ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବାରୁ କଂଗ୍ରେସ ନେତା ଗିରଫ

 ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବାରୁ କଂଗ୍ରେସ ନେତା ଗିରଫ



ଜାମ୍ମୁ : ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଜାମ୍ମୁ କାଶ୍ମୀର ପୋଲିସ ରାଜ୍ୟ କଂଗ୍ରେସ ନେତା ତଥା ଆଇନଜୀବୀ ଗୌହର ଅହମ୍ମଦ ୱାନିଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଇମାମ ସାହିବ ଶୋପିଆନ୍ ନିବାସୀ କଂଗ୍ରେସ ନେତା ଗୌ ହର ଅହମ୍ମଦ ୱାନି ସେସନ କୋଟରେ ଅଧିବକ୍ତା ଭାବେ  ପ୍ରାକ୍ଟିସ କରୁଥଲେ ା 

ଆତଙ୍କବାଦୀଙ୍କୁ ତାଙ୍କ କାରରେ ନେଇଥିବାରୁ ତାଙ୍କୁ ଡିସେମ୍ବର 7 ରେ ଗିରଫ କରାଯାଇଛି। ଗୌ ହରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଚାଲିଛି।  ଗୌହର ବର୍ତ୍ତମାନ ସାତ ଦିନ ପାଇଁ ରିମାଣ୍ଡରେ ଅଛନ୍ତି। ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସୁରକ୍ଷା ବାହିନୀ ଅବଗତ ଥିଲେ। ଯେଉଁ ଆଧାରରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନା ଅନେକ ସ୍ଥାନରେ ଶୋପିଆନରେ  ବ୍ୟାରିକେଡ୍ ଲଗାଇଥିଲେ।

ଏହି ସମୟରେ, ରାମପୁରା ଚେକ୍ ପୋଷ୍ଟ ରେ  7 ଡିସେମ୍ବର ସନ୍ଧ୍ୟାରେ ଏକ ଗାଡିକୁ ଅଟକା ଯାଇଥିଲା କିନ୍ତୁ ଗାଡିଟି  ଖସି ପଳାଇଲା, କିଛି ଘଣ୍ଟା ପରେ ପାଗଚଜୁ ଗ୍ରାମରେ ଏକ ଖାଲି ଗାଡି ମିଳିଥିଲା ​​| ଏହା ପରେ ପୋଲିସ ଗାଡିଟିକୁ ଧରି ଗାଡି ମାଲିକ ଗ ଗୋହରଙ୍କୁ ପଚରାଉଚରା ପାଇଁ ଗିରଫ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଯେତେବେଳେ କାରଟି ଖସି ପଳାଇ ଯାଇଥିଲା, ସେତେବେଳେ ଆତଙ୍କବାଦୀମାନେ ଏଥିରେ ଥିଲେ।

Comments