ବୀରମିତ୍ରପୁର ଥାନା ଅଂଚଳର କେବଳ ୫୦୦ରୁ ଉର୍ଦ୍ଧ୍ୱ ଗାଈକୁ ବଜରଙ୍ଗ ଦଳର କର୍ମୀମାନେ କଂସେଇ ହାତରୁ ଉଦ୍ଧାର କରିସାରିଛନ୍ତି
ହାତୀବାଡି : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଂଚଳର କୁତ୍ରା ଥାନା ଅଧିନରେ ଥିବା ଗୋହତ୍ୟା ଗୋଚାଲାଣର ପେଣ୍ଠସ୍ଥଳ ଖତକୁର ବାହାଲ ଗ୍ରାମରୁ ସାଲଙ୍ଗବାହାଲ, ରାଏବଗା, ବୀରମିତ୍ରପୁର, ହାତୀବାଡି, ପୁରୁଣାପାଣି, ନୂଆଁଗା ଦେଇ ବିଶ୍ରା ଥାନା ଅଂଚଳରେ ଥିବା ଅନ୍ୟତମ କଂସେଇଖାନା ଭାବେ ପରିଚିତ ଗୁଡଗୁଡିଜୋର ଯେଉଁଠି ପ୍ରତ୍ୟେକ ଦିନ ଶହ ଶହ ଗାଈକୁ ହତ୍ୟା କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରକୁ ମାଂସ ଚାଲାଣ ହୋଇଥାଏ । କିନ୍ତୁ ଚାଲାଣ ହେଉଥିବା ବେଳେ ବିଗତ କିଛି ମାସ ହେବ ଗୋରକ୍ଷକ ଭାବେ କାମ କରୁଥିବା ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ୱାରା ଅନେକ ସ୍ଥାନରେ ଗୋଚାଲାଣକାରୀକୁ ଧରି ଥାନାରେ ଦିଆଯଉଥିବାବେଳେ ଚାଲାଣ ହେଉଥିବା ଗାଈମାନଙ୍କୁ ସ୍ଥାନୀୟ ଲୋକମାନଙ୍କୁ ହସ୍ତାନ୍ତର କରାଯାଉଅଛି । ବିଗତ ଏକ ମାସ ମଧ୍ୟରେ ରାଏବଗା ଥାନା, ବୀରମିତ୍ରପୁର ଥାନା ଅଂଚଳର କେବଳ ୫୦୦ରୁ ଉର୍ଦ୍ଧ୍ୱ ଗାଈକୁ ବଜରଙ୍ଗ ଦଳର କର୍ମୀମାନେ କଂସେଇ ହାତରୁ ଉଦ୍ଧାର କରିସାରିଛନ୍ତି । ଫଳରେ ଗୋଚାଲଣ କାରୀମାନେ ଘୋର ଆର୍ଥିକ କ୍ଷତି ସହିଥିବା ବେଳେ ଗୋଚାଲାଣ କାମରେ ନିଯୁକ୍ତି ପାଇଥିବା ଲୋକମାନେ ଜେଲ ମଧ୍ୟ ଯାଇଛନ୍ତି । ଏହି ଘଟଣାକୁ ଅସ୍ତବ୍ୟସ୍ତ ହୋଇପଡିଥିବା ଗୋଚାଲାଣକାରୀ ମାନେ ବର୍ତମାନ ଗୋରକ୍ଷକ ତଥା ବଜରଙ୍ଗ ଦଳର କର୍ମୀମାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥବବା ମଧ୍ୟ ଜଣାପଡିଛି । ଏହି ଘଟଣା ବିରୁଦ୍ଧରେ ହାତୀବାଡି, ପୁରୁଣା ପାଣି ପ୍ରଖଣ୍ଡର ବଜରଙ୍ଗ ଦଳର କର୍ମୀ ତଥା ଗୋରକ୍ଷକ ମାନେ ଅକ୍ଟୋବର ୧୦ ତାରିଖ ଦିନ ହାତୀବାଡି ଥାନାକୁ ଘେରାଉ କରି ଗୋରକ୍ଷକ ମାନଙ୍କୁ ଧମକ ଦେଇଥବା ନେଇ ମଦନ ମାଝୀ ଏବଂ ବସନ୍ତ ବଡାଇକଙ୍କ ନାମରେ ଏତଲା ଦେଇଛନ୍ତି । । ପୋଲିସ ଏନେଇ କେସ ନମ୍ବର ୦/୦୪ ଦଫା ୫୦୬, ୩୪, ଆର୍ମ୍ସ ଆକ୍ଟର ଧାରା ୨୪ରେ ଏକ କେସ ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।
Comments
Post a Comment