ଏହା କେବେ ବନ୍ଦ ହେବ

 ଏହା କେବେ ବନ୍ଦ ହେବ

ବାଲିପାଟଣା ସାହେବ ନଗର ଗାଁରୁ ୪୦ ପେଟି ଗୋମାଂସ ଜବତ 



ବାଲିପାଟଣା: କେଉଁଠି ବେଆଇନ ଗୋଚାଲଣ ହେଉଛି ଆଉ କେଉଁଠି ଗୋ ମାଂସ ଚାଲାଣ ହେଉଛି । ପ୍ରତ୍ୟେକ ଦିନ ଏହି ପରି ଘଟଣା ପଟି ଚାଲିଛି । ଏହା କଣ ବନ୍ଦ ହେବନି ନା ଏପରି ଚାଲୁଥିବ । ଏସବୁ ବନ୍ଦ ପାଇଁ ସମସ୍ତ ଆଇନ୍ ଥାଇ ମଧ୍ୟ ନିର୍ଭୟରେ   ଏ କାମ କରିଚାଲିଥିବା ବ୍ୟକ୍ତିମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଭିଯୋଗ ହେଉଛି । ଆଜି ଏହି ପରି ଏକ ଘଟଣା ଘଟିଛି ବାଲିପାଟଣା  ସାହେବ ନଗରରେ । ସାହେବନଗର ଗାଁରୁ  ଆଜି ୪୦ ପେଟି ଗୋମାଂସ ଜବତ ହୋଇଛି । 

ଏହି ଗାଁର ଫିରୋଜ ଖାଁ ନିଜ ଘରେ ବେଆଇନ ଭାବରେ ଗୋରୁ କାଟି ବାହାରକୁ ଚାଲାଣ କରେ । ଆଜି ଗୋମାଂସ ନେଇ ଯାଉଥିବା ଗାଡିଟି ଗଳି ପଡିବାରୁ ଘଟଣାଟି ଲୋକ ଲୋଚନକୁ ଆସିଥିଲା । ବାଲିପାଟଣା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଥିଲା । ଏହାପରେ ଜାପାନୀ ଘରୁ ୪୦ ଗୋଟି ପେଟିରେ ବରଫ ସହିତ ପ୍ୟାକ ଗୋମାଂସକୁ ଜବତ କରିବା ସହିତ   ଘଟଣା ସ୍ଥଳରେ ଡୋଜର ସାହାର୍ଯ୍ୟରେ ବଡ ଗାତ ଖୋଳି ଉକ୍ତ ମାଂସକୁ ପୋତି ଦେଇଥିଲେ । 

ଓଡିଶାରେ ଏହିପରି ଅନେକ ଘଟଣା ଘଟୁଛି । ଗତ ଜାନୁଆରୀ ୧୯ ତାରିଖ ଦିନ ରାଉରକେଲା ସେକ୍ଟର- ୩ ଥାନା ଅଂଚଳର ଶକ୍ତିନଗରଠାରେ ଥିବା ବିଶ୍ୱକର୍ମା ବସ୍ତିରେ ଜାନୁଆରୀ ୧୯ ତାରିଖ ଦିନ ସକାଳେ ୨ ଜଣ ଯୁବକ ସାଇକେଲରେ ଏକ ବୋରାରେ ଗାଈ ମାଂସ ଭର୍ତି କରି ଚୋରାରେ ଚାଲାଣ କରୁଥିଲେ । ଏ ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ପହଁଚି ଥିଲେ । ଉଭୟ ଗୋମାଂସ ଚାଲାଣ କାରୀଙ୍କୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚିବା ବେଳକୁ କୌଶଳକ୍ରମେ ୨ ଜଣଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିଲା ।  ଅନ୍ୟ ଜଣେ ପୋଲି ହାତରେ ଧରାପଡିଥିଲେ । ପୋଲିସ ଗାଈ ମାଂସକୁ ଜବତ କରିବା ସହ ଗୋ ମାଂସ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । 

ସେହିପରି  ସୁନ୍ଦରଗଡ ଜିଲ୍ଲରେ ଥିବା ହେମଗିରି ଥାନା ଅଞ୍‌ଚଳର ଗର୍ଜନ ଜୋରଠାରେ ବେଆଇନ ଭାବେ ଗୋଚାଲାଣ ହେଉଥିବାବେଳେ ଗ୍ରାମବାସୀମାନଙ୍କ ସହଯୋଗରେ ବଜରଙ୍ଗ ଦଳର କର୍ମୀମାନେ କଂସେଇ ହାତରୁ ୧୧ଟି ବଳଦ ଉଦ୍ଧାର କରିଥିଲ । ତେବେ ଏହି ଘଟଣାର ୨୪ ଘଂଟା ମଧ୍ୟରେ ପୁଣି ଥରେ ସେହି ହେମଗିରି ଥାନା  ତୁରୁବଗା ଅଂଚଳ ଦେଇ ବେଆଇନ ଭାବେ ଚାଲାଣ ହେଉଥିବା ୧୬ଟି ଗାଈକୁ ବଜରଙ୍ଗ ଦଳର କର୍ମୀମାନେ ଉଦ୍ଧାର କରିଥିଲେ । ଏଠି ମଧ୍ୟ ଗୋଚାଲାଣକାରୀଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣଙ୍କୁ ମଧ୍ୟ କାବୁ କରିଥିଲେ । ପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ କେସ ରୁଜୁ କରି ତଦନ୍ତ ଚଳାଇଛି । ୨ ଦିନ ମଧ୍ୟରେ ଜିଲ୍ଲାର ଗୋଟିଏ ଥାନା ଅଂଚଳରେ ୨ଟି ଜାଗାରେ ୨୭ଟି ଗାଈ ଉଦ୍ଧାର କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । 

