ରାମନବମୀ ଉତ୍ସବ ଉପଲକ୍ଷେ ହିନ୍ଦୁଜାଗରଣ ମଞ୍ଚ ତରଫରୁ ବିରାଟ ଶୋଭାଯାତ୍ରା

ରାମନବମୀ ଉତ୍ସବ ଉପଲକ୍ଷେ ଆଜି   ହିନ୍ଦୁଜାଗରଣ     ମଞ୍ଚ ତରଫରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା .ଏହି ଶୋଭାଯାତ୍ରା ରେ 3000 ରୁ ଉର୍ଦ୍ଧ ଯୁବକ ଭାଗ ନେଇଥିଲେ . ଏହି ଶୋଭାଯାତ୍ରା ହିନ୍ଦୁଜାଗରଣ ମଞ୍ଚ ର ବିଭାଗ ସଂଯୋଜକ ଶ୍ରୀଯୁକ୍ତ ସୁମନ୍ତ ଘଡେଇଙ୍କ ର ନେତୃତ୍ୱରେ ଆୟୋଜନ କରାଯାଇଥିଲା .ଏହି ଶୋଭାଯାତ୍ରା ୟୁନିଟ 8 ଜୟଦେବ ପାଠାଗାର ରୁ ବାହାରି ସ୍ତୁଆର୍ଟ ସ୍କୁଲ ଏବଂ ଡେ଼ଲ୍ଟା ଛକ ଦେଇ ଜୟଦେବ ପାଠାଗାର  ଆସି ପହଁଚି ଥିଲା .ପ୍ରଭୁ ଶ୍ରୀରାମଙ୍କ ର ଏକ ବିରାଟ ବିଗ୍ରହ ,ଶଙ୍କିର୍ତନ ମଣ୍ଡଳୀ  ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ରହିଥିଲା .ରାମ ,ଲକ୍ଷ୍ମଣ ,ସୀତା ଏବଂ ହନୁମାନ ଙ୍କ ବେଶ ଧାରୀ କୁନି ଭାଇ ଭଉଣୀ ମାନେ  ଏହି ଶୋଭାଯାତ୍ରା କୁ ଅଧିକ ଆକର୍ଷିତ କରିଥିଲେ. ଏକ ସଭା କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥିଲା . ଏଥିରେ ମୁଖ୍ୟ ବକ୍ତା ଭାବରେ ପୂଜ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଏବଂ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ଶ୍ରୀ ବିନୟ କୁମାର ଭୁଇଁୟା ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ସହ ପ୍ରାନ୍ତ ପ୍ରଚାରକ ଶ୍ରୀଯୁକ୍ତ ସୃଷ୍ଟିଧର ବିଶ୍ୱାଳ ଏବଂ ହିନ୍ଦୁ ଜାଗରଣ ମଂଚ ର ପ୍ରାନ୍ତ ସଭାପତି ଶ୍ରୀ ଅଜିତ କୁମାର ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ଥିଲେ .
 ଏହି କାର୍ଯ୍ୟକ୍ରମ ପୂର୍ବରୁ ଗତ ଏକ ମାସ ଧରି ଭୁବନେଶ୍ୱର ର 55 ଟି ସ୍ଥାନରେ ହନୁମାନ ଚାଳିଶା ପାଠ କରାଯାଇଥିଲା ,ଯେଉଁଠାରେ 8000 ରୁ ଉର୍ଦ୍ଧ ଯୁବକ ଭାଗ ନେଇଥିଲେ. ଆଜିର ଶୋଭାଯାତ୍ରାରେ ହିନ୍ଦୁଜାଗରଣ ମଞ୍ଚ ତରଫରୁ ସ୍ୱରୂପ ସ୍ୱାଇଁ ,ସୁଭମ ନାୟକ ,ସୁନୀଲ କୁମାର ବାରିକ ,ଡମ୍ବରୁଦ୍ଧର ଜୟସିଂ ,ଆଶୁତୋଷ ବେହେରା ,ଧୀରେନ୍ଦ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments