ଅଯୋଗ୍ୟଙ୍କୁ ନିଯୁକ୍ତ
ସୋମେନ୍ଦ୍ର ଜେନା
ଗୁଜରାଟରେ ତୃତୀୟ ଶ୍ରେଣୀର ତିନିହଜାର ପଦବୀ ପାଇଁ ଦଶଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ହେଁ ଏବେ ଜାଲିଆତି ଅଭିଯୋଗ ଉଠିଛି । ତାମିଲନାଡୁର ଚେନ୍ନାଇ ମହାନଗର ପୋ÷ରପାଳିକାର ଝାଡୁଦାର ପଦବୀ ପାଇଁ ଅନେକ ଇଞ୍ଜିନିୟର ଆବେଦନ କରିଛନ୍ତି । ଦେଶରେ ଆର୍ôଥକ ମାନ୍ଦାବସ୍ଥା ସହ ବେରୋଜଗାରୀ ବଢିବା ବେଳେ ଜାଲ ନିଯୁକ୍ତି ଜୋର ଧରିଛି । ଅତୀତରୁ ଆଜିଯାଏ ଏହିକ୍ରମ ଜାରିରହିଛି । ଦେଶରେ ଗୋଟିଏ ଗୋଟିଏ ପଦବୀରେ ନିଯୁକ୍ତି ପାଇଁ ହଜାର ହଜାର ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ଧାଡି ବାନ୍ଧୁଥିଲା ବେଳେ ରାଜ୍ୟରେ ଯୋଗ୍ୟତା ନଥିବା ପ୍ରାର୍ଥୀମାନେ ସରକାରୀ ·କିରୀରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟର ଗଣଶିକ୍ଷା ବିଭାଗରେ ବହୁସଂଖ୍ୟାରେ ଶିକ୍ଷକ ଓ ଶିକ୍ଷା ଅଧିକାରୀ ଯୋଗ୍ୟତା ନଥାଇ ନିଯୁକ୍ତି ପାଇଥିବାରୁ ଏହି ବିଭାଗର ଗୁଣାତ୍ମକମାନ ସବୁଠି ହ୍ରାସ ପାଇବାରେ ଲାଗିଛି । ସରକାରୀ ବିଦ୍ୟାଳୟଗୁଡିକରେ ପରୀକ୍ଷା ଫଳାଫଳ ଦିନକୁ ଦିନ ଖରାପ ହେବାବେଳେ କମ୍ ବେତନ ପାଉଥିବା ବେସରକାରୀ ବିଦ୍ୟାଳୟର ଶିକ୍ଷକମାନେ ଅଧିକ ସଫଳତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଲା ଯେ ଏହି ବିଭାଗର ଅନେକ ଶିକ୍ଷକ ଏବଂ ଅଧିକାରୀଗଣ ଜାଲ ପ୍ରମାଣପତ୍ର ମାଧ୍ୟମରେ ବର୍ଷ ବର୍ଷ ଧରି ·କିରୀ କରି ଆସୁଛନ୍ତି । ପୂର୍ବରୁ ଢେଙ୍କାନାଳର ଅର୍ଥନୈତିକ ପରାମର୍ଶଦାତା ସନ୍ତୋଷ କୁମାର ମହାରଣା ଏବଂ ଗଞ୍ଜାମର ·ରିଜଣ ଶିକ୍ଷକ ସମାନ ଅଭିଯୋଗରେ ·କିରୀରୁ ତଡା ଖାଇଥିଲେ । ଏହି ପ୍ରକ୍ରିୟା ଆରମ୍ଭ ହେବା ଯୋଗୁ ଭୟରେ ୧୦ଶିକ୍ଷକ ଓ କର୍ମ·ରୀ ନିଜ ଆଡୁ ଆଗୁଆ ·କିରୀ ଛାଡି ·ଲିଯାଇଛନ୍ତି । କିନ୍ତୁ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଗଲେ ବହୁ ଶିକ୍ଷକ ଏବଂ ଅଧିକାରୀ ଏଥିରେ ପଡିବେ ବୋଲି ସନ୍ଦେହ କରାଯାଉଛି । ଇତି ମଧ୍ୟରେ ବିଭାଗୀୟ ଶାସନସଚିବ ସବୁ ଜିଲ୍ଲାରେ ଏହି ଯାଞ୍ଚ ପ୍ରକ୍ରିୟାକୁ ·ଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସବୁଜିଲ୍ଲାର ଶିକ୍ଷା ଅଧିକାରୀ ଏବଂ ଡିପିସିଙ୍କୁ ଏ ନେଇ ସେ ଚିଠି ଲେଖିଛନ୍ତି । ସେପାରେ ଏହି ଅଭିଯୋଗ ଉଠିବାପରେ ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଅନୁରୂପ ନିର୍ଦ୍ଦେଶନାମା ବିଭିନ୍ନ ଜିଲ୍ଲାକୁ ପଠାଇଛନ୍ତି । ତେବେ ଶ୍ରୀ ପୁନିଆ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଏକ ଛଅଜଣିଆ ଯାଞ୍ଚ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି କମିଟିରେ ଅତିରିକ୍ତ ନିର୍ଦ୍ଦେଶକ ଅଧ୍ୟକ୍ଷ ଥିଲାବେଳେ ଉପନିର୍ଦ୍ଦେଶକ (ପ୍ରଶାସନ) ଆବାହକ ଏବଂ ତିନିଜଣ ଉପନିର୍ଦ୍ଦେଶକଙ୍କ ସହ ଓଆଇସି ସଦସ୍ୟ ରହିଛନ୍ତି । ଏଥିରେ ସାହାଯ୍ୟ କରିବାପାଇଁ ·ରିଜଣ ଅଧିକାରୀ ରହିଛନ୍ତି । ଏହି କମିଟି ଓ ସେଠାରେ ନିଯୁକ୍ତ ହୋଇଥିବା ସହ ନିର୍ଦ୍ଦେଶକ ଆଇନ ସହାୟକ ଛଅଜଣ ଅର୍ଥନୈତିକ ପରାମର୍ଶଦାତା ସବୁପ୍ରକାର କାର୍ଯ୍ୟକ୍ରମ ନିଷ୍ପାଦକ, ସଂଯୋଜକ, ସିଷ୍ଟମ ସହାୟକ ଏସପିଡିଙ୍କ ବ୍ୟକ୍ତିଗତ ସହାୟକ । ଡାଟା ଏଣ୍ଟ୍ରି ଅପରେଟର, ଡ୍ରାଇଭର ଏବଂ ଚପରାସୀଙ୍କ ନିଯୁକ୍ତି ବେଳର ପ୍ରମାଣପତ୍ରଗୁଡିକୁ ଯାଞ୍ଚ କରିବ ଓ ସେପାରେ ୮୯ଜଣ କର୍ମ·ରୀ ରହିଛନ୍ତି ଯେଉଁ କର୍ମ·ରୀମାନେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବେ ସେମାନେ ମଧ୍ୟ ଯାଞ୍ଚ ପରିସରଭୁକ୍ତ ହେବେ ବୋଲି କୁହାଯାଇଛି । ଏହିଜାଲ ନିଯୁକ୍ତି ଯେ କେବଳ ଗଣଶିକ୍ଷା ବିଭାଗରେ ହୋଇଛି ତା ନୁହେଁ ସରକାରଙ୍କ ଅନେକ ବିଭାଗରେ ଏପରି ନିଯୁକ୍ତି ଅତୀତରେ ହୋଇଛି । ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ପ୍ରଶିକ୍ଷିତ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆ ନ ଯାଇ ଆଦୈା ପ୍ରଶିକ୍ଷଣ ପାଇନଥିବା ରାଜ୍ୟ ବାହାରର ବ୍ୟକ୍ତିମାନଙ୍କୁ ଅତୀତରେ ନିଯୁକ୍ତି ଦିଆଯାଇଛି । ପ୍ରଶିକ୍ଷିତ ଯୋଗ୍ୟ ପ୍ରାର୍ଥୀମାନେ ପ୍ରଶିକ୍ଷଣ ସମୟରେ ·କିରୀ ପାଇବେ ବୋଲି ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇଥିଲା ବେଳେ କେତେକ ଗତ ତିରିଶବର୍ଷ ହେଲା ·କିରି ପାଇଁ ବିଭାଗକୁ ଧାଇଁ ଧାଇଁ ହତାଶ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ବାଛବି·ରର ଏମିତି ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଅନ୍ତର୍ଗତ ଦାସପୁରର ଟୋପି·ନ୍ଦ ଭୋଇ । ତାଙ୍କୁ ବିଭାଗ ପକ୍ଷରୁ କଟକ କିମ୍ବା ବ୍ରହ୍ମପୁରସ୍ଥିତ କୁଷ୍ଠସେବକ ପ୍ରଶିକ୍ଷଣ କେନ୍ଦ୍ରରେ ନିଜ ଖର୍ଚ୍ଚରେ ପ୍ରଶିକ୍ଷଣ ନେବାଲାଗି ୧୫ମଇ ୧୯୮୬ରେ ବିଭାଗ ପକ୍ଷରୁ ଲେଖାଯାଇଥିଲା । ତଦନୁଯାୟୀ ସେ ଆବେଦନ କରିବାରୁ ୩୦ସେପ୍ଟେମ୍ବର ୧୯୮୬ରେ ତାଙ୍କୁ ପାରାମେଡିକାଲ ୱାକର୍ସ ଟ୍ରେନିଂ ସ୍କୁଲ ବ୍ରହ୍ମପୁର ପାଇଁ ବଛାଯାଇଥିବା କୁହାଯାଇଥିଲା । ସେତେବେଳେ ସରକାର ପ୍ରଶିକ୍ଷିତ ବିଦ୍ୟାର୍ଥୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେଉଥିଲେ । ଶ୍ରୀ ଭୋଇ ପ୍ରଥମଥର ଉତ୍ତୀର୍ଣ୍ଣ ହୋଇନଥିଲେ ମଧ୍ୟ ପରବର୍ତ୍ତୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଶ୍ରୀ ଭୋଇଙ୍କ ବ୍ୟାଚରେ ପାସ୍ କରିଥିବା ବନ୍ଧୁମାନେ ପରେ ·କିରୀ ପାଇଥିବା ବେଳେ ଶ୍ରୀ ଭୋଇଙ୍କୁ ଆଜିଯାଏ ନିଯୁକ୍ତି ମିଳିପାରିନାହିଁ । ଅଥଚ ପରବର୍ତ୍ତୀ କାଳରେ ରାଜ୍ୟ ବାହାରର ଅଣପ୍ରଶିକ୍ଷିତ ଅନେକ ପ୍ରାର୍ଥୀଙ୍କୁ ବିଭାଗ ନିଯୁକ୍ତି ଦେଇଥିବା ଜଣାପଡିଛି । ପରେ ଏହାକୁ ନେଇ ଟ୍ରିବ୍ୟୁନାଲରେ ମାମଲା ଉଠିଥିଲା । ଟ୍ରିବ୍ୟୁନାଲ ବେଆଇନ ନିଯୁକ୍ତିକୁ ରଦ୍ଦ କରି ନୂଆ ନିଯୁକ୍ତି ଦେବାପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ଜାଲ ସାର୍ଟିଫିକେଟଧାରୀ ପିଏମ୍ଡବ୍ଲ୍ୟୁମାନଙ୍କ ବିରୋଧରେ ପଦକ୍ଷେପ ନେବାଲାଗି ସବୁ ଡିଏଲ୍ଓଙ୍କ ନିକଟକୁ ୧୮ ନଭେମ୍ବର ୧୯୯୧ରେ ମଧ୍ୟ ଚିଠି ଲେଖାଯାଇଥିଲା । (ମେମୋ ନଂ ୨୨୨୭୩ /୧୮/୧୧/ ୯୧) । ହେଲେ ଏ ନେଇ ବିଶେଷ କିଛି ପଦକ୍ଷେପ ନିଆଗଲା ନାହିଁ । ପ୍ରଶିକ୍ଷିତ ଭୋଇ ଜଣେ ଦୁର୍ବଳ ବର୍ଗର ଏବଂ ପଶ୍ଚିମ ଓଡିଶାର ବ୍ୟକ୍ତି ହୋଇଥିବାରୁ ସେ ବାରମ୍ବାର ଭୁବନେଶ୍ୱର ଆସି ବିଭାଗୀୟ ଅଧିକାରୀଙ୍କୁ ଦେଖାକରି ନପାରିବାରୁ ତାଙ୍କୁ ଆଦୋ÷ ନିଯୁକ୍ତି ମିଳିପାରିଲା ନାହିଁ । ଆଜି ଯାଏଁ ସେ ସମୟ ମିଳିଲେ ଭୁବନେଶ୍ୱର ଆସୁଛନ୍ତି ଅଧିକାରୀଙ୍କୁ ଭେଟିବାପାଇଁ । ଗୋଟିଏ ପଟେ ରାଜ୍ୟରେ ଜାଲ ନିଯୁକ୍ତି ·ଲୁ ରହିଥିଲାବେଳେ ଅନ୍ୟପଟେ ନିଯୁକ୍ତିକୁ ଅପେକ୍ଷା କରି ୩୧୦ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି । ଇତି ମଧ୍ୟରେ ୨୧ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ସେମାନଙ୍କ ନିଯୁକ୍ତି ପାଇଁ କେହି ଚିନ୍ତିତ ନୁହନ୍ତି । ୧୯୯୭ରେ ଓଡିଶା ଲୋକସେବା ଆୟୋଗ ତିନିଶହ କନିଷ୍ଠ ସହାୟକ ପଦବୀ ପାଇଁ ପରୀକ୍ଷା କରାଇ ୬୭୧ଜଣଙ୍କ ମେଧା ତାଲିକା ପ୍ରସ୍ତୁତ କରିଥିଲା । ହେଲେ ପର୍ଯ୍ୟାୟକ୍ରମେ ୩୬୧ନିଯୁକ୍ତି ପାଇଲାବେଳେ ୩୧୦ଜଣ ଏଯାଏଁ ପାଇପାରିନାହାନ୍ତି । ଏପରିକି ସାଧାରଣ ବର୍ଗର ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳି ନଥିବା ବେଳେ ୧୭୪ରୁ ୨୦୨, ୩୯୮,୪୦୧,୪୦୩, କ୍ରମରେ ଥିବା ପ୍ରାର୍ଥୀ ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ପାଇଛନ୍ତି ଅଥଚ ମେଧା ତାଲିକାରେ ଥିବା ୧୧୨, ୧୧୪,୧୧୫,.୧୪୯,୧୫୪, ୧୫୮,୨୦୦ସିରିଅଲରେ ଥିବା ପ୍ରାର୍ଥୀମାନେ ଆଜିଯାଏଁ ·କିରୀ ପାଇପାରିନାହାନ୍ତି । ଏମାନଙ୍କ ନିଯୁକ୍ତି ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ମଧ୍ୟ ସରକାର ନାନା ପ୍ରକାର ବାହାନା କରି ଆଜିଯାଏ ତାକୁ କାର୍ଯ୍ୟକାରୀ କରିନାହାନ୍ତି । ୨୦୦୪ରେ ଆଶାୟୀମାନେ ୨୩ଦିନ ଧରି ଧାରଣାରେ ବସିଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମୋ÷ଖିକ ଭାବେ ନିଯୁକ୍ତିର ପ୍ରତିଶ୍ରୁତି ଦେଲେ ମଧ୍ୟ ପରେ ଠକିଦେଲେ । ୨୦୧୦ରେ ହାଇକୋର୍ଟ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇ କହିଲେ ଯେ ମେଧା ତାଲିକାରେ ଥିବା ୩୦୦ ପ୍ରାର୍ଥୀଙ୍କୁ ସଚିବାଳୟରେ କନିଷ୍ଠ ସହାୟକ ପଦବୀରେ ନିଯୁ୍କ୍ତି ପାଇଁ ସରକାରୀ ଆଦେଶ ଦିଆଯାଇପାରେ । ହେଲେ ସେ ସମୟର ଅନୁଶାସନ ସଚିବଙ୍କ ସେହିକଥା ଆଜିଯାଏ ରକ୍ଷା କରାଯାଇନାହିଁ । ଶିକ୍ଷକମାନେ ଶିଶୁର ଦ୍ୱିତୀୟ ମାର୍ଗଦର୍ଶକ ବୋଲି କୁହାଯାଏ । ଶିଶୁର ମାଆ ପ୍ରଥମ ମାର୍ଗଦର୍ଶିକା ହୋଇଥିଲା ବେଳେ ଘର ବାହାରେ ଶିକ୍ଷକ ହିଁ ପିଲାଟିକୁ ବିଦ୍ୟାଳୟରେ ମଣିଷ କରି ଗଢି ତୋଳିଥାନ୍ତି । ସେଥିପାଇଁ ପ୍ରତିଟି ଗୁରୁଦିବସରେ ପିଲାମାନେ ଶିକ୍ଷକଙ୍କୁ ବ୍ରହ୍ମା, ବିଷ୍ମୁ ଓ ମହେଶ୍ୱର ସ୍ୱରୂପକୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଚନ୍ଦନ ଦେଇ ସେମାନଙ୍କ ବନ୍ଦନ କରିଥାନ୍ତି । ଅଥଚ ଆଜିକାଲି ଶିକ୍ଷକମାନଙ୍କଠାରେ ସେହି ତ୍ରିରୂପ ଯେପରି ବିକୃତ ରୂପ ନେବାର ଦେଖାଗଲାଣି । ଉଦାହରଣ ଭାବେ ଦୀର୍ଘ ପାଞ୍ଚବର୍ଷ ଧରି ସ୍କୁଲରୁ ଫେରାରଥିବା ପ୍ରାୟ ୧୮୯ ଶିକ୍ଷକଙ୍କ ଘଟଣା ନିଆଯାଇପାରେ । ଯାହା ଜଣାପଡିଛି ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାର ସ୍କୁଲଗୁଡିକରେ ଜାଲ ପ୍ରମାଣପତ୍ର ଦେଇ ·କିରି କରିଥିବା ୧୦୨ ଠିକା ଶିକ୍ଷକ ଏବଂ ୮୭ଜଣ ଶିକ୍ଷକ ଏବଂ କର୍ମ·ରୀ ଗତ ପାଞ୍ଚବର୍ଷ ହେବ ଫେରାର ରହିଛନ୍ତି । ସେମାନଙ୍କ ବିରୋଧରେ ଫୋ÷ଜଦାରୀ ମାମଲା ରୁଜୁକରି ସେମାନଙ୍କୁ ଧରିବାଲାଗି ସରକାର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୫ଜଣ ହେଉଛନ୍ତି ବଲାଙ୍ଗୀରର । ତେବେ ରାଜ୍ୟର ତିନୋଟି ଜିଲ୍ଲା ଅନୁଗୋଳ, ବରଗଡ ଏବଂ ବୋ÷ଦ୍ଧରେ କୋ÷ଣସି ଶିକ୍ଷକ ଫେରାର ନଥିବା ସୂଚନା ମିଳିଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀ କୋ÷ଣସି ଶିକ୍ଷକ ଫେରାର ନାହାନ୍ତି କିମ୍ବା କେତେ ଅଛନ୍ତି ତାହା ସରକାରଙ୍କୁ ଲିଖିତ ଭାବେ ଜଣାଇବାକୁ କୁହାଯାଇଛି । ଯେମିତି ଜାଲ ଜାତିଗତ ପ୍ରମାଣପତ୍ର ଦେଇ ବହୁସଂଖ୍ୟକ କର୍ମ·ରୀ ଭିନ୍ନ ଭିନ୍ନ ବିଭାଗରେ ·କିରୀ କରିଥିବା ନେଇ ଅଭିଯୋଗ ଉଠିଥିଲା ଠିକ୍ ସେମିତି ଏହି ଅଭିଯୋଗ ଉଠିଛି । ·କିରି ପାଇବାକୁ ଫନ୍ଦିଫିକର କରିବା ନେଇ ଅତୀତରେ ଅନେକ ଘଟଣା ଦୃଷ୍ଟିକୁ ଆସିଛି । ନିକଟରେ ଉତ୍ତର ପ୍ରଦେଶର କିଛି ପରୀକ୍ଷାର୍ଥୀ ଜାଲ ପ୍ରମାଣପତ୍ର ନେଇ ପରୀକ୍ଷା ଦେବାକୁ ଆସି ପାରାଦ୍ୱୀପରେ ଧରାପଡିଥିଲେ । ସେମାନେ ସମସ୍ତେ ଦଲାଲଙ୍କ ସହାୟତାରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଜାଲ ପ୍ରମାଣପତ୍ର ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଗୋଟିଏ ସମୟରେ ୨୦୦୦ପରଠାରୁ ନିୟମିତ ନିଯୁକ୍ତିକୁ ସୀମିତ କରିବାପାଇଁ ସରକାର ସ୍ଥାୟୀ ନିଯୁକ୍ତି ବଦଳରେ ଠିକା ନିଯୁକ୍ତିକୁ ଧରିଲେ । ଅନ୍ୟପଟେ ରାଜ୍ୟର ଆବଶ୍ୟକ ଅନୁଯାୟୀ ବିଇଡି ଶିକ୍ଷାରେ ଆସନ ବୃଦ୍ଧି ନକରିବାରୁ ରାଜ୍ୟର ଅନେକ ଯୋଗ୍ୟ ଛାତ୍ରଛାତ୍ରୀ ଏଥିରୁ ବଞ୍ôଚତ ହେଲେ । ଗୋଟିଏ ପଟେ ସ୍କୁଲ ଖୋଲି ·ଲିବା ବେଳେ ଅନ୍ୟପଟେ ସୀମିତ ସଂଖ୍ୟକ ବିଇଡି ଶିକ୍ଷାନୁଷ୍ଠାନ ରହିବା ଯୋଗୁ ରାଜ୍ୟର ଛାତ୍ରଛାତ୍ରୀ ପଡୋଶୀ ଆନ୍ଧ୍ର,ଏପରିକି ଜାମ୍ମୁ କାଶ୍ମୀରକୁ ଗଲେ ବିଇଡି ପରୀକ୍ଷା ଦେବାପାଇଁ । ଏହିକ୍ରମରେ ରାଜ୍ୟର ବାହାର ଶିକ୍ଷାନୁଷ୍ଠାନ ମୁଣ୍ଡପିଛା ଲକ୍ଷାଧିକ ଟଙ୍କା ଆଦାୟ କଲାବେଳେ ରାଜ୍ୟ ଛାତ୍ରଛାତ୍ରୀମାନେ ଅଧିକ ଠକାମୀରେ ପଡିଲେ । ଯେଉଁମାନେ ଦଲାଲଙ୍କଠାରୁ ପ୍ରମାଣପତ୍ର ଅର୍ଥ ଦେଇ ହାସଲ କଲେ ତାହା ଅସଲି କି ନକଲି ସେହି ଛାତ୍ରଛାତ୍ରୀ ମଧ୍ୟ ଜାଣିଲେ ନାହିଁ । ଏମିତି ଜାଲ ପ୍ରମାଣପତ୍ର ଦେଇ ଏବେ ବି ବହୁଲୋକ ଅନେକ ବିଭାଗରେ ·କିରି କରିଛନ୍ତି ଏବଂ ସେମାନଙ୍କ ବିରୋଧରେ ମାମଲା ଆସିଥିଲେ ମଧ୍ୟ ସମସ୍ତେ ଦଣ୍ଡିତ ହୋଇନାହାନ୍ତି । ରାଜ୍ୟରେ ·କିରିଟିଏ ପାଇବାକୁ ବ୍ୟାକୁଳ ପ୍ରାର୍ଥୀ ଯେକୋ÷ଣସି ମତେ ପ୍ରମାଣପତ୍ର ସଂଗ୍ରହ କରୁଛି କିମ୍ବା ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଇଡି ଶିକ୍ଷାର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବା ପରେ ଅନେକ ବାହାର ରାଜ୍ୟରୁ ସେସବୁକୁ ସଂଗ୍ରହ କରୁଛନ୍ତି । ସେମିତି ଅତୀତରେ ରାଜ୍ୟରେ ଶିକ୍ଷକଙ୍କ ଅଭାବ ବେଳେ ସରକାର ଶିକ୍ଷାସହାୟକ ପଦବୀରେ ଜିଲ୍ଲାନୁସାରେ ଯେଉଁ ନିଯୁକ୍ତି ଦେଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କର ପ୍ରମାଣପତ୍ର ନଥିଲା । କିମ୍ବା ଯଦି ଥିଲା ତେବେ ତାହା ସନ୍ଦେହଜନକ ଥିଲା । ସେମାନଙ୍କ ମଧ୍ୟରୁ ଅନେକ ·କିରି ପାଇବାପରେ ଅନ୍ୟକୁ ପଦଟିକୁ ଭଡାରେ ଦେଇଥିଲେ । ଅର୍ଥାତ୍ ·କିରି ଜଣେ କରୁଥିଲା କିନ୍ତୁ ଦରମା ଅନ୍ୟଜଣେ ନେଉଥିଲା । ଏପରି ଅନେକ ଘଟଣା ରାଜନେତାମାନଙ୍କ ପ୍ରୋତ୍ସାହନ କ୍ରମେ ଅନେକ ଦିନ ଧରି ·ଲିଥିଲା । ଫଳରେ ଶିକ୍ଷକତା ଲାଗି ଅଯୋଗ୍ୟ ପିଲାମାନଙ୍କୁ ଏଥିରେ ଭରିଦେବା ପରେ ଆଜି ପ୍ରାଥମିକ ଶିକ୍ଷାବ୍ୟବସ୍ଥା ବିଶୃଙ୍ଖଳିତ ହେବା ଯୋଗୁ ସରକାରୀ ବିଦ୍ୟାଳୟର ଫଳାଫଳ ଭଲ ହେଉନାହିଁ । ଯଦି ସରକାର ଗୁଣାତ୍ମକ ଶିକ୍ଷା ଦେବାପାଇଁ ପଦକ୍ଷେପ ନିଅନ୍ତେ ତେବେ ଅନେକ ଶିକ୍ଷକ ଏମିତି ଫେରାର ହୋଇଯାଆନ୍ତେ । ଗଣଶିକ୍ଷା ବିଭାଗରେ ଜାଲିଆତିକୁ ହ୍ରାସ କରିବା ପାଇଁ ଫେରାର ଶିକ୍ଷକଙ୍କୁ ବାନ୍ଧିବା ନିଷ୍ପତ୍ତି ବେଶ୍ ପ୍ରଶଂସନୀୟ, ଏହା ସଫଳ ହେବା ଦରକାର । ଭାରତୀୟ ସମ୍ବାଦ ସେବା (ଭାସ୍) ଭୁବନେଶ୍ୱର-୭୫୧୦୦୩

Comments
Post a Comment