ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ହରିଚନ୍ଦନପୁର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ନିଧି ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ ।

 ହରିଚନ୍ଦନପୁର: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ନୂଆ ଅଭିଯାନ ଆରମ୍ଭ କରିଛି ବିଶ୍ବ ହିନ୍ଦୁ ପରିଷଦ । ଏହି ପରିପେକ୍ଷୀରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ପିଟାପିଟି ଗ୍ରାମ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚାୟତ ଅଭିଯାନ ପ୍ରମୁଖ ପ୍ରତାପ ରୁଦ୍ର ସାହୁଙ୍କ ସଂଯୋଜନାରେ ଅଯୋଧ୍ୟାରେ ନବ ନିର୍ମାଣ ହେବାକୁ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ସକାସେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ନିଧି ସଂଗ୍ରହ ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା । ଏଥିରେ ବିଶ୍ଵ ହିନ୍ଦୁ ପରିଷଦ ଜଂଘିରା ଜୋନର ପ୍ରଭାରୀ ଧରଣୀ ଧର ସେଠୀ ସାମୁହିକ ଆଲୋଚନା କରି ଭବ୍ୟ ମନ୍ଦିର ଗଠନ ନିମନ୍ତେ ହୃଦୟରୁ ସମସ୍ତଙ୍କ ସହଯୋଗ ନିମନ୍ତେ ଆହ୍ବାନ କରିଥିଲେ । ଦେଶରେ ହେବାକୁ ଥିବା ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ସମସ୍ତ ରାମ ଭକ୍ତଙ୍କ ଠାରୁ ନିଧି ସହଯୋଗ ନିଆଯିବ । ଆସନ୍ତା ୧୫ ଜାନୁଆରୀ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂରା ଦେଶବ୍ୟାପୀ ଏହି ଅଭିଯାନ ଜାରିରହୁ ଥିବା ବେଳେ ପିଟାପିଟି ପଞ୍ଚାୟତରେ ମଧ୍ୟ ନିଧି ସଂଗ୍ରହ କରାଯିବ ସୂଚନା ରହିଛି । ଶ୍ରୀରାମଙ୍କର ଏହି ମନ୍ଦିର ନିର୍ମାଣ ପାଇଁ ଯେଉଁ କଷ୍ଟ କରିବାକୁ ପଡ଼ିଛି ତାହାର ଇତିହାସ ଲୋକଙ୍କ ପାଖରେ ପହଞ୍ଚାଯିବ । ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକତ୍ତା ଏହି ବାର୍ତ୍ତା ନେଇ ଦେଶର ୪ ଲକ୍ଷ ଗାଁରେ ପହଞ୍ଚି ବାକୁ ଯୋଜନା ରହିଥିବା ବେଳେ ୧୧ କୋଟି ପରିବାରକୁ ଭେଟିବା ସହ ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ମନ୍ଦିରର ଇତିହାସ ବାବଦରେ ଅବଗତ କରାଇବେ କାର୍ଯ୍ୟକର୍ତ୍ତା । ପ୍ରସ୍ତୁତ ବୈଠକରେ ଗଟ ପ୍ରମୁଖ ଶ୍ରବଣ କୁମାର ସେଠୀ, ଦୟାନିଧି ସାହୁ, ସୁଶାନ୍ତ କୁମାର ପାତ୍ର, ଚିନ୍ମୟ କୁମାର ବେଜ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments