କରୋନା ମହାମାରୀର ଆହ୍ୱାନ ପରେ ଆତ୍ମନିର୍ଭରଶୀଳତା,ଆତ୍ମ ନିଯୁକ୍ତି ଓ ଦକ୍ଷତା ବିକାଶକୁ ସାମାଜିକ ଆନ୍ଦୋଳନ କରି ଗଢି ତୋଳିବାକୁ ହେବ
କରୋନା ମହାମାରୀର ଆହ୍ୱାନ ପରେ ଆତ୍ମନିର୍ଭରଶୀଳତା,ଆତ୍ମ ନିଯୁକ୍ତି ଓ ଦକ୍ଷତା ବିକାଶକୁ ସାମାଜିକ ଆନ୍ଦୋଳନ କରି ଗଢି ତୋଳିବାକୁ ହେବ
ଗାନ୍ଧିନଗର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିବିଧ ସଂଗଠନରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତାମାନଙ୍କର ତିନି ଦିନିଆ ସ୍ୱମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ଜାନୁଆରୀ ୫ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଗୁଜୁରାଟର ଗାନ୍ଧନଗର ସ୍ଥିତ କର୍ଣ୍ଣାବତୀ ବିଶ୍ୱବିଦ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକର ଶେଷ ଦିନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମାନନୀୟ ସହସରକାର୍ଯ୍ୟବାହ ଡା.କୃଷ୍ଣଗୋପାଳଜୀ ପ୍ରକାଶ କରିଥିଲେ ଯେ, କରୋନା ସମୟରେ ସାରା ଦେଶରେ ବିବିଧ ସଂଗଠନ ସମୟର ଆବଶ୍ୟକତା ଅନୁସାରେ ଅନେକ ପ୍ରକାର ସେବାକାର୍ଯ୍ୟ କରିଥିଲେ । ଏହି ସମନ୍ୱୟ ବୈଠକରେ ସେମାନେ ସେବାକାର୍ଯ୍ୟର ସୂଚନା ପ୍ରଦାନ କରିଥିଲେ । କରୋନା ସମୟରେ ବିଦ୍ୟାଳୟ ବନ୍ଦ ହେତୁ ବିଦ୍ୟାର୍ଥୀମାନଙ୍କ ପାଠ ପଢା ପ୍ରଭାବିତ ହୋଇଛି । ସେମାନଙ୍କ ଶିକ୍ଷାଦାନ ପାଇଁ ଉପଯୁକ୍ତ ଯୋଜନା କରାଯାଇଛି ।
ଦେଶରେ ବିଦ୍ୟାର୍ଥି ପରିଷଦ ମୋହଲ୍ଲା ପାଠଶାଳା ଏବଂ ଅନ୍ ଲାଇନ ମାଧ୍ୟମରେ ପ୍ରାୟ ୧୦,୦୦୦ ସ୍ଥାନରେ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିଛନ୍ତି । ହଜାରରୁ ଉର୍ଦ୍ଧ୍ୱ ସ୍ଥାନରେ ହଜାର ଶିକ୍ଷକ ଏହି କାର୍ଯ୍ୟରେ ଅତିରିକ୍ତ ସମୟ ଦେବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଛୋଟ ଛୋଟ ଗୋଷ୍ଠୀରେ ପିଲାମାନଙ୍କୁ ଶିକ୍ଷାଦେବା ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ତେଣୁ ଏହି ପ୍ରକାର ସଂକଟକୁ ଏକ ଜାତୀୟ ଆହ୍ୱାନ ଭାବରେ ବିଚାର କରି ସମସ୍ତ ସଂଗଠନ ସମାଜ ସହିତ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିଥିଲେ । ଏହା ଏକ ଖୁସିର ବିଷୟ ଯେ, ଏହି ଅବସରରେ ସଂପୂର୍ଣ୍ଣ ଦେଶରେ ସମାଜ ଏପରି ଏକତା ଦେଖାଇଥିଲା, ଏହା ସାରା ବିଶ୍ୱପାଇଁ ଅଭୂତପୂର୍ବ ଏକ ଉଦାହରଣ ଅଟେ ।
ବର୍ତମାନ ସମୟରେ ଦେଶ ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରଗତି କରୁଛି । କରୋନା ସମୟର ସଂକଟ ଅତିକ୍ରମ କରିବା ପରେ ଦେଶର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବୃଦ୍ଧି ପାଉ । ଏଥିପାଇଁ ଆମର କାର୍ଯ୍ୟକର୍ତା କୌଶଳ ବିକାଶ କାର୍ଯ୍ୟରେ ଲାଗିବେ ।
ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ବିଷୟ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆସି ପହଁଚିଛି । ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉ, ଏହାକୁ ନେଇ ଦେଶ ଏବଂ ଦୁନିଆରେ ବାତାବରଣ ସୃଷ୍ଟି ହୋଇଛି । ସାରା ଦେଶରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବ୍ୟାପକ ସଂପର୍କ ଅଭିଯାନ କରାଯିବ । ସମସ୍ତ କାର୍ଯ୍ୟକର୍ତା ବନ୍ଧୁ ୫ ଲକ୍ଷରୁ ଅଧିକ ଗାଁର ୧୦ କୋଟିରୁ ଅଧିକ ଘରକୁ ଯାଇ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସଂପର୍କ କରିବେ । ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ପରିବାର କିଛି ନା କିଛି ନିଧି ସମର୍ପଣ କରିବେ ବେଲି ଆଶା ।
ସହ ସରକାର୍ଯ୍ୟବାହ କହିଲେ ଯେ, ନୂତନ ଶିକ୍ଷାନୀତି ଆସିଛି, ସେହି ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରିଛନ୍ତି ।
ଏହା ବ୍ୟତୀତ ଜଳ ସଂରକ୍ଷଣ, ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ ଭଳି ବିଭିନ୍ନ ଉପାୟରେ ପରିବେଶ ସୁରକ୍ଷା ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା ।
କୁଟୁମ୍ଭ ପ୍ରବୋଧନ ଅନ୍ତର୍ଗତ ସଂସ୍କାରିତ ପରିବାର ନିର୍ମାଣ, ସମରସ ସମାଜ ପାଇଁ ସମସ୍ତ କାର୍ଯ୍ୟକର୍ତା କାର୍ଯ୍ୟ କରିବେ । ଭେଦଭାବ ଦୁର କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟହେବ, ଏକ ସମରସ ସମାଜ ନିର୍ମାଣ ହେଉ ବୋଲି ଚିନ୍ତନ କରାଯାଇଥିଲା ।
ଏକ ପ୍ରଶ୍ନର ଉତରରେ ଡକ୍ଟର କୃଷ୍ଣଗୋପାଳ ଜୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ବର୍ତମାନର କୃଷକ ଆନ୍ଦୋଳନର ସମାଧାନ ପାରସ୍ପରିକ କଥାବାର୍ତା ଦ୍ୱାରା ଶୀଘ୍ର ସମାଧାନ ହେବ ।
Comments
Post a Comment