ସ୍ୱାମୀ ବିବେକାନନ୍ଦ

 ସ୍ୱାମୀ ବିବେକାନନ୍ଦ

 ଜାତୀୟ ଯୁବ ଦିବସ ସମାରୋହ ଅବସରରେ ... ... ଉତିଷ୍ଠିତ ଜାଗ୍ରତ କ୍ଷ ଡକ୍ଟର ଧିରେନ୍ଦ୍ର ନନ୍ଦ ନିଜ ମାତୃଭୂମି ପ୍ରତି ଅଗାଧ ପ୍ରେମ ନେଇ ସ୍ୱାମୀ ବିବେକାନନ୍ଦ ସାରା ଭାରତ ଭ୍ରମଣ କରିଥିଲେ । ଭ୍ରମଣ କରିବା ସମୟରେ ସ୍ୱାମୀଜୀ ଭାରତର ଅନ୍ତିମ ପ୍ରାନ୍ତ କନ୍ୟାକୁମାରୀରେ ପହଂଚିଥିଲେ, ଯେଉଁଠି ପୂରାତନ କାଳରୁ ମାତା ଭଗବତୀଙ୍କର ଭବ୍ୟ ଦିବ୍ୟ ମନ୍ଦିର ସ୍ଥାପିତ । ମାତାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରିବା ପରେ ସ୍ୱାମୀଜୀ ବାହାରକୁ ଆସିଲେ । ତାଙ୍କର ଦୃଷ୍ଟିଗୋଚର ହେଲା ସମୁଦ୍ର ମଧ୍ୟରେ ଏକ ବିଶାଳ ଶ୍ରୀପାଦଶୀଳା, ଯେଉଁ ଶିଳାରେ ମାତା ପାର୍ବତୀ (ଭଗବତୀ) ତପସ୍ୟା କରିଥିଲେ । ସେହି ଶିଳା ଉପରେ ଧ୍ୟାନ କରିବାର ତୀବ୍ର ଇଚ୍ଛା ସ୍ୱାମୀଜୀଙ୍କ ମନରେ ଜାଗ୍ରତ ହେଲା । ପରିବ୍ରାଜକ ଅବସ୍ଥାରେ ନାବିକଙ୍କୁ ଦେବା ପାଇଁ ତାଙ୍କ ପାଖରେ କିଛି ଧନ ନ ଥିଲା । ଶେଷରେ ସେ ସମୁଦ୍ରକୁ ଡ଼େଇଁ ପଡ଼ିଲେ ଏବଂ ପହଁରି ପହଁରି ଶିଳା ନିକଟରେ ପହଂଚିଲେ । ଭାରତମାତାଙ୍କର ଚରଣରେ ବସି ସେଠାରେ ସେ ଧ୍ୟାନ ମଗ୍ନ ହେଲେ । ତିନିଦିନ ଏବଂ ତିନିରାତି ଧରି ଚାଲିଥିବା ତାଙ୍କର ଏହି ଧ୍ୟାନ ଭାରତମାତା ରୂପୀ ଇଶ୍ୱରଙ୍କ ପାଇଁ ଥିଲା । ଯାହା ସ୍ୱାମୀଜୀଙ୍କ ପାଇଁ ଭଗବତୀ ଦୁର୍ଗାଙ୍କର ଅବତାର ଥିଲା । ଏହି ନିଷ୍ଠାପର ଧ୍ୟାନ ଏପରି ଲାଗିଲା ଯେପରିକି ତାଙ୍କ ଆଗରେ ଭାରତ ଇତିହାସର ପତ୍ର ଖୋଲି ଯାଇଛି । ସ୍ୱାମୀଜୀ ଭାରତର ଅତୀତ, ବର୍ତମାନ ଆଉ ଭବିଷ୍ୟତ ସହିତ ତାହାର ପତନର କାରଣ ଏବଂ ତାହାର ପୁନରୁଥାନ ପାଇଁ ଚିନ୍ତା କରିଥିଲେ । ସେ ନିଜର ଅନ୍ତର ଆତ୍ମାରେ ଅନୁଭବ କଲେ କି ଭାରତ ନିଜର ଅଧ୍ୟାତ୍ମିକତା ଚିନ୍ତାର