ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ଏବିଭିପିର ବିକ୍ଷୋଭପ୍ର ଦର୍ଶନ

 

ବିଶ୍ଵ ବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

 

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ଦୃଢ଼ ପ୍ରତିବାଦ କରି ଉତ୍କଳ ବିଶ୍ଵବିଦ୍ୟାଳୟ ମେନଗେଟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଛି। ରାଜ୍ୟ ସରକାର  କିଛିଦିନ ହେବ ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ କୁସଂଶୋଧନ କରି ଯେଉଁଭଳି ନୂତନ ନିୟମମାନ ଆଣିଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ସରକାର ବିଶ୍ୱବିଦ୍ୟାଳୟ ଗୁଡିକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି। ଯାହା ସମ୍ପୂର୍ଣ୍ଣ ନିନ୍ଦନୀୟ। ସରକାରଙ୍କ ଏପରି ମନୋଭାବ ଶିକ୍ଷା ବ୍ୟବସ୍ଥାକୁ  ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରିଦେବ। ସରକାର ନିଜର ପ୍ରଚାର କରିବା ଉଦ୍ଧେଶ୍ୟରେ ଏପରି ନିୟମ କରିଛନ୍ତି। ବିଶ୍ୱବିଦ୍ୟାଳୟକୁରାଜନୀତିକରଣ ଅମଲାକରଣଙ୍କ ପେଣ୍ଠସ୍ଥଳିରେ ପରିଣତ କରିବା ଉଦେଶ୍ୟ କୁ କେବେବି ସଫଳ କରାଯିବ ନାହିଁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତା ମାନେ କହିଛନ୍ତି । ସିନେଟ ବ୍ୟବସ୍ଥା ବନ୍ଦ କରି ଛାତ୍ରମାନଙ୍କ ଅଧିକାର କର୍ତ୍ତବ୍ୟକୁ ସେମାନଙ୍କଠୁ ଅଲଗାକ ରାଯାଉଛି ବୋଲି ଦାବି ହୋଇଛି। ତରବରିଆ ଭାବରେ ନିଆଯାଇଥିବା ଏହି ନିଷ୍ପତିକୁ ପୁନଃବିଚାର ବିମର୍ଶ କରିବାର ଆବଶ୍ୟକତା ଅଛି। ସଦ୍ୟ ପ୍ରକାଶିତ ବିଶ୍ୱବିଦ୍ୟାଳୟ ସ୍ତରରେ ରାଜ୍ୟର କୌଣସି ବିଶ୍ୱ ବିଦ୍ୟାଳୟ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ନଥିବାବେଳେ ଏହି ପଦକ୍ଷେପ ବିଶ୍ୱବିଦ୍ୟାଳୟମାନକୁ ଆହୁରି ତଳକୁନେବ ବୋଲି ଚର୍ଚ୍ଚା ହେଉଛି। ସରକାର ଏହାକୁ ଚିନ୍ତନକରି ଏହି ସଂଶୋଧନ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦରକାର ବୋଲି ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ପ୍ରସାଦ ରାଉତ କହିଛନ୍ତି ।ଏହି ବିକ୍ଷୋଭରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ସାହୁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭସ୍ମିତା ଦାସ , ଆଗ୍ରିଭିଜନ ସହସଂଯୋଜକ ସୂର୍ଯ୍ୟ ପ୍ରକାଶ କର , ଟେକ୍ନିକାଲ ଛାତ୍ର ଆୟମ ସଂଯୋଜକ ପ୍ରିତମ ଦାସ ଚନ୍ଦ୍ର ଦେ , କ୍ରିଷ୍ଣାମୟି ପଣ୍ଡା , ଦୀପ୍ତିମୟି ,ମାମାଲିପହଣ୍ଡ , ପ୍ରଦୀପସ୍ୱାଇଁ , ଗୋପବନ୍ଧୁ ଜେନା, ରଜିତ୍ନାୟକ , ଗଣେଶ୍ୱର ବେହେରା, ପିଣ୍ଟìରାଉତ ,ସରୋଜ ମହାପାତ୍ର , ମୁନା ତିରି ନିଶିକାନ୍ତ ପଟ୍ଟନାୟକ ଶକ୍ତିମାନ ଦାସ ଉପସ୍ଥିତଥିଲେ

 

 

Comments