ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ୮୨ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ତାଙ୍କୁ ଗତ ଜୁନ୍ ୨୫ତାରିଖରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍କ୍ଷି କରାଯାଇଥିଲା । ରବିବାର ସକାଳେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି । ତେବେ ତାଙ୍କର କରୋନା ରିପୋର୍ଟ ନକାରାତ୍ମକ ଥିଲା ।
ପ୍ରକାଶଯୋଗ୍ୟ, ଯଶୱନ୍ତ ସିଂ ୧୯୬୦ରେ ଭାରତୀୟ ସେନାରେ ମେଜର ପଦରୁ ଇସ୍ତଫା ଦେଇ ରାଜନୀତି କ୍ଷେତ୍ରରେ
ପ୍ରବେଶ କରିଥିଲେ । ସେ ବିଜେପିର ପ୍ରତିଷ୍ଠାତା ସଭ୍ୟ ରହିବା ସହ ଦେଶର ନେତାଙ୍କ ମଧ୍ୟରେ ସଂସଦରେ ସର୍ବାଧିକ ସମୟଅତିବାହିତ କରିଥିଲେ । ୧୯୮୦ ରୁ ୨୦୧୪ ଯାଏ ସେ ଲୋକସଭାକୁ ୬ ଥର ଓ ରାଜ୍ୟସଭାକୁ ୫ ଥର ସାଂସଦ ଭାବେନିର୍ବାଚିତ ହୋଇ ନିଜକୁ ଜଣେ ପ୍ରଭାବଶାଳୀ ନେତାଭାବେ ପ୍ରତିପାଦିତ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ ତାଙ୍କ କ୍ୟାରିୟରର ଶୀର୍ଷରେ ଥିଲେ । ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ଶାସନ ସମୟରେ ଯଶୱନ୍ତ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ । ଯଶୱନ୍ତ ଏନଡିଏ ଶାସନ ସମୟରେ ସର୍ବଦା ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ବିଶ୍ୱାସୀ ଥିଲେ । ସେ ବ୍ରଜେଶ ମିଶ୍ର ଏବଂପ୍ରମୋଦ ମହାଜନଙ୍କ ସହ ବାଜପେୟୀଙ୍କ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ପରେ ସେ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିଥିଲେ । ୧୯୯୮ ମସିହାରେ ଯେତେବେଳେ ପରମାଣୁ ପରୀକ୍ଷଣରେ ଭାରତ ସଫଳତା ହାସଲ କଲା ସେତେବେଳେ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ ଯଶୱନ୍ତ ସିଂ । ସେ ଆମେରିକା ସହିତ ଦୀର୍ଘ ସମୟ ଆଲୋଚନା କରି ପରମାଣୁ ନୀତି ଓ ରଣନୀତି ପ୍ରସ୍ତୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହାସହ ବହୁଚର୍ଚ୍ଚିତ କାର୍ଗିଲଯୁଦ୍ଧ ବେଳେ ବି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

Comments
Post a Comment