ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଉପେକ୍ଷିତ ହିନ୍ଦୁ ମନ୍ଦିର ଓ ଐତିହ୍ୟପୀଠ


 ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଉପେକ୍ଷିତ ହିନ୍ଦୁ ମନ୍ଦିର ଓ ଐତିହ୍ୟପୀଠ

ପଂଚାନନ ଅଗ୍ରୱାଲା

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ହିନ୍ଦୁଧର୍ମର ମଠ, ମନ୍ଦିର ଗୁଡିକର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମନ୍ଦିର ଗୁଡିକ ସୌନ୍ଦର୍ଯ୍ୟବୋଧ ଆଉ ଆଧ୍ୟାତ୍ମିକତାର ଶକ୍ତି ବାତାବରଣ ପର୍ଯ୍ୟଟକ ମାନଙ୍କ ମନରେ ଆନନ୍ଦ ତଥା ଶାନ୍ତି ଆଣିଥାଏ । ଆଜି କୋଣାର୍କ ମନ୍ଦିରକୁ ଦେଖିଲେ ମନରେ ଦୁଃଖ ଜାତ ହୁଏ । ମନ୍ଦିରଟି ଲୁହାବାଡରେ ବନ୍ଦୀ ହୋଇ ରହିଛି । ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶ ରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ୧୭୯୩ରୁ ୧୮୯୨ ଦୀର୍ଘ ୧୦୦ ବର୍ଷ ଭିତରେ ମନ୍ଦିର ସୁରକ୍ଷା ପାଇଁ ଯାହା କିଛି ପଦକ୍ଷେପ ନେଇଥିଲେ, ତହିଁରେ କିଛି ସୁଫଳ ମିଳି ନ ଥିଲା । ୧୯୦୧ରେ ପ୍ରଥମେ ମନ୍ଦିର ଭିତରୁ ବାଲି ଅପସାରଣ କାମ କରାଯାଇଥିଲା । ୧୯୮୪ ମସିହାରୁ କୋଣାର୍କ ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଛି । କୋଣାର୍କ ମନ୍ଦିରର ରକ୍ଷଣା ବେକ୍ଷଣ ଦିଗରେ ଆହୁରି ଯଥେଷ୍ଟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କାମ୍ବୋଡିଆର ଓଁକାର ମନ୍ଦିର ବିଶ୍ୱର ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଟେ । ୧୬୨୬ ହେକ୍ଟର ଏକର ଜମିରେ ମନ୍ଦିର ନିର୍ମାଣ କରାଯାଇଛି । ୩୦୨ ମିଟର ଲମ୍ବା ବିଷ୍ଣୁମୂର୍ତୌି ପଥରରେ ନିର୍ମାଣ କରାଯାଇଛି । ପାକିସ୍ଥାନ ଲାହୋର ଠାରେ ଥିବା ୩୦ ଗୋଟି ପୁରୁଣା ମନ୍ଦିର ଗୁଡିକୁ ମୁସଲମାନ ମାନେ ଡିସେମ୍ବର ୮, ୧୯୯୨ରେ ଆକ୍ରମଣ କରି ଧ୍ୱଂସ କରିେଲେ । ପାକିସ୍ଥାନର କରାଚୀ ଓ ସିନ୍ଧ୍ ପ୍ରଦେଶରେ ବହୁ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇ ସେଗୁଡିକୁ କଂସେଇଖାନାରେ ପରିଣତ କରିଦେଇଛନ୍ତି । ବଙ୍ଗଳା ଦେଶରେ ହିନ୍ଦୁ ପୂଜକ ମାନଙ୍କୁ ମୁସଲମାନ ଆତଙ୍କବାଦୀ ମାନେ ହତ୍ୟା କରିବାରେ ଲାଗିଛନ୍ତି । ୭୦ ବର୍ଷର ପୂଜକ ଅନନ୍ତ ଗୋପାଳ ଗାଙ୍ଗୁଲି ନାଳଡଙ୍ଗା ବଜାରରେ ସାଇକେଲରେ ଯାଇଥିବା ବେଳେ ତାଙ୍କୁ ଅଟକାଇ ଗଳାକାଟି ହତ୍ୟା କରିଥିଲେ । ଗୁଜୁରାଟର ଗାନ୍ଧୀନଗରରେ ଥିବା ସ୍ୱାମୀ ନାରାୟଣ ଅକ୍ଷରଧାମ ମନ୍ଦିର ଉପରେ ଆତଙ୍କବାଦୀ ମାନେ ୨୪ ସେପ୍ଟେମ୍ବର ୨୦୦୨ରେ ଆକ୍ରମଣ କରିଥିଲେ । ଏହା ଫଳରେ ୩୩ଜଣ ନୀରିହ ଲୋକ ପ୍ରାଣ ହରାଇଥିଲେ ଆଉ ୬୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ମଧ୍ୟପ୍ରଦେଶର ଭୋଜଶାଳା ଠାରେ ମାତା ସରସ୍ୱତୀଙ୍କ ମନ୍ଦିର ଅଛି । ଏହି ମନ୍ଦିରକୁ ରାଜା