ପ୍ଲାନେଟୋରିୟମ୍ରେ ଭିଡ଼ /ଟେଲିସ୍କୋପ୍ରେ ଦେଖିଲେ ବ୍ଲଡ୍-ବ୍ଲୁ ସୁପର୍ମୁନ୍

ପ୍ଲାନେଟୋରିୟମ୍ରେ ଭିଡ଼ /ଟେଲିସ୍କୋପ୍ରେ ଦେଖିଲେ ବ୍ଲଡ୍-ବ୍ଲୁ ସୁପର୍ମୁନ୍
ଭୁବନେଶ୍ୱର (ବୁ୍ୟରୋ): ବୁଧବାର ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ କେହି ବି ହାତଛଡ଼ା କରିବାକୁ ଚାହୁଁ ନଥିଲେ । ୧୫ଠ ବର୍ଷ ପରେ ବ୍ଲଡ୍ ଓ ବ୍ଲୁ ବର୍ଣ୍ଣର ସୁପରମୁନ୍ ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ସାଧାରଣରେ ନାହିଁ ନଥିବା ଉତ୍ସୁକତା ଦେଖା ଦେଇଥିଲା । ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ରେ ଏହି ଦୃଶ୍ୟ ଦେଖିବା ଲାଗି ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ଅପରାହ୍ଣରୁ ପ୍ଲାନେଟୋରିୟମ୍କୁ ଦର୍ଶକଙ୍କ ସୁଅ ଛୁଟିଥିଲା । ଆଉ ସେଠାରେ ଟିକେଟ୍ କରି ଏହି ଦଶ୍ୟ ଦେଖିବାର ସୌଭାଗ୍ୟ ପାଇଥିଲେ ସମସ୍ତେ । ପ୍ଲାନେଟୋରିୟମ୍ରେ ଦୁଇଟି ଟେଲିସ୍କୋପ୍ ମାଧ୍ୟମରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ଏଭଳି ବିରଳ ଘଟଣା ଦେଖିଥିଲେ । ଖାସ୍ କରି ସନ୍ଧ୍ୟା ୫ଟା ପରେ ପ୍ରବଳ ଲୋକଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ଚନ୍ଦ୍ରଗ୍ରହଣ ପାଇଁ ଦେବନୀତି ମଧ୍ୟ ପରିବର୍ତ୍ତନ କରାଯିବା ସହ ପାକ ନିଷେଧ କରାଯାଇଥିଲା । ସୁପର୍ ମୁନ୍ ସହ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିବାରୁ ଏହି ଦୃଶ୍ୟ ଦେଖା ଦେଇଥିଲା । ସନ୍ଧ୍ୟା ୫ ଟା ୧୮ରୁ ଗ୍ରହଣ ଆରମ୍ଭ ହୋଇ ରାତି ପ୍ରାୟ ୮ଟା ୪୭ରେ ଶେଷ ହୋଇଥିଲା । ଗୋଟିଏ ପଟେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଓ ଅନ୍ୟପଟେ ଚନ୍ଦ୍ର ଓ ପୃଥିବୀ ପରସ୍ପର ନିକଟତର ହୋଇଥିବାରୁ ବଡ଼ ଓ ଉଜ୍ୱଳ ଜହ୍ନ ବା ସୁପର୍ମୁନ୍ ଦେଖିବାକୁ ମିଳିଥିବା ବିଜ୍ଞାନୀ ଓ ଗବେଷକ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଗ୍ରହଣ ଛାଡ଼ିବା ପରେ ସ୍ନାନଶୌଚ ପୂର୍ବକ ଦେବନୀତି ଓ ପାକ କରାଯାଇଥିଲା ।

Comments