ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ପାଇଁ ଭାରତ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଚୀନ୍କୁ ଏକ ବଡ ଝଟକା ଦେଇଛନ୍ତି । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଚୀନ୍ରୁ ଆସୁଥିବା ରେଫ୍ରିଜେଟର ସହିତ ଏୟାର କଣ୍ଡିସନର (ଏସି) ଆମଦାନୀ ଉପରେ କଟକଣା ଲଗାଇଛନ୍ତି । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଚୀନ୍ ସରକାର ତଥା ସେଠାରେ ଥିବା ବ୍ୟବସାୟୀଙ୍କୁ ମଧ୍ୟ ବଡ ଝଟକା ଦେବ । ବାସ୍ତବରେ, ଭାରତରେ ଏସିର ମୋଟ ବଜାର ହେଉଛି ୪୦ ହଜାର କୋଟି ଏବଂ ଭାରତ ଏହାର ଏସି ଆବଶ୍ୟକତାର ୨୮% ଚୀନ୍ରୁ ଆମଦାନୀ କରୁଛି । ଅନେକ କ୍ଷେତ୍ରରେ, ଏସିର ପାର୍ଟସ ୮୫ ରୁ ୧୦୦% ଆମଦାନୀ ହୋଇଥାଏ । ଚୀନ୍ ଏବଂ ଥାଇଲ୍ୟାଣ୍ଡରୁ ଭାରତ ମୁଖ୍ୟତଃ ଏୟାର କଣ୍ଡିସନର ଆମଦାନୀ କରିଥାଏ । ସରକାରୀ ତଥ୍ୟ ଅନୁଯାୟୀ, ଭାରତର ୯୦% ସାମଗ୍ରୀ ଉଭୟ ଦେଶରୁ ଆମଦାନୀ ହୋଇଥାଏ । ସୂଚନାଥାଉ କି, ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, ରେଫ୍ରିଜେଟର ସହିତ ଏୟାର କଣ୍ଡିସନର ଆମଦାନୀ ସମ୍ପର୍କିତ ନୀତିରେ ସଂଶୋଧନ କରାଯାଇଛି । ଏହା ଅଧିନରେ ଏହାକୁ ମୁକ୍ତ ବର୍ଗରୁ ହଟାଇ ପ୍ରତିବନ୍ଧକ ତାଲିକାରେ ରଖାଯାଇଛି । ସ୍ପିଲଟ ଏବଂ ୱିଣ୍ଡୋ କିମ୍ବା ଅନ୍ୟ ସମସ୍ତ ପ୍ରକାରର ଏୟାର କଣ୍ଡିସନର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଅନେକ ବିଦେଶୀ କମ୍ପାନୀ ଭାରତରେ ସେମାନଙ୍କର କାରଖାନା ସ୍ଥାପନ କରିଛନ୍ତି । ଏହା ସେମାନଙ୍କ ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
Comments
Post a Comment