‘ଧର୍ମନିରପେକ୍ଷ’ ନୁହେଁ ‘ପନ୍ଥନିରପକ୍ଷ
ଅନିଲ କୁମାର ବିଶ୍ୱାଳ
ସମ୍ବିଧାନରେ କେଉଁଠି ବି ଲେଖା ହୋଇନି ଯେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି । ସେକୁଲାର ଶବ୍ଦକୁ ଇନ୍ଦିରା ଗାନ୍ଧୀ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସଂଶୋଧନ କରି ସମ୍ବିଧାନର ମୁଖବନ୍ଧରେ ମିଶାଇଲେ । ତାହାର ହିନ୍ଦୀ ଅନୁବାଦ ହେଲାପରେ ସମ୍ବିଧାନରେ ତାକୁ ଧର୍ମ ନିରପେକ୍ଷ ନୁହେଁ ବଂର ପନ୍ଥ ନିରପେକ୍ଷ ବୋଲି ଲେଖାଯାଇଛି । ହେଲେ କେଜାଣି କାହିଁକି ଆମର ଗଣମାଧ୍ୟମ ଠାରୁ ଆରମ୍ଭକରି ରାଜନୈତିକ ନେତୃତ୍ୱମାନେ ଧର୍ମ ନିରପେକ୍ଷ ଶବ୍ଦର ଏତେ ମୋହରେ ପଡିଛନ୍ତି । ଏପରିକି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ରାଜନୈତିକ ବିଜ୍ଞାନର ପାଠ୍ୟ ପୁସ୍ତକରେ ବି ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି ପଢାଯାଉଛି । କିନ୍ତୁ ପନ୍ଥ ନିରପେକ୍ଷ ବୋଲି ପଢାଯିବା କଥା । ସମ୍ବିଧାନକୁ ଭୁଲ ପଢାଯିବା କଣ ଏକ ଅପରାଧ ନୁହେଁ କି ? ଧର୍ମ ଏବଂ ପନ୍ଥ ଦୁଇଟି ଯାକ ଭିନ୍ନ ଶବ୍ଦ । ଇଂରାଜି ଭାଷାର ସବୁଠାରୁ ଭଲ ଶବ୍ଦକୋଷ ଭାବେ ଗଣାଯାଉଥିବା ଅକ୍ସଫୋର୍ଡ ଡିକ୍ସିନାରି ଅନୁସାରେ ଇଂରାଜି ଭାଷାରେ ସେକୁଲାର ଶବ୍ଦର ଅର୍ଥ ହେଉଛି ‘ଦ୍ଭକ୍ଟ
ୟସଗ୍ଦମକ୍ସସଜ୍ଞସଦ୍ଭବଗ୍ଧସକ୍ଟଦ୍ଭ ବଶବସଦ୍ଭଗ୍ଦଗ୍ଧ ବଦ୍ଭଚ୍ଚଭକ୍ଟୟଚ୍ଚ ସଦ୍ଭ ଗ୍ଧଷର ଦ୍ଭବଜ୍ଞର କ୍ଟଲ କ୍ସରକ୍ଷସଶସକ୍ଟଦ୍ଭ’ା ଅର୍ଥାତ ରିଲିଜିଅନ ଆଧାରରେ କାହା ସହିତ ବାଛବିଛାର କରାଯାଇପାରିବ ନାହିଁ । ରିଲିଜିଅନ ଶବ୍ଦର ଅର୍ଥ କଣ ? ସେହି ଅକ୍ସଫୋର୍ଡ ଡିକ୍ସିନାରି ଅନୁସାରେ ରିଲିଜିଅନର ଅର୍ଥ ହେଉଛି ଏକ ପୁସ୍ତକ, ଏକ ଭଗବାନ ଓ ଏକ ମତବାଦରେ ବିଶ୍ୱାସ କରୁଥିବା ସମୁହ ବା ସର୍ମ୍ପଦାୟ । ଯଦି ରିଲିଜିଅନର ସଠିକ ବାଖ୍ୟା କରାଯାଏ ତାହେଲେ ଖ୍ରୀଷ୍ଟିୟାନ, ଇସଲାମକୁ ରିଲିଜିଅନ କୁହାଯିବ । କାରଣ ସେମାନଙ୍କର ଗୋଟିଏ ପୁସ୍ତକ, ଗୋଟିଏ ଭଗବାନ ରହିଛନ୍ତି । ହିନ୍ଦୁ ଏକ ରିଲିଜିଅନ ନୁହେଁ । ଏହା ଏକ ମାନବ ସଭ୍ୟତାର ପ୍ରବାହମାନ ଧାରା । ହିନ୍ଦୁ ଏକ ସଂସ୍କୃତି । ହିନ୍ଦୁତ୍ୱ ହେଉଛି ଜିବନ ପଦ୍ଧତି । ଧର୍ମ ଶବ୍ଦର ଅର୍ଥ ହେଉଛି ଯାହା ଧାରଣ କରେ, ଯାହା କର୍ତ୍ୟବ, ଯାହା କରିବା ଉଚିତ୍ । ଧର୍ମ ହେଉଛି ଏକ ଭାରତୀୟ ଶବ୍ଦ । ନିରପକ୍ଷ ହଉଛି ଧର୍ମରୁ ବିରତ ହେବା । ଗୋଟିଏ ଦେଶ ବା ସରକାର ତାର କର୍ତ୍ୟବରୁ କେମିତି ଦୁରେଇ ରହିପାରିବ ? ସମ୍ବିଧାନ ଯେତେବେଳେ ପ୍ରସ୍ତୁତ ହୋଇଥିଲା ସମ୍ବିଧାନ ସଭାରେ ଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଜବାହର ଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବିଆର ଆମ୍ବେଦକର । ସମସ୍ତେ ଜଣେ ଜଣେ ଜ୍ଞାନି ଗୁଣିରେ ପରିପୃର୍ଣ୍ଣ ବ୍ୟକ୍ତିତ୍ୱ । ଦେଶକୁ ଗଢିବା ବାଲା । କନଷ୍ଟିଚ୍ୟୁଏଂଟ ଆସେମ୍ବ୍ଲି ବା ସମ୍ବିଧାନ ସଭାରେ କେ.ଟି. ଶାହ ଏକ ପ୍ରସ୍ତାବନା ଦେଇଥିଲେ କି ଭାରତକୁ ସେକୁଲାର, ଫେଡେରାଲ ଓ ସୋସିଆଲିଷ୍ଟିକ ଦେଶ ଭାବେ ଘୋଷଣା କରାଯାଉ । କିନ୍ତୁ ବାବା ସାହେବ ଆମ୍ବେଦକର ଉଭୟ ସେକୁଲାର ଓ ସୋସିଆଲିଷ୍ଟିକକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜବାହରଲାଲ ନେହେରୁଙ୍କ ଠାରୁ କଣ ଇନ୍ଦିରା ଗାନ୍ଧୀ ବେଶି ସେକୁଲାର । ତାହେଲେ ମୂଳ ସମ୍ବିଧାନର ମୁଖବନ୍ଧକୁ କାହିଁକି ବଦଳାଗଲା? ସମ୍ବିଧାନର ମୁଖ୍ୟ ପ୍ରଣେତା ବାବା ସାହେବ ଭିମରାଓ ଆମ୍ବେଦକରଙ୍କ ଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଣ ସତରେ ବେଶି ବିଦ୍ୱାନ, ବେଶି ଅନୁଭବି, ଦେଶର ଜନଭାବନାର ବେଶି ଜ୍ଞାତା ଥିଲେ କି ? ଏକଥା ଏଇଥି ପାଇଁ ପ୍ରଶ୍ନ ଉଠୁଛି କି ଯାହା ନିଜେ ବାବା ସାହେବ ଆମ୍ବେଦକର କରିଲେ ନାହିଁ, ତାହାର ଆବଶ୍ୟକତା କଣ ଏତେ ପଡିଲା ଯେ ଇନ୍ଦିରା ଗାନ୍ଧୀ ସମ୍ବିଧାନରେ ସଂଶୋଧନ ଆଣି ସେକୁଲାର ଶବ୍ଦକୁ ଆଣିଲେ ଓ ତାହାର ହିନ୍ଦି ଅନୁବାଦରେ ଧର୍ମନିରପେକ୍ଷ ଲେଖିବା ପାଇଁ ଚାହୁଁଥିଲେ । ସେକୁଲାର ଶବ୍ଦର ହିନ୍ଦି ଅନୁବାଦ ପ୍ରକୃତରେ ଧର୍ମ ନିରପକ୍ଷ ନୁହେଁ ଏହା ପନ୍ଥ ନିରପକ୍ଷ ବୋଲି ସେତେବେଳେର ସମ୍ବିଧାନ ବିଶାରଦ ଏଲ ଏମ ସିଙ୍ଗଭି ଅଡି ବସିଲେ ଯାହାକୁ ଅନେକ କଂଗ୍ରେସ ନେତା ମାନେ ସମର୍ଥନ କରିଲେ । ଯାହା ଫଳରେ ସମ୍ବିଧାନରେ ପନ୍ଥ ନିରପକ୍ଷ ଶବ୍ଦ ହିଁ ରହିଲା । ଯେଉଁ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ଭଳି ନିଷ୍ପତି ନେଇପାରିଲେ, ଯିଏ ଦେଶରେ ନାଗରିକମାନଙ୍କର ମୌଳିକ ଅଧିକାରରୁ ଲୋକମାନଙ୍କୁ ବଂଚିତ କଲେ ତାଙ୍କର ଏହି ନିଷ୍ପତିକୁ ଆମେ ଏକ ପରିପକ୍ୱ ନିଷ୍ପତି ବୋଲି ମାନିପାରିବା କି ? କୌଣସି ଶବ୍ଦ ସାଧାରଣ ଭାବେ ତିଆରି ହୋଇ ନଥାଏ । ସେକୁଲାର ଶବ୍ଦର ଉତ୍ପତି ଇୟୁରୋପରେ ହୋଇଥିଲା । ସେହି ଶବ୍ଦର ଗଠନ ପଛରେ ନିଶ୍ଚିତ ପୃଷ୍ଠଭୂମି ଓ ନିଶ୍ଚିତ ପ୍ରକାରର ପରିସ୍ଥିତି ରହିଥାଏ । ଦେଖିବାକୁ ଗଲେ ସେକୁଲାର ଶବ୍ଦ ମଧ୍ୟ ଏହି ଭଳି ଏକ ବିଦେଶୀ ଶବ୍ଦ ଯାହା ବିଦେଶରେ ଏକ ବିଶେଷ ପ୍ରକାରର ପରିସ୍ଥ୍ିତିରେ ତିଆରି ହୋଇଛି । ୟୁରୋପରେ ଯେତେବେଳେ ଚର୍ଚ ପ୍ରଭାବ ବଢିବାରେ ଲାଗିଲା ସେତେବେଳେ ଚର୍ଚ ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବାକୁ ଆରମ୍ଭ କଲା । ସେତେବେଳେ ୟୁରୋପର ଲୋକ ମାନେ ଏହାର ପ୍ରତିବାଦ କଲେ । ଏହି ପ୍ରତିବାଦ ଫଳରେ ସେକୁଲାର ଶବ୍ଦ ତିଆରି ହେଲା । ଅର୍ଥାତ ଚର୍ଚ ତାର କାମ କରୁ ହେଲେ ତାହା ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରିତ ନ କରିବା ଆବଶ୍ୟକ । କୁହାଗଲା ଯେ ଷ୍ଟେଟ ଅର୍ଥାତ ସରକାରକୁ ସେକୁଲାର ହେବା ଆବଶ୍ୟକ । ଏହି ପରିସ୍ଥିତିରେ ସେକୁଲାର ଶବ୍ଦର ଜନ୍ମ ହେଲା । ମାତ୍ର ଭାରତରେ ୟୁରୋପରେ ବିଶେଷ ପରିସ୍ଥିତିରେ ଜନ୍ମିତ ଏହି ଶବ୍ଦକୁ ଭାରତରେ ଲାଗୁ କରିବାକୁ ଚେଷ୍ଟା କରାଗଲା । ଭାରତର ପରିସ୍ଥିତିରେ ଏହି ସେକୁଲାର ଶବ୍ଦର କୌଣସି ପ୍ରାସଙ୍ଗିକତା ନ ଥିଲା । ଭାରତୀୟ ଦର୍ଶନ ଏକଂ ସତ ବିପ୍ରାଃ ବହୁଧା ବଦନ୍ତିରେ ବିଶ୍ୱାସ କରେ ତଥା ଏଠାରେ ଉପାସନା ପଦ୍ଧତିକୁ ନେଇ କେବେ କାହାକୁ ହଇରାଣ ହରକତ କରା ଯିବାର ଇତିହାସ ନାହିଁ । ତେଣୁ ଏକ ବିଦେଶୀ ପରିସ୍ଥିତିରେ ନିର୍ମିତ ଶବ୍ଦକୁ ବିନା କୌଣସି କାରଣରେ ଭାରତରେ ଲାଗୁ କରା ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୪୨ତମ ସମ୍ବିଧାନ ସଂଶୋଧନ ସବୁଠାରୁ ବିବାଦୀୟ ସମ୍ବିଧାନ ସଂଶୋଧନ ବୋଲି ମନାଯାଏ । ଏହି ସଂଶୋଧନ ହୋଇଥିଲା ଯେତେବେଳେ ଦେଶରେ ଜରୁରି କାଳିନ ପରିସ୍ଥିତି ଜାରି ହୋଇଥିଲା । ଭାବନ୍ତୁ ଯେତେବେଳେ ଦେଶରେ ଜରୁରୀ କାଳିନ ପରିସ୍ଥିତି ଜାରି କରିଥିଲେ ଇନ୍ଦିରା ଗାନ୍ଧୀ ସେତେବେଳେ ସବୁ ବଡ ବଡ ନେତା ଜେଲ୍ରେ, ଦେଶର ସବୁ ବଡ ବଡ ଗଣମାଧ୍ୟମମାନଙ୍କର ପାଟି ଚୁପ୍, ସବୁ ବଡ ସାମ୍ବାଦିକମାନଙ୍କ ଉପରେ ପ୍ରତିବନ୍ଧକ ଲାଗିଥିଲା । ସେହି ସମୟରେ ଆସିଥିବା ସମ୍ବିଧାନ ସଂଶୋଧନକୁ ସୁସ୍ଥ ଭାବରେ ଗ୍ରହଣ କରାଯାଇ ପାରିବ କି ? ୪୨ତମ ସମ୍ବିଧାନ ସଂଶୋଧନ ଲୋକସଭାରେ ୧୧ ନଭେମ୍ବର ୧୯୭୬ରେ ସଂସଦରେ ପାସ କରାଯାଇଥିଲା ଯେତେବେଳେ ଦେଶର ସବୁ ପ୍ରମୁଖ ରାଜନୈତିକ ବୃନ୍ଦମାନେ ଯେପରିକି ମୋରାଜି ଦେଶାଇ, ଜୟ ପ୍ରକାଶ ନାରାୟନ, ରାଜମାତା ସିନ୍ଧିଆ, ଅଟଳ ବିହାରି ବାଜପେୟୀ ଆଦି ପ୍ରମୁଖ ମାନେ ଜେଲରେ ଥିବା କାରଣରୁ ସଂସଦରେ ହେଉଥିବା ଏହି ଆଲୋଚନାରେ ଭାଗ ନେଇପାରିନଥିଲେ । ଜରୁରୀକାଳିନ ପରିସ୍ଥିତି ପରେ ଯେଉଁ ନିର୍ବାଚନ ଆସିଲା ସେତେବେଳେ ମୁଖ୍ୟ ବିରୋଧୀ ଦଳ ଥିବା ଜନତା ଦଳ ସେମାନଙ୍କର ନିର୍ବାଚନ ପ୍ରତିଶୃତି ପତ୍ରରେ ୪୨ତମ ସମ୍ବିଧାନ ସଂଶୋଧନକୁ ଖାରଜ କରିବା କଥା ପ୍ରତିଶୃତି ଦେଇଥିଲେ । ଏପରିକି ମୋରାଜି ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଯେଉଁ ମିଳିତ ସରକାର ଆସିଲା ସେମାନେ ଲୋକସଭାରେ ୪୨ତମ ସମ୍ବିଧାନ ସଂଶୋଧନକୁ ରଦ୍ଦ କରିବା ନେଇ ବିଲ ପାସ କରିଦେଲେ କିନ୍ତୁ ତାହା ରାଜ୍ୟସଭାରେ କାଟ ଖାଇଗଲା କାରଣ ରାଜ୍ୟସଭାରେ କଂଗ୍ରେସର ସଂଖ୍ୟାଗରିଷ୍ଠତା ଥିଲା । ସମ୍ବିଧାନର ମୂଳ ପ୍ରସ୍ତାବନାରେ ତିନୋଟି ଶବ୍ଦ ଥିଲା । ସୋଭେରନ, ଡେମୋକ୍ରାଟିକ, ରିପବ୍ଲିକ । ସେକୁଲାର ଶବ୍ଦ ନଥିଲା । ୧୯୭୬ରେ ଇନ୍ଦିରା ଗାନ୍ଧୀଙ୍କର ସରକାରରେ ୪୨ ତମ ସଂଶୋଧନରେ ସେକୁଲାର ଓ ସୋସିଆଲଜିମ ଶବ୍ଦ ଯୋଡାଗଲା । କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ । ସମ୍ବିଧାନର ଯେଉଁ ପ୍ରିଆମ୍ବଲ ଅଛି ବା ପ୍ରସ୍ତାବନା ଅଛି ତାହାକୁ ବଦଳାଯାଇପାରିବ କି ? ବାବା ସାହେବ ଜାଣିଶୁଣି ପ୍ରସ୍ତାବନା ଓ ସମ୍ବିଧାନକୁ ଅଲଗା ରଖିଥିଲେ । ମୁଳ ପ୍ରିଆମ୍ବଲ ବା ପ୍ରସ୍ତାବନାକୁ ବଦଳା ନଯାଉ ଏହା ଥିଲା ବାବା ସାହେବଙ୍କର ଇଛା । କାରଣ ଯଦି ମୁଳ ପ୍ରସ୍ତାବନାକୁ ବଦଳାଯାଇପାରିବ ତାହେଲେ ଯଦି ଭବିଷ୍ୟତରେ କେଉଁ ଏକ ସରକାର ଆସେ ଓ ଡେମୋକ୍ରାଟିକ କୁ ବଦଳାଇ ରାଜତନ୍ତ୍ର କରିଦିଏ ତାହେଲେ କଣ ହେବ । ବା ଆଉ କେଉଁ ସରକାର ଆସି ଫେଡେରାଲ ଶବ୍ଦକୁ ହଟାଇ ଦିଏ ତାହେଲେ କି ପରିସ୍ଥିତି ସୃଷ୍ଟି ହେବ । ଏସବୁକୁ ଗଭିର ଭାବେ ଚିନ୍ତା କରି ବାବା ସାହେବ ଆମ୍ବେଦକର ପ୍ରିଆମ୍ବଲକୁ ସମ୍ବିଧାନଠାରୁ ଅଲଗା ରଖିଥିଲେ । ହେଲେ ଇନ୍ଦିରା ଗାନ୍ଧୀ ନିଜେ ବାବା ସାହେବ ଆମ୍ବେଦକରଙ୍କର ସେହି ଭାବନା ଉପରେ କୁଠାରଘାତ କରିଥିଲେ । ଜଣାନାହିଁ ଇନ୍ଦିରା ଗାନ୍ଧୀ ସେତେବେଳେ କାହା ଦ୍ୱାରା ଅନୁପ୍ରାଣିତ ହେଉଥିଲେ ହେଲେ ନିଶ୍ଚିନ୍ତ ଭାବରେ ଏମିତି କିଛି ମସ୍ତିଷ୍କ ଇନ୍ଦିରା ଗାନ୍ଧୀଙ୍କର ଉପରେ ପ୍ରଭାବ ବିସ୍ତାର କରୁଥିଲେ ଯାହାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁମାନଙ୍କୁ ନିଜର ହିନ୍ଦୁତ୍ୱ ଭାବନାଠାରୁ ଦୁରେଇ ରଖିବା ପାଇଁ । ସେଥିପାଇଁ ସେମାନେ ରାଷ୍ଟ୍ରକୁ ସେକୁଲାର ଘୋଷଣା କରି କିଛି ସେକୁଲାରବାଦି ମାନଙ୍କର ଗୋଷ୍ଠୀ ତିଆରି କରିଲେ ଯେଉଁ ମାନେ ପରବର୍ତୀ ସମୟରେ ହିନ୍ଦୁ ମାନଙ୍କ ଅପେକ୍ଷା ମୁସଲମାନଙ୍କର ସ୍ୱାର୍ଥକୁ ବେଶୀ ଧ୍ୟାନ ଦେଲେ । ତାହା ଆଜିବି ଅପରିବର୍ତିତ ଅଛି । ଯେତେବେଳେ ବି କଂଗ୍ରେସ କେନ୍ଦ୍ରରେ କ୍ଷମତାରୁ ଦୁରେଇଛି ସେତେବେଳେ କଂଗ୍ରେସ ଦଳ ସେକୁଲାର ଶବ୍ଦର ବେଶି ବ୍ୟବହାର କରିଛି । ଏବେ ନାଗରିକ ସଂଶୋଧନ ଆଇନ ଆସିବା ପରେ ଦେଶର ସେକୁଲାରିଜମ ନଷ୍ଟ ହୋଇଗଲା ବୋଲି କଂଗ୍ରେସ ଦଳ ବେଶି ଚିତ୍କାର କରୁଛି । ନାଗରିକ ସଂଶୋଧନ ଆଇନ ଦେଶରେ କାହାର ନାଗରିକତା ନେବ ନାହିଁ । ଏହା କେବଳ ନାଗରିକତା ଦେବ । ହେଲେ କଂଗ୍ରେସ ଦଳ କିନ୍ତୁ ଦେଶରେ ରହୁଥିବା ମୁସଲମାନମାନଙ୍କ ମନରେ କେନ୍ଦ୍ର ସରକାର ସେକୁଲାରିଜମକୁ ନଷ୍ଟ କରିଦେଲେ ବୋଲି କହି ଏମିତି ଡର ପୁରାଇଲେ ଯେ ଦେଶରେ ସମୁଦାୟ ଏବେ ସୁଦ୍ଧା ଦଙ୍ଗାରେ ପାଖାପାଖି ୭୦ ମୃତ ହେଲେଣି । ଗୋଟିଏ ଦେଶ ଧର୍ମ ନିରପେକ୍ଷ କେମିତି ହୋଇପାରିବ ? ଗୋଟିଏ ଦେଶର ଧର୍ମ କେମିତି ରହିବନି । ନିଆଁର ଧର୍ମ ହେଉଛି ଜଳିବା, ପାଣିର ଧର୍ମ ହେଉଛି ବୋହିବା । ସେମିତି ଗୋଟିଏ ରାଷ୍ଟ୍ରର ବି ଧର୍ମ ଅଛି । ତାହା ହେଉଛି ସେ ଦେଶରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କୁ ସମ୍ମାନର ସହିତ ବଂଚିବାକୁ ସୁନିଶ୍ଚିନ୍ତ କରିବା, ଦେଶରେ ସାର୍ବଭୌମତ୍ୱକୁ ସୁରକ୍ଷା ରଖିବା ଇତ୍ୟାଦି । ଗୋଟିଏ ଦେଶ କେବେବି ଧର୍ମ ନିରପେକ୍ଷ ହୋଇପାରିବ ନାହିଁ । ହଁ ଦେଶ କେବଳ ପନ୍ଥ ନିରପେକ୍ଷ ହୋଇପାରିବ । ତେଣୁ ପନ୍ଥ ନିରପେକ୍ଷ କୁ ଧର୍ମ ନିରପେକ୍ଷ ବୋଲି କୁହାଯାଇ ଭ୍ରମିତ କରାନଯାଉ ।
ହରିରାଜପୁର, ପୁରୀ
Comments
Post a Comment