ଭବାନୀପାଟଣା, : ସଂସ୍କାର ଭାରତୀ ମହିଳା ସମିତିର ଜୁମ୍ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ମୁଖ୍ୟ ବିଷୟ ଥିଲା ‘ଭାରତୀୟ ବିଚାରଧାରାରେ ମହିଳା ଚିନ୍ତନ’ । ଏଥିରେ ମୁଖ୍ୟଅତିଥି ଭାବେ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଯୋଗଦେଇ ନାରୀ ସଶକ୍ତିକରଣ ଉପରେ ଉଦ୍ବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ର ରାଷ୍ଟ୍ରୀୟ ଉପାଧ୍ୟାକ୍ଷା ପଦ୍ମଶ୍ରୀ ନିବେଦିତା ଭିଡେ ଯୋଗ ଦେଇଥିଲେ । ସଂକ୍ରମଣ ସମୟରେ ମହିଳାମାନଙ୍କର ସ୍ୱାସ୍ଥ୍ୟ, ରୋଜଗାର, ଶିକ୍ଷା ଉପରେ ଆଲୋଚନା ହୋଇଥିଲା । ଏଥିରେ ଉତ୍କଳ ପଶ୍ଚିମ ପ୍ରାନ୍ତର ମହିଳା ପ୍ରମୁଖ ଜ୍ୟୋତିରାଣୀ ଦାସ ଉଦ୍ବୋଧନ ଦେଇଥିଲେ । ପୁନେର ସଚିବ ଦୃଷ୍ଟି ଅଞ୍ଜଳି ଦେଶପାଣ୍ଡେ ସ୍ୱାଗତ ଭାହଣ ଦେଇଥିଲେ । ରାଷ୍ଟ୍ରୀୟ ଛାତ୍ର ପ୍ରମୁଖ ମମତା ଯାଦବ ଧନ୍ୟବାଦ ଦେଇଥିଲେ ।
Comments
Post a Comment