ ତାର ଅମଳିନ ଦୀପ୍ତି କେବେ ହରାଇ ଦେଇଥିବା ର ପରିଲିକ୍ଷିତ ହୁଏ ନାହିଁ । ଧର୍ମୀୟ ଭାବ ହିଁ ଜୀବନ ବୋଧର ସାର୍ଥକ ପରିଚୟ ପ୍ରଦାନ କରିଥାଏ । ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ପାରମ୍ପାରିକ ଧର୍ମୀୟବୋଧ ପ୍ରତିଷ୍ଠା ସମଗ୍ର ଜାତି ଓ ସମାଜକୁ ଅଧିକ ବଳିଷ୍ଠ, ଅଧିକ ପ୍ରାଣବନ୍ତ ଓ ଅଧିକ ସୌନ୍ଦର୍ଯ୍ୟ ସମନ୍ୱିତ କରି ଗଢିତୋଳିବାରେ ସମର୍ଥ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆତ୍ମିକ ସ୍ମୃତି ବିନା ପରମାତ୍ମା ସ୍ମୃତିର ଅସମ୍ଭବ ।ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ ।ହୋମ,ଯଜ୍ଞ, ଦାନ,ଧର୍ମ,କର୍ମ ହେଉଛି ପବିତ୍ର ଓ ପୁଣ୍ୟର ମୂଳ ମନ୍ତ୍ର ।କୌଣସି ଶୁଭକାର୍ଯ୍ୟ ପ୍ରାରମ୍ଭରୁ ଏସବୁ ଅନୁଷ୍ଠିତ କରାଯାଇଥାଏ । ଏଗୁଡିକ ପର୍ବପର୍ବାଣି, ଓଷା,ବ୍ରତ ଓ ନିଷ୍ଠାପରତା ସହିତ ଜଡିତ ।ସେଥି ନିମନ୍ତେ ପ୍ରାୟ ୫୦୦ ବର୍ଷରୁ ଉର୍ଦ୍ଧ ଦିନର ଅନ୍ତଘଟାଇ ୫ ଅଗଷ୍ଟ ୨୦୨୦ ରେ ଅଯୋଧ୍ୟା ନଗରରେ ଶ୍ରୀ ଶ୍ରୀ ମର୍ଯ୍ୟଦା ପୁରୁଷତମ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରତିଷ୍ଠାନ ନିମନ୍ତେ ଭୂମିପୂଜନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି ।ଅବଶ୍ୟ କରୋନା ମହାମାରୀର କରାଳ ଛାୟା ଏସବୁକୁ କରିଦେଇଛି ଅନେକ ମାତ୍ରାରେ ରଙ୍ଗହୀନ ଆଉ ଫିକା,ଏଥିସମେତ ଅନେକ ମାଙ୍ଗଳିକ ପାର୍ବାଣୀକ କାର୍ଯ୍ୟ ପାଳନର ପଦ୍ଧତିକୁ ବଦଳାଇଦେଇଛି ମଧ୍ୟ ।ା ଭୟଙ୍କର କରୋନା ରୋଗ ସାରା ପୃଥିବୀର କୋଣଅନୁକୋଣରେ କେବଳ ମୃତ୍ୟୁର ତାଣ୍ଡବ ଖେଳାଇ ନାହିଁ ଯେ ଶହ ଶହ ବର୍ଷ ଗଢିଉଠିଥିବା ମାନବ ସଭ୍ୟତାର ମୂଳଦୁଆକୁ ଦୋହଲାଇ ଦେଇଛି । ସଂପର୍କରେ ଦୂରତା ସୃଷ୍ଟି କରି ପରସ୍ପର ମଝିରେ ପାଚେରୀ ଠିଆ କରିଦେଇଛି । ମଣିଷ ତା ଜୀବନ କାଳ ମଧ୍ୟରେ ଯେତେସବୁ ସଂପର୍କରେ ଆସିଥାଏ ତାମଧ୍ୟରୁ ଭାଇ ଭଉଣୀଙ୍କ ସଂପର୍କ ସବୁଠୁ ଉର୍ଦ୍ଧ୍ୱରେ ଯାହା ନିଷ୍ପାପ,ନିଷ୍କଳଙ୍କ ଓ ଅନାବିଳ ଭଲ ପାଇବାରରେ ସର୍ବଦା ଆଦୃତ । ସଂସ୍କୃତିରେ ଭାଇ ଭଉଣୀଙ୍କର ସଂପର୍କକୁ ନେଇ ଅନେକ ପାରମ୍ପାରିକ ପୂଜା,ଓଷା,ବ୍ରତ,କିମ୍ବଦନ୍ତୀ ଓ ଇତିହାସ ରହିଛି । ଆମ୍ଭେମାନେ ନିକଟ ଦିନରେ ପାଳନ କରିଥିବା ରକ୍ଷାବନ୍ଧନ ଓ କରିବାକୁ ଥିବା ଖୁଦୁରୁକୁଣୀ ଓଷା ଭାଇ ଭଉଣୀ ସଂପର୍କର ଅତୁଟ ବନ୍ଧନ । ଖୁଦୁରୁକୁଣୀ ଓଷା ଏକ ପାରମ୍ପାରିକ ଓଡିଆ ଓଷା ।ଏହାକୁ କୁଆଁରୀ ଝିଅମାନେ ଓଡିଶାରେ ସର୍ବାଧିକ ପାଳନ କରିଥାନ୍ତି ।ଏଥିରେ, ଖୁଦୁରୁକୁଣୀ (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ସୁଦୂର ଅତୀତରେ ଓଡିଶାରେ ସାଧବ ପୁଅମାନେ ଦେଶ ବିଦେଶକୁ ବଣିଜ ନିମନ୍ତେ ଯାଉଥିଲେ । କିମ୍ବଦନ୍ତୀ ଅନୁସାରେ ଐତିହାସିକ ସହର କଟକ ନିକଟରେ ପ୍ରତି ବର୍ଷ କାର୍ତିକ ମାସରେ ବାଲିିଯାତ୍ରା ଅନୁଷ୍ଠିତ ହୋଇଆସୁଛି । ସେହିପରି ସାତ ଜଣ ସାଧବ ଭାଇ ବୋଇତରେ ଦୂର ଦେଶକୁ ବଣିଜ କରିବା ପାଇଁ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟାଣୀ କରୁଥିଲେ ।ଏହିଦିନ ସେମାନଙ୍କର ଗୋଟିଏ ମାତ୍ର ଅଲିଅଳି ଭଉଣୀ\'ତଅପୋଇ\'ଏହି ଓଷା ଭାଇମାନଙ୍କର ଶୁଭ ମନାସି ପାଳୁଥିଲେ,ତଅପୋଇଙ୍କୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ୍ ପୂଜି ସେଥିରୁ ମୁକ୍ତି ମିଳିବା ନେଇ ଓଷାର ଆରମ୍ଭ । ସେହିଦିନଠାରୁ କୁଆଁରୀମାନେ ଏହା କରିବାର ପାରମ୍ପାରିକ କିମ୍ବଦନ୍ତୀ ବିଦ୍ୟମାନ । ଝିଅମାନେ ମୁଖ୍ୟତଃ ଦୂରରେ ଥିବା ଆତ୍ମୀୟ ଓ ଭାଇଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିବାର ବିଧି ରହିଛି । ମନରେ ଭାବନ୍ତି: ସୂର୍ଯ୍ୟ କିରଣ ଚମକ ପରି ଭାଇର ଭାଗ୍ୟ ଚମକୁଥାଉ । ଫୁଲର ମହକ ପରି, ଭାଇର ଜୀବନ ଚଲାପଥ କୁସୁମିତ ହେଉ।।

 ପୂଜାବିଧି: ଏହି ଓଷା ଭାଦ୍ରବ ମାସର ରବିବାରରେ ପଡିଥାଏ ଓ ପାଂଚ ପାଳି ପାଳନ କରାଯାଇଥାଏ ।ଏହି ଦିନଗୁଡିକରେ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା,ଲିଆ,ଉଖୁଡା,କାକୁଡି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି ।ଖୁଦଭଜା ଠାକୁରାଣୀଙ୍କର ସବୁଠାରୁ ପ୍ରୀୟ ବୋଲି ମନେ କରାଯାଇଥାଏ ତାହାଙ୍କୁ ନ୍ତଖୁଦୁରଙ୍କୁଣୀନ୍ତବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ ତାଙ୍କର ନାମ ନ୍ତଖୁଦୁରୁକୁଣୀନ୍ତହୋଇଅଛି ।ଝିଅମାନେ ଗଧୋଇପାଧୋଇ କନିଅର, ଚମ୍ପା, ଦୁରଦୁରା, ଗୋଡିବାଣ,ମାଳତୀ,ମନ୍ଦାର,କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇ ସେଥିରେ ଠାକୁରାଣୀଙ୍କୁ ଅଧିଷ୍ଠିତ କରାଇ ବାଲୁଙ୍ଗା ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟନ୍ତି ।ପରେ ସେମାନେ ଅଢେଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି ହେଲାପରେ ସେଥିରେ ଲୁଣ ମିଶାଇଥାନ୍ତି,ଏହାର କାରଣ ଅଜଣା ।ଏହା ପରେ ଫୁଲମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁ ମାନଙ୍କର ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପାପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ ।ଫୁଲରେ ତୋରଣ ସବୁ କରାଯାଇଥାଏ ।ଦିନସାରା ସଜାସଜିରେ ସମୟ ବିତିବା ପରେ ସଂଜ ବେଳରେ ପୂଜା ଆରମ୍ଭ କରାଯାଇଥାଏ ।ପାଳନ ବେଳେ ଝିଅମାନେ ତଅପୋଇ ଗୀତ ଗାଇଥାଆନ୍ତି: ଆରମ୍ଭରୁ ବୋଲନ୍ତି - ବନ୍ଧଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ।। ଲକ୍ଷ୍ମୀ ଦେବୀର ପ୍ରାଣନାହା ।ଶୋଭିତ ଶଙ୍ଖଚକ୍ର ବାହା ।ା ଶେଷରେ ବୋଲନ୍ତି-କହନ୍ତି ଯେଝା ମନଜାଣି । ଦୟା କରନ୍ତି ଠାକୁରାଣୀ । ଦେଖିଲା ଗୋପୀନାଥ ଦାସ । ଏ ତଅପୋଇ ଗୀତ ଶେଷ ।ା ଏହି ଗୀତ ପାଂଚଟି ଅଧ୍ୟାୟରେ ବର୍ଣ୍ଣିତ ପିଢି ପରେ ପିଢି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକଙ୍କ ମୁଖରେ ଚଳିଆସୁଅଛି ।ପ୍ରଥମଟିରେ ମା ଦୁର୍ଗାଙ୍କର ମହିଷାସୁର ବଧ କରି ଅସୁର ଶକ୍ତିର ବିନାଶ ବାବଦରେ ବଖଣାଯାଇଅଛି । ଦ୍ୱିତୀୟଟିରେ ସାଧବ ଝିଅ ତଅପୋଇର ଦୁଃଖ, କଷଣ,ସହିବା ଓ ତାହାପରେ ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ । ପୂଜା ଓ ବନ୍ଧାପନା ଶେଷରେ ଖୁଦୁରୀକୁଣୀ ମୂର୍ତିକୁ ଜଳ ବିସର୍ଜନ କରାଯାଇଥାଏ ।ା ଭାଇ ଭଉଣୀ ସଂପର୍କ ଅତି ମହାନ୍ ଆମ ସଂସ୍କୃତିର ଅସୀମ,ଅନନ୍ତ,ସଂପର୍କର ସେତୁ କେଉଁ ଅନାଦି କାଳରୁ ନାରୀର ମହନୀୟତା,ପବିତ୍ରତା,ସୁରକ୍ଷା ଓ ତ୍ୟାଗ ପ୍ରତ୍ୟାସ୍ମରଣ କରିବା ସଙ୍ଗ? ସଙ୍ଗ? ସମଗ୍ର ମାନବ ସମାଜକୁ ଆହ୍ୱାନ ଦିଏ ଏହି ପର୍ବପର୍ବାଣି । ନାରୀ ଯୁଗେ ଯୁଗେ ଯୁଗାନ୍ତକାରୀ ପରିବର୍ତନମାନର ସେ ବାର୍ତାବହ, ବିପ୍ଲବାତ୍ମକ,ସଂସ୍କାରର ପ୍ରବର୍ତକ,ପୁଣି ସମସ୍ତଙ୍କ ମନ,ପ୍ରାଣ,ହୃଦୟରେ ପ୍ରେମର ଫାଲଗୁନ୍ ସୃଷ୍ଟି କରି ମାନବଜାତିର ସର୍ବବିଧ କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ମମତାମୟୀ ଝରଣା ଟିଏ ସେ ।ଏହା କେବଳ ବର୍ଣ୍ଣନାର ବିଷୟ ନୁହେଁ, ଅନୁଭବର କଥା ।ପଖାଳକଂସା ଠାରୁ ଆରମ୍ଭ କରି ନୂଆ ଜାମା ହେଉ କି ମେଳା ବୁଲା ଦୁହେଁ ସବୁଥିରେ ଚୁମୁଟାଚୁମୁଟି,ଚୁଟି ଟଣା-ଟଣି ସବୁବେଳେ ତିକ୍ତତା ଲାଗି ରହିଥାଏ ହେଲେ ଜଣଙ୍କର ଗୋଟେ ମୁହୂର୍ତ ଅନୁପସ୍ଥିତି ଅନ୍ୟକୁ ଗୋଟେ ଯୁଗ ମନେ ହୁଏ ତାରି ଭିତରେ ସର୍ବଦା ଲୁଚିଥାଏ ଦୁହିଁଙ୍କର ପରସ୍ପର ପ୍ରତି ନିଖୁଣ,ଅତୁଟ ଓ ନିସର୍ତ ପ୍ରେମ । ଇତିହାସ ପୃଷ୍ଠା ରେ ମଧ୍ୟ ଭାଇ ଭଉଣୀ ର ବନ୍ଧନ ବିଦ୍ୟମାନ ।ରାଜା ରାଜୁଡାଙ୍କ ସମୟରେ ରାଣୀ ପଦ୍ମାବତୀ,ରାଣୀ ଅହଲ୍ୟା, ରାଣୀ ଲକ୍ଷ୍ମୀବାଇ ଆଦି ନିଜ ରାଜ୍ୟର ସୁରକ୍ଷା ନିମିତ ରକ୍ଷା ବନ୍ଧନ କରିିଛନ୍ତି ଓ କେତେବେଳେ ହିରଣ୍ୟ କଶ୍ୟପୁ ନିଜ ପୁତ୍ର ପ୍ରହ୍ଲାଦକୁ ମାରିବା ପାଇଁ ଆଦେଶ ଦେବାରୁ ଭଉଣୀ ହୋଲିକା ପ୍ରହ୍ଲାଦକୁ ଧରି ଅଗ୍ନିରେ ଝାସ ଦେଇଛି ।