ରକ୍ତଦାନର ବିକଳ୍ପ ନାହିଁ

 ରକ୍ତଦାନର ବିକଳ୍ପ ନାହିଁ 





ଗୁରୁଣ୍ଡିଆ: ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁରୁଣ୍ଡିଆ ସମ୍ମିଳନୀ କକ୍ଷରେ ଏକଲ ଅଭିଯାନ ଓ ସମ୍ବାଦ ପକ୍ଷରୁ ଡିସେମ୍ବର ୧୨ ତାରିଖ ଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ବେଣୁଧ ସ୍ୱାଇଁ , ସମ୍ମାନିତ ଅତିଥି ଡଃ ସୌରେନ୍ଦ୍ର ନାଏକ, ବିଶ୍ୱହିନ୍ଦୁ ପରିଷଦର ଏକଲ ଅଭିଯାନର ରାଉରକେଲା ଅଂଚଳ ପ୍ରମୁଖ ରାଜୀବ ପାତ୍ର, ଅଧ୍ୟାପକ ସୁଧାମୟ ତ୍ରିପାଠୀ, ପୂର୍ବତନ ସରପଂଚ ପ୍ରଭାକର ମୁଣ୍ଡା ଉପସ୍ଥିତ ରହି ରକ୍ତଦାନର ବିକଳ୍ପ ନାହିଁ ଓ ରକ୍ତଦାନ ମହାପୂଣ୍ୟ ବୋଲି ମତ ପ୍ରକାଶ କରିଥିଲେ । ୧୨ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । 



Comments