ନୂଆଦିଲ୍ଲୀ : ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ସ୍କିମ୍ (PMS-SC) ରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ 60% କୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସ୍ବାଗତ କରିଛି ା
ମୋଟ ଅନୁମୋଦିତ ପରିମାଣ ₹ 59,048 କୋଟି ମଧ୍ୟରୁ କେନ୍ଦ୍ର ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 35,534 କୋଟି ଖର୍ଚ୍ଚ କରିବେ। 2017-18 ରୁ 2019-20 ମଧ୍ୟରେ ସରକାର ବର୍ଷକୁ 1100 କୋଟି ଟଙ୍କା ଦେଇଛନ୍ତି, ଯାହାକି 2020-21 ରୁ 2025-26 ବର୍ଷ ପାଇଁ ବର୍ଷକୁ 6000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ପ୍ରାୟ 4 କୋଟି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବାଧା ଦୂର ହେବ ଏବଂ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ଆକାଂକ୍ଷା ପୂରଣ ପାଇଁ ସହାୟକ ହେବ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ନିଧି ତ୍ରିପାଠୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଏବିଭିପି ସର୍ବଦା ପ୍ରସ୍ତୁତ ଅଛି ଏବଂ ଆଜି ଏହି ଐତିହାସିକ ନିଷ୍ପତ୍ତି ଏବିଭିପି ପରିବାରର ସଂଘର୍ଷର ଫଳାଫଳ। ଦୁର୍ବଳ ବର୍ଗରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ PMS SC ଯୋଜନା ସହାୟକ ହେବ | ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗରିବ ଛାତ୍ରଛାତ୍ରୀମାନଙ୍କ ଉତ୍ଥାନ ପାଇଁ ଏବଂ ସେମାନଙ୍କୁ ଭାରତର ପ୍ରଗତିରେ ସମାନ ଭାଗୀଦାରୀ କରିବା ପାଇଁ ପ୍ରତିବଦ୍ଧ ଏବଂ ପ୍ରଜତ୍ନଶୀଳ ା
Comments
Post a Comment