ଅଶୋକ ସିଂହଲ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳର ଆତ୍ମା ଥିଲେ : ଆଲୋକ କୁମାର


ନୂଆଦିଲ୍ଲୀ : ବିଶ୍ୱହିନ୍ଦୁ ପରିଷଦର ମୁଖ୍ୟାଳୟରେ ସ୍ୱର୍ଗତ ଅଶୋକ ସିଂହଲ ଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣକରି କେନ୍ଦ୍ରୀୟ କାର୍ଯ୍ୟାଧ୍ୟକ୍ଷ ଆଇନଜୀବୀ ଆଲୋକ କୁମାର କହିଲେ ଯେ, ସେ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନର ଆତ୍ମା ଥିଲେ । ସେ ସମଗ୍ର ହିନ୍ଦୁ ସମାଜକୁ ଜାଗ୍ରତ କରିଥିଲେ । ସଂଗଠିତ କରିଥିଲେ । ଏକ ଦୃଢ ସଂଘର୍ଷର ନେତୃତ୍ୱ ନେଇଥିଲେ । ସେ ସନ୍ଥମାନଙ୍କ ମଧ୍ୟରେ  ମଧ୍ୟ ଆଦରଣୀୟ ଥିଲେ । ଶ୍ରୀରାମ ଜନ୍ମଭୂମି ଉପରେ ଏକ ରାଷ୍ଟ୍ର ମନ୍ଦିର ଭାବରେ ନିର୍ମାଣ ହେଉଥିବା ଏହି ମନ୍ଦିରର ନିଅଁର ଇଟା ଭାବେ ସେ ସଦା ସ୍ମରଣୀୟ ହୋଇ ରହିବେ । 

ଭିଏଚ୍‌ପିର ଉପାଧ୍ୟକ୍ଷ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର  ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଲେ ଯେ, ୧୯୪୨ ମସିହାରେ ଅଶୋକଜୀ ପୂଜ୍ୟ ରଜ୍ଜୁଭୈୟାଙ୍କ ସଂପର୍କ ଦ୍ୱାରା  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ହୋଇଥିଲେ । ୧୯୮୧ ମସିହାରେ ତାଙ୍କ ଜୀବନରେ ଏକ ଭିନ୍ନ ମୋଡ ନେଇଥିଲା । ଦିଲ୍ଲୀର ବୋଟ କ୍ଲବରେ ବିରାଟ ହିନ୍ଦୁ ସମାଜ ନାମକ ବିଶାଳ ଆୟୋଜନ ହୋଇଥିଲା । ୧୯୮୨ ମସିହାରେ ସଂଯୁକ୍ତ ମହାମନ୍ତ୍ରୀ ଭାବରେ ଦାୟୀତ୍ୱ ବହନ କରିଥିଲେ । ଏହାପରେ ସାରା ଦେଶରେ ଏକାତ୍ମତା ଯାତ୍ରା  ମାଧ୍ୟମରେ ହିନ୍ଦୁ ସମାଜରେ ଜନ ଜାଗରଣ ଆରମ୍ଭ କରିଥିଲେ । ଏହାପରେ ଶ୍ରୀରାମ ଜନ୍ମଭୂମୀ ଆନ୍ଦୋଳନର  ବିଭିନ୍ନ ପର୍ଯ୍ୟାୟ, ଶ୍ରୀରାମ ସେତୁ ରକ୍ଷା, ଗୋ ଗଙ୍ଗା, ମଠ ମନ୍ଦିର, ଧର୍ମଗ୍ରନ୍ଥ ତଥା ପୂଜ୍ୟ ସାଧୁସନ୍ଥଙ୍କ  ସମ୍ମାନ ପାଇଁ  ନିରନ୍ତ୍ରର ସଂଗ୍ରାମ କରିଥିଲେ । ବିଚାର ବିରୋଧୀଙ୍କ ସହିତ ତାଙ୍କର ମଧ୍ୟ ଭଲ ସଂପର୍କ ଥିଲା । ସେ ନିଷ୍ଠା ଏବଂ ପ୍ରଖର ବ୍ୟକ୍ତିତ୍ୱର ଧନୀ ଥିଲେ । 

ଦକ୍ଷିଣ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରବିବାର ଦିନ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଭିଏଚ୍‌ପିର କେନ୍ଦ୍ରୀୟ ପ୍ରବନ୍ଧ ସମିତିର ସଦସ୍ୟ ଦୀନେଶ ଚନ୍ଦ୍ର, କେନ୍ଦ୍ରୀୟ ସଂଯୁକ୍ତ ମହାମନ୍ତ୍ରୀ ସ୍ୱାମୀ ବିଜ୍ଞାନାନନ୍ଦ, କୋଟେଶ୍ୱର ଶର୍ମାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 


Comments