ପୁଣି କେତେବେଳେ ଭଉଣୀ ସୂପର୍ଣ୍ଣଖାର ନାକ କାନ କଟିଥିବାର ଦେଖି ରାବଣ ପ୍ରତିଶୋଧ ପରାୟଣ ହୋଇ ମାତା ସୀତାଙ୍କୁ ଚୋରେଇ ନେଇଛି ।ଆଉ କେତେବେଳେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନର ମଝିରେ ବସାଇ ଦୁଇ ଭାଇ ଦୁଇ ପାଖରେରହିଆସୁଅଛି । ଏମିତି କି ବର୍ଷକୁ ଥରେ ଜନ୍ମବେଦୀକୁ ବୁଲିବାକୁ ଗଲାବେଳେ ସାଥିରେ ଭଉଣୀଙ୍କୁ ନେଇଯାଆନ୍ତି । ଏଠାରେ ଗୋଟିଏ ପଟେ ଭଉଣୀର ଅପମାନ ସହି ନପାରି ପ୍ରତିଶୋଧ ପରାୟଣ ହୋଇଛି ଭାଇ ତ ଅନ୍ୟ ପଟରେ ପୁଣି ଭାଇ ପାଇଁ ଭଉଣୀ ନିଜ ଜୀବନକୁ ବାଜି ଲଗାଇବାକୁ ପଛେଇ ନାହିଁ ।ସତରେ,ଭାଇ ଭଉଣୀ ସଂପର୍କ ବାସ୍ତବିକ ମଜବୁତ୍ ।ା କଥାରେ ଅଛି,\'ଘର ଦିଅଁ ନ ପୂଜି ପର ଦିଅ ପୂଜିବା\' ।ଏପରି ନ କରି ନିଜ ସଭ୍ୟତା ଓ ସଂସ୍କୃତିରେ ଯାହା ଉକୃଷ୍ଟ ତା ପ୍ରତି ଅବହେଳା ପ୍ରଦର୍ଶନ ନକରି ଆମର\'ଭଗିନୀ\' ବା ନାରୀମାନଙ୍କୁ ଉପଯୁକ୍ତ ସୁରକ୍ଷା,ସମ୍ମାନ ଓ ମର୍ଯ୍ୟଦା ପ୍ରଦାନ କରିବା ଦେଶ,ରାଷ୍ଟ୍ର ତଥା ଆମ୍ଭମାନଙ୍କର ପ୍ରାରମ୍ଭିକ ଦାୟିତ୍ୱ ଏଥିନିମନ୍ତେ ସାମ୍ପ୍ରତିକ ବିଧିବ୍ୟବସ୍ଥାରେ ଯୁଗାନ୍ତକାରୀ ରୂପାନ୍ତର ଲୋଡା ।ବୃଥା ଆଡମ୍ବରରୁ ନିବୃତ ରହିବା ଉଚିତ ।ଆମେ ଈଶ୍ୱରଙ୍କୁ ଡାକି ଭାଗ୍ୟକୁ ଏଡାଇ ପାରିବାନାହିଁ ।\'ମତ୍ୟ ମଣ୍ଡଳେ ଦେହ ବହି , ଦେବତା ହେଲେ ମରଇ\' ।ତେଣୁ ଆମେ ଈଶ୍ୱରଙ୍କୁ ଚିନ୍ତା କରି ସାହାସ,ଧୈଯ୍ୟ ଓ ଦୃଢ ମନବଳ ଦ୍ୱାରା ଦୁଃଖ ଓ ବିପଦକୁ ସାମନା କରିବା କାରଣ ଏହା ହିଁ ଆମର କରୋନା ଉପରେ ବିଜୟ କରିବାକୁ ଆଜିର ପ୍ରଧାନ ଅସ୍ତ୍ର ।ଆମର ସଂସ୍କୃତି ବସୁଧୈବ କୁଟୁମ୍ବକମ୍ ଉପରେ ଆଧାରିତ ।ତେଣୁ ମିଳିମିଶି ଏହାର ମଙ୍ଗଳ କାମନା କରି ବିପଦକୁ ସାମ୍ନା କରିବା । ସର୍ବ? , ଭବନ୍ତୁ ସୁଖିନଃ ସର୍ବ?,ସନ୍ତୁ ନିରାମୟଃ ସର୍ବ?,ଭଦ୍ରାଣୀ ପଶ୍ଚ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍‌।। 

 ୮୯୧୭୬୪୨୬୮୯ 

Comments