------------------------
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓଡ଼ିଶା ପ୍ରାନ୍ତର ପୂର୍ବତନ ଶାରୀରିକ ପ୍ରମୁଖ , ପ୍ରାନ୍ତ କାର୍ଯ୍ୟଵାହ ଆଦ୍ଭୋକେଟ୍ ରବୀନ୍ଦ୍ରନାଥ ପ୍ରତିହାରୀ ଙ୍କ ମୃତ୍ୟୁର ଏକାଦଶାହ ଉଦ୍ଦେଶ୍ୟରେ କଟକ ନଗର ସଂଘ ଶାଖା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଗୁଗୁଲ୍ ମିଟ୍ ମାଧ୍ୟମରେ ହୋଇଥିବା ଏହି ଭର୍ଚୁଆଲ ସଭାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କଟକ ଜିଲ୍ଲା ସଂଘଚାଳକ ମାନନୀୟ ଡକ୍ଟର ଗୌତମ ମହାରଣା ଅଧ୍ୟକ୍ଷତା କରିଥିଲେ । ପ୍ରାନ୍ତ ସମ୍ପର୍କ ପ୍ରମୁଖ ଅାଡ ଭୋକେଟ୍ ସର୍ବେଶ୍ଵର ବେହେରା ଓ କଟକ ବିଭାଗ ର ସହକାର୍ଯ୍ୟବାହା ଶ୍ରୀମାନ କୁମର ସାହୁ ଓ ନଗର କାର୍ଯ୍ୟବାହ୍ କୁଳମଣି ପ୍ରଧାନ ଯୋଗଦେଇଥିବା ଏହି ସଭାରେ ସଂଘର କଟକ ନଗର ସଂଘ ଚାଳକ ମାନନୀୟ ବିପିନ୍ ବିହାରୀ ରାଉତ ସ୍ବର୍ଗତ ପ୍ରତିହାରୀ ଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଲେ ଯେ ରବୀନ୍ଦ୍ରନାଥ ପ୍ରତିହାରୀ ଜଣେ ସମାଜ ସଂଗଠକ , ନିଷ୍ଠାପର କାର୍ଯ୍ୟକର୍ତ୍ତା ଦିଗଦର୍ଶକ ଥିଲେ । ତାଙ୍କ ନେତୃତ୍ୱ ରେ ଓଡ଼ିଶାରେ ସଂଘକାର୍ଯ୍ୟରା ଅଭିବୃଦ୍ଧି ଘଟିଥିଲା । ୧୯୯୯ ମହାବାତ୍ୟା ବେଳେ ସେ ମଧ୍ୟ ଉତ୍କଳ ବିପନ୍ନ ସହାୟତା ସମିତିର ସହଯୋଗରେ ଓଡ଼ିଶାରେ ବ୍ୟାପକ ସେବାକାର୍ଯ୍ୟ କରିଥିଲେ । ସେ ଜଗନ୍ନାଥ ମନ୍ଦିର ର ଜଣେ ସେବକ ମଧ୍ୟ ଥିଲେ । ସେ ସଂଘର ବିବିଧ କ୍ଷେତ୍ରକୁ ମଧ୍ୟ ଦିଗଦର୍ଶନ ଦେଉଥିଲେ । ତାଙ୍କ ଦେହାନ୍ତ ଯୋଗୁ ଓଡ଼ିଶା ଜଣେ ଯୋଗ୍ୟ ସନ୍ତାନ କୁ ହରାଇଲା ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଥିଲେ । ଶେଷରେ ସ୍ବର୍ଗତ ଆତ୍ମାର ସଦଗ ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
Comments
Post a Comment