ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଆହ୍ୱାନକ୍ରମେ ନବରଙ୍ଗପୁର ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ମଜଦୁର ସଂଘର ସମ୍ପାଦକ ପରମେଶ୍ୱର ବିଷୋୟୀ, ଉପସଭାପତି ରଙ୍କନାଥ ଜେନା, କୋଠାବାଡି ସଂଘର ସମ୍ପାଦକ ରାମ ବିଷୋୟୀ, ଆଶାକର୍ମୀ ସଂଘର ଦେବକୀ ଭତରା, ସମ୍ପାଦିକା, ସଞ୍ଜୁ ନାୟକ, ଗୀତାଞ୍ଜଳୀ ହରିଜନ ପ୍ରମୁଖ ଯୋଗ ଦେଇ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶାକର୍ମୀ ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରାଯିବା, ସାମାଜିକ ସୁରକ୍ଷା (ଇଫିଏଫ୍ ଓ ଇଏସ୍ଆଇ) ଯୋଗାଇ ଦିଆଯିବା, କୋଭିଡ୍-୧୯ ପାଇଁ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି ଆଶାକର୍ମୀ ମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ, ପିପିଇ କିଟ୍, ସାନିଟାଇଜର, ହେଣ୍ଡୱାସ, ଗ୍ଲୋବସ୍ ଇତ୍ୟାଦି ଯୋଗାଇଦେବା ଓ କୋଭିଡ୍-୧୯ କାର୍ଯ୍ୟକରୁଥିବା ସମୟରେ ମୃତ୍ୟୁବରଣ କଲେ କେନ୍ଦ୍ର ସରକାରଙ୍କର ଦ୍ୱାରା ଘୋଷିତ କରୋନା ଯୋଦ୍ଧା ରାଶି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି ।
Comments
Post a Comment