ଏଆଇଆଇଏମ୍‌ଏସ୍‌ରେ ୧୩ ଦିନ ହେବ ରୋଗୀ ଏବଂ ସହାୟକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ଆରଏସ୍‌ଏସ୍‌


ଭୁବନେଶ୍ୱର,୫/୫ : କରୋନା ପାଇଁ ହୋଇଥିବା ତାଲାବନ୍ଦ ଯୋଗୁଁ ହୋଟେଲ ଓ ଜଳଖିଆ  ଦୋକାନ ବନ୍ଦ ରହିଥିବାରୁ ବିଭିନ୍ନ ହସ୍‌ପିଟାଲରେ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି ।  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭବନେଶ୍ୱର ମହାନଗର ତରଫରୁ ଉତ୍କଳ ବିପନ୍ନ ସହାୟତା ସମିତ ମାଧ୍ୟମରେ ଏଆଇଆଇଏମ୍‌ଏସ୍‌ରେ ଥିବା ରୋଗୀ ଓ ତାଙ୍କ ପରିଜନମାନଙ୍କୁ ୧୩ ଦିନ ହେବ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଅଖିଳ ଭାରତୀୟ ଆର‌୍ୟୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ୩୧୦ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଖାଦ୍ୟ ବିତରଣ କରାଯାଉ ଥିବା ବେଳେ ୪୦୦୦ରୁ ଉର୍ଦ୍ଧ୍ୱ ରନ୍ଧାଖାଦ୍ୟ ପ୍ୟାକେଟ ବିତରଣ କରି ସାରିଲେଣି ସଂଘର ସ୍ୱୟଂସେବକ । ସେହିପରି ଏହି ମେଡିକାଲରେ ପ୍ରତ୍ୟେକ ଦିନ ୨୨ ପରିବାରକୁ  ଶୁଖିଲା ଖାଦ୍ୟ ଦିଆଯାଉଥିବାବେଳେ ୩୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଉପକୃତ ହୋଇ ପାରିଛନ୍ତି । ସଂଘର ସ୍ୱୟଂସବେକମାନେ  ଏଆଇଆଇଏମ୍‌ଏସ୍   ଓ ସଂଜିବନୀ ହସପିଟାଲରେ ୮୪୫ ଜଣଙ୍କୁ ମାସ୍କ ବିତରଣ କରିଛନ୍ତି । ଖଣ୍ଡଗିରିର ସ୍ୱୟଂସେବକମାନେ  ୮୩୦ ଘରକୁ ସାନିଟାଇଜେସନ କରିଛନ୍ତି । ପ୍ରତ୍ୟେକ ଦିନ ଏହି ସେବାକାମରେ ୧୨ ଜଣ ସ୍ୱୟଂସେବକ ସାମିଲ ହେଉଛନ୍ତି ।

Comments