ନିର୍ମାଣ କରି ଥିଲେ । ସେଠାରେ ସଂଖ୍ୟାଲଘୁ ତୁଷ୍ଟିକରଣ ଯୋଗୁଁ ସରକାର ଦେବୀଙ୍କ ବିଗ୍ରହକୁ ଗୋୟାଲିୟର ନେଇଯାଇଥିଲେ । କେରଳର ତିରବନ୍ତପୁରମ୍ ଠାରେ ପଦ୍ମନାଭ ସ୍ୱାମୀ ମନ୍ଦିର ଅଛି । ଏହି ମନ୍ଦିରର ୧ ଲକ୍ଷ କୋଟି ଟଙ୍କାର ସମ୍ପତି ଅଛି । ସେଠାର କମ୍ୟୁନିଷ୍ଟ ସରକାର ମନ୍ଦିର ପାଣ୍ଠିକୁ ହଡପ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏଥିପାଇଁ କେରଳ ହାଇକୋର୍ଟରେ କେଶ ମଧ୍ୟ ହୋଇଛି । ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ ଦୁର୍ନିତିରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଦାନପାତ୍ରରେ ମିଳୁଥିବା ଅର୍ଥ ଅପବ୍ୟୟ କରାଯାଇ ଅତୀତରରେ ମନ୍ତ୍ରୀ ମାନେ ବିଳାସପୂର୍ଣ୍ଣ ଢଙ୍ଗରେ ହୋଟେଲରେ ରହି ସମୟ ବିତାଉଛନ୍ତି । ଦ୍ୱାଦଶ ଶତାବ୍ଦୀରେ ପ୍ରସିଦ୍ଧ ପୁରୀ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଉପରୁ ପଥର ଖସିବା ଭଳି ଦୁର୍ଘଟଣା ଘଟୁଛି । ୨୦୧୨ ଅକ୍ଟୋବର ୬ ତାରିଖ ଦିନ ୧୫ କି.ଗ୍ରା ପଥର ଖସି ପଡିବାରୁ ତାହା ଖଣ୍ଡ ଖଣ୍ଡ ହୋଇ ତଳେ ପଡିଥିଲା । ପୂଜକ ଦେବୀ ପ୍ରସାଦ ପଣ୍ଡା ଆହତ ହୋଇଥିଲେ । ପୁରୀ ମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା, ପୁଣି କିଛି ମାସ ପରେ ମିଳିବା, ଜମା ଟଙ୍କା ୟେସ ବ୍ୟାଙ୍କ ରଖିବା ନେଇ ସାଧାରଣରେ ବିଶେଷ ଚର୍ଚ୍ଚା ହୋଇ ଥିଲା । ଏବେ ବଗଲା ଧର୍ମଶାଳା ବିକ୍ରିି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଗନ୍ଧରାଡି ମନ୍ଦିରରୁ ନୀଳମାଧବ ମନ୍ଦିରରୁ ଚକ୍ର ଭାଙ୍ଗିନେବା କଥା ୧୯୮୦ ର ଘଟଣା ଥିଲା, ପରେ ଏହାର ଚୋରୀ ଧରାପଡିଲା ନାହିଁ । ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ଶିଶୁପାଳଗଡର ଇତିହାସ କେତେ ସମୃଦ୍ଧ ତାହା ଏଡାର ଭଗ୍ନାବଶେଷରୁ ହିଁ ଜଣାପଡିଥାଏ । ୧୯୪୭ -୪୮ ମଧ୍ୟରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାଦ୍ୱାରା ଆବିଷ୍କୃତ ଏହି ପ୍ରାଚୀନ କୀର୍ତିରାଜି ଦିନକୁ ଦିନ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯିବାରେ ଲାଗିଥିବା ବେଳେ ଏହାରସୁରକ୍ଷା ପାଇଁ ଯେମିତି କାହାର ଇଛା ନାହିଁ । ଶିଶୁପାଳଗଡ ଆବିଷ୍କୃତ ହେବା ସମୟରେ ୫୬୨.୬୮ ଏକର ଅଂଚଳରେ ପରିବ୍ୟାପ୍ତ ଥିବା ବେଳେ ଏବେ ମାତ୍ର ୦.୭୭୫ ଏକର ରେ ସୀମିତ ରହିଯାଇଛି । ସରକାରୀ ନିଷ୍କ୍ରିୟତାକୁ କେହି କେହି ଦାୟୀ କରୁôଥବା ବେଳେ ଅନ୍ୟ କେହି ସରକାରୀ ଆନ୍ତରିକତାର ଅଭାବ ରହିଛି । ସାମାନ୍ୟ ବର୍ଷାରେ ପ୍ରାଚୀନ ମେଘେଶ୍ୱର ମନ୍ଦିର, ବ୍ରହ୍ମଶ୍ୱରମନ୍ଦିରରେ ଠାକୁର ପାଣି ଜଳରେ ବୁଢି ରହୁଥିବା ଦେଖାଯାଉଛି । ପ୍ରାଚୀନ ମନ୍ଦିର ଉଦ୍ଧାର କାର୍ଯ୍ୟରେ ସରକାରୀ ତତ୍ପରତା ପ୍ରକାଶ ପାଇବା ଉଚିତ୍ । 


 ଟଙ୍କପାଣି ରୋଡ, ଭୁବନେଶ୍ୱର  

Comments