ପବିତ୍ର ମହାଶିବରାତ୍ରିରେ ଏବିଭିପି ବାଲେଶ୍ଵର ଜିଲ୍ଲା ଭୋଗରାଇ ନଗର ତରଫରୁ ଏସିଆର ସର୍ବବୃହତ୍ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ଵର ଶୈବପୀଠରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି।
ବିବିଧତାରେ ଏକତାର ବାର୍ତ୍ତା ନେଇ ଓଡ଼ିଶା ଆସିଛନ୍ତି ଉତ୍ତର-ପୂର୍ବ ଭାରତର ଛାତ୍ରଛାତ୍ରୀ, ଓଡ଼ିଆ ଘରେ ରହିବେ, ଖାଇବେ କ୍ଷୀରି ପୁରୀ ଭଞ୍ଜକଳା ମଣ୍ଡପରେ ସିଲ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା । ୧୯୬୬ ମସିହାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରୟାସରେ ଆନ୍ତଃ ରାଜ୍ୟ ଛାତ୍ର ଜୀବନ ଦର୍ଶନ (SEIL) କାର୍ଯ୍ୟକ୍ରମ ହୋଇ ଆସୁଛି ।
Read more at: https://odia.oneindia.com/odisha/a-gesture-to-seil-representatives-were-provided-at-bhanjakala-mandap-016721.html?content=liteversion&ref=fb-instant&fbclid=IwAR03Ke1N9ee8c17yMyH5rQsl6ZyqgM-XPrmwZFc_iLRYIm-nNuyVPMAlaL0
ବିବିଧତାରେ ଏକତାର ବାର୍ତ୍ତା ନେଇ ଓଡ଼ିଶା ଆସିଛନ୍ତି ଉତ୍ତର-ପୂର୍ବ ଭାରତର ଛାତ୍ରଛାତ୍ରୀ, ଓଡ଼ିଆ ଘରେ ରହିବେ, ଖାଇବେ କ୍ଷୀରି ପୁରୀ ଭଞ୍ଜକଳା ମଣ୍ଡପରେ ସିଲ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା । ୧୯୬୬ ମସିହାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରୟାସରେ ଆନ୍ତଃ ରାଜ୍ୟ ଛାତ୍ର ଜୀବନ ଦର୍ଶନ (SEIL) କାର୍ଯ୍ୟକ୍ରମ ହୋଇ ଆସୁଛି । By Nibedita Mahanty | Updated: Sunday, February 5, 2023, 13:08 [IST] ଭୁବନେଶ୍ୱର : ଉତ୍ତର-ପୂର୍ବ ଭାରତରୁ ଓଡ଼ିଶାକୁ ଆସିଛନ୍ତି ୩୨ ଜଣିଆ ପ୍ରତିନିଧି ଦଳ। ଓଡ଼ିଆ ଘରେ ରହିବା ସହ ଓଡ଼ିଆ ଖାଦ୍ୟ ଖାଇବେ ଏହି ଅତିଥିଗଣ। ଆଉ ତା ସହ ଆମ ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣିବେ। ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଉଥିବା ଭାରତ ବର୍ଷର ରୀତିନୀତି ବିଷୟରେ ଜାଣିବେ। ଆସିଥିବା ଏହି ପ୍ରିତିନିଧି ଦଳ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ୩୨ଟି ଓଡ଼ିଆ ପରିବାରରେ ୩ ଦିନ ରହିବା ସହ ଆମ କଳା ବିଷୟରେ ଜାଣିବେ । ପ୍ରଥମ ଦିନରେ ରାଜ୍ୟର କିଛି ପ୍ରମୁଖ ବିଶ୍ଵବିଦ୍ୟାଳୟକୁ ସେମାନେ ଯିବା ସହ ଆଇଆଇଟି ଭୁବନେଶ୍ୱର ବୁଲି ସେଠାକାର ଅନୁଭୂତି ନେଇଛନ୍ତି। ରାଜ୍ୟର କିଛି ମିଡ଼ିଆ ହାଉସ ବି ଦେଖିଛନ୍ତି। କୋଣାର୍କ ସ୍ଥିତ ଗୋପ ଗ୍ରାମକୁ ଯାଇ ଗ୍ରାମାଞ୍ଚଳର ଅନୁଭୂତିକୁ ବି ସେମାନେ ଗ୍ରହଣ କରିଛନ୍ତି। କୋଣାର୍କ ମନ୍ଦିର ବୁଲି ଆମ ଚିତ୍ରକଳାର ମହତ୍ତ୍ଵ ବି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ପ୍ରତିକ୍ରିୟା ଆଶା କରି ନଥିଲି: ନରସିଂହ ମିଶ୍ର ଓଡ଼ିଆ ପିଠା, କ୍ଷୀରି, ପୁରୀ ଖାଇବା ସହ ଓଡିଆ ପୋଷକ ପରିଧାନ କରିବେ। ଏହାସହ ପୂର୍ବ ଭାରତର କଳା ଓ ସଂସ୍କୃତିକୁ ଆମ ନିକଟରେ ପ୍ରତିପାଦନ କରିବେ । ମହାପ୍ରଭୁ ଜଗନ୍ନାଥଙ୍କ ରାଜ୍ୟ ଓଡ଼ିଶା ତାର କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍ତରପୂର୍ବାଞ୍ଚଳରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସିଲର ଜଣେ ପ୍ରତିନିଧି କହିଛନ୍ତି। AD ସିଲ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରତିନିଧିମାନେ ଆମ ରାଜ୍ୟକୁ ଆସିଛନ୍ତି। Student Experience in Inter-State Living (SEIL) ଆନ୍ତଃ ରାଜ୍ୟ ଛାତ୍ର ଜୀବନ ଦର୍ଶନ ଏକ କାର୍ଯ୍ୟକ୍ରମ ଯେଉଁଥିରେ ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କୁ ଭାରତ ଏକ ପରିବାରର ଅନୁଭବ ଦେବା ସହ ବିଭିନ୍ନ ରାଜ୍ୟର ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରାଯାଇଥାଏ। ୧୯୬୨ର ଚୀନ ଭାରତ ଯୁଦ୍ଧ ପରେ ଚାଇନା ଦ୍ୱାରା ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କ ମନରେ ବିଛିନ୍ନତାବାଦର ବିଚାର ସୃଷ୍ଟି କରିବାର ହୀନ ପ୍ରୟାସ କରାଯାଉଥିଲା। ତେଣୁ ଏହି ଭ୍ରାନ୍ତିକୁ ଦୂରକରି ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କୁ ଭାରତ ଏକ ପରିବାରର ଅନୁଭବ ଦେବା ସହ ବିଭିନ୍ନ ରାଜ୍ୟର ଐତିହ୍ୟ ଓ ସଂସ୍କୃତିସହ ପରିଚିତ କରାଇବା ପାଇଁ ୧୯୬୬ ମସିହାରୁ ଏହି SEIL କାର୍ଯ୍ୟକ୍ରମ ହୋଇ ଆସୁଛି । ଏହି କ୍ରମରେ ନିବିଆଙ୍ଗ ସୁମେର ଓ ପୁନା ପେଗୁଙ୍କ ନେତୃତ୍ୱରେ ୩୨ ଜଣିଆ ଏକ ପ୍ରତିନିଧି ଦଳ ଓଡ଼ିଶାରେ ପହଞ୍ଚିଛନ୍ତି । AD ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉତ୍ତରପୂର୍ବାଞ୍ଚଳରୁ ସର୍ବମୋଟ ୪୫୦ ଜଣ ପ୍ରତିନିଧି ୧୬ ଟି ଗ୍ରୁପରେ ବିଭକ୍ତ ହୋଇ ୨୨ଟି ଦେଶର ୬୪ଟି ସ୍ଥାନ ପରିଭ୍ରମଣ କରିବେ। ଉକ୍ତ ୧୬ଟି ଗ୍ରୁପ ଉତ୍ତରପୂର୍ବାଞ୍ଚଳ ର ବିଭିନ୍ନ ସ୍ୱତନ୍ତ୍ରତା ସେନାନି ମାନଙ୍କ ନାମରେ ନାମିତ ହୋଇଛି ଏହି ପ୍ରତିନିଧି ଦଳକୁ ମଣିପୁରର ସ୍ୱତନ୍ତ୍ରତା ସଂଗ୍ରାମୀ Haipou Jadonong Malangmei ଙ୍କ ନାମରେ ନାମିତ କରାଯାଇଛି । ଉଦ୍ଧବ ଠାକରେଙ୍କ ଆବେଦନ ଉପରେ ସିନ୍ଦେ ଗୋଷ୍ଠୀକୁ ନୋଟିସ୍, ଇସିଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କଲେ କୋର୍ଟ AD ପ୍ରତିନିଧି ଦଳରେ ଅରୁଣାଚଳ ପ୍ରଦେଶରୁ ୩ ଜଣ କରି ଛାତ୍ର ଓ ଛାତ୍ରୀ, ଆସାମରୁ ୫ ଜଣ ଛାତ୍ର ଓ ଜଣେ ଛାତ୍ରୀ, ମେଘାଳୟରୁ ଜଣେ ଛାତ୍ର ଓ ୫ ଜଣ ଛାତ୍ରୀ, ନାଗାଲାଣ୍ଡରୁ ଦୁଇଜଣ ଛାତ୍ର, ମିଜୋରାମରୁ ୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ଏବଂ ତ୍ରିପୁରାରୁ ୨ ଜଣ ଛାତ୍ର ପ୍ରତିନିଧି ଅଛନ୍ତି ।
Read more at: https://odia.oneindia.com/odisha/a-gesture-to-seil-representatives-were-provided-at-bhanjakala-mandap-016721.html?content=liteversion&ref=fb-instant&fbclid=IwAR03Ke1N9ee8c17yMyH5rQsl6ZyqgM-XPrmwZFc_iLRYIm-nNuyVPMAlaL0
ଆପୋଲୋ ହଷ୍ପିଟାଲର ଶ୍ରମିକ ମାରଣ ନୀତି ବିରୋଧରେ
୨୫ ତାରିଖରେ ଗଣଧାରଣା
ତା୨୨/୦୨/୨୦୨୩ , ଭୁବନେଶ୍ୱର, ଭାରତୀୟ ମଜ୍ବୁତ୍ ସଂଘ, ଖୋର୍ଦ୍ଧା ଜିଲ୍ଲା ତରଫରୁ ଆପୋଲୋ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଆସନ୍ତା ତା-୨୫/୦୨/୨୦୨୩ ରିଖରେ ଆପୋଲୋ ହଷ୍ପିଟାଲ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଜିଲ୍ଲା ସଂମ୍ପାଦକ ଶ୍ରୀ ଅକ୍ଷୟ ରାଉତରାୟ ଆଜିର ଏହି ସାମାଜିକ ସମ୍ମିଳନୀରେ ଜଣାଇଛନ୍ତି ।
ଓଡିଶାର ଗରିବ ଜନ ସାଧାରଣଙ୍କୁ ଉନ୍ନତମାନର ଚିକିସôା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୦୭ ମସିହାରେ ଆପୋଲୋ ହଷ୍ପିଟାଲକୁ ସାଗ ମାଛ ଦରରେ ଜମି ଯୋଗାଇ ଦେଇଥିଲେ । ୨୦୧୦ ମସିହାରେ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଏହା ଚାଲୁ ହେଲା । କିଛି ଦିନ ପରେ ଜଣେ ରୋଗିର ଅଗୋଚରରେ ତାଙ୍କ କିଡନି କାଢି ନିଆଯାଇଥିଲା । ଯାହାକି ହୁ୍ୟମାନ ରାଇଟସ୍ କମିଶନର ତଥା ମାନ୍ୟବର ଉଚ୍ଚ ନ୍ୟାୟଳୟ ଆପୋଲୋକୁ ଦଣ୍ଡିତ କରିଥିଲେ । ତାହାର ଠିକ୍ କିଛି ଦିନ ପରେ ନାଲ୍କୋକୁ ମିଥ୍ୟା ବିଲ୍ ଦେବା ଅଭିଯୋଗରେ ଆପୋଲୋର ୨ ଜଣ କର୍ମଚାରୀଙ୍କୁ ପୋଲିସ୍ ଆରେଷ୍ଟ୍ କରିଥିଲେ । ବର୍ତମାନ ୨ ଜଣ ଆପୋଲୋ ହଷ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ଏହି କର୍ମଚାରୀଙ୍କ ଦ୍ୱାରା ଅନୈତିକଭାବେ ବିନା ଲାଇସେନ୍ସରେ ଲେବର ଡିପାଟମେଂଟର ବିନା ପରିମିଶନ୍ରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗତବର୍ଷ ଜଣେ ଈଝକଣ ହିତାଧିକାରୀଙ୍କୁ ଯେପରି ଭାବରେ ଟଙ୍କା ନେଇ ଚିକିସôା କରିଥିଲେ ତାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଦିର୍ଘ ୧୨ ବର୍ଷ ଭିତରେ ଆପୋଲୋ ହଷ୍ପିଟାଲ ଉନ୍ନତ ମାନର ଜନସେବା ନାଁରେ ନିଜର ବ୍ୟବସାୟ ବୃଦ୍ଧି କରିବା ବ୍ୟତିତ ଅନ୍ୟ କିଛି କରିନାହିଁ । ଖାଲି ଜନସାଧାରଣଙ୍କୁ ନୁହେଁ ହଷ୍ପିଟାଲରେ ଥିବା କର୍ମଚାରୀମାନେ ମଧ୍ୟ ଅନୁରୂପ ହଇରାଣ ହରକତ ହେଉଛନ୍ତି । ଫାର୍ମାସୀ କର୍ମଚାରୀମାନଙ୍କର ଚ.