ବିଇଡିକଲେଜଗୁଡିକୁନିଜଅଧୀନକୁଆଣିଭିତ୍ତିଭୂମି ଓ ଅଧ୍ୟାପକନିଯୁକ୍ତିକ୍ଷେତ୍ରରେତତ୍ପରତାଦେଖ|ନ୍ତୁରାଜ୍ୟସରକାର।
ଏ ବର୍ଷ ବିଏଡ଼ ନାମଲେଖା ବନ୍ଦ ହେଉଥିବା ବେସରକାରୀ କଲେଜ ଗୁଡିକର ପରିଚାଳନା ଦାୟିତ୍ବ ସରକାର ନିଜେ ନିଅନ୍ତୁ-ABVP
ଓଡ଼ିଶାରେ ଶିକ୍ଷକ ଶିକ୍ଷା ପାଇଁ ଚାଲୁଥିବା ବିଇଡି କଲେଜ ଗୁଡିକ ମଧ୍ୟରୁ
୧୫ ଟି କଲେଜ ରେ ନାମ ଲେଖା ହେବ ନାହିଁ ବୋଲି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୧୫ ରୁ ଅଧିକ ବିଇଡି କଲେଜରେ ଆବଶ୍ୟକୀୟ ପରିମାଣର ଭିତ୍ତିଭୂମି
, ଆବଶ୍ୟକତା ଅନୁସାରେ ଅଧ୍ୟାପକ ଓ କର୍ମଚାରୀ ନଥିବା କାରଣରୁ ଏନସିଟିଇ (ନେସନାଲ କଉନ୍ସିଲ ଫର ଟିଚର୍ସ ଏଜୁକେସନ )
ସେକସନ ୧୭(୧) ଆକ୍ଟ ୧୯୯୩ ଆଧାରରେ ସେ କଲେଜ ଗୁଡିକରୁ ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି।
ପୂର୍ବ ବର୍ଷ ମାନଙ୍କରେ
୨୦୦୦ ରୁ ଉର୍ଦ୍ଧ୍ବ ବିଇଡି ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷା ହେଉଥିବା ବେଳେ ଏହିବର୍ଷ ୫ ଟି କଲେଜରେ ପାଇଁମାତ୍ର
୩୫୦ ଟି ସିଟ ପାଇଁ ପ୍ରବେଶିକା ପରୀକ୍ଷା ହେବବୋଲି ବିଜ୍ଞପ୍ତି ଜାରିହୋଇଛି ଯାହାଫଳରେ ରାଜ୍ୟର ହଜାର ହଜାର ମେଧାବୀ ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।
ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ବିଦ୍ୟାର୍ଥୀ ଲକ୍ଷଲକ୍ଷ ଟଙ୍କାଦେଇ ଆନ୍ଧ୍ରପ୍ରଦେଶ,
ବେଙ୍ଗଲୁର, ଆସାମ ଆଦି ରାଜ୍ୟରେ ଯାଇ ବିଇଡି ଶିକ୍ଷା ଗ୍ରହଣ କରି ଆସୁଛନ୍ତି ଏହା ଉପରେ ରାଜ୍ୟ ସରକାରଙ୍କର ଧ୍ୟାନନାହିଁ।
ରାଜ୍ୟ ସରକାର ତୁରନ୍ତ ଏହି
୧୫ ଟି ବିଇଡି କଲେଜକୁ ନିଜ ଅଧୀନକୁ ଆଣି ଏହି କ୍ୟାମ୍ପସ ଗୁଡିକର ଭିତ୍ତିଭୂମି ,ଅଧ୍ୟପାକ ଓ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ
ପ୍ରଦାନ କରିବା ପାଇଁ ଏବିଭିପି ଦାବି ଉପସ୍ଥାପନ କରିଅଛି।
ବିଇଡି ବିଦ୍ୟାର୍ଥୀମାନଙ୍କ ରଭବିଷ୍ୟତକୁ ଆଖି ଆଗରେ ରଖି ତୁରନ୍ତ ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିବା ସହିତ ଚଳିତ ବର୍ଷ କେଉଁଭଳି ନାମଲେଖା ହେବ ତାହା ପାଇଁ ତତ୍ପରତା ଗ୍ରହଣ କରିବା ପାଇଁ ଏବିଭିପି ର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଦାବି ଉପସ୍ଥାପନା କରିଛନ୍ତି।
Comments
Post a Comment