ପୁନରୁଥାନରୁ ହିଁ ଉଠିପାରିବ । ୨୫, ୨୬ ଓ ୨୭ ଡିସେମ୍ବର ୧୮୯୨ ମସିହାର ସେହି ଗହନ ଧ୍ୟାନର ପଶ୍ଚାତ୍ ସ୍ୱାମୀଜୀ ନିଜ ଜୀବନର ଉଦ୍ଦେଶ୍ୟ ଖୋଜିନେଲେ । ସେ ଜାଣିପାରିଲେକି ସମାଜର ନିରାଶ ଗ୍ରସ୍ତ ନିଷ୍କ୍ରିୟ ଅବସ୍ଥାରୁ ନିଜକୁ ବାହାର କରିବା ହିଁ ପ୍ରଥମ ଆବଶ୍ୟକତା ରହିଛି । ସେ ଭାରତର ପ୍ରାନ୍ତରେ ବସି ଗଭୀର ଚିନ୍ତା କରି ଜାଣି ପାରିଲେ ଯେ, ଧର୍ମ ହିଁ ଏହି ରାଷ୍ଟ୍ରର ପ୍ରାଣ । ତ୍ୟାଗ ଏବଂ ସେବା ଦ୍ୱାରା ଏହି ଧର୍ମୀୟ ଭାବନାକୁ ରାଷ୍ଟ୍ର ଜୀବନରେ ପ୍ରବାହିତ କରିବାକୁ ହେବ । ଏହି ବିଚାର ମନରେ ରଖି, ଦେଶବାସୀଙ୍କର ଆତ୍ମବିଶ୍ୱାସ ଜାଗ୍ରତ କରିବା ପାଇଁ ସ୍ୱାମୀଜୀ ନିରନ୍ତର ପ୍ରୟାସ କରିଚାଲିଲେ । ନିଜର ଯୋଜନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସ୍ୱାମୀଜୀ ଚିକାଗୋଠାରେ ଅନୁଷ୍ଠିତ ସର୍ବଧର୍ମ ପରିଷଦରେ ସମାଲୋଚିତ ହୋଇଥିବା ହିନ୍ଦୁ ଧର୍ମର ଧ୍ୱଜା ଉଡ଼ାଇଲେ । ବିଦେଶରେ ସବୁ ସୁଖ ସୁବିଧା ମଧ୍ୟରେ ରହିମଧ୍ୟ ସ୍ୱାମୀଜୀଙ୍କର ବିଚାର ଭାରତକୁ ହିଁ କେନ୍ଦ୍ରୀତ ଥିଲା । ଅମେରିକା ସହିତ ଏସିଆ ଏବଂ ଇଉରୋପର ଅନ୍ୟଦେଶକୁ ମଧ୍ୟ ନିଜ ବିଚାର ଧାରାରେ ପ୍ରଭାବିତ କରିଥିଲେ । ପଶ୍ଚିମରେ ସ୍ୱାମୀଜୀଙ୍କ ସଫଳତା ଦ୍ୱାରା ଭାରତ ଆଲୋକିତ ହେଲା ଏବଂ ତାର ହଜିଯାଇଥିବା ଗୈାରବ ଫେରିପାଇଲା । ସ୍ୱାମୀଜୀ କହିଥିଲେ ଏହି ପୃଥିବୀରେ ଏପରି କେଉଁ ଦେଶ ଅଛି ଯାହାକୁ ମଙ୍ଗଳମୟୀ ପୁଣ୍ୟଭୂମି କହିହେବ; ଯେଉଁଠି ସଂସାରର ସମସ୍ତ ଜୀବଜନ୍ତୁ ନିଜର କର୍ମଫଳ ଭୋଗିବାକୁ ଆସିଥାନ୍ତି; ଯେଉଁଠି ଈଶ୍ୱର ଉନ୍ମୁଖ ପ୍ରତ୍ୟେକ ଆତ୍ମାର ନିଜ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ପହଂଚିଥାନ୍ତି; ଯେଉଁଠି ମାନବତା, ଉଦାରତା, ସୁସ୍ଥତା ଏବଂ ଆଧ୍ୟାତ୍ମିକତାର ଘର ଥାଏ - ସେହି ଦେଶ କେବଳ ହିଁ ଭାରତବର୍ଷ । ଆତ୍ମାର ଅମରତ୍ୱ ଅନ୍ତର୍ଯ୍ୟାମୀ ଈଶ୍ୱର ତଥା ମନୁଷ୍ୟ ଭିତରେ ସର୍ବବ୍ୟାପୀ ଈଶ୍ୱର ବିଷୟକ ମତବାଦ ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଉତ୍ପନ୍ନ ହୋଇଥିଲା ଏବଂ ଏହି ଧର୍ମ ଦର୍ଶନର ଆଦର୍ଶ ଗୁଡ଼ିକ ନିଜର ଶ୍ରେଷ୍ଠତା ପ୍ରାପ୍ତକଲା । ଏଇ ସେହି ଭୂମି ଯେଉଁଠାରେ ଗଢି ଉଠିଥିବା ଧର୍ମ ତଥା ଦର୍ଶନତତ୍ୱ ଗୁଡ଼ିକ ବନ୍ୟା ଭଳି ସମଗ୍ର ସଂସାରକୁ ବାରମ୍ବାର ପ୍ଲାବିତ କରିଥିଲା । ଏବଂ ଏଇ ସେହି ଭୂମି ଯେଉଁଠାରେ ପୁନଃ ଏପରି ତରଙ୍ଗ ଗୁଡ଼ିକ ନିସ୍ତେଜ ଜାତିଗୁଡ଼ିକରେ ଶକ୍ତି ଏବଂ ଜୀବନର ସଂଚାର କରିଥିଲା । ସମଗ୍ର ସଂସାର ଯେପରି ଆଶାପୂର୍ଣ୍ଣ ଦୂଷ୍ଟିରେ ଦେଖୁଅଛି ଏହିପରି ଭାରତର ମହାନ ପରମ୍ପରାକୁ ଆତ୍ମସାତ କରି ନିଜର କର୍ତବ୍ୟ ନିର୍ବାହ ପାଇଁ ସ୍ୱାମୀଜୀ ଆମ୍ଭମାନଙ୍କୁ ପ୍ରେରିତ କରିଥିଲେ । ହେ ମୋର ଦେଶବାସୀ ଗଣ ! ହେ ଆର୍ଯ୍ୟପୁତ୍ର !! ତୁମର ଏହି ରାଷ୍ଟ୍ରୀୟ ଜୟଗାନ ଆଜିର ସଭ୍ୟତାକୁ ସମ୍ଭାଳୁଛି । କୋଟି କୋଟି ଶତାଦ୍ଦୀରୁ ଆମର ଏହି ରାଷ୍ଟ୍ରୀୟ ଜ୍ୱଳନ୍ତମାନ ଜୀବନ ସାଗରର ଆରପାରିରେ ଘୁରିବୁଲୁଛି ଏବଂ ଅଗଣିତ ଆତ୍ମାଙ୍କୁ ସାଂସାରିକ ଦୁଃଖରୁ ଦୂରକରି ସେପାରିକୁ ନେଇଯାଇଛି । କିନ୍ତୁ ଆଜି ତୁମର ନିଜର ଭୁଲ୍‌ପାଇଁ ବା ଅନ୍ୟ କିଛି କାରଣ ଯୋଗୁଁ ଭାରତ କ୍ଷତି ଗ୍ରସ୍ତ ହୋଇଯାଇଛି । ଆସ ଏହା କରିବା ପାଇଁ ଆମେ ସବୁ ଆମର ହୃଦୟ ଦେବା ଏବଂ ଯଦି ଆମେ ଆମର ପ୍ରୟାସରେ ଅସଫଳ ହେବା ତେବେ ସମସ୍ତେ ମିଶି ନିନ୍ଦା ସହିତ ନୁହେଁ, ବରଂ ସମ୍ମାନର ସହିତ ମରିଯିବା । ଏହାକୁ ସଫଳତା କରିବାକୁ ସ୍ୱାମୀଜୀ କହିଥିଲେ ଦେଶରେ ଆବଶ୍ୟକତା ଅଛି ବୀର, ତେଜସ୍ୱୀ, ଶ୍ରୀସମ୍ପନ୍ନ ଏବଂ ପୂର୍ଣ୍ଣ ପ୍ରାମାଣିକ ନବ ଯୁବକମାନଙ୍କର । ସେମାନେ ସିଂହ ସମାନ, ସବୁ ସମସ୍ୟାର ସମାଧାନ କରିପାରିବେ । ମୁଁ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିସାରିଛି ଏବଂ ନିଜର ସମ୍ପୂର୍ଣ୍ଣ ଜୀବନ ସେଥିପାଇଁ ସମର୍ପିତ କରି ସାରିଛି । ଆମକୁ ଭାରତରେ ବାସ କରୁଥିବା ସମସ୍ତ ଜାତିକୁ ଭାରତ ଭିତରକୁ ପ୍ରବେଶ କରାଇବାକୁ ହେବ । ଏଥିପାଇଁ ଆମକୁ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ । ଏଥିପାଇଁ ମୋତେ ଯୁବକ ଦରକାର । ପୁରାଣ ଓ ବେଦରେ କୁହାଯାଛି - ତରୁଣ, ବଳଶାଳୀ, ସୁସ୍ଥ ଏବଂ ତୀବ୍ର ବ୍ୟକ୍ତି ହିଁ ଇଶ୍ୱରଙ୍କ ପାଖରେ ପହଚାôପାରିବ । ସେଥିପାଇଁ ଆସ ଆମେ ନିଜର ଜୀବନକୁ ସମର୍ପିତ କରିବା । ଏହା ହିଁ ଆମର ବ୍ରତ । ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ଆମର ଶାସ୍ତ୍ର ଅନୁସାରେ ନିଜର ପ୍ରିୟଜନମାନଙ୍କର ଉଦ୍ଧାର ପାଇଁ ବାରମ୍ବାର ଆବିର୍ଭୂତ ହୁଅନ୍ତି, ଆମ ଉପରେ ଆଶୀର୍ବାଦ ବର୍ଷା କରନ୍ତି ଏବଂ ଆମର ଉଦେଶ୍ୟର ସିଦ୍ଧିରେ ସହାୟକ ହୁଅନ୍ତି । ମୁଁ ଭବିଷ୍ୟତକୁ ଦେଖେ ନାହିଁ ବା ତା’କୁ ଜାଣିବା ପାଇଁ ଚିନ୍ତା କରେ ନାହିଁ । ପରନ୍ତୁ ନିଜର ମନର ଆଖିରେ ଏକ ଦୃଶ୍ୟକୁ ସ୍ପଷ୍ଟ ଦେଖୁଛି ଯେ, ଏହି ପ୍ରାଚୀନ ମାତୃଭୂମି ଆଉଥରେ ପୁନଃ ଜାଗି ଉଠିଛି ଏବଂ ନିଜର ସିଂହାସନରେ ଉପସ୍ଥିତ ଅଛି । ହେ ବୀର, ଶ୍ରେଷ୍ଠ, ଉଦାନ୍ତ ବନ୍ଧୁଗଣ । ନିଜର କାନ୍ଧକୁ କାର୍ଯ୍ୟ ଚକ୍ରରେ ଲଗାଇ ଦିଅ । ରହିଯାଅ ନାହିଁ, ପଛକୁ ଅନାଅ ନାହିଁ - ନିଜର ନାମ, ଯଶ ଏବଂ ଏମିତି କିଛି ଅନ୍ୟ ନିରର୍ଥକ ବସ୍ତୁ ପାଇଁ । ବ୍ୟକ୍ତିଗତ ଅହଂ ମାନ୍ୟତାକୁ ଅନ୍ୟବାଟେ ଫୋପାଡି ଦେଇ କାର୍ଯ୍ୟ କର । ସ୍ମରଣ ରଖ ଘାସର ଅନେକ ଅଂଶକୁ ଯୋଡ଼ି ଯେଉଁ ଦଉଡ଼ି ତିଆରି ହେଉଛି ସେଥିରେ ଏକ ବଳବାନ ହାତୀକୁ ମଧ୍ୟ ବନ୍ଧାଯାଇପାରିବ । ପ୍ରେମ ସବୁକୁ ସମ୍ଭବ କରିଦିଏ । ତୁମେ କ’ଣ ଅନୁଭବ କରୁଛ କି ଦେବ ଏବଂ ୠଷିମାନଙ୍କର କୋଟି କୋଟି ବଂଶ ପଶୁତୁଲ୍ୟ ହୋଇଯାଇଛନ୍ତି ? ତୁମେ କ’ଣ ଅନୁଭବ କରୁଛ କି କୋଟି କୋଟି ଦେଶବାସୀ ଆଜି ଭୋକରେ ମରୁଛନ୍ତି ? ତୁମେ କ’ଣ ଅନୁଭବ କରୁଛ କି ଦେଶ ଉପରେ ଅଜ୍ଞାନର କଳା ବାଦଲ ଘେରିଯାଇଛି ? ଏହି ସବୁ ତୁମକୁ କ’ଣ ବିରକ୍ତ କରିଦେଇଛି ? କ’ଣ ଏହା ତୁମର ଆଖିରୁ ନିଦ ହଜେଇ ଦେଇଛି ? କ’ଣ ଏହି ବେଦନା ତୁମର ରକ୍ତରେ ମିଶି ତୁମର ଧମନୀ ମାନଙ୍କରେ ପହଚାô ଯାଇଛି ? କ’ଣ ତୁମର ହୃଦୟ ସ୍ପନ୍ଦନ ସହିତ ଏକରୂପ ହୋଇସାରିଛି ? କ’ଣ ଏହା ତୁମକୁ ସମ୍ପୂର୍ଣ୍ଣି ଭାବେ ବିକ୍ଷିପ୍ତ କରିଦେଇଛି ? କ’ଣ ସର୍ବନାଶର ବ୍ୟଥା ତୁମକୁ ପୁରାଭାବରେ ଅଚେତ କରିଦେଇଛି ? କ’ଣ ତୁମେ ନିଜର ନାମ, ନିଜର ଯଶ, ନିଜର ପତ୍ନୀ, ନିଜର ପିଲା, ନିଜର ଧନ-ସମ୍ପତି ତଥା ନିଜର ଶରୀରକୁ ଭୁଲି ସାରିଲଣି ? ହେ ମହାଭାଗ୍ୟବାନମାନେ । ‘ଉତିଷ୍ଠିତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ’ - ଉଠ, ଜାଗ ଏବଂ ଯେଉଁ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ କ୍ଷାନ୍ତ ହୁଅ ନାହିଁ । ସେଥିପାଇଁ ଉଠ, ଠିଆ ହୁଅ । ଜୀବନ ବହୁତ ଅଳ୍ପ ଅଛି । ବହୁତ ବଡ଼ କାର୍ଯ୍ୟ କରିବାର ଅଛି । ନିଜ ବଂଶର କଲ୍ୟାଣ ପାଇଁ ଏବଂ ମନୁଷ୍ୟ ତା’ର ଭଲ ପାଇଁ ଏହି ମହାନ୍ କାର୍ଯ୍ୟରେ ନିଜକୁ ଲଗାଇବା ବ୍ୟତୀତ ଆଉ କୌଣସି ମହାନ୍ କାମ ନାହିଁ । ଅନ୍ୟମାନଙ୍କ ପାଇଁ କ୍ଷୁଦ୍ର କାମ କରିଲେ ମଧ୍ୟ ନିଜ ଭିତରେ ଅନ୍ତରର ଶକ୍ତି ଜାଗି ଉଠେ । ସେଥିପାଇଁ ଚାଲ ଏକ ମହାନ୍ କାର୍ଯ୍ୟକୁ ହାତରେ ନେବା ଏବଂ ସେଥିରେ ସାରାଜୀବନକୁ ଲଗାଇଦେବା । ଏହା ହିଁ ଆମର ଆଜିର ସଂକଳ୍ପ ହେବା ଦରକାର । ଆମର ଏହି ବିଶ୍ୱାସ କି, ଭାରତରେ ଯେ ସମୃଦ୍ଧିର କୃପାରୁ ବଂଚିତ, ଯାହାର ବିବେକ ଭ୍ରଷ୍ଠ ହୋଇସାରିଛି, ଯାହାର ନିଜର ପ୍ରେରଣା ନଷ୍ଟ ହୋଇସାରିଛି, ଯିଏ ଭୋକିଲା, ସେହି ଜନତାକୁ ଯଦି ହୃଦୟରୁ ସ୍ନେହ କରାଯାଏ ତେବେ ଏହି ଦେଶ ପୁନଃ ଜାଗି ଉଠି଼ବ । ଭାରତ ଆଉଥରେ ଉଠିପାରିବ ଯେବେ କୋଟି କୋଟି ବିଶାଳ ହୃଦୟୀ ଯୁବକ-ଯୁବତୀ ସୁଖ ଉପଭୋଗର ସମସ୍ତ କାମନାକୁ ଜଳାଞ୍ଜଳି ଦେଇ ନିଜର କୋଟି କୋଟି ଦେଶବାସୀଙ୍କୁ ଧିରେ ଧିରେ ଦାରିଦ୍ର‌୍ୟତା ଏବଂ ଅଜ୍ଞାନର ଗାତରୁ ଉଦ୍ଧାର କରିବେ । ନିଜର ପୁରା ଶକ୍ତିକୁ ଲଗାଇ ସଂକଳ୍ପ ନେବେ । ହେ ଶ୍ରୀସମ୍ପନ୍ନ ନବ ଯୁବକମାନେ ! ଆସ ସ୍ୱାମୀଜୀଙ୍କର ଏହି ଜୟନ୍ତୀ ସମାରୋହ ଅବସରରେ ଏଭଳି ପ୍ରେରଣାଦାୟୀ ଶଦ୍ଦକୁ ସାକାର କରିବାର ନିଷ୍ପତି ନେବା । ଏହି ମହାନ କାର୍ଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିବାର ସଂକଳ୍ପ କରିବା । ବିଶ୍ୱ କଲ୍ୟାଣ ହେତୁ ରାଷ୍ଟ୍ର ଉତ୍‌ଥାନ ପାଇଁ ଏହି ସଂକଳ୍ପକୁ ମନ ଭିତରେ ହିଁ କହିଚାଲିବା - “ସର୍ବେ ଭବନ୍ତୁ ସୁଖୀନଃ । ସର୍ବେ ସନ୍ତୁ ନିରାମୟା । ସର୍ବେ ଭଦ୍ରାଣି ପଶ୍ୟନ୍ତୁ । ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍ । ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।ା” ଚେୟାରମ୍ୟାନ୍‌, ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍ସଡ଼ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି । ରାଜ୍ୟ ସହସଂଯୋଜକ, ସ୍ୱଦେଶୀ ଜାଗରଣ ମଂଚ, ଓଡିଶା । ଖୋର୍ଦ୍ଧା-୭୫୨୦୫୭, ଶୂନ୍ୟଭାଷ - ୯୪୩୭୦୦୬୭୨୫, ର-ଜ୍ଞବସକ୍ଷ - ୟକ୍ସ.ୟଷସକ୍ସରଦ୍ଭୟକ୍ସବ.ଦ୍ଭବଦ୍ଭୟବଅଶଜ୍ଞବସକ୍ଷ.ମକ୍ଟଜ୍ଞ

Comments