ୠ ଟଙ୍କା ହାଇଦ୍ରାବାଦରେ ଜମା କରାଯାଇଛି । ଯାହାକି କର୍ମଚାରୀମାନଙ୍କୁ ଉଠାଇବା ହଇରାଣ ହରକତ ହେଉଛନ୍ତି । ଗତ ଦିନରେ ଜଣେ କର୍ମଚାରୀଙ୍କ ମୃତୁ୍ୟ ଚ.ୠ ସହାୟତା ରାଶି ଏପର୍ଯ୍ୟନ୍ତ ମିଳିନାହିଁ । କିଛି ଦିନ ତଳେ ଜଣେ ମହିଳା କର୍ମଚାରୀଙ୍କୁ ଯୈାନ ଶୋଷଣ କରଯାଇଥିଲା । ସମସ୍ତ ପ୍ରକାର ଅନୁସନ୍ଧାନ ପରେ ଆରୋପିକୁ ଦୋଷି ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆଜିବି ସେମାନେ ଖୋଲାମ୍ ଖୋଲା ବୁଲୁଛନ୍ତି । ଆଜି ପର୍ଯ୍ୟନ୍ତ କୈାଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଶେଷଭାବେ ଫାର୍ମାସୀ ଓ କର୍ମଚାରୀମାନଙ୍କୁ ବ୍ରେକ୍ ଡୁ୍ୟଟି ଦିଆଯାଉଛି ଏବଂ ବ୍ରାଂଚରେ ଆବଶ୍ୟକରୁ କମ୍ କର୍ମଚାରୀ ନିୟୋଜିତ କରି ୮ ଘଂଟାରୁ ଅଧିକ କାର୍ଯ୍ୟ କରାଯାଉଛି । କାଜୁଆଲ୍ ଲିଫ୍, ସିକ୍ ଲିଫ୍ ବ୍ୟବହାର କରିବାକୁ ସୁଯୋଗ ଦିଆଯାଉ ନାହିଁ । ଅଭିଯୋଗ କଲେ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଛି ।
ଏ ସମସ୍ତ କାର୍ଯ୍ୟ କମ୍ପାନୀର ୨ ଜଣ ପ୍ରମୁଖ ଅଧିକାରୀ ସୁରେଶ ରେଡି ଓ ସୁଧିର ଦିଗିକର ଉଋଙଙ୍କ ଦ୍ୱାରା କରାଯାଉଛି । ଯାହାକି ହଷ୍ପିଟାଲକୁ ଜନସାଧାରଣରେ ବଦନାମ କରାଯାଉଛି । ଭିତରେ କାର୍ଯ୍ୟରତ ମହିଳା କର୍ମଚାରୀ ଆଜି ଅସୁରକ୍ଷିତ ହୋଇ ପଡିଛନ୍ତି ।
ଏ ସବୁ ର୍ଦୁନୀତିର ଫର୍ଦାଫାସ୍ କରୁଥିବା ଆପୋଲୋ ହଷ୍ପିଟାଲ ମଜ୍ଦୁର ସଂଘର ସାଧାରଣ ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରାଯାଇ କର୍ମଚାରୀଙ୍କ ସ୍ୱରକୁ ଦବାଇ ଦିଆଯାଇଛି । ଶ୍ରମିକ ସଂଗଠନଙ୍କୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି । ଯଦି ଏହିସବୁ ଶ୍ରମିକ ଶୋଷଣ ନୀତି ଜାରି ରଖନ୍ତି ତେବେ ବାଧ୍ୟ ହୋଇ ଭାରତୀୟ ମଜ୍ଦୁର ସଂଘ ରାଜ୍ୟ ବ୍ୟାପି ଆନେ୍ଦାଳନ କରିବ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯିବ ଏବଂ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଭାରତୀୟ ମଜ୍ଦୁର ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀର ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଓ ସଂଗଠନ ସମ୍ପାଦକ ଶ୍ରୀ ଗରିଶ ମହନ୍ତ, ଶ୍ରୀ ଲକ୍ଷ୍ମଣ ଦାସ କୋଷାଦକ୍ଷ, ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment