ବିଦ୍ୟାର୍ଥୀର ସର୍ବାଙ୍ଗୀନ ବିକାଶର ଚିନ୍ତନ ହେଉଛି - ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ
କଟକ: ପୂର୍ବରୁ ଆମେ ଶିକ୍ଷାକୁ ଭାଗ ଭାଗ କରି ଚିନ୍ତା କରୁଥିଲୁ । ଶିକ୍ଷା କହିଲେ କେବଳ କିଛି ସୂଚନା ସଂଗ୍ରହ ନୁହଁ କିମ୍ବା କେବଳ ମସ୍ତିଷ୍କ (ଗସଦ୍ଭୟ) ସହିତ ହୃଦୟ, ହସ୍ତ, ପାଦ ସମସ୍ତଙ୍କ ବିକାଶ ହେବା ଉଚିତ୍ । ଅର୍ଥାତ ଶିକ୍ଷା ପ୍ରାପ୍ତ ଦ୍ୱାରା ବୁଦ୍ଧିର ବିକାଶ ସହିତ ହୃଦୟ ବିକାଶ ଅର୍ଥାତ ସମାଜ ପାଇଁ ଭଲ ମନୁଷ୍ୟ ତଥା ନିଜେ ରୋଜଗାରକ୍ଷମ ଅର୍ଥାତ୍ ନିଜର ହସ୍ତପଦ କାର୍ଯ୍ୟର ବିକାଶ ମଧ୍ୟ ହେବା ଉଚିତ । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏଥିପ୍ରତି ଧ୍ୟାନ ରଖାଯାଇଛି ବୋଲି ନୂତନ ଶିକ୍ଷାନୀତି-୨୦୨୦ ଆଲୋଚନା ଚକ୍ରରେ ବକ୍ତାମାନେ ପ୍ରକାଶ କରିଛନ୍ତି ।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆ ବଜାର ପରିସରରେ ନୂତନ ଶିକ୍ଷାନୀତି-୨୦୨୦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ବକ୍ତା ଭାବରେ ଅବସରପ୍ରାପ୍ତ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର କମଳ ପ୍ରସାଦ ମହାପାତ୍ର ଯୋଗଦାନ କରି ନୂତନ ଶିକ୍ଷାନୀତି ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁଚରଣ ସାହୁ, ସଂପାଦକ ସଂଗ୍ରାମ କେଶରୀ ପାତ୍ର. ସହ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ନାୟକ ନୂତନ ଶିକ୍ଷାନୀତି-୨୦୨୦ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
Comments
Post a Comment