ହିମାଚଳ ପ୍ରଦେଶରେ ଧର୍ମାନ୍ତରିକରଣ,ଗୋ ଚାଲାଣ ବୃଦ୍ଧି ପାଉଛି - ଭିଏଚପି

 ହିମାଚଳ ପ୍ରଦେଶରେ ଧର୍ମାନ୍ତରିକରଣ,ଗୋ ଚାଲାଣ  ବୃଦ୍ଧି ପାଉଛି - ଭିଏଚପି


ଶିମଲା : ବିଶ୍ୱ ହିନ୍ଦୁ ପରିଷଦ,ହିମାଚଳ  ପ୍ରଦେଶର  ରାଜ୍ୟ ସଭାପତି ଲେଖରାଜ ରାଣା ଶିମଲା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ଧର୍ମ ପରିବର୍ତ୍ତନ, ଗା ଚୋରା ଚାଲାଣ, ଲଭ୍ ଜିହାଦ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଶାସନ ପାଖରେ   ଅଭିଯୋଗ କଲେ ମଧ୍ୟ  କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ରାଜ୍ୟର ଅନେକ ସ୍ଥାନରେ ସରକାରୀ ଜମି ଦଖଲ କରି ମସଜିଦ ନିର୍ମାଣ କରାଯାଉଛି ବୋଲି ସେ ଦାବି କରିଛନ୍ତି। ଅର୍ଥ ଲୋଭ କିମ୍ବା ଅନ୍ୟ ପ୍ରକାରର ପ୍ରଲୋଭନ ଦେଖାଇ  ଧର୍ମାନ୍ତରିତ କରାଯାଉଛି। ରାଜ୍ୟ ସରକାର ମଧ୍ୟ ୨୦୧୯ ରେ ଧର୍ମପରିବର୍ତ୍ତନ ପ୍ରସଙ୍ଗରେ ଏକ ଆଇନ ପ୍ରଣୟନ କରିଥିଲେ। ଏହା ସତ୍ୱେ  ପ୍ରଶାସନ ଏହାକୁ କଡାକଡି ଭାବେ କାର‌୍ୟ୍ୟକାରୀ କରୁନାହଁନ୍ତି । 

ଶିମଲାରେ ଲଭ ଜିହାଦର ଦୁଇଟି ମାମଲା ସାମନାକୁ ଆସିଛଇ । ଏସବୁ ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ଏସବୁ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଦେଶରେ ଏକ ବ୍ୟାପକ ଅଭିଯାନ ଆରମ୍ଭ ହେବ । ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୫ ପର‌୍ୟ୍ୟନ୍ତ  ଏସ୍‌ଡିଏମ୍ , ଡିସି ଏବଂ ଏସ୍‌ପି ଙ୍କ ମାଧ୍ୟମରେ ସରକାରଙ୍କୁ ଏକ ସ୍ମାରକପତ୍ର ପଠାଯିବ । ସେ ଅଭିଯୋଗ କରିଛନ୍ତି ଯେ ଶିମଲାରେ ମହିଳାଙ୍କୁ ବିଭ୍ରାନ୍ତ କରି ଜଣେ ମୁସଲମାନ ଯୁବକ ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। କାଶ୍ମୀରୀ ମୁସଲମାନ ଯୁବକ ହିନ୍ଦୁ ହୋଇ ମହିଳାଙ୍କୁ ନିଜ  ପ୍ରେମ ଜାଲରେ ଫସାଉଛନ୍ତି । ପରେ ତାଙ୍କୁ ଧମାନ୍ତରିତ କରିବାକୁ ଚେଷ୍ଟା କରାଯାଉଛି । ତାଙ୍କୁ ଗୋମାଂସ ଖାଇବାକୁ ଦେବା ପାଇଁ ଚେଷ୍ଟା କରାଯାଇଥିଲା। ତାଙ୍କୁ ରୋଜା ରଖିବାକୁ ବାକୁ ବାଧ୍ୟ ହୋଇଥିଲେ। ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ଦିଆଯାଇଥିଲା। ପୋଲିସକୁ ଜଣାଇଲେ ମଧ୍ୟ ଅନେକ ଦିନର  ପରେ ପୋଲିସର ଅଭିଯୋଗ ଦାଖଲ କରିଥିଲେ।, କିନ୍ତୁ ଏପର‌୍ୟ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିନାହିଁ।


ଲେଖରାଜ ରାଣା କହିଛନ୍ତି ଯେ ରାଜ୍ୟରେ ଲଭ୍ ଜିହାଦ, ଧର୍ମାନ୍ତରିକରଣ ଏବଂ ଗା  ଚୋରା ଚାଲାଣ ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କିନ୍ତୁ ସରକାର ଏବଂ ପ୍ରଶାସନ ସେମାନଙ୍କ ଉପରେ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏଭଳି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେ ବର୍ତ୍ତମାନ ପ୍ରଶାସନକୁ ଜାଗ୍ରତ କରିବା ପାଇଁ ଏକ ବିଶାଳ ଅଭିଯାନ ଘୋଷଣା କରିଛନ୍ତି।

Comments