କଟକ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ଆହ୍ୱାନକ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବୀପତ୍ର ପ୍ରଦାନ କରାଯାଉଥିବା ଅବସରରେ ସୁନ୍ଦରଗଡ ଜିଲ୍ଲା ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିପରି କଟରେ ମଧ୍ୟ କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭାରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ସାଧାରଣ ସମ୍ପାଦକ ତଥା ଅଖିଳ ଭାରତୀୟ କନ୍ଷ୍ଟ୍ରକସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସଂଗଠନ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ବେହେରା, ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ, କଟକ ଜିଲ୍ଲା ସମ୍ପାଦକ ଶ୍ରୀ ରାଜକିଶୋର ବେହେରା, ବିଲ୍ଡିଙ୍ଗ୍ କନ୍ଷ୍ଟ୍ରକ୍ସନ ୱାର୍କରସ୍ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ବୈକୁଣ୍ଠ ବିହାରୀ ନାୟକ, କଟକ ଜିଲ୍ଲା ଅସଂଗଠିତ ମଜଦୁର ସଂଘ ସାଧାରଣ ସମ୍ପାଦକ ଶ୍ରୀ ଭାଗୀରଥି ବେହେରା, ଉପସଭାପତି ଶ୍ରୀ ରବିନ୍ଦ୍ର କୁମାର ବେଉରା, ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ । ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା - ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରାଯାଉ । କାରଣ ଶ୍ରମ ବିଭାଗର ନିଜସ୍ୱ କାର୍ଯ୍ୟ ତା\' ସାଙ୍ଗକୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ବର୍ତମାନ ପ୍ରବାସୀ ଶ୍ରମିକମାନଙ୍କର କାର୍ଯ୍ୟଭାର ବଢ଼ି ଚାଲିଥିବା କାରଣରୁ ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମଅଧିକାରୀଙ୍କ ସମେତ ଗ୍ରାମୀଣ ଶ୍ରମ ନିରୀକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବା, ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା - ସାଇକେଲ୍, ଯନ୍ତ୍ରପାତି, ସେଫ୍ଟି ଇନ୍ଷ୍ଟ୍ରୁମେଂଟ, ବିବାହ, ମୃତ୍ୟୁକାଳୀନ, ପ୍ରସବକାଳୀନ, ଚିକିତ୍ସା, ଶିକ୍ଷାସହାୟତା, ଘର ତିଆରି ସମ୍ବନ୍ଧୀୟ ଆବେଦନପତ୍ର ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା, ପିକରଣ ନିମନ୍ତେ ପଡ଼ିରହିଥିବା ଦରଖାସ୍ତ ଗୁଡ଼ିକୁ ପିକୃତ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ଯଥାଶୀଘ୍ର କାର୍ଡ଼ ଯୋଗାଇ ଦିଆଯିବା, କରୋନା ସମୟରେ ଅନେକ ନିର୍ମାଣ ଶ୍ରମିକମାନଙ୍କର ରିନୁଆଲ୍ ହୋଇନଥିବା, ବୟସ ୬୦ ହୋଇଥିବା କାରଣରୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫୦୦ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇନାହିଁ । ବର୍ତମାନ ପରିସ୍ଥିତିରେ ବୟସ ସୀମା ହଟାଯାଇ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବା, ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ଶ୍ରମ କଲ୍ୟାଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା, ପିକୃତ ନିର୍ମାଣ ଶ୍ରମିକର ବୟସ ସୀମା ହଟାଯାଇ ମୃତ୍ୟୁକାଳିନ ସହାୟତା ରାଶି ପ୍ରଦାନ କରାଯିବା, ଜିଲ୍ଲାସ୍ତରରେ ନିର୍ମାଣ ଶ୍ରମିକମାନଙ୍କ ଲାଗି ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ସହ ପାନୀୟ ଜଳ ଓ ପରିମଳର ବ୍ୟବସ୍ଥା କରାଯିବା, ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ରେକର୍ଡ଼ରୁମ୍ କରାଯିବା ସହିତ ଜଣେ କର୍ମଚାରୀଙ୍କୁ ଦାୟିତ୍ୱରେ ରଖାଯିବା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ରାଜନୀତିଠାରୁ ଦୂରେଇ ରଖାଯିବା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ ଦିଆଯାଇଛି ସେମାନଙ୍କୁ ସେ ସମ୍ବନ୍ଧୀୟ ତାଲିମ୍ ପ୍ରମାଣପତ୍ର ସହିତ ୧୫ ଦିନର ପ୍ରାପ୍ୟ ୩ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲା ଶ୍ରମଅଧିକାରୀଙ୍କୁ ସାକ୍ଷାତ କରି ଜିଲ୍ଲା ଶ୍ରମଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ, ଅଧ୍ୟକ୍ଷ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡ଼, ଭୁବନେଶ୍ୱର, ପ୍ରମୁଖ ଶାସନ ସଚିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଶ୍ରମ କମିଶନର ତଥା ସଚିବ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡ଼, ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା ।
Comments
Post a Comment