ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଏବିଭିପିର ବିଧାନସଭାଚାଲ

 



ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ କରି ରାଜ୍ୟସରକାର ବିଶ୍ୱବିଦ୍ୟାଳୟର ସ୍ୱାୟତତାକୁ ନଷ୍ଟକରିବା ପାଇଁ ଯେଉଁ ଶିକ୍ଷାବିରୋଧୀ ଯୋଜନା କରିଛନ୍ତି ତାକୁ ତୀବ୍ର ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଧାନ ସଭା ଘେରାଉ କରାଯିବା ସହିତ ଏହି ଅସାମ୍ବିଧାନୀକ ଗେଜେଟକୁ ପୋଡ଼ିଦିଆ ଯାଇଛି।

ସରକାର ଏହି ଶିକ୍ଷା ବିରୋଧୀ ଥଇଥାନ ଅଧିନିୟମକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିନେଇ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷା ପରିବେଶକୁ ନଷ୍ଟ ନକରିବା ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଛି।

ରାଜ୍ୟ ସରକାର କରନା ମହାମାରୀ ସମୟରେ ତରବରିଆ ଭାବେ କୌଣସି ଶିକ୍ଷାବିତ୍ ଓ ଛାତ୍ର ସଂଗଠନ ସହିତ ଚର୍ଚ୍ଚା ବିମର୍ଷ ନକରି କିଛି ଯେଉଁମାନେ ବିଗତ ଦିନରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଦୁର୍ନୀତିରେ ବୁଡ଼ିହେଇ ରହିଛନ୍ତି ସେଇଭଳି ଭଣ୍ଡଶିକ୍ଷାବିତ ମାନଙ୍କ ପରାମର୍ଶ କ୍ରମେ ଆଇନ ସଂଶୋଧନ ନାମରେ ଯେଉଁଭଳି ବିଶ୍ବିଦ୍ୟାଳୟ ଗୁଡ଼ିକୁ ସରକାରୀ କଳ ଦ୍ୱାରା ପରିଚାଳିତ କରିବା ପାଇଁ ନିଷ୍ପତ୍ତି କରିଛନ୍ତି ତାହା ଏକ ନିନ୍ଦନୀୟ ବିଷୟ ଯାହା ରାଜ୍ୟର ଶିକ୍ଷାବିତ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଏକ ଆକ୍ରୋଶ ସୃଷ୍ଟିକରିଛି ।

ବିଶ୍ୱ ବିଦ୍ୟାଳୟ ଗୁଡିକ ଉପରେ କୂଳଧିପତି (ରାଜ୍ୟପାଳ) ଙ୍କ ର ଥିବା ସମ୍ବିଧାନିକ କ୍ଷମତାକୁ ପଙ୍ଗୁକରି ଦେଇ କୁଳପତି ନିଯୁକ୍ତି ଏବଂ FINACIAL AUDIT  କୁ ସରକାର ନିଜେ ପରିଚାଳନା କରିବା ପାଇଁ ନିୟମ ପ୍ରଣୟନ କରିବା ସରକାରଙ୍କର ଆର୍ଥିକ କ୍ଷେତ୍ରରେ ଦୁର୍ନୀତି ଓ କୁଳପତି ନିଯୁକ୍ତି କ୍ଷେତ୍ରରେ ନିଜର ଦଳୀୟ ଲୋକମାନଙ୍କୁ ପ୍ରୋତ୍ସାହନ ସ୍ପଷ୍ଟ ବାରି ହୋଇପଡୁଛି ।

ସରକାର ବିଶ୍ୱ ବିଦ୍ୟାଳୟ ରେ ଅଧ୍ୟାପକ ଓ ଅଣ ଶିକ୍ଷକ ମାନକଙ୍କର ନିଯୁକ୍ତିକୁ OPSC SSB ମାଧ୍ୟମରେ କରିବା ପାଇଁ ସ୍ଥିର କରି ଅଧ୍ୟପାକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି କରିବାର ମାର୍ଗ ସ୍ପଷ୍ଟ କରିଛନ୍ତି।

ବିଶ୍ୱ ବିଦ୍ୟାଳୟ ଗୁଡିକରେ ସିନେଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ସହ ଭାଗୀତା ରହୁଥିବା ବେଳେ ସରକାର ସିନେଟକୁ ଉଠେଇ ଦେବାକୁ ବିଦ୍ୟାର୍ଥୀ ପରିଷଦ ବିରୋଧ କରି ବିଧାନ ସଭା ସମ୍ମୁଖରେ ବିକ୍ଷୋଭ କରିଅଛି।

ବିଦ୍ୟାର୍ଥୀ ପରିଷଦ କେବେବି ସରକାରଙ୍କର ଏହି ସମ୍ପୂର୍ଣ୍ଣ ଶିକ୍ଷା ବିରୋଧୀ ଓ ଅସାମ୍ବିଧାନୀକ ନୀତିକୁ ଲାଗୁ କରିବା ପାଇଁ ଦେବ ନାହିଁ  ବୋଲି ସଂଗଠନର ରାଜ୍ୟସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ।

ଏହି ବିକ୍ଷୋଭରେ ,ସୁଧାଂଶୁ ସାହୁ, ସୁଭାସ୍ମିତା ଦାଶ, ପ୍ରୀତମ ଦାସ, ସୌମେଶ ଚନ୍ଦ୍ର ଦେ, ରାଜିତ ନାୟକ, ରାଜେଶ କୁମାର ପରିଡ଼ା , ସୂର୍ୟ ପ୍ରକାଶ କର, ନିଶିକାନ୍ତ ମିଶ୍ର ପ୍ରଦୀପ ସାହୁ, ଗୋପବନ୍ଦୁ ଜେନା,  ମିଲନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।



Comments