ଧାମନଗର ଅଂଚଳରୁ ଦୈନିକ ଜିଲା ବାହାରକୁ ଓ ଅନ୍ୟ ରାଜ୍ୟକୁ ବେଆଇନ ଗୋରୁ ଚାଲାଣ କରାଯାଉଛି । ଛୋଟ ଓ ବଡ ଟ୍ରକରେ ଆବଶ୍ୟକତା ଠାରୁ ଅଧିକ ଗୋରୁ ଅତି ଅମାନୁଷିକ ଭାବେ ଗାଡିରେ ଲଦି ଚାଲାଣ କରାଯାଉଛି । ଯେଉଥିପାଇଁ ଜାନୁଆରୀ ୧୭ ତାରିଖ ଦିନ ଏକ ଗୋରୁ ବୋଝେଇ ପିକଅପ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ୨ଟି ଷଣ୍ଢ ସମେତ ୫ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛିା ଏହାକୁ ନେଇ  ଦିନ ତମାମ ଧାମନଗରରେ ଉଜେନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହିତ ଦୀର୍ଘ ପ୍ରାୟ ୧୦ ଘଂଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ସୂଚନା ଅନୁଯାୟୀ ଚଣ୍ଡିଖୋଲ ଅଂଚଳରୁ ଏକ ପିକଅପ (ଓଆର-୦୪କେ୭୨୮୨)ରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଷଣ୍ଢ ଓ ଗୋରୁକୁ ଧରି ଧାମନଗର ଆସୁଥିଲ।। ଧାମନଗର-ଭଦ୍ରକ ମୁଖ୍ୟରାସ୍ତାର ଭଣ୍ଡାରିପଦି ଛକ ନିକଟରେ  ଭୋର ପ୍ରାୟ ସାଢେ ୫ଟା ସମୟରେ ପିକଅପଟି ଅତି ଦ୍ରୁତଗତୀରେ ଆସୁଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଗାଡିଟି ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ପିକଅପ ଭିତରେ ଥିବା ଗୋରୁଙ୍କ ମଧ୍ୟରୁ ୨ଟି ଷଣ୍ଢ, ଗୋଟିଏ ବଦଳ ଓ ଦୁଇଟି ଗାଈ ଘଟଣାସ୍ଥଳେ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକ ଖବରପାଇ ସେଠାରେ ପହଁଚି ଗାଡିରେ ବନ୍ଧା ଅବସ୍ଥାରେ ଥିବା ଅନ୍ୟ ଗୋରୁକୁ ଉଦ୍ଧାର କରିଥିଲେ । ସେଥିମଧ୍ୟରୁ ୨ଟି ଷଣ୍ଢ ବି ଥିଲେ । ତେବେ ଛୋଟ ପିକଅପରେ ଗୋରୁ ଓ ଷଣ୍ଢ ଗୁଡିକୁ ବନ୍ଧା ଯାଇ ତା ଉପରେ ଅତି ଅମାନୁଷିକ ଭାବେ ଅଣାଯାଉଥିବାରୁ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଏହି ବେଆଇନ ଗୋରୁ ଚାଲାଣ ଓ ଗୋରୁ ମୃତ୍ୟୁ ଘଟଣାକୁ ନେଇ ଆଖପାଖ ଅଂଚଳରୁ ଶତାଧିକ ଲୋକ ସେଠାରେ ପହଁଚି ଭଦ୍ରକ-ଧାମନଗର ମୁଖ୍ୟରାସ୍ତାର ଭଣ୍ଡାରିପଦି ଛକ ଠାରେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅସାମାଜିକ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କୁ ଗିରଫ କରିବା । ଧାମନଗରରୁ ଗୋ ଚାଲାଣକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ଦାବିରେ ଶତାଧିକ ଲୋକ ଜିଦ ଧରି ରାସ୍ତାରେ ମୃତ ଗୋରୁ ରଖି ଅବରୋଧ କରିଥିଲୋ ଏପରିକି ଗାଡିରୁ କଡା ଯାଇଥିବା ଅନ୍ୟ ଗୋରୁକୁ ନେବା ପାଇଁ କେତେକ ଲୋକ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଅବରୋଧକାରୀ ମାନେ ସେମାନଙ୍କୁ ଦେଖି ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଦୈଡି ପଳାଇଥିଲେ । ଦୀର୍ଘ ୧୦ ଘଂଟା ପରେ ଜିଲା ଅତିରିକ୍ତ ଏସପି ଯତିନ ପଣ୍ଡା, ଉପଜିଲ୍ଲାପାଳ ପିତାମ୍ବର ସାମଲ, ତହସିଲଦାର ରାଧାକାନ୍ତ ବାରିକ, ପୁଲିସ ଏସ୍‌ଡିପିଓ ସାର୍ଥକ ରାୟ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି ଓ ଭଣ୍ଡାରିପୋଖରୀ ଥାନାଧିକାରୀ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସମେତ ୩ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳେ ପହଁଚି ଥିଲେ । ରାସ୍ତା ଅବରୋଧକାରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ଧାମନଗରରୁ ସଂପୂର୍ଣ୍ଣ ଭାବେ ଗୋରୁ ଚାଲାଣ ବନ୍ଦ କରାଯିବା ସହିତ ୨୪ ଘଂଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ଘଟିଥିଲା । ଏହି ରାସ୍ତା ଅବରୋଧ ଯୋଗୁଁ ଦିନ ତମାମ ଯାତାୟତ ଠପ ହୋଇ ପଡିଥିଲା ଏବେ ସବୁଠି ଗୋଟିଏ ଚର୍ଚ୍ଚା ଏହା କେବେ ବନ୍ଦ ହେବ । 

Comments