ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ , କଟକ ର ବୈଠକ

ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ , କଟକ ର ବୈଠକ



କଟକ : ରାମଜନ୍ମ ଭୂମି ତୀର୍ଥକ୍ଷେତ୍ର ନ୍ୟାସ, କଟକ ଶାଖାର ବୈଠକ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ।   ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ , କଟକ ନଗର ସଂଘଚାଳକ ବିପିନ ବିହାରୀ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନ୍ୟାସର କଟକ ଜିଲ୍ଲା ସଂଯୋଜକ ଇନ୍ଦ୍ରମଣି ମଲ୍ଲିକ , ଧର୍ମଜାଗରଣ ବିଭାଗର କ୍ଷେତ୍ର ସଂଯୋଜକ ବିନୟ କୁମାର ଭୂୟାଁ , ସଂଘର ଜିଲ୍ଲା କର୍ଯ୍ୟବାହ ଶରତ ସେନ୍ ଓ ନଗର କାର୍ଯ୍ୟବାହ କୁଳମଣି ପ୍ରଧାନ ଉପସ୍ଥିତ ଥିଲେ । ବୈଠକରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ନିମନ୍ତେ ବ୍ୟାପକ ଜନ ସଂପର୍କ ଓ ଧନ ସଂଗ୍ରହ ଅଭିଯାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ସମାଜର ସବୁ ବର୍ଗର ଲୋକଙ୍କୁ  ରାମମନ୍ଦିର ନିର୍ମାଣରେ ସହଯୋଗୀ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆଗାମୀ ଜାନୁଆରୀ ୧୫ ରୁ ୩୦ ପର୍ଯ୍ୟନ୍ତ ଚାଲିବ । ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦ, ଏବିଭିପି , ବିଏମ୍ ଏସ , ବିଜେପି, ଶିକ୍ଷାବିକାଶ ସମିତି ସମେତ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

 







Comments