ସକ୍ଷମ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ






ଦେଶରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଅଛି ଅଗ୍ରଣୀ ସ୍ୱଛାସେବୀ ସଂଗଠନ ସକ୍ଷମ । ଦିବ୍ୟାଙ୍ଗ ମାନେ କିପରି ସେମାନଙ୍କ ହକ ପାଇବା ସହ ସମାଜରେ ନିଜକୁ ଏକ ସୁଦୃଢ ଭାବେ ପରିଚିତ କରିପାରିବେ ସେନେଇ ସକ୍ଷମ ତାର ପ୍ରୟାସ ଜାରି ରଖିଛି । ଏହି ଅଗ୍ରଣୀ ସ୍ୱଛାସେବୀ ସଂଗଠନର ଓଡ଼ିଶାର (ପୂର୍ବ )ର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ସକ୍ଷମ ଅଖିଳ ଭାରତୀୟ ସାଧାରଣ ସମ୍ପାଦକ  କମଳାକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।  କାର୍ଯ୍ୟକାରିଣୀ ବୈଠକକୁ ମୟୁରଭଞ୍ଜ ବିଭାଗ ସଂଯୋଜକ ଡ଼ ସତ୍ୟବ୍ରତ ସାହୁ ପରିଚାଳନା କରିଥିବା ବେଳେ ରାଜ୍ୟ ସଭାପତି ଡ଼ ସୁବ୍ରତ ଦାସ ୨୦୨୦ ରେ ସକ୍ଷମ ଦ୍ୱାରା ହେଇଥିବା କାର୍ଯ୍ୟକ୍ରମ ଉପସ୍ଥାନ କରିବା ସହିତ ଆଗାମୀ ବର୍ଷ ଯୋଜନା ବିଷୟରେ ଆଲୋଚନା କରିଥିଲେ ।  ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବ ପ୍ରାନ୍ତ ସଙ୍ଘ ଚାଳକ ସମୀର ମହାନ୍ତି, ଖେତ୍ରୀୟ ସେବା ପ୍ରମୁଖ ଜଗଦୀଶ ଖାଡେଙ୍ଗା ଯୋଗ ଦେଇ ସକ୍ଷମ କିପରି ଦିବ୍ୟାଙ୍ଗ ପାଇଁ ତୃଣମୂଳ ସ୍ଥରରେ କାର୍ଯ୍ୟ କରିବା ଦରକାର ସେନେଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଶାସନ ଉପ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ଦିବ୍ୟାଙ୍ଗ ଙ୍କ ପାଇଁ ରାଜ୍ୟ ସରକାର ଚଳାଉ ଥିବା ବିଭିନ୍ନ ଯୋଜନା ବିଷୟରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ସେହିପରି ଦୀପକ ରାଉତ ପଶ୍ଚିମପ୍ରାନ୍ତ ସେବା ପ୍ରମୁଖ,କୈଳାସ ଜେନା ପୂର୍ବ ପ୍ରାନ୍ତ ସେବା ପ୍ରମୁଖ ସକ୍ଷମ ର କାର୍ଯ୍ୟଧାରା କିପରି ହେବା ଆବଶ୍ୟକ ସେନେଇ ମାର୍ଗ ଦର୍ଶକ ଦେଇଥିଲେ । ପ୍ରାନ୍ତ ସଂଗଠନ ମନ୍ତ୍ରୀ ବୀରକିଶୋର ମହାନ୍ତ କୋବିଡ଼ ସମୟରେ ସଂଗଠନ ପକ୍ଷରୁ ହୋଇଥିବା ଜନ ହିତକର କାର୍ଯ୍ୟ ସହ ସଂଗଠନର ସ୍ୱରୂପ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ମିଡିଆ ପ୍ରମୁଖ ସନ୍ତୋଷ  ମହାପାତ୍ର ରାଜ୍ୟରେ ନେତ୍ର ଦାନ କାର୍ଯ୍ୟକ୍ରମ କାମ୍ବା  ରାଜ୍ୟ ସାରା ଭାରତ ରେ ୩ୟ ସ୍ଥାନ ଓ କେନ୍ଦୁଝର  ୪ ଥ ସ୍ଥାନ ଅଧିକାର କରି ଭାରତ ରେ କେନ୍ଦୁଝର ପରିଚୟ ସୃଷ୍ଠି କରିପାରିଛି ସେ ନେଇ ଆଲୋଚନା କରିଥିଲେ । ମୟୁରଭଞ୍ଜ ବିଭାଗ ସଂଯୋଜକ ଡ଼ ସତ୍ୟବ୍ରତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ରେ ପୁରୀ ଠାରେ ରଥଯାତ୍ରା ସମୟରେ ନେତ୍ରକୁମ୍ଭ ରେ ଏକ ଲକ୍ଷ ଲୋକଙ୍କ ଆଖି ପରୀକ୍ଷା , ପୂର୍ବ ପ୍ରାନ୍ତ ର ୧୭ ଜିଲ୍ଲା ର ସଂଗଠନକୁ ପ୍ରଧାନ୍ୟ, ପ୍ରତେକ ଜିଲ୍ଲା ରେ ପ୍ରତି ମାସ ବିଭିନ୍ନ ବ୍ଲକ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ରାଜ୍ୟର ପ୍ରତି ଦିବ୍ୟାଙ୍ଗ ଙ୍କୁ ଚିହ୍ନଟ କରି ଉଡିଆଇଡି ପ୍ରଦାନ କରିବାପରି  ବିଭିନ୍ନ କାର୍ଯ୍ୟକ୍ରମ ନିୟାଯିବାର ଯୋଜନା ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରିଣୀରେ ଯୋଗ ଦେଇଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରିଣୀ ରେ ଅନ୍ୟ ଅତିଥି ଭାବେ ଓମ ପ୍ରକାଶ, ଅଜୟ ସ୍ୱାଇଁ,ଵିଶାଲ କୁମାର ସିଂ,ଅଜୟ ଦାସ, ନଳିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଜସ୍ବସିନି ବଳ, ନିରଞ୍ଜନ ବେଜ, ପୀତବାସ ଦାସ ,ରାଜେଶ ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ରେ  ସହଯୋଗ କରିଥିଲେ